spot_img
Home Blog Page 4203

ବ୍ୟାଗରେ ଦମ୍ପତ୍ତି ନେଉଥିଲେ ୪୫ଟି ବନ୍ଧୁକ

ନୂଆଦିଲ୍ଲୀ: ଭିଏତନାମରୁ ଦିଲ୍ଲୀ ବନ୍ଧୁକ ଚୋରାଚାଲାଣ ହେଉଥିବା ବେଳେ ବିମାନବନ୍ଦରରେ ଧରାପଡିଲେ ଦମ୍ପତ୍ତି । ଭିଏତନାମର ଦମ୍ପତି ୪୫ଟି ବନ୍ଧୁକ ଦୁଇଟି ବ୍ୟାଗରେ ନେଇ ଆସୁଥିବା ବେଳେ ଇମିଗ୍ରେସନରେ ଧରାପଡିଥିଲେ । ଏହି ବନ୍ଧୁକ ସମ୍ପୂର୍ଣ୍ଣ ଅସଲି ଏବଂ କାର୍ଯ୍ୟକ୍ଷମ ବୋଲି ଏନଏସଜି ପକ୍ଷରୁ କୁହାଯାଇଛି ।

୪୫ଟି ବନ୍ଧୁକ ଦାମ ୨୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ଦମ୍ପତି ପୂର୍ବରୁ ମଧ୍ୟ ୨୫ଟି ବନ୍ଧୁକ ଚୋରାଚାଲାଣ କରିଥିବା ସ୍ବୀକାର କରିଛନ୍ତି । ଯାହାର ମୁଲ୍ୟ ୧୨ ଲକ୍ଷ ଟଙ୍କା ଥିଲା । ଦମ୍ପତ୍ତିଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଏହା ପଛରେ ବଡ଼ ରାକେଟ କାମ କରୁଛି ବୋଲି ସନ୍ଦେହ କରାଯାଉଛି ।

ଗାଧୋଇବା ବେଳେ ନାବାଳକର ଅସଦାଚରଣ, ନାବାଳିକା କଲା ଆତ୍ମହତ୍ଯା

ଗଞ୍ଜାମ: ବାହାବେଦୀରୁ ବିଦାୟ ଦେବା ଆଗରୁ କୋକେଇ ସଜାଡ଼ିଲେ ବାପା । ଆଞ୍ଜୁଳି ଚାଉଳ ଦେବା ଆଗରୁ ଦୁଆରେ ପଡ଼ିଲା ଖଇ କଉଡ଼ି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଡ଼ାଘାତୁଣିର ଏଦୃଶ୍ୟ ବେଶ୍ ହୃଦୟ ବିଦାରକ । ବଢିଲା ଝିଅର ଆତ୍ମହତ୍ୟାରେ ସବୁଠି କାନ୍ଦବୋବାଳି । ମାଆ ବେସାହାରା ବାପା ନିର୍ବାକ । ସାହିରୁ ଗାଁ ସବୁଠି ଶୋକାକୁଳ ପରିବେଶ ।

ହେଲେ ଝିଅର ଆତ୍ମହତ୍ୟାର କାରଣ ଖୁବ ଚିନ୍ତାଜନକ । ଅଭିଯୋଗଅନୁସାରେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷିୟା ଝିଅ ପୂଜା ଗୌଡ଼ ଗାଧୋଉଥିବା ସମୟରେ ଅସଦ ଆଚରଣ ସହିତ ଅଶ୍ଳୀଳ ଫଟୋ ଉଠାଇଥିଲେ ଜଣେ ନାବାଳକ । ପରେ ସେହି ଫଟୋକୁ ଭାଇରାଲ କରିଥିଲେ । ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ଗାଁ ସଭା ବସି ନାବାଳକଟି ବୟସ ହେଲେ ଝିଅକୁ ବିବାହ କରିବାକୁ ସ୍ଥିର ହୋଇଥିଲା ।

ହେଲେ ପରବର୍ତ୍ତ ସମୟରେ ନାବାଳକର ପରିବାର ରାଜେନ୍ଦ୍ରଙ୍କ ପରିବାରକୁ ଗାଳିଗୁଲଜ କରିବା ସହିତ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ । ଏହାଛଡ଼ା ଝିଅର ଅନ୍ୟ ଅଶ୍ଲୀଳ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏପରି ଘଟିବା ଦ୍ୱାରା ଝିଅଟି ଭାଙ୍ଗିପଡ଼ିତିଲା  । ଫଳରେ ଗତ ୮ତାରିଖରେ ଆତ୍ମହତ୍ୟା କରିଥିଲେ ନାବାଳିକା । ଏନେଇ ଅଭିଯୋଗ ହେବା ପରେ ନାବାଳକ ସହିତ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । ଓଡିଶା କୃଷି ନିଗମ ଲିମିଟେଡ, ଓଡିଶା କାଜୁ ଉନ୍ନୟନ ନିଗମ ଲିମିଟେଡ ଏବଂ ଓଡିଶା ବିହନ ନିଗମ ଲିମିଟେଡ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ସଚିବାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲାଭାଂଶ ଚେକ୍ ଗ୍ରହଣ କରିଥିଲେ । ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୨ ଲକ୍ଷ ୧୭ ହଜାର ୨୧୮ ଟଙ୍କା ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ୩ କୋଟି ୧୦ ଲକ୍ଷ ୩୬ ହଜାର ୫୭୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରିଛି ।

କେନ୍ଦ୍ରର ମାଗଣା ବୁଷ୍ଟର ଡୋଜ ନିଷ୍ପତ୍ତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଫ୍ରି କୋଭିଡ ଡୋଜ ପ୍ରଦାନ କରିବା ଲାଗି ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବାକୁ ଯାଉଛି । ୧୮ରୁ ୫୯ ବର୍ଷ ବୟସର ବ୍ୟକ୍ତି ମାନେ ମାଗଣା ବୁଷ୍ଟର ଡୋଜ ନେଇପାରିବେ  । ଏହାଦ୍ୱାରା ଦେଶର ସାଧାରଣ ଲୋକ ଉପକୃତ ହୋଇପାରିବେ  । ବାସ୍ତବ ହିତାଧିକାରୀଙ୍କ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରେ  । ତେଣୁ ଯେତେଦୂର ସମ୍ଭବ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସ୍ପେସାଲ ଡ୍ରାଇଭରେ ଯୋଡ଼ିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ।

ଦେଶରେ ସ୍ୱାଧନତାର ୭୫ ବର୍ଷ ଉତ୍ସବ ପାଳୁଥିବାବେଳେ କେନ୍ଦ୍ର ସରକାର ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛନ୍ତି  । ଯଦ୍ୱାରା ଅନେକ ଏଭଳି ଅମୃତ କାଳରେ ଦେଶବାସୀଙ୍କୁ ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  ।  ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏକ ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି  ।

 

ଓଡ଼ିଶାକୁ ମିଳିଲା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ୨୦୨୧-୨୨ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି । ଖଣି ପରିଚାଳନାରେ ଓଡିଶା ଏକ ନମ୍ବର ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

କେନ୍ଦ୍ର ସରକାର 2015ରେ ଖଣି ନୀତି ରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି ।  ବର୍ତ୍ତମାନ ସୁଦ୍ଧା 22ଟିର ଅବଧି ଶେଷ ହୋଇଥିବା ବେଳେ ଖଣିଜ ଲିଜ ସମେତ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ 107. 546 ମିଲିୟନ ଟନ୍‌ ହୋଇଛି ।

ପରିବହନ ହୋଇଛି 100.612 ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର 50 ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । 2020-21ରେ 13 ହଜାର 791 କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ 21-22ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 11 ହଜାର 887 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ 21.78 ପ୍ରତିଶତ ଅଧିକ ।

PMଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡାଇଲେ ଆନ୍ଦୋଳନକାରୀ

କଲୋମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଉଗ୍ର ଜନତାଙ୍କ କୋପରେ ଥରୁଛି କଲମ୍ବୋ । ଉତ୍ତ୍ୟକ୍ତ ଜନତା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶିବା ସହ ରାଷ୍ଟ୍ରୀୟ ଟେଲିଭିଜନ ଚାନେଲ ରୂପବାହିନୀ କାର୍ଯ୍ୟାଳୟରେ ପଶିଛନ୍ତି । ସେଠାରେ ସେମାନେ ଉଡାଇଛନ୍ତି ଜାତୀୟ ପତାକା । ସେପଟେ ଦେଶରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜକୁ କାମଚଳା ରାଷ୍ଟ୍ରପତି ଭାବେ ନିଜକୁ ଘୋଷଣା କରିଛନ୍ତି । ବ୍ୟାପକ ଅସ୍ଥିରତା ମଧ୍ୟରେ ଦେଶରେ ଚାଲିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି ।

ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇଚାଲିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଫାଙ୍କା ଗୁଳିଚାଳନା କରିଛି । କଲମ୍ବୋସ୍ଥିତ ଆମେରିକା ଦୂତାବାସ ବି ବନ୍ଦ ହୋଇଛି । ହେଲିକପ୍ଟର ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ଉପରେ ନଜର ରଖାଯାଇଛି । ଗତକାଲି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ବତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ପଳାୟନ କରିଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି ।

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗୋଟାବାୟାଙ୍କ ଭାଇ ବାସିଲ ମଧ୍ୟ ବିଦେଶ ଚାଲିଯାଇଥିବା ନେଇ ସୂଚନା ଦିଆଯାଇଛି । ତେଣେ ଗୋଟାବାୟାଙ୍କ ପଳାୟନ ପଛରେ ହାତ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଦ୍ବୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।

ଦେଶବାସୀଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଏଣିକି ମାଗଣାରେ ମିଳିବ କୋଭିଡ ବୁଷ୍ଟର ଡୋଜ୍ । ଜୁଲାଇ ୧୫ରୁ ସରକାରୀ ହସ୍ପିଟାଲରେ ମିଳିବ ଟିକା । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ । ସେହିପରି ଏହି ବୟସର ବ୍ୟକ୍ତିଙ୍କୁ ମିଳିବ ସଞ୍ଜିବନୀ । ୭୫ ଦିନିଆ ସ୍ବତନ୍ତ୍ର ପ୍ରୋଗ୍ରାମ ଚଳାଇବେ ସରକାର । ଦେଶରେ ସଂକ୍ରମଣ ବଢୁଥିବାରୁ ବୁଷ୍ଟର ଅଭିଯାନ ଆରମ୍ଭ କରିବେ ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛନ୍ତି  ।

ପୂର୍ବରୁ ବୁଷ୍ଟର ଡୋଜ କେବଳ ସ୍ୱାସ୍ଥ୍ୟ କର୍ମୀ ଏବଂ କୋଭିଡ ଯୋଦ୍ଧା ମାନଙ୍କ ପାଇଁ ରହିଥିଲା  । ପରବର୍ତ୍ତୀ ସମୟରେ ସାଧରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇଥିଲା  । କିନ୍ତୁ ଅନେକାଶଂରେ ଏହି ଡୋଜ ଘରୋଇ ମେଡିକାଲରେ ଉପରବ୍ଧ ହେଉଥିଲା  । ଯଦ୍ୱାରା ଟଙ୍କା ଦେଇ ନେବାକୁ ପଡୁଥିଲା  । କିନ୍ତୁ ଆଦାଜୀ କି ଅମୃତ ମହୋତ୍ସବ ସମୟରେ କେନ୍ଦ୍ର ସରକାର ଏହାକୁ ମାଗଣା ବୋଲି ଘୋଷଣା କରିଛନ୍ତି  ।

ସେହିପରି ବୁଷ୍ଟର ଡୋଜ ନେବାର ପ୍ରାବଧାନ ମଧ୍ୟ କମ୍ କରାଯାଇଛି  । ଆଗରୁ ଦ୍ୱିତୀୟ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ଦିଆଯାଉଥିଲା  । କିନ୍ତୁ କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ମୁତାବକ ଏହି ସମୟସୀମାକୁ ହ୍ରାସ କରାଯାଇଛି  । ଅର୍ଥାତ ୯ ମାସ ପରିବର୍ତ୍ତେ ୬ ମାସ କରାଯାଇଛି  । ୧୮ ବର୍ଷରୁ ୫୯ ବୟସ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କୋଭୋଡ ଡ୍ରାଇଭ ମାଧ୍ୟମରେ ଏହି ଟିକା ପ୍ରଦାନ କରାଯିବ  ।

ମାସ୍କ୍ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ଘଟିବାରେ ଲାଗିଛି କୋଭିଡ ସଂକ୍ରମଣ  । ପ୍ରତିଦିନ ସଂକ୍ରାମକ ବୃଦ୍ଧି ଘଟିବାରେ ଲାଗିଛି  । ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ସମୟକୁ ଦେଖି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି  । ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ଅନୁରୋଧ  ।

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନ କଲେ ମୁଖ୍ୟମନ୍ତ୍ରୀ । ଟୁଇଟ କରି ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀର ବିପଦ ଏଯାଏ ଟଳିନାହିଁ । ସଂକ୍ରମଣରୁ ନିଜ ସହିତ ଅନ୍ୟକୁ ସୁରକ୍ଷିତ ରଖିବାକୁ ମାସ୍କ ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନବୀନ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ଏମଡି

ଭୁବନେଶ୍ୱର: ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ । ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଅବଗତ କରାଇଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ବାଲେଶ୍ୱରରେ ପ୍ରୋଜେକ୍ଟ କରିବ କମ୍ପାନୀ । ଗତକାଲି କ୍ଷେତ୍ର ପରିଦର୍ଶନ କରିଥିଲା ଆରବିଆଇ ଟିମ୍ । ଓ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି କମ୍ପାନୀ ବାଲେଶ୍ୱରରେ ଏକ ବ୍ୟାଙ୍କ ନୋଟ୍ ମିଲ୍ ସ୍ଥାପନ କରିବା ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି । ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି  । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ 5-T ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ବହୁଚର୍ଚ୍ଚିତ ହିଜାବ ମାମଲା; ଆସନ୍ତା ସପ୍ତାହରେ ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହିଜାବ ମାମଲା । ହିଜାବ ନିଷିଦ୍ଧ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ପିଟିସନର ଶୁଣାଣି ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ସର୍ବୋଚ୍ଚ ଅଦାଲତରେ ହେବ । ଗତ ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶାଇଥିଲେ- ଇସଲାମ ଧର୍ମରେ ହିଜାବ ଅନିବାର୍ଯ୍ୟ ନୁହେଁ । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଲାଗି ସହମତି ପ୍ରକାଶ କରିଥିବାବେଳେ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।

କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ନିଷିଦ୍ଧ ବିରୋଧରେ ଆଗତ ସମସ୍ତ ପିଟିସନକୁ ହାଇକୋର୍ଟ ଖାରଜ କରିଥିବାବେଳେ ହାଇକୋର୍ଟ ଦର୍ଶାଇଥିଲେ ୟୁନିଫର୍ମ ପିନ୍ଧିବା ନେଇ କଟକଣା ଯଥାର୍ଥ ଏବଂ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିପାରିବେ ନାହିଁ । କୋର୍ଟ ବି ଦର୍ଶାଇଥିଲେ- ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ପିଟିସନରକାରୀଙ୍କ ଅଧିକାରକୁ କ୍ଷୁଣ୍ଣ କରୁନାହିଁ ।