spot_img
Home Blog Page 3885

୨୮ରେ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ମୁମ୍ବାଇ ପରେ ୨୮ ତାରିଖରେ ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିପାଇଁ ୨୮ ତାରିଖରୁ ଦୁଇ ଦିନିଆ ବେଙ୍ଗାଳୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବା ସହ ସେମାନଙ୍କୁ ମେକ ଇନ ଓଡିଶା କନକ୍ଲେଭ ପାଇଁ ନିମନ୍ତ୍ରଣ କରିବେ ।

ବେଙ୍ଗାଲୁରୁରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜଣାପଡିଛି । ବିଶେଷ କରି ଆଇଟି ଏବଂ ଅଟୋ ମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ବେଙ୍ଗାଳୁରୁ ଗସ୍ତ କରିବେ ।

୨ ଲକ୍ଷ ଟଙ୍କା ସହ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସର ରାତି ଅଧିଆ ରେଡ୍ । ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଲେ କଳାହାଣ୍ଡି ସଗଡ଼ା ବନବିଭାଗ ଫରେଷ୍ଟର ଯୋଗେନ୍ଦ୍ର ମାଝୀ । ତାଙ୍କଠାରୁ ନଗଦ ୨ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଫରେଷ୍ଟରଙ୍କୁ ଅଫିସକୁ ଆଣି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ଟିମ୍ । ଫରେଷ୍ଟରଙ୍କ ନାମରେ ପୂର୍ବରୁ ଅନେକ ଅଭିଯୋଗ ଆସୁଥିବା ବେଳେ ମାଲକାନଗିରି ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଥିଲା । ୨ଲକ୍ଷ ଟଙ୍କା ନେଇ ଗାଁ କୁ ଯାଉଥିବା ବେଳେ ଭବାନୀପାଟଣା ଇରିଗେଶନ ଛକ ଠାରେ ଫରେଷ୍ଟରଙ୍କୁ ଧରିଥିଲା ଟିମ୍ ।

ନବୀନଙ୍କୁ ଭେଟିଲେ ୪ ଜିଲ୍ଲାର ମିଶନ ଶକ୍ତି ମା’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ 4 ଜିଲ୍ଲାର ମିଶନ ଶକ୍ତି ମା। ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।

ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ । ମିଶନ ଶକ୍ତି ସଦସ୍ୟମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ମିଶନ ଶକ୍ତି ମା ।

ସେପଟେ ଏଭଳି ଏକ ଗୁରୁ ଦାୟିତ୍ୱକୁ ସୂଚାରୁ ରୁପେ ନିର୍ବାହ କରି ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ  ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି  ।

ଆପ୍‌ର ଦୁଇ ବିଧାୟକଙ୍କୁ ମିଳିବ ଦଣ୍ଡ, ୨୧ରେ ଶୁଣାଣି

ନୂଆଦିଲ୍ଲୀ: ଆପ୍‌ର ଦୁଇ ବିଧାୟକଙ୍କୁ ମିଳିବ ଦଣ୍ଡ  । ସାତ ବର୍ଷ ପୁରୁଣା ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଦୁଇ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ଦଙ୍ଗା ଓ ଥାନାରେ ଦୁଇ ପୋଲିସକର୍ମୀଙ୍କୁ ଆକ୍ରମଣ ଘଟଣାରେ ଦୁଇ ବିଧାୟକଙ୍କୁ ଗିରଫ କରାଯାଇଥିଲା  । ବିଧାୟକ ଅଖିଳେଶପତି ତ୍ରିପାଠୀ ଓ ସଞ୍ଜୀବ ଝାଙ୍କୁ ଏହି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି  । ମାମଲାର ଶୁଣାଣି କରି ଆହୁରି ୧୫ ଜଣଙ୍କୁ କୋର୍ଟ ଦୋଷୀ କହିଛନ୍ତି  । ଆସନ୍ତା ସେପ୍ଟେମ୍ବର ୨୧ରେ ସମସ୍ତ ଦୋଷୀଙ୍କ ଦଣ୍ଡ ଶୁଣାଇବେ ମାନ୍ୟବର କୋର୍ଟ  ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଓପନିଂ ବେଲ୍‌ ବଜାଇବେ ନବୀନ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ବେଲ୍‌ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଦିନ ମୁମ୍ବାଇ ଦଲାଲ ଷ୍ଟ୍ରିଟସ୍ଥିତ ଫିରୋଜ ଜେଜେଭଏ ଟାୱାରରେ ଥିବା ବିଏସଇରେ ନବୀନ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ମୁମ୍ବାଇ ଯିବେ  ।

ସେଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିବେ। ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ବିସ୍ତୃତ ଆଲୋଚନା କରିବେ ।

ଓଡ଼ିଶାରେ ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ନିବେଶକାରୀଙ୍କ ଅବଗତ କରାଇବେ। ଏଥିପାଇଁ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ।

ସେଠାରେ ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିଲାଗି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ଶୋ ଓ ନିବେଶକ ସମ୍ମିଳନୀ କରାଯାଉଛି। ଏହାପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ ସଫଳତାର ସହ କରାଯାଇଛି  ।

ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ: ୱୱେସି କହିଲେ ପ୍ରଳୟ ପର୍ଯ୍ୟନ୍ତ ରହିବ ମସଜିଦ, ଓକିଲ କହିଲେ ସବୁ ବିକ୍ରି ହୋଇ ଯାଇଛନ୍ତି

ନୂଆଦିଲ୍ଲୀ,ବାରଣାସୀ: ଜ୍ଞାନବାପୀ ମସଜିଦ ବିବାଦ ଉପରେ ଆଜି ସ୍ଥାନୀୟ ଜିଲ୍ଲା ଅଦାଲତ ଦେଇଥିବା ଆଦେଶକୁ ନେଇ ବର୍ଷିଛନ୍ତି ଏମଆଇଏମ୍ ନେତା ଅସଦଉଦ୍ଦିନ ୱୱେସୀ । ୱୱେସୀ କହିଛନ୍ତି ଏଭଳି ନିଷ୍ପତି ଦ୍ୱାରା ୧୯୯୧ର ପୂଜାସ୍ଥଳ ଆଇନର ଅର୍ଥ ହିଁ ସମାପ୍ତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜ୍ଞାନବାପୀ ମସଜିଦ ମାମଲା ବାବରୀ ମସଜିଦ ରାସ୍ତାରେ ଯାଉଥିବା ଭଳି ଲାଗୁଛି । ଏଭଳି ହେଲେ ଦେଶ ୮୦-୯୦ ଦଶକକୁ ଫେରିଯିବ ।

ୱୱେସି ଏହା ମଧ୍ୟ କହିଛନ୍ତି ଯେ, ଜିଲ୍ଲା କୋର୍ଟଙ୍କ ନିଷ୍ପତି ବିରୋଧରେ ମୁସଲିମ ପକ୍ଷ ହାଇକୋର୍ଟରେ ଅପିଲ କରୁ । ମସଜିଦର ଦେଖାଶୁଣା କରୁଥିବା ଇନ୍ତଜାମିଆ କମିଟି ଏହି ନିଷ୍ପତି ବିରୋଧରେ ହାଇକୋର୍ଟ ଯାଉ ବୋଲି ସେ କହିଛନ୍ତି ।

ଦସ୍ତାବିଜ୍ ଅନୁସାରେ ଏହା ମସଜିଦ

ୱୱେସୀ କହିଛନ୍ତି ଯେ, ୱାକଫ୍ ବୋର୍ଡର ୧୯୪୨ ଗେଜେଟରେ ଏହାକୁ ମସଜିଦ ଓ ମସଜିଦ୍ ୱାକଫ ବୋର୍ଡର ସମ୍ପତି ବୋଲି କୁହାଯାଇଛି । ବାବ୍ରି ମସଜିଦ ରାୟ ଆସିଥିବା ବେଳେ ମୁଁ କହିଥିଲି ଯେ, ଆଗକୁ ଆହୁରି ସମସ୍ୟା ଉତ୍ପନ ହେବ । ଅଦାଲତର ଏହି ନିଷ୍ପତି ଦ୍ୱାରା ଦେଶ ଅସ୍ଥିର ହେବ ।

ସୂଚନାଯୋଗ୍ୟ ଯେ, ଆଜିର ଆଦେଶରେ ଅଦାଲତ ହିନ୍ଦୁ ପକ୍ଷର ଯୁକ୍ତିକୁ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ମୁସଲିମ ପକ୍ଷର ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ । ମୁସଲିମ ପକ୍ଷ ଯୁକ୍ତି କରିଥିଲା ଯେ, ଜ୍ଞାନବାପୀ କ୍ଷେତ୍ରରେ ୧୯୯୧ର ପୂଜାସ୍ଥଳ ଆଇନ ଲାଗୁ ହେଉଛି । ଅର୍ଥାତ ଜ୍ଞାନବାପୀର ସ୍ୱରୂପକୁ ବଦଳା ଯାଇ ପାରିବ ନାହିଁ । କିନ୍ତୁ ଅଦାଲତ ଏହାକୁ ମାନିନଥିଲେ  ।

ଓକିଲ କହିଲେ ସବୁ ବିକ୍ରି ହୋଇଯାଇଛନ୍ତି

ଅଦାଲତଙ୍କ ନିଷ୍ପତି ପରେ ହିନ୍ଦୁ ପକ୍ଷ ଉତ୍ସବ ମନାଇଥିଲା । ଅନ୍ୟପକ୍ଷରେ ମୁସଲିମ୍ ପକ୍ଷର ଓକିଲ ଏହା ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଥିଲେ । ଏହା ସହିତ ସେ ସମସ୍ତେ ବିକ୍ରି ହୋଇଯାଇଛନ୍ତି ଭଳି ବିବାଦୀୟ ବୟାନ ମଧ୍ୟ ଦେଇଥିଲେ । ସେହିପରି ଏଆଇଏମଆଇଏମ ମୁଖ୍ୟ ୱୱେସୀ କହିଛନ୍ତି ଯେ ପ୍ରଳୟ ପର୍ଯ୍ୟନ୍ତ ମସଜିଦ ଥିଲା ଓ ମସଜିଦ ରହିବ  ।

୧୬ରେ କୂଆଖାଇ କୂଳରେ ସୂର୍ଯ୍ୟକିରଣ ଶୋ’, ଦମ୍‌ ଦେଖାଇବ ବାୟୁସେନା

ଭୁବନେଶ୍ବର: ଓଡିଶା ଆକାଶରେ ଉଡିବ ଯୁଦ୍ଧ ବିମାନ । ବାୟୁସେନା ଦେଖାଇବ ଦମ୍ । ଶୋ’ ପାଇଁ ପ୍ରସ୍ତୁତ ୯ ଲଢୁଆ ବିମାନ । ଦର୍ଶକ ଦେଖିବେ ୪୫  ମିନିଟର ଚିତ୍ତାକର୍ଷକ ଶୋ’ । ସୁରକ୍ଷା ନେଇ କମିଶନରେଟ ପୋଲିସର ସମରସଜ୍ଜା । ଆସନ୍ତା ୧୬ ରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି  ।

ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଓ ଡିସିପି । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ସେନେଇ ସମୀକ୍ଷା କରାଯାଇଛି । ୪୫ ମିନିଟର ଏହି ସୋ ପାଇଁ ୧୦ ଟାରୁ ୧୧ ଏବଂ ୪ଟା ୧୫ରୁ ୫ଟା ୧୫ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି । ଏୟାର ସୋ ରେ ୮୦ ରୁ ୯୦ ଜଣ ସଦସ୍ୟ ସାମିଲ ହେବେ । ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଏୟାର ସୋ କରାଯିବ । ଏଥିପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅନୁମତି ଦେବ । ଏୟାର ସୋ କୁ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି ।

ହାଇଟେକ ଛକରୁ ଜରିପାଟଣା ରାସ୍ତାରେ କିଭିଳି ଜାମ ନ ହେବ ସେ ନେଇ ଟ୍ରାଫିକ ପୋଲିସ ନଜର ରଖିବ। କୁଆଖାଇ ନଦୀ ପଠା ଓ ଅପରେ ପଟେ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ମୁତୟନ ହେବେ । ସେହିଭଳି ପୂର୍ତ୍ତ ବିଭାଗ ପକ୍ଷରୁ ମାଟି ପକାଇ ସମତୁଳ କରିବା ସହିତ ପ୍ରସ୍ତୁତି ଜାରିରଖିଛି  ।

ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରେ ଇଣ୍ଡକ୍ସନ ଟିମ ପହଞ୍ଚିବାର ଥିଲା । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍ । ୧୩ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ ଆସିବ । ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡବାଏ ରହିବ । ୧୫ ତାରିଖରେ ହେବ ଅଭ୍ୟାସ । ସେପଟେ ଭୁବନେଶ୍ବରରେ ପ୍ରଥମ ଥର ଏପରି ସୋ ହେଉଥିବାରୁ ଜରିପାଟଣା ଅଞ୍ଚଳରେ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି  ।

ତେବେ ପୁରୀରେ ୧୮ ତାରିଖରେ ବେଳାଭୂମିରେ ଏହି ସୋ ହେବ । ଭୁବନେଶ୍ବର, ପୁରୀ ପରେ ଆସାମର ଗୌହାଟୀରେ ଏହି ସୋ ହେବ ।

ଟି ୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଟିମ ଘୋଷଣା, ଫେରିଲେ ବୁମରାହ-ହର୍ଷଲ

ଭୁବନେଶ୍ବର: T-20 ବିଶ୍ବକପ ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍  । ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ଖେଳିବ ଭାରତ  । କେ ଏଲ ରାହୁଲ ହେଲେ ଉପଅଧିନାୟକ  । ୧୫ଜଣିଆ ଟିମ ଘୋଷଣା କରିଛି ବିସିସିଆଇ । ରିଷଭ ପନ୍ଥ ଓ ଦିନେଶ କାର୍ତ୍ତିକ ଓ୍ବିକେଟ ରକ୍ଷକ । ଦଳକୁ ଫେରିଲେ ବୁମରାହ ଓ ହର୍ଷଲ ପଟେଲ୍ । ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ବୀନି, ଚହଲ, ଅକ୍ଷର ପଟେଲ୍ ଟିମରେ ସାମିଲ । ଏହା ସହିତ ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂ ଦଳରେ ସାମିଲ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଟି-୨୦ ଓ୍ବାଲଡ କପ୍ ଆରମ୍ଭ ହେବ ।

ସୋନାଲି ହତ୍ୟାର ତଦନ୍ତ କରିବ ସିବିଆଇ, ସୁପାରିଶ କଲେ ଗୋଆ ସରକାର

ପାଣାଜୀ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ ମର୍ଡର ମିଷ୍ଟ୍ରି । ସିବିଆଇକୁ ମାମଲା ହସ୍ତାନ୍ତର କରିବ ଗୋଆ ପୋଲିସ । ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

ଗୋଆ ପୋଲିସ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ମାତ୍ର ସୋନାଲିଙ୍କ ପରିବାର ଲୋକଙ୍କ ଦାବି ଯୋଗୁ ମାମଲାକୁ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର କରାଯିବ ବୋଲି ଗୋଆ ସିଏମ୍ କହିଛନ୍ତି । ଗୋଆର ଏକ ହୋଟେଲରେ ଅତ୍ୟଧିକ ଡ୍ରଗ୍ସ ସେବନ ଯୋଗୁ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ସୋନାଲିଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ ପରିବାର ଲୋକେ ।

ସୋନାଲିଙ୍କ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି  । ଗୋଆ ପୋଲିସ ଅଗଷ୍ଟ ୨୬ରେ ମୁଖ୍ୟ ଅଭିଯୁକ୍ତ ସୁଧୀର ସାଙ୍ଗୱାନଙ୍କ ସମେତ ୫ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି  ।

ସୋନାଲିଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ହିସାର, ରୋହତକ, ଗୁରୁଗ୍ରାମ ସହ ହରିୟାଣାର ଅନେକ ସ୍ଥାନରେ ଚଢାଉ କରିଥିଲା  । କିନ୍ତୁ ଗୋଆ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ସୋନାଲିଙ୍କ ପରିବାର ସିବିଆଇ ତଦନ୍ତି ଦାବି କରିଥିଲେ ।

ସହକାରୀ ଶିକ୍ଷକଙ୍କୁ ବଦଳି ନ କରିବା ଦାବିରେ ବିଇଓଙ୍କୁ ମାଡ ମାରି ଲହୁଲୁହାଣ

ବାଲେଶ୍ବର: ସୋର ବ୍ଲକ ଶିକ୍ଷାଧିକାରୀଙ୍କୁ  ଗୋଡାଇ ଗୋଡାଇ ମାଡ଼ ମାରିଲେ ଗ୍ରାମବାସୀ । ବ୍ଲକରୁ ମିଳିତ ଜନ ଶୁଣାଣି ସାରି ଫେରୁଥିବା ବେଳେ ବ୍ଲକ ଫାଟକ ନିକଟରେ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣର ପ୍ରକୃତ କାରଣ ଜଣାପଡିନାହିଁ  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି  ।

ବାଲେଶ୍ଵର ଜିଲ୍ଲା ତେଣ୍ଟେଇ ଭିକାରୀ ଚରଣ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ବିଶ୍ବାଳଙ୍କୁ ବଦଳି ନକରିବା ଦାବିରେ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି  ।

ତେଣ୍ଟେଇ ଗାଁର କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଶିକ୍ଷଧିକାରୀଙ୍କ ମୁଣ୍ଡ ଓ ହାତରେ ଗଭୀର  ଆଘାତ ଲାଗିଛି  । ସୁଧାଂଶୁ ଶେଖର ଜେନାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି  ।