spot_img
Home Blog Page 4155

ଗୋଟିଏ କ୍ଲିକ୍‌ରେ ମିଳିବ ହଜିଯାଇଥିବା ପ୍ୟାନ୍‌ କାର୍ଡ, କେମିତି ଜାଣନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ଜୁଲାଇ ୩୧ ଆୟକର ଦାଖଲର ଶେଷ ଦିନ । ତେଣୁ ଆପଣଙ୍କୁ ତୁରନ୍ତ ITR ଫାଇଲ କରିବାକୁ ହେବ। ଆଉ ଏଥିପାଇଁ ପ୍ୟାନକାର୍ଡ଼ ନିହାତି ଆବଶ୍ୟକ।  କିନ୍ତୁ ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ଼ ନାହିଁ ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଅନେକଥର ଏପରି ହୁଏ ଯେତେବେଳେ ଆପଣଙ୍କ ପ୍ୟାନକାର୍ଡ଼ ହଜିଯାଏ କିମ୍ବା ଖରାପ ହୋଇଯାଏ ।

ଯାହାଫଳରେ ଇନକମ ଟ୍ୟାକ୍ସ ଦେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଆପଣ ବି ଯଦି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାଦ୍ୱାରା ଆପଣ ପ୍ୟାନକାର୍ଡ଼ ହଜିଗଲେ ତୁରନ୍ତ ଏକ ଇ-ପ୍ୟାନ କାର୍ଡ଼ ଡାଉନଲୋଡ କରିପାରିବେ ।

ସରକାର ଦେଉଛନ୍ତି ଇନଷ୍ଟାଣ୍ଟ ପ୍ୟାନ୍:

ସରକାରଙ୍କ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପ୍ୟାନ୍ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ୟାନ୍ କାର୍ଡ ନ ଥିବା ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନଲାଇନ୍ ଇନଷ୍ଟାଣ୍ଟ ପ୍ୟାନ୍ କାର୍ଡ଼ ଦେବା ଆରମ୍ଭ କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଆପଣ ଅନଲାଇନରେ ଡାଉନଲୋଡ୍ କରିପାରିବେ ଇ- ପ୍ୟାନ୍ ।

ଇ- ପ୍ୟାନ୍ କିପରି ଡାଉନଲୋଡ୍ କରିବେ:

ସର୍ବପ୍ରଥମେ ଆପଣଙ୍କୁ incometax.gov.in ରେ ଲଗଇନ୍ କରନ୍ତୁ । ଏହା ହେଉଛି ଆୟକର ବିଭାଗର ଇ-ଫାଇଲ୍ ପୋର୍ଟାଲ୍।

ଏହାପରେ ଆପଣଙ୍କୁ ଏକ Instant e-PAN ଅପ୍ସନ୍ ମିଳିବ, ଏଥିରେ କ୍ଲିକ୍ କରନ୍ତୁ ଏବଂ ତା’ପରେ New e-PAN ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

ଏଠାରେ ଆପଣଙ୍କୁ ନିଜ PAN ନମ୍ବର ପ୍ରବେଶ କରିବାକୁ ପଡିବ। ଏହା ସହିତ ଆଧାର ନମ୍ବର ମଧ୍ୟ ପ୍ରବେଶ କରିବାକୁ ପଡିବ।

ଏହାପରେ ସମସ୍ତ Terms and Conditionsକୁ ଆକ୍ସେପ୍ଟ କରନ୍ତୁ।

ଏହା ପରେ ଆପଣଙ୍କ ପଞ୍ଜୀକୃତ ନମ୍ବରରେ ଏକ OTP ଆସିବ। ଏହାକୁ ପ୍ରବେଶ କରନ୍ତୁ ଏବଂ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ମନେରଖନ୍ତୁ ସବମିଟ୍ ଉପରେ କ୍ଲିକ୍ କରିବା ପୂର୍ବରୁ ସମସ୍ତ ବିବରଣୀକୁ ଆଉଥରେ ଭଲ କରି ଯାଞ୍ଚ କରିଦିଅନ୍ତୁ, ସେପରି କେଉଁଠି କିଛି ଭୁଲ ତଥ୍ୟ ନ ରହିଯାଏ।

ବର୍ତ୍ତମାନ ଆପଣଙ୍କ ପଞ୍ଜୀକୃତ ଇ-ମେଲ୍ ଆଇଡିରେ କିମ୍ବା ଫୋନ ନମ୍ବରରେ ଏସଏମଏସ ଜରିଆରେ ଇ-ପାନ୍ କାର୍ଡର ପିଡିଏଫ୍ କପି ଆସିଯିବ।

ଚେଙ୍କ ଚିକିତ୍ସା କରି ଶିଶୁପୁତ୍ରକୁ ମାରିଦେଲେ ପରିବାର

ନବରଙ୍ଗପୁର: ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ନବରଙ୍ଗପୁର ଜିଲ୍ଲା ରାଇଘର କସକଙ୍ଗା ଜଡ଼ାପାରାରେ ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ଚେଙ୍କ ଚିକିତ୍ସା ନେଇଛି ୯ ମାସ ଶିଶୁପୁତ୍ରର ଜୀବନ ।

ଜ୍ବର ଓ ଥଣ୍ଡାରେ ପୀଡ଼ିତ ଥିଲା ଶିଶୁ । ଡାକ୍ତରଖାନା ନେବାକୁ ଆଶାକର୍ମୀ କହିଥିଲେ । ହେଲେ ବାପା ଶୁକଦେବ ଜଣେ ବୃଦ୍ଧାଙ୍କୁ ଡାକି ଚିକିତ୍ସା ଆରମ୍ଭ କରିଥିଲେ । ଦିଶାରୀର ଚେଙ୍କ ଚିକିତ୍ସାରେ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲା ଶିଶୁ । ଚେଙ୍କ ଚିକିତ୍ସା କଥା ଜାଣିପାରି ଆଶାକର୍ମୀ ସଙ୍ଗେ ସଙ୍ଗେ ଶିଶୁକୁ ମେଡିକାଲରେ ଭର୍ତ୍ତି କରିଥିଲେ  ।

ହେଲେ ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଛାଡିଦେବାକୁ ବାରମ୍ବାର ପରିବାର ଲୋକ କହୁଥିଲେ । ଶିଶୁର ଅବସ୍ଥା ଶୋଚନୀୟ ଥିବା କହି ଛାଡ଼ିବାକୁ ରାଜି ହୋଇ ନଥିଲେ ଡାକ୍ତର । ଶିଶୁକୁ ଦେଖିବା ବାହାନା କରି ପରିବାର ଲୋକ ତାକୁ ନେଇ ଲୁଚି ଚାଲି ଯାଇଥିଲେ l ଏହା ପରେ ଡାକ୍ତର କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଜି ଭୋରରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦୁଇ ଦିନ ମାଗଣା ଯାତ୍ରା, ରାଜଧାନୀରେ ଗଡିଲା ୧୦ ଇ-ବସ

ଭୁବନେଶ୍ବର: ରାଜଧାନୀରେ ମୋ ଇ-ରାଇଡ ଓ ଇ-ବସ୍‌ ସେବା ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବା ପରେ ଆସନ୍ତାକାଲି ଯାଏ ଯାତ୍ରୀଙ୍କୁ ମିଳିବ ମାଗଣା ସେବା । ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ  ଓ ଅନ୍ୟ କର୍ପୋରଟର ଇ-ବସରେ ଯାତ୍ରା କରୁଛନ୍ତି ।

ସେମାନେ ଇ-ବସ୍‌ରେ ବସି ଭୁବନେଶ୍ବର ବୁଲୁଛନ୍ତି  ।  ଉଭୟ ଇ-ରାଇଡ ଓ ଇ-ବସ୍ ଶବ୍ଦ ଓ ବାୟୁ ପ୍ରଦୂଷଣମୁକ୍ତ ରହିଛି । ପ୍ରଥମ ପର୍ଯ୍ୟାୟରେ ସହରରେ ଗଡ଼ିଛି ୧୦ଟି ଇ-ବସ୍ ଓ ୫୦ଟି ଇ-ରାଇଡ । ଆଗାମୀ ଦିନରେ ୫୦ଟି ଇ-ବସ୍ ଚଳାଚଳ କରିବ । ଇ-ବସରେ ୩୦ଟି ଆସନ ରହିଥିବାବେଳେ ଏସି ସୁବିଧା ସହିତ ମହିଳା ଯାତ୍ରୀଙ୍କ ଲାଗି ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷିତ ରହିଛି ।

ଇ-ବସ୍ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ରହିଥିବାବେଳେ ମୋ ଇ-ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନର ଡ୍ରାଇଭର ଭାବେ ନିଯୁକ୍ତ ହୋଇଛନ୍ତି । ଏହାଦ୍ବାରା  ୫୦୦ରୁ ଅଧିକ ରୋଜଗାର ସୃଷ୍ଟି ହେବ । ଇ-ବସର ଟିକେଟ ମୂଲ୍ୟ ମୋ ବସର ଟିକେଟ ମୂଲ୍ୟ ସହ ସମାନ ରହିଛି ।

କୋର୍ଟରେ ପହଞ୍ଚିଲା ମସ୍କ ଓ ଟ୍ବିଟର ଲଢେଇ, ୧୭ରୁ ଶୁଣାଣି

ୱାଶିଂଟନ: ଏଲନ ମସ୍କ ଓ ଟ୍ବିଟର ଲଢେଇ ଏବେ କୋର୍ଟରେ ପହଞ୍ଚିଛି  । ପାଖାପାଖି ୪୪ ବିଲିଅନ ଡଲାର ଚୁକ୍ତି ରଦ୍ଦ ପରେ ଟେସଲା ସିଇଓ ଏଲନ ମସ୍କ କୋର୍ଟରେ ପହଞ୍ଚିଛନ୍ତି  । ମସ୍କଙ୍କ ଟିମ ୧୬୪ ପୃଷ୍ଠା ସମ୍ବଳିତ ହଲଫନାମା କୋର୍ଟରେ ଦାଏର କରିଛନ୍ତି  । ଯେଉଁଥିରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ବିଟର ଆଣିଥିବା ଅଭିଯୋଗର ଉତ୍ତର ବି ସାମିଲ ରହିଛି  । ଆସନ୍ତା ଅକ୍ଟୋବର ୧୭ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ମାମଲାର ଶୁଣାଣି ହେବ  ।

ଗତ ଶୁକ୍ରବାର ଦିନ ଏଲନ ମସ୍କ ଟ୍ବିଟର ଦ୍ବାରା ପଠାଯାଇଥିବା ଅଭିଯୋଗର ଉତ୍ତର ପଠାଇଥିଲେ  । ଖୁବଶୀଘ୍ର ଅଦାଲତର ନିୟମାନୁସାରେ ସଂଶୋଧିତ ସଂସ୍କରଣ ସାର୍ବଜନିକ କରାଯିବ   ।

 

ଏଲନ ମସ୍କଙ୍କ ସହିତ ଟ୍ବିଟରର ଚୁକ୍ତି ରଦ୍ଦ ହେବ କି ନାହିଁ ଆସନ୍ତା ଶୁଣାଣିରେ ଏହା ନିର୍ଦ୍ଧାରିତ ହେବ  । ମସ୍କ ୪୪ ଆରବ ଆମେରିକୀୟ ଡଲାରରେ ଅଂଶଧନ କିଣିବା ପାଇଁ ଟ୍ବିଟର ତାଙ୍କ ଉପରେ ଚାପ ପକାଉଛି । କମ୍ପାନୀ ଚାହୁଁଛି ଏହି ଚୁକ୍ତି ଖୁବଶୀଘ୍ର ହେଉ  । କାରଣ ଏଥିପାଇଁ ଟ୍ବିଟରର ବ୍ୟବସାୟରେ କ୍ଷତି ସହିବାକୁ ପଡୁଛି।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମସ୍କ ଟ୍ବିଟର ପ୍ରତି ସେୟାରକୁ ୫୪.୨୦ ଆମେରିକୀୟ ଡଲାରରେ କିଣିବା ପାଇଁ ପ୍ରତିଶୃତି ଦେଇଥିଲେ  । କିନ୍ତୁ ଏବେ ସେ ଚୁକ୍ତି ରଦ୍ଦ କରିବା ପାଇଁ ଘୋଷଣା କରିଛନ୍ତି  । ଟ୍ବିଟର ଭୁଲ କାଗଜପତ୍ର ଦେଇଥିବା ଅଭିଯୋଗ କରିଥିଲେ  ମସ୍କ  । ଫଳରେ ୪୪ ଆରବ ଡଲାରରେ ଟ୍ବିଟର ଅଂଶଧନ ନ କିଣିବା ପାଇଁ ସେ ଘୋଷଣା କରିଥିଲେ । ମସ୍କ କହିଥିଲେ ଯେ ଟ୍ବିଟର ନିଜ ଦାୟିତ୍ବର ଉଲ୍ଲଙ୍ଘନ କରିଛି  । ଏହା ସହ ସ୍ପାମ ଖାତାଙ୍କ ସଂଖ୍ୟା କହିପାରିନାହିଁ ଟ୍ବିଟର  ।

 

 

ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ମଙ୍କିପକ୍ସ, ସ୍ପେନରେ ୪ ହଜାର ଆକ୍ରାନ୍ତ

ମେଡ୍ରିଡ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ  । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ ପ୍ରଥମ ମୃତ୍ୟୁ ଘଟିଛି  । ବର୍ତ୍ତମାନ ସୁଦ୍ଧା ସ୍ପେନରେ ପାଖାପାଖି ୪୨୯୮ ଜଣ ସଂକ୍ରମିତ ହୋଇଛନ୍ତି । ଗତ ଶନିବାର WHO  (ବିଶ୍ବ ସ୍ବାସ୍ଥ୍ୟ ସଂଗଠନ)  ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂକଟ ଘୋଷଣା କରିଥିଲା  ।

ଗତ ମେ’ ମାସ ଆରମ୍ଭରୁ ଆଫ୍ରିକାକୁ ବାଦ୍‌ ଦେଲେ ସମଗ୍ର ଦୁନିଆରେ ୧୮ ହଜାରରୁ ଅଧିକ ମଙ୍କିପକ୍ସ ମାମଲା ସାମନାକୁ ଆସିଛି  । ଯେଉଁଥିରେ ୭୦ ପ୍ରତିଶତ ମାମଲା ୟୁରୋପରେ ଓ ୨୫ ପ୍ରତିଶତ ମାମଲା ଆମେରିକାରେ ଦେଖିବାକୁ ମିଳିଛି  । ୭୮ଟି ଦେଶରେ ପହଞ୍ଚିଛି ମଙ୍କିପକ୍ସ ।

ଭାରତରେ ବର୍ତ୍ତମାନ ସୁଦ୍ଧା ୪ଟି ମଙ୍କିପକ୍ସ ମାମଲା ସାମନାକୁ ଆସିଛି  । କେନ୍ଦ୍ର ସରକାର ମଧ୍ୟ ମଙ୍କିପକ୍ସର ପ୍ରକୋପକୁ ଦେଖି ଗାଇଡଲାଇନ ଜାରି କରିଛନ୍ତି  । ଆକ୍ରାନ୍ତ ରୋଗୀ ୨୧ ଦିନ ଅଲଗା ରହିବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ଜ୍ବର ସହିତ ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ଶରୀର ସହ ତ୍ବଚାରେ ଘା’ ହୋଇଥାଏ  । ଏହି ଲକ୍ଷଣ ରୋଗୀ ଶରୀରରେ ତିନି ସପ୍ତାହ ପର୍ଯ୍ୟନ୍ତ ରହିଥାଏ  ।

 

 

ବାବୁସାନ୍‌ଙ୍କ ବରମୁଣ୍ଡା ଘରେ ବାର୍ଥଡେ‘ ସେଲିବ୍ରେସନ, ପହଞ୍ଚିଲେ ନିର୍ଦ୍ଦେଶକ ପ୍ରଯୋଜକ

ଭୁବନେଶ୍ବର: ଜନ୍ମଦିନରେ ଯୋଡିହେବେ କି ପତିପତ୍ନୀ  । ବିବାଦ ଭୁଲି ସମ୍ପର୍କକୁ ସଜାଡିବେ କି ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ । ଆଜି ବାବୁସାନଙ୍କ ଜନ୍ମଦିନ  । ବିବାଦ ଭିତରେ ଜନ୍ମଦିନ ପାଳନ କଲେ ବାବୁସାନ୍‌। ବରମୁଣ୍ଡାସ୍ଥିତ ଘରେ ବିଳମ୍ବିତ ରାତିରେ କେକ୍‌ କାଟି ସେଲିବ୍ରେସନ କରିଥିବା ସୂଚନା ମିଳିଛି। ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକଙ୍କ ସହିତ ଥିଲେ ବାବୁସାନ।

ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବେ। ଯଦି ସେମାନେ ନ ଆସିଲେ ନିଜେ ପତ୍ନୀଙ୍କ ଘରକୁ ଯିବି । ଏପରିକି କେକ୍‌ ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍‌ । ସବୁ କିଛି ଠିକ ହେବ। ପୋଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ବାବୁସାନ ।

ଗତକାଲି ଭଳି ସମାନ ଢଙ୍ଗରେ ବାବୁସାନ ବାହାରକୁ ଆସି କହିଥିଲେ ‘ମୁଁ ମୋ ପରିବାର ସହିତ ରହିଛି  । ଆପଣ ମାନେ ଭଲରେ ରୁହନ୍ତୁ ବୋଲି କହିଛନ୍ତି ବାବୁସାନ । ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ବାବୁ କହିଛନ୍ତି, ଅଡିଓଟିକୁ ଭଲ ଭାବେ ଶୁଣନ୍ତୁ  । ସେଥିରେ ଥିବା ସତ ଜାଣିପାରିବେ’ ।

ଅନ୍ୟପଟେ ବାବୁ ଓ ତାଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ  । ସେ କହିଛନ୍ତି ଖୁବଶୀଘ୍ର ସମସ୍ତେ ଗୁଡ ନ୍ୟୁଜ୍ ଶୁଣିବେ । ୨ଦିନ ଭିତରେ ବାବୁ-ତୃପ୍ତିଙ୍କୁ ନେଇ ଭଲ ଖବର ଆସିବ ବୋଲି ସଞ୍ଜୟ କହିଛନ୍ତି  । ନିର୍ଦ୍ଦେଶକ ଅଶୋକ ପତି ମଧ୍ୟ ବାବୁସାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବାବୁସାନଙ୍କ ଘରେ ପହଞ୍ଚିଥିଲେ ।

ଶ୍ରାବଣରେ କଲବଲ କରୁଛି ତାତି, ୩ ଦିନ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ବର: ଶ୍ରାବଣରେ ଧୁ ଧୁ ଖରା । ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ବଢୁଛି ତାପମାତ୍ରା  । ସ୍ବାଭାବିକ ଠାରୁ ୪ ଦଶମିକ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ପାରଦ  । ତେବେ ୭୦ ପ୍ରତିଶତ ହ୍ୟୁମିଡିଟି ମିଶି ୪୫ ଡିଗ୍ରୀରୁ ଅଧିକ ତାତି ଅନୁଭବ ହେଉଛି । ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଛି । ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମୌସୁମୀ ଦୁର୍ବଳ ହେଲେ ରାଜ୍ୟରେ ତାପମାତ୍ରା ବଢିବା ସ୍ବାଭାବିକ କଥା କିନ୍ତୁ ଜୁଲାଇ ମାସରେ ଅଧିକ ଦିନ ଶୁଖିଲା ରହିବା ପାଣିପାଗ ପରିବର୍ତ୍ତନର ପ୍ରତିଫଳନ  । ତାତି ବୃଦ୍ଧି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଆଶଙ୍କା ଦେଖାଦେଇଛି । ଏଥିପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହର ଶେଷରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଚେସ୍ ଅଲିମ୍ପିଆଡ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ୍ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାମିଲନାଡୁ ସରକାରଙ୍କ ନିମନ୍ତ୍ରଣରେ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ମନ୍ତ୍ରୀ । ସେଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ସହ ଅଲିମ୍ପିଆଡ ଆୟୋଜନର ଅନୁଧ୍ୟାନ କରିଥିଲେ ।

ଏହି ଅବସରରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିଭା ଭି. ମ୍ୟୋନାଥନ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ତର୍ଜାତୀୟ କ୍ରୀଡା ଏଭେଣ୍ଟ ଆୟୋଜନ ଏବଂ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତଭୂମି ନିର୍ମାଣ କ୍ଷେତ୍ରରେ ଓଡିଶା ଯେଉଁ ପଦକ୍ଷେପ ଗ୍ରହଣ କରିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ତାମଲନାଡୁ କ୍ରୀଡାମନ୍ତ୍ରୀ ।ଏହି ଅବସରରେ ତାମିଲନାଡୁ ଏବଂ ଓଡିଶାର କ୍ରୀଡ଼ାମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରତିକାତ୍ମକ ଚେସ୍ ଖେଳ ଅନୁଷ୍ଠିତ ହୋଇଥିଲା ।

ପତ୍ନୀ-ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ୍

ଭୁବନେଶ୍ୱର: ଜନ୍ମ ଦିନରେ ଯୋଡିହେବେ କି ପତିପତ୍ନୀ ? ବିବାଦ ଭୁଲି ସମ୍ପର୍କକୁ ସଜାଡିବେକି ବାବୁସାନ୍ ଓ ପତ୍ନୀ ତୃପ୍ତି ଶତପଥୀ ? କାଲି ବାବୁସାନଙ୍କ ଜନ୍ମଦିନ । ନିଜ ଜନ୍ମଦିନକୁ ପରିବାର ସହିତ ମନାଇବେ ବାବୁ । ବାପା, ମାଆ ଓ ସ୍ତ୍ରୀ ପୁଅଙ୍କ ସହିତ କରିବେ ସେଲିବ୍ରେସନ । ସମସ୍ତଙ୍କ ସହ ଜନ୍ମଦିନ ପାଳିବା ନେଇ ନିଜେ ସୂଚନା ଦେଇଛନ୍ତି ବାବୁସାନ୍ । ପତ୍ନୀ ତୃପ୍ତି ଓ ପୁଅ ଏବେ ବାପ ଘରେ ରହିଛନ୍ତି । ଯଦି ସେ ନଆସିବେ ତେବେ ସେଠାକୁ ଯାଇ ଜନ୍ମଦିନ ପାଳିବେ ବୋଲି ବାବୁ କହିଛନ୍ତି ।

ସେପଟେ ଭାଇରାଲ ଅଡିଓକୁ ନେଇ ମଧ୍ୟ ବାବୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଡିଓଟିକୁ ଭଲ ଭାବେ ଶୁଣନ୍ତୁ । ସେଥିରେ ଥିବା ସତ ଜାଣିପାରିବେ । ଅନ୍ୟପଟେ ବାବୁ ଓ ତାଙ୍କ ପରିବାରକୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ । ସେ କହିଛନ୍ତି ଖୁବଶୀଘ୍ର ସମସ୍ତେ ଗୁଡ ନ୍ୟୁଜ୍ ଶୁଣିବେ । ୨ଦିନ ଭିତରେ ବାବୁ-ତୃପ୍ତିଙ୍କୁ ନେଇ ଭଲ ଖବର ଆସିବ ବୋଲି କହିଛନ୍ତି ସଞ୍ଜୟ ନାୟକ  ।

କମେଣ୍ଟମରାରୁ ଯୁବକଙ୍କୁ ଆକ୍ରମଣ, ମେଡିକାଲରେ ମୃତ୍ୟୁ

କୋରାପୁଟ: କମେଣ୍ଟମରାକୁ ନେଇ ମହାଭାରତ । କୋରାପୁଟରେ ୨ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଲା ପୋଲିସ । ପୋଲିସର ବୟାନ ଅନୁସାରେ ଗତ ୨୨ ତାରିଖରେ ଚୌଧୁରୀ କୁମାର ମହାନ୍ତିଙ୍କ ପୁଅ ବିବେକ ତାଙ୍କ ବାନ୍ଧବୀଙ୍କ ସହ ବାଇକରେ ଯାଉଥିବାବେଳେ ରଙ୍ଗାବାଲିରେ ୪ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ ।

ଏହାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହି ୪ ଅଭିଯୁକ୍ତ ଥିଲେ ବାବୁଲା ପରଜା, ଶିବ ପରଜା, ଦାଶରଥି ପରଜା ଓ ଅନ୍ୟ ଜଣେ ନାବାଳକ । ସେମାନଙ୍କ ମାଡ଼ରେ ବିବେକ ଗୁରୁତର ହୋଇଥିଲେ । ତାଙ୍କ ବାନ୍ଧବୀ ଏକ ବୋଲେରକୁ ସହାୟତା ମାଗି ବିବେକଙ୍କୁ ତୁରନ୍ତ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖପାଟଣା ନିଆଯାଇଥିଲା । ମାତ୍ର ସେଠାରେ ଗତ ୨୮ତାରିଖରେ ବିବେକଙ୍କ ମୃତ୍ୟୁ ଘଟିଥିଲା ।

୨୨ ତାରିଖରେ ହୋଇଥିବା ଗଣ୍ଡଗୋଳ ନେଇ ଟାଉନ ଥାନାରେ ବିବେକଙ୍କ ବାପା ୨୩ ତାରିଖରେ ଏକ ଏତଲା ଦାୟର କରିଥିଲେ । ଏଫଆଇଆର ଦାୟର ହେବା ପରେ ଆଇଆଇସି ୩ ଜଣଙ୍କୁ ଧରିଥିଲେ । ପରେ ପୋଲିସ ଜାଣିବାକୁ ପାଇଥିଲା ଘଟଣା ଘଟିବା ଦିନ ଅଭିଯୁକ୍ତ ବାବୁଲା ପରଜା ଦୁଇ ଅଭିଯୁକ୍ତଙ୍କ ସହ ବାଇକରେ ଚାଲିଯାଉଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲା ।