spot_img
Home Blog Page 4145

BIG BREAKING: ରାହୁଲ ଖାଉନି, ରେସପନ୍ସ କରୁଛି

ଚମ୍ପା: ରାତିସାରା ଖାଇନି ରାହୁଲ । ରାତି ଉଜାଗର ରହିଛ ରେସ୍କ୍ୟୁ ଟିମ୍ । ରେସପନ୍ସ କରୁଛି କିନ୍ତୁ ଖାଦ୍ୟ ଖାଉନି । ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଦେଇଛନ୍ତି ସଦ୍ୟ ସୂଚନା । ଅନବରତ ଚାଲିଛି ରେସ୍କ୍ୟୁ ଅପରେସନ । ଆଉ କିଛି ସମୟ ଅପେକ୍ଷାରେ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ବୋରଓ୍ବେଲ ଭିତରୁ ବାହାରିବ ରାହୁଲ । ରାତିରୁ ସକାଳ ଯାଏଁ ଜାରି ରହିଛି ଉଦ୍ଧାର ପ୍ରକ୍ରିୟା । ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ୫ଦିନ ଧରି ଚାଲିଛି ଏହି ମାରାଥନ ରେସ୍କ୍ୟୁ ଅପରେସନ । ଏବେ ରାହୁଲର ନିକଟତର ହୋଇସାରିଲାଣି ରେସ୍କ୍ୟୁ ଟିମ୍ ।ତାର ସମସ୍ତ ଗତିବିଧି ଉପରେ ନଜର ରଖାଯାଉଛି ।  ରାତିସାରା ସେ ଖାଦ୍ୟ ଖାଇନଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଜିଲ୍ଲାପାଳ । ରାହୁଲ ବାହାରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି  ।

ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ଏକ ୮୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଥିଲେ  । ସେପଟେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଆରମ୍ଭ କରିଥିଲା ଅପରେସନ ରାହୁଲ  । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅପରେସନକୁ ସଫଳ କରିବା ପାଇଁ ପ୍ରଶାସନକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ  । ଅତ୍ୟାଧୁନିକ ଟେକନିକ ପ୍ରଶାସନର ଶହ ଶହ ଅଧିକାରୀ, ପୋଲିସ କର୍ମଚାରୀ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଥିଲେ  । ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଗଭୀର ଗାତ ଭିତରେ ଏକ ଟନେଲ ନିର୍ମାଣ ଆରମ୍ଭ କରିଥିଲେ  । କାରଣ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ସମସ୍ତ ପ୍ରକାର ରଣନିତୀ ଲଗାଇଦେଇଛି  ।

ରାହୁଲ ଜଣେ ମୁକ ଏବଂ ବଧିର ବାଳକ । କିଛି କହିପାରୁନଥିବା ବେଳେ କିଛି ଶୁଣି ପାରେନି ମଧ୍ୟ  । କିନ୍ତୁ ଗାତରେ ପଡିବା ପରେ ଯେଉଁ ଖାଦ୍ୟ ପଠାଯାଇଥିଲା, ରାହୁଲ ଖାଦ୍ୟ ଗ୍ରହଣ କରୁଥିଲା  । କଦଳୀ ଖାଉଥିଲା ଏବଂ ଓଆଏରଏସ ପାଣି ପିଉଥିଲା  । ଡାକ୍ତରୀ ଟିମ ମଧ୍ୟ ରାହୁଲର ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଥିଲେ । ୫ ଦିନ ଧରି ବିଶାଳ ଗାତରେ ରହିବା ପରେ ଆଜି ଅପରେସନ ଶେଷ ପର୍ଯ୍ୟାୟରେ ପହଁଚିଛି  ।

ସ୍ନାନ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସରିଲା ଦୁଇ ବର୍ଷର ଅପେକ୍ଷା । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି  । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି  । ୭ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ ୮ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ  । ପରେ ୯ଟାରେ ସୂର୍ଯ୍ୟ ପୂଜା କରାଯିବ  । ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ୟ କରାଯିବ  । ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯିବ  । ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ  । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି  । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ  । ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି  ।

ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ୫ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ କମାଣ୍ଡାଣ୍ଟ, ୧୧ ଜଣ ଅତିରିକ୍ତ ଏସ୍ପି, ୨୧ଜଣ ଡିଏସପି ମୁତୟନ ହୋଇଛନ୍ତି। ୫୦ରୁ ଅଧିକ ଇନ୍ସପେକ୍ଟର,୨ ଶହରୁ ଅଧିକ ଏଏସଆଇ ଓ ଏସଆଇ ମଧ୍ୟ ରହିଛନ୍ତି । ୧ହଜାର କନେଷ୍ଟବଳ ଓ ହୋମ ଗାଡର୍ ସହ ୫୨ ପ୍ଲାଟୁନ୍ ଫୋର୍ସ ରହିଛନ୍ତି ।

ରାହୁଲ ନିକଟରେ ଉଦ୍ଧାରକାଳୀ ଦଳ, ଅଭିନନ୍ଦନ ଜଣାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଚମ୍ପା: ଉଦ୍ଧାର କାର୍ଯ୍ୟ ଚାଲିଛି  । ରାହୁଲ ଠାରୁ ଆଉ ମାତ୍ର କିଛି ସିମିର ଦୂରତାରେ ଉଦ୍ଧାରକାରୀ ଦଳ  । ସେପଟେ ଘଟଣାସ୍ଥଳରେ ଜିଲ୍ଲାପାଳ ଖୋଦ ଉପସ୍ଥିତ ରହିଥିବାବେଳେ  ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଆଲୋଚନା କରିଛନ୍ତି। ଭିଡିଓ କଲ କରି ଉଦ୍ଧାରକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  । ଅନ୍ୟପଟେ କେତେଦୂର ଏହି ଅପରେସନ ଗଲାଣି  । ଆଉ କେତେ ସମୟ ଲାଗିବ  । ଫଶି ରହିଥିବା ବାଳକ ରାହୁଲର ସ୍ୱାସ୍ଥ୍ୟବସ୍ଥା କିପରି ଅଛି, ଏମିତି ଅନେକ ପ୍ରଶ୍ନ ପଟାରିଥିଲେ ମୁଖ୍ୟମନ୍ତ୍ରୀ  ।

ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ସମସ୍ତ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଭୂପେଶ ଭାଘଲେକୁ ଟିକିନିଖି ଖବର ଦେଉଛନ୍ତି । ପ୍ରାୟ ୯୯ ପ୍ରତିଶତ ଉଦ୍ଧାର କାର୍ଯ୍ୟ ସରିଛି । ଏବେ ମାନୁଆଲ ଅର୍ଥାତ ଉଦ୍ଧାରକାରୀ ଦଳ ହାତରେ ମାଟି ଖୋଳା କାର୍ଯ୍ୟ ଜାରି ରଖିଛନ୍ତି  । ରାହୁଲ ଆଉ ରେସକ୍ୟୁ ଟିମ୍ ମଧ୍ୟରେ ଅଳ୍ପ ଦୂରତା ରହିଛି । ମାଟି ବାଲି ହାତରେ ଖୋଲା ଯାଉଛି । ମାଟି ଧସି ପଡ଼ିବାର ଭୟ ଥିବା ଯୋଗୁଁ ଅତ୍ୟନ୍ତ ସତର୍କତାର ସହ ଅପରେସନ କାର୍ଯ୍ୟ ଚାଲିଛି ।

ଏହି ଘଟଣା ଦେଶର ସବୁଠାରୁ ବଡ଼ ଅପରେସନ ହୋଇଥିବାବେଳେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଟିମକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ   । ସେପଟେ ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଏବଂ ନିର୍ଦ୍ଦେଶକୁ ପ୍ରଶଂସା କରିଥିଲେ  । କାରଣ ଘଟଣା ଉପରେ ପ୍ରତି ମୂହୂର୍ତ୍ତରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ  । ରାହୁଲଙ୍କୁ ଅକ୍ଷତ ଅବସ୍ଥାରେ କିପରି ଉଦ୍ଧାର କରାଯିବ ସେନେଇ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦେଶ ଦେଇଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ  ।

ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ: ଚାର୍ଜସିଟ ଦେଲା ମହିଳା ଥାନା ପୋଲିସ

ଭୁବନେଶ୍ୱର: ନକଲି ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ରମେଶ ସହ 5 ଜଣକ ବିରୋଧରେ 940 ପୃଷ୍ଠାର ଚାର୍ଜସିଟ ଦାଖଲ କଲା ମହିଳା ଥାନା ପୋଲିସ । ଘଟଣାରେ ୧୦୩ ଜଣଙ୍କୁ ସାକ୍ଷୀ ରଖାଯାଇଛି । ଭୁବନେଶ୍ବର ଏସଡିଜେଏମ କୋର୍ଟରେ ରମେଶ ସ୍ବାଇଁ, କମଳା ତିର୍କୀ, ରଶ୍ମିତା ବେଉରା, ବିଶ୍ବରଂଜନ ଦାସ ଓ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ନାମରେ ମହିଳା ଥାନା ପୋଲିସ ଚାର୍ଜସିଟ ଦାଖଲ କରିଛି ।

ଠକେଇ ମାଲାରେ ରମେଶର ଭିଣୋଇ ଗଣେଶ ବେଉରା ଏବେ ବି ଫେରାର ରହିଛି । ରମେଶ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ 16ରୁ ଅଧିକ ମାମଲା ରୁଜୁ ହୋଇଛି । 8 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ରାଜ୍ୟ ଓ ରାଜ୍ୟ ବାହାରେ 18 ଜଣକୁ ବିବାହ କରିଥଲା ରମେଶ । ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ ପରିଚୟ ଦେଉଥିଲା ରେମଶ । ଏପରିକି ଡାକ୍ତର ବେଶରେ କ୍ଲିନିକ ଖୋଲି ଚିକିତ୍ସା ମଧ୍ୟ କରୁଥିଲା ରମେଶ ।

ରାହୁଲ ନିକଟରେ ଉଦ୍ଧାରକାରୀ ଦଳ, ଆଉ କିଛି ସମୟ..

ନନ୍ଦିଘୋଷ ବ୍ୟୁରୋ: ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ  । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନାକୁ ଶୁଣୁଛନ୍ତି ଜଗତର ନାଥ  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି   । ସୂଚନା ଦେଇଛନ୍ତି ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା  ।  ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ଉଦ୍ୟମ ସଫଳ ହେବାକୁ ଯାଉଛି  । ବୋରୱେଲ ପାଖରେ ସଜାଗ ରହିଛି ମେଡିକାଲ ଟିମ୍  । ଚତୁପାର୍ଶ୍ୱକୁ କରାଯାଇଛି କର୍ଡନ  । ଉଦ୍ଧାରକାରୀ ଦଳ ରାହୁଲକୁ ବୋରୱେଲରୁ ବାହାରିବା ପରେ ତତକ୍ଷଣାତ୍ ପ୍ରସ୍ତୁତ ହୋଇଥିବା ଆମ୍ବୁଲାନ୍ସରେ ମେଡିକାଲକୁ ପଠାଯାଇଛି  । ପୂର୍ବରୁ ପୋଲିସ ଏକ ମକଡ୍ରିଲ କରିଥିବାବେଳେ  । ରାହୁଲ ବାହାରିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଅର୍ଥାତ ଗ୍ରୀନ କରିଡର ମାଧ୍ୟମରେ ମେଡିକାଲକୁ ପଠାଯିବାକୁ ବ୍ୟବସ୍ଥା ହୋଇଛି  ।

ଛତିଶଗଡର ରାହୁଲ ସାହୁ ଖେଳୁଥିବା ସମୟରେ ଏକ ୮୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଥିଲେ  । ସେପଟେ ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଆରମ୍ଭ କରିଥିଲା ଅପରେସନ ରାହୁଲ  । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଅପରେସନକୁ ସଫଳ କରିବା ପାଇଁ ପ୍ରଶାସନକୁ ଦେଇଥିଲେ କଡ଼ା ନିର୍ଦ୍ଦେଶ  । ଅତ୍ୟାଧୁନିକ ଟେକନିକ ପ୍ରଶାସନର ଶହ ଶହ ଅଧିକାରୀ, ପୋଲିସ କର୍ମଚାରୀ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଥିଲେ  । ଏକ ସ୍ୱତନ୍ତ୍ର ରେସକ୍ୟୁ ଟିମ୍ ଗଭୀର ଗାତ ଭିତରେ ଏକ ଟନେଲ ନିର୍ମାଣ ଆରମ୍ଭ କରିଥିଲେ  । କାରଣ ରାହୁଲକୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ପ୍ରଶାସନ ସମସ୍ତ ପ୍ରକାର ରଣନିତୀ ଲଗାଇଦେଇଛି  ।

ରାହୁଲ ଜଣେ ମୁକ ଏବଂ ବଧିର ବାଳକ  । କିଛି କହିପାରୁନଥିବା ବେଳେ କିଛି ଶୁଣି ପାରେନି ମଧ୍ୟ  । କିନ୍ତୁ ଗାତରେ ପଡିବା ପରେ ଯେଉଁ ଖାଦ୍ୟ ପଠାଯାଇଥିଲା, ରାହୁଲ ଖାଦ୍ୟ ଗ୍ରହଣ କରୁଥିଲା  । କଦଳୀ ଖାଉଥିଲା ଏବଂ ଓଆଏରଏସ ପାଣି ପିଉଥିଲା  । ଡାକ୍ତରୀ ଟିମ ମଧ୍ୟ ରାହୁଲର ସ୍ୱାସ୍ଥ୍ୟ ଉପରେ କଡା ନଜର ରଖିଥିଲେ  । ଯେଉଁଥିପାଇଁ ପାଇଁ ୭୫ ଘଣ୍ଟାରୁ ଅଧିକ ସମୟ ଧରି ୮୦ ଫୁଟ ବୋରୱେଲରେ ରହି ମଧ୍ୟ ୧୧ ବର୍ଷୀୟ ରାହୁଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ଅବନିତୀ ଦେଖାଯାଇନଥିଲା  । ୪ ଦିନ ଧରି ବିଶାଳ ଗାତରେ ରହିବା ପରେ ଆଜି ଅପରେସନ ଶେଷ ପର୍ଯ୍ୟାୟରେ ପହଁଚିଛି  ।

ବିଧାନସଭାରେ ଶପଥ ନେଲେ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର: ଶପଥ ନେଲେ ବ୍ରଜରାଜନଗର ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତି । ଅଳକାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବ୍ରଜରାଜନଗର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଅଳକା । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ଅଳକା ଶପଥ ନେବା ପରେ ଏବେ ବିଧାନସଭାରେ ୧୧୪କୁ ବଢ଼ିଛି ବିଜେଡିର ବିଧାୟକ ସଂଖ୍ୟା । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା । କଂଗ୍ରେସ ପକ୍ଷରୁ କିଶୋର ପଟେଲ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା  ।

ନିଜ କ୍ଷତକୁ ନିଜେ ଭରେ ମଣିଷ ଚର୍ମରେ ତିଆରି ରୋବଟିକ୍ ଆଙ୍ଗୁଠି

ଟୋକିଓ : ବିଜ୍ଞାନ ଯୁଗରେ କିଛି ବି ଅସମ୍ଭବ ନୁହେଁ ।  ବୈଜ୍ଞାନିକ ମାନେ ମିଶି ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହା ଅସମ୍ଭବ ଲାଗିଲେ ମଧ୍ୟ ସମ୍ଭବପର ହୋଇଛି  ।  ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଟୋକିଓର ବୈଜ୍ଞାନିକ ମାନେ ଉଦ୍ଭାବନ କରିଛନ୍ତି ଏମିତି ଏକ ମଣିଷ ଚର୍ମରେ ତିଆରି ଜୀବିତ ଆଙ୍ଗୁଠି  ।  ଯାହାକି ନିଜ କ୍ଷତକୁ ନିଜେ ହିଁ ଭରିବାରେ ସକ୍ଷମ ହୋଇପାରୁଛି ।

ନିକଟ ଅତୀତରେ ଟୋକିଓ ୟୁନିର୍ଭସିଟିର ଦକ୍ଷ ବାୟୋହାଇବ୍ରିଡର ବୈଜ୍ଞାନିକ ଶୋଜୀ ଟେକୁଚୀ ଓ ତାଙ୍କ ସହଯୋଗୀ ମାନେ ମିଶି ତିଆରି କରିଛନ୍ତି ଜୀବିତ ଆଙ୍ଗୁଠି  ।  ଏଥିରେ ରହିଛି ଏକ ଖାସ୍ ଗୁଣ ଯାହା ହେଉଛି ତା‘ର ଚର୍ମରେ କିଛି କ୍ଷତ ହେଲେ, ତାହା ଆପେ ଆପେ ଭରିଯାଏ । ବୈଜ୍ଞାନିକ ଟେକୁଚୀ ଲକ୍ଷ୍ୟ ରଖିଥିଲେ କି, ସେ ଏପରି ଏକ ମଣିଷ ଚର୍ମ ଓ ମାନବ କୋଷକୁ ନେଇ ରୋବୋଟିକ୍ ଆଙ୍ଗୁଠି ତିଆରି କରିବେ । ଆଉ ସେ ତାଙ୍କ ଲକ୍ଷ୍ୟକୁ ସଫଳ ମଧ୍ୟ କରି ଦେଖାଇଛନ୍ତି ।

ବୈଜ୍ଞାନିକ ଟେକୁଚୀ କୁହନ୍ତି କି, ସିଲିକନ୍ ରବରରେ ତିଆରି ଏହି ଆଙ୍ଗୁଠିକୁ ଦୂରରୁ ଦେଖିଲେ ଏହା ଅସଲି ପରି ଲାଗେ, କିନ୍ତୁ ପାଖରୁ ଦେଖିଲେ ଏହା ନକଲି ଲାଗେ । ଏହି ରୋବୋଟିକ୍ ଆଙ୍ଗୁଠିକୁ ଅସଲି ମଣିଷ ଆଙ୍ଗୁଠି ପରି ବନେଇବା ପାଇଁ ଆମେ ଜୀବିତ ସେଲ୍ ବ୍ୟବହାର କରିଛୁ ।

ଯୁବକଙ୍କୁ କଲା ଛୁରାମାଡ଼, ଯୁବତୀଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର: ରାଜଧାନୀରେ ଝାଡ଼ଖଣ୍ଡ ଯୁବକର ଆତଙ୍କ । ଯାହାକୁ ପାରିଲା ତାହାକୁ ଗୋଡାଇ ଛୁରା ମାଡ କଲା । ଯିଏ ଅଟକାଇଲା ତାକୁ ବି ଛାଡିଲାନି । ବାଣୀବିହାର ରେଳୱେ ଷ୍ଟେସନ ନିକଟରେ ଘଟିଛି ଘଟଣା । ପୋଲିସର ସୂଚନା ଅନୁସାରେ ଛୁରା ମାଡ କରିଥିବା ଯୁବକ ଜଣଙ୍କ ମାନସିକ ବିକାର ଗସ୍ତ ।

ଆଜି ଦିନ ଦ୍ବିପ୍ରହରରେ ପ୍ରଥମେ ରାସ୍ତାରେ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିଥିଲା । ସଂପୃକ୍ତ ଯୁବକର ଏଭଳି ଆଚରଣ ଦେଖି ଦୁଇ ଜଣ ଯୁବକ ଅଟକାଇବାରୁ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଛୁରା ମାଡ କରିଥିବା ଖବର ଆସିଥିଲା । ଯୁବକର ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବକଙ୍କୁ କାବୁ କଲା ସହିଦ ନଗର ଥାନା ପୋଲିସ ।

ରେମୁଣାରେ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ବର ଜିଲ୍ଲାର ରେମୁଣାସ୍ଥିତ ଅରମଳାଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ ପକ୍ଷରୁ ନିର୍ମିତ ଏକ ବିଦ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ କିସ୍‌ ପକ୍ଷରୁ ୩୬ କୋଟି ଓ ଇମାମୀ ପକ୍ଷରୁ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏହିଭଳି ଉଦ୍ୟମ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଇମାମୀ ଓ କିସ୍‌ର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କିସ୍‌ ପକ୍ଷରୁ ଭୁବନେଶ୍ବର, ମୟୁରଭଂଜ ଓ ବଲାଙ୍ଗୀର ଭଳି ଅନେକ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏହିଭଳି ବିଦ୍ୟାଳୟ ଖୋଲାଯିବାର ଲକ୍ଷ୍ୟ ରହିଥିବା ଖୁସିର କଥା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ପରିବର୍ତ୍ତନ ଆଣିଥାଏ। ଏଥିରେ ୧୨୦୦ ଗରିବ ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି । ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ବାଲେଶ୍ବରରେ ଇମାମୀ ଓ କିସ୍‌ର ଉଦ୍ୟମରେ ନବନିର୍ମିତ ସ୍କୁଲ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ପରିଡା ପ୍ରମୁଖ ବକ୍ତବ୍ୟ ରଖି ଏହାଦ୍ବାରା ବାଲେଶ୍ବରରେ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାରରେ ସହାୟକ ହେବ ବୋଲି ଆଶାପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କିଟ୍‌ ଓ କିସ୍‌ର ସଂସ୍ଥାପକ ତଥା ସାଂସଦ ଡଃ ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇ ଦୁର୍ବଳ ଶ୍ରେଣୀର ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବାଲେଶ୍ବର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁଟିଂକୁ ଭାବିଲେ ସତ, ହିରୋଇନକୁ ବଞ୍ଚାଇବା ପାଇଁ ଡେଇଁ ପଡିଲେ ୨ ଯୁବକ

ନୂଆଦିଲ୍ଲୀ:  ଟିକିଏ ଭାବନ୍ତୁ ଯଦି ରିଲ୍ ସିନ୍ ମଝିରେ ହିରୋଇନକୁ ବଞ୍ଚାଇବାକୁ ରିଏଲ୍ ହିରୋ ଡେଇଁ ପଡନ୍ତି ତେବେ କିପରି ଦୃଶ୍ୟ ସୃଷ୍ଟି ହୋଇଥିବ । ଆଜ୍ଞା ହଁ ଏପରି କିଛି ସିନ୍ ଘଟିଛି ଟିଭି ସିରିୟଲ୍ ‘ତେରେ ବିନା ଜିଆ ଯାଏନା’ ସୁଟିଂ ସ୍ପଟରେ । ସୁଟିଂ ଚାଲିଥିବା ସମୟରେ ହିରୋଇନକୁ କିଛି ଗୁଣ୍ଡା ମାନେ ଉଠେଇ ନେଇଯାଉଥବା ବେଳେ ସେହି ରାସ୍ତାରେ ଯାଉଥିବା ୨ଜଣ ଯୁବକ ତାଙ୍କୁ ବଞ୍ଚାଇବା ପାଇଁ ଭ୍ୟାନ ଉପରକୁ ଡେଇଁ ପଡିଥିଲେ ।

ନିକଟରେ ‘ତେରେ ବିନା ଜିଆ ଯାଏନା’ ଟିଭି ସିରିୟଲର ଏକ ଆକ୍ସନ ସିନ ସୁଟ୍ କରାଯାଉଥିଲା । ଏହି ସମୟରେ କିଛି ଏମିତି ଜିନିଷ ଘଟିଲା କି ସମସ୍ତ ଆକ୍ଟର ଓ କ୍ରୁ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଏପରି କିଛି ଘଟିଥିଲା ଡ୍ରୋମ ଏଣ୍ଟରଟେନମେଣ୍ଟର ଧମାକାଦାର  ଲଭ୍ ଷ୍ଟୋରୀ ସିରିୟଲର ଏହି ଥ୍ରୀଲର୍ ସିନରେ ।

ଏ ଘଟଣାଟି ଘଟିଥିଲା ଯେଉଁ ସମୟରେ କିଛି ଗୁଣ୍ଡାମାନେ ମିଶିକରି କୃଶା(ଅଞ୍ଜଳି ତକ୍ଷାରୀ)କୁ ଅପହରଣ କରି ନେଇ ଯାଉଥିଲେ ଏବଂ ସିରିୟଲ ହିରୋ ଦେବରାଜ(ଅବନୀଶ ରେଖୀ) କାରର ପିଛା କରି କାରର ଡ୍ରାଇଭର ଝରକାରେ ଲଟକି ଯାଇଥିଲେ । କାରକୁ ଅଟକାଇ ଗୁଣ୍ଡା ମାନଙ୍କ ଠାରୁ କୃଶାକୁ ଘାଟିରେ ଘଟିବାକୁ ଯାଉଥିବା ଦୁର୍ଘଟଣାରୁ ବଞ୍ଚାଉଥିଲେ । ସେହି ସମୟରେ ବାଇକରେ ସେହି ବାଟରେ ଯାଉଥିବା ୨ଜଣ ଯୁବକ ମଧ୍ୟ ଯୁବତୀକୁ ବଞ୍ଚାଇବାକୁ ପଛେଇ ନଥିଲେ । ମଜାର କଥା କି ସେ ଯୁବକ ଦୁଇଜଣ ଜାଣିପାରି ନଥିଲେ କି ସେ ସ୍ଥାନରେ ସିରିୟର ସିନ୍ ସୁଟିଂ କରାଯାଉଥିଲା । ସେମାନଙ୍କ ଫାଇଟ୍ ସିନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।