ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସଭାପତି ଦିଲୀପ ତିର୍କୀ

ଭୁବନେଶ୍ୱର: ଆକ୍ସନ ମୁଡରେ ହକି ଇଣ୍ଡିଆ । ହକି ଇଣ୍ଡିଆର ସଭାପତି ଭାବେ ଡ଼ ଦିଲୀପ ତିର୍କୀ ଦାୟିତ୍ୱ ନେବା ହକିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି । ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ । ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ. ଦିଲୀପ ତିର୍କୀ । ଏନେଇ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି ।

୧୬ ବର୍ଷ ବୟସରୁ କିପରି ସେମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରିଛି । ଏହି ଦୁଇଟି ପୋଜିସନ ଡ୍ରାଗ୍ ଫ୍ଲିକର ଓ ଗୋଲକିପର ବିଭାଗ ମର୍ଡନ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଗ୍ରାସରୁଟରୁ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଫୋକସ ଦିଆଯାଉଛି । ଗ୍ରାସରୁଟ ଲେବୁଲରେ ଅଧିକ ପୁଅ ଝିଅ କିପରି ହକିରେ ସାମିଲ ହୁଅନ୍ତୁ ଏବେ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରାଯିବାକୁ ଲକ୍ଷ୍ୟ ରଖିଛି ହକି ଇଣ୍ଡିଆ । ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି ।

ତାହାର କାରଣର ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି । ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକପିର କୋଚ୍ ରହିଛନ୍ତି । ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଳ ହେଉଛି । ଡ. ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ଭାରତୀୟ ହକି ଟିମ୍ ତାର ତାର ପୂର୍ବ ଗୌରବକୁ ଫେରିପାଇବା ପାଇଁ ଏବେ ଅନେକ ପଦକ୍ଷେପ ନେଉଛନ୍ତି ।