T20 ବିଶ୍ବକପ୍: ସୁପର ସନଡେ’ରେ ଭାରତ-ପାକିସ୍ତାନ ସୁପର୍ ମ୍ୟାଚ୍

1 min read

ମେଲବୋର୍ଣ୍ଣ: କ୍ରିକେଟ ପ୍ରେମୀ ଆଜି ଦେଖିବେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍ । ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ସାମ୍ନାସାମ୍ନି ହେବେ ଭାରତ ପାକିସ୍ତାନ । ଅପରାହ୍ଣ ସାଢ଼େ ଗୋଟାଏରେ ମେଲବୋର୍ଣ୍ଣରେ ଖେଳା ଯିବାକୁ ଥିବା ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ ।

ବିଶ୍ବକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଛି  । ୨୦୨୧ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ତାର ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି । ଆଜି ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ ।

ସାମି ଓ ଭୁବନେଶ୍ବର କୁମାରଙ୍କ ଉପରେ ବୋଲିଂ ଦାୟିତ୍ବ ରହିବ । ରୋହିତ, ରାହୁଲ, ବିରାଟ, ସୁର୍ଯ୍ୟକୁମାରଙ୍କୁ ନେଇ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ସେପଟେ ଘାତକ ବୋଲର ସାହିନ୍ ଆଫ୍ରିଦିଙ୍କୁ ନେଇ ବେଶ ଆଶାବାଦୀ ରହିଛି ପାକିସ୍ତାନ । ଶେଷଥର ଲାଗି ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତିଥିଲା ଭାରତ । ଚଳିତବର୍ଷ ଦ୍ବିତୀୟ ଥର ଟ୍ରଫି ହାତେଇବାକୁ ରଣନୀତି କରିଛି ମେନଇନ୍ ବ୍ଲୁ । ଅନ୍ୟପଟେ ଆଜି ସକାଳ ୯ଟା ୩୦ରୁ ଶ୍ରୀଲଙ୍କା ଓ ଆୟରଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେବ ।