ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ

1 min read

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାସ୍, ଶୀତ ଅଧିବେଶନ ଶେଷ । ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି । ବିଧାନସଭାରେ ଆଜି 2022-23 ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଛି । ଏହାସହ 2021-22 ବର୍ଷର ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଅନୁପସ୍ଥିତିରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଆଜି ପୁଣି ଶାସକ ବିଜେଡି ଦାବି କରିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ଶୀତକାଳୀନ ଅଧିବେଶନର କାର୍ଯ୍ୟ ଅଧିକାଂଶ ଦିନ ବାଧାପ୍ରାପ୍ତ ହେଉଥିଲା । ଏହି କାରଣରୁ ମାତ୍ର ୮ ଦିନ ଚାଲି ଧାର୍ଯ୍ୟ ସମୟ ପୂର୍ବରୁ ଶୀତ ଅଧିବେଶନ ଆଜି ଶେଷ ହୋଇଛି ।