ପାତ୍ରପଡାରେ ଅପମିଶ୍ରିତ ଟମାଟୋ ସସ୍ କାରଖାନା

ଭୁବନେଶ୍ୱର: କଟକରୁ ଭୁବନେଶ୍ବର ଲମ୍ବିଥିଲା ଜାଲ କାରବାର । ଅପମିଶ୍ରିତ ଟମାଟୋ ସସ୍ ଜବତ ପରେ କାରଖାନା ସିଲ୍ । ରାଜଧାନୀ ଉପକଣ୍ଠ ପାତ୍ରପଡାରେ ସସ କାରଖାନା ଉପରେ ଚଢ଼ାଉ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଏସିପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । କଟକରେ ମାଲଗୋଦାମ ଥାନା ଅଞ୍ଚଳରେ ଏକ ନକଲି ସସ୍ କାରଖାନା ଠାବ ହୋଇଥିଲା ।

ଉକ୍ତ ନକଲି କାରଖାନାରେ  ଚଢାଉ ବେଳେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିଲା ପୋଲିସ । ଅଟକ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପାତ୍ରପଡାରେ ଚଢ଼ାଉ କରି କାଖାନାକୁ ସିଲ କରିଛି ପୋଲିସ । କଟକ ମାଲଗୋଦାମ ଅଞ୍ଚଳରେ ବିଗତ ଦିନରେ ବିପୁଳ ପରିମାଣରେ ନକଲି ସାମଗ୍ରୀ ମିଳୁଥିଲା  । ନକଲି ସିମେଣ୍ଟ ଠାରୁ ସସ୍ ପର୍ଯ୍ୟନ୍ତ  । କିନ୍ତୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ଏହାର ଚେର  ।

କଟକରୁ ଭୁନେଶ୍ନର ଭିତରେ ଚାଲିଛି ଅପମିଶ୍ରିତ ସସ୍ କାରଖାନା  । କେବଳ ସସ୍ ନୁହେଁ ଅନ୍ୟାନ ଖାଇବା ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ  ।