ଆଖି ବୁଜିଲା ଧଳା ବାଘୁଣୀ ବିଜୟା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ବିଜୟାର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବିଜୟା । ସୂଚନା ମୁତାବକ କିଛିଦିନ ଧରି ବିଜୟା ଅସୁସ୍ଥ ରହିଥିଲା । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲା । ନନ୍ଦନକାନନ ଭେଟନାରୀ ଚିକିତ୍ସାଳୟରେ ତାକୁ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

ଆଜି ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି ବିଜୟା  ।  ୧୪ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ବିଜୟାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ବାଘୁଣୀଙ୍କ ସଂଖ୍ୟା ୨୫କୁ ହ୍ରାସ ପାଇଛି ।