ନାବାଳିକା ସହ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ମହନ୍ତ ସରଜୁ ଦାସ ଗିରଫ

ଭିଲୱାଡା: ରାଜସ୍ଥାନର ଜୋଧପୁର ଜେଲରେ ଗତ ୯ ବର୍ଷ ହେବ ବନ୍ଦୀ ଥିବା ଆଶାରାମଙ୍କ ଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଆଶାରାମଙ୍କ ଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଏହି ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଭିଲୱାଡା, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ଅଯୋଧ୍ୟାରେ ମୋଟ ୫ଟି ଆଶ୍ରମର ମହନ୍ତ ଅଟେ । ତାଙ୍କ ନାଁ ହେଉଛି ମହନ୍ତ ସରଜୁ ଦାସ । ଏସିଡ ଆକ୍ରମଣ ଏବଂ ଯୌନ ଶୋଷଣ ଅଭିଯୁକ୍ତ ସରଜୁ ଦାସଙ୍କୁ ରାଜସ୍ଥାନ ପୋଲିସ ବୁଧବାର ଗିରଫ କରିଛି । ମହନ୍ତ ସରଜୁ ଦାସଙ୍କୁ ଏବେ ଅବଶ୍ୟ ଗିରଫ କରାଯାଇଛି କିନ୍ତୁ ବିବାଦ ସହ ତାଙ୍କର ସମ୍ପର୍କ ବହୁତ ପୂରୁଣା ।

ମହନ୍ତ ସରଜୁ ଦାସ ଡାଙ୍ଗର ହନୁମାନ ମନ୍ଦିର ଘୋଡାସ ବ୍ୟତୀତ ଅଯୋଧ୍ୟା ଏବଂ ମହାରାଷ୍ଟ୍ରର ପାଞ୍ଚଟି ଆଶ୍ରମର ମୁଖିଆ ମଧ୍ୟ ଅଛି । ପୋଲିସ ଅନୁସାରେ, ମହନ୍ତ ଆଶ୍ରମରେ ଘୃଣ୍ୟ କାର୍ଯ୍ୟ କରୁଥିଲା । ଏହାର ପର୍ଯ୍ୟାପ୍ତ ପ୍ରମାଣ ମିଳିଛି । ବାବାଙ୍କ ବେଶରେ ମହନ୍ତ ସରଜୁ ଦାସ ଆଶ୍ରମରେ ଅନୈତିକ କାର୍ଯ୍ୟ କରୁଥିଲା । ମହନ୍ତ ସରଜୁ ଦାସଙ୍କ ବିରୋଧରେ ୬ ଡିସେମ୍ବରରେ ଜଣେ ମହିଳା ଏସିଡ ଆକ୍ରମଣର ମାମଲା ରୁଜୁ କରାଇଥିଲେ । ଏହାପରେ ମହିଳାଙ୍କ ନାବାଳିକା ଝିଅ ଦୁଷ୍କର୍ମ ଏବଂ ଯୌନ ଶୋଷଣର ମାମଲା ରୁଜୁ କରାଇଥିଲେ । ଉଭୟ ମାଆ ଓ ଝିଅ ଡାଙ୍ଗର ହନୁମାନ ମନ୍ଦିରରେ ରହି କାମ କରୁଥିଲେ ।

ଏସିଡ ଆକ୍ରମଣରେ ପୋଲିସକୁ ପ୍ରମାଣ ମିଳିନଥିଲା । କିନ୍ତୁ ଯୌନ ଶୋଷଣ ଏବଂ ପୋକ୍ସୋ ଆକ୍ଟ ମାମଲାରେ ପୋଲିସ ହାତରେ ପ୍ରମାଣ ଲାଗିଛି । ପ୍ରାୟ ଦୁଇ ବର୍ଷ ଧରି ନାବାଳିକାଙ୍କ ସହ ମହନ୍ତ ସରଜୁ ଦାସ ଦୁଷ୍କର୍ମ କରିଥିଲା । ଏମିତିକି ପୋଲିସରେ କହିଲେ ମାରିଦେବାକୁ ମଧ୍ୟ ଧମକ ଦେଉଥିଲା । ଭିଲୱାଡା ପୋଲିସ ଆରକ୍ଷୀ ଅଧିକ୍ଷକ ଆଦର୍ଶ ସିଦ୍ଧୁ କହିଛନ୍ତି ଯେ, ପୋଲିସ ତଦନ୍ତରେ ଅଭିଯୋଗ ପ୍ରମାଣିତ ହେବା ପରେ ସରଜୁ ଦାସକୁ ଗିରଫ କରାଯାଇଛି । ବାବା ଜଣଙ୍କ ଆଶ୍ରମରେ ଅନୈତିକ କାର୍ଯ୍ୟ କରୁଥିଲା । ତାଙ୍କ ବିରୋଧରେ ମାଣ୍ଡଲ ଥାନାରେ ୭ ଦିନ ପୂର୍ବେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଆଶ୍ରମର କିଛି ଶିଶୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ପୋକ୍ସୋ ଆକ୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ସରଜୁ ଦାସର ପୋଟେନ୍ସି ଟେଷ୍ଟ ମଧ୍ୟ କରାଯିବ । ଘୋଡାସ ଗାଁର ଡାଙ୍ଗର ହନୁମାନ ମନ୍ଦିର କରେଡାର ଚମ୍ପା ବାଗ ସହ ସରଜୁ ଦାସ ୫ ଆଶ୍ରମରେ ମୁଖିଆ ରହିଛି । ୫ ଆଶ୍ରମ ମଧ୍ୟରେ ମହାରାଷ୍ଟ୍ରର ଜଲଗାଓଁ, ବଦ୍ରୀନାଥ ଏବଂ ଅଯୋଧ୍ୟା ଆଶ୍ରମ ସାମିଲ ଅଛି । ଏହି ୫ ଆଶ୍ରମ ଅତିରିକ୍ତ ମହନ୍ତଙ୍କ ନାଁ ଘୋଡାସଙ୍ଗାୱରେ କୃଷି ଭୂମି, କରେଡା ବସ ଷ୍ଟାଣ୍ଡ ପାଖ ଚମ୍ପାବାଗ ମଧ୍ୟ ରହିଛି । ମହନ୍ତ ସରଜୁ ଦାସ ବିରୋଧରେ ୬ ଡିସେମ୍ବରରେ ଏସିଡ ଆକ୍ରମଣର ମାମଲା ରୁଜୁ ହୋଇଥିଲା ।

ଏହାପରେ ୮ ଡିସେମ୍ବରରେ ତାଙ୍କର କିଛି ସମର୍ଥ ଭିଲୱାଡା ଜିଲ୍ଲା କଲେକ୍ଟର ବିରୋଧରେ ବିକ୍ଷୋଭ କରିଥିଲେ । ପ୍ରାୟ ୫୦ ବର୍ଷୀୟ ସରଜୁ ଦାସ ଡାଙ୍ଗର ହନୁମାନ ମନ୍ଦିର ଘୋଡାସର ମହନ୍ତ ଗୋବିନ୍ଦ ଦାସ ମହାରାଜଙ୍କ ନିଧନ ପରେ ୨୦୦୬ରେ ମହନ୍ତ ହୋଇଥିଲା । ନିଜ ଗୁରୁ ଗୋବିନ୍ଦ ଦାସଙ୍କ ସ୍ମୃତିରେ ଗୋବିନ୍ଦ ସରୋବରର ନିର୍ମାଣ କରାଇଥିଲା । ସରଜୁ ଦାସଙ୍କ ଅନୁଗାମୀ ଏହା ମଧ୍ୟ କୁହନ୍ତି ଯେ ସରଜୁ ଦାସ ୪ ମାସ ଜଳ ତପସ୍ୟା ଏବଂ ୪ ମାସ ଅଗ୍ନି ତପସ୍ୟା କରୁଥିଲା । ଜଳ ତପସ୍ୟାରେ ସରଜୁ ଦାସ ଉପରେ ଶୀତ ଦିନରେ ଭର୍ତ ୪୦ ରୁ ୫୦ ମିନିଟ ପର୍ଯ୍ୟନ୍ତ ୧୦୮ କଳସୀ ଥଣ୍ଡା ପାଣି ଢାଳୁଥିଲେ । ମୁଣ୍ଡ ଉପରେ ଜଳନ୍ତା ନିଆଁର ଖପରା ରଖି ତପସ୍ୟା ମଧ୍ୟ କରୁଥିଲା ।