spot_img
Home Blog Page 38

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ କୃଷ୍ଣ-ବଳରାମ ବେଶ

ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ କୃଷ୍ଣ ବଳରାମ ବେଶ। ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଏହି ବେଶ ଅନୁଷ୍ଠିତ ହେବ। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୂପରେ, ବଡ଼ଠାକୁର ବଳଭଦ୍ର ବଳରାମ ରୂପରେ ଏବଂ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇଥାନ୍ତି। ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ ଧାରଣ କରିଥାନ୍ତି। ସେହିପରି ବଡ଼ଠାକୁର ବଳଭଦ୍ର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥାନ୍ତି। ଉଭୟ ଶ୍ରୀଜଗନ୍ନାଥ ଓ ବଳରାମ ପଦକୁ ଛନ୍ଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି।

ଏହି ବେଶରେ ଦେବୀ ସୁଭଦ୍ରା ଏକ ଛୋଟ ଖଟୁଳି ଉପରେ ପଦ୍ମାସନରେ ଉପବେଶନ କରିଥିବା ଭଳି ଦର୍ଶନ ଦିଅନ୍ତି। ବର୍ଷକ ମଧ୍ୟରେ ଏହି ଗୋଟିଏ ଦିନ ଦେବୀ ସୁଭଦ୍ରା ଚାରି ଭୁଜ ଧାରଣ କରନ୍ତି। ତଳ ଦୁଇ ଭୁଜରେ ଅଭୟ ଓ ବରଦ ମୁଦ୍ରା ଏବଂ ଉପର ଦୁଇ ଭୁଜରେ ପାଶ ଓ ଅଙ୍କୁଶ ଧାରଣ କରିଥାନ୍ତି।

କୃଷ୍ଣ ବଳରାମ ବେଶରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଚୁଳ ଧାରଣ କରିଥାନ୍ତି। ଏଥିରେ ସୋଲ ନିର୍ମିତ କଦମ୍ବଫୁଲ, ମଲ୍ଲି କଢ଼ି ପ୍ରଭୃତି ଖଞ୍ଜାଯାଇଥାଏ। ତିନିଠାକୁର ସୋଲ ନିର୍ମିତ କିରୀଟ ମଧ୍ୟ ପରିଧାନ କରିଥାନ୍ତି। ଶ୍ରୀବିଗ୍ରହଙ୍କ ସମ୍ମୁଖ ଭାଗରେ କାଠ ନିର୍ମିତ ଚାରୋଟି ଗାଈ ବାଛୁରୀ ସମେତ ନନ୍ଦ, ଉପନନ୍ଦ, ବସୁଦେବ, ଚତୁର୍ମୁଖ ବ୍ରହ୍ମା, ସହସ୍ରଚକ୍ଷୁ ଇନ୍ଦ୍ର, ନାରଦ, ଦେବକୀ, ଯଶୋଦା, ରୋହିଣୀ, ଗୋପୀ ଓ ଗୋପାଳ ପ୍ରଭୃତିଙ୍କୁ ରଖାଯାଇଥାଏ। ଏହି ବେଶ ଦର୍ଶନ କଲେ ଗୋପୀ ଓ ଗୋପାଳଙ୍କ ସହ କୃଷ୍ଣ-ବଳରାମ ବୃନ୍ଦାବନରେ ଲୀଳା କରୁଥିବା ଭଳି ପ୍ରତୀୟମାନ ହୁଏ।

ନେପାଳର ପିଛା ଛାଡୁନି ବିପତ୍ତି, ନେପାଳ-ତିବ୍ବତ ସୀମାରେ ୫.୩ ତୀବ୍ରତାର ଭୂକମ୍ପ

ନନ୍ଦିଘୋଷ ବ୍ୟୁରୋ : ନେପାଳର ପିଛା ଛାଡୁନି ବିପତ୍ତି। ନେପାଳ-ତିବ୍ବତ ସୀମାରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିବା ଜଣାପଡ଼ିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ସିସମୋଲୋଜିକାଲ ସେଣ୍ଟର (EMSC) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଭୂଗର୍ଭର ପ୍ରାୟ ୩୫ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୬ରେ ନେପାଳରେ ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍ ହୋଇଥିଲା। ଗ୍ଲାସିୟର ଧସିବା ଯୋଗୁଁ ଏହି ବିପର୍ଯ୍ୟୟ ଘଟିଥିବା କୁହାଯାଇଥିଲା। ଏଥିରେ ପ୍ରାୟ ୧୩୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୫ ହଜାରରୁ ଅଧିକ ଲୋକଙ୍କ ଏଯାଏଁ ପତ୍ତା ମିଳିନାହିଁ। ନିଖୋଜଙ୍କ ସନ୍ଧାନ ପାଇଁ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

ରୋଜଗାର ଦେଉଛି ମାଛ ଚାଷ

ନନ୍ଦିଘୋଷ ବ୍ୟୁରୋ : ରୋଜଗାର ଦେଉଛି ମାଛ ଚାଷ । ମାଛ ଜାଆଁଳ ଚାଷ କରି ସ୍ଵାବଲମ୍ବୀ ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁର ଫକିର ମେହେର । ନିଜର ୨୨ ଏକର ଜମିରେ ୩ଟି ଛୋଟ ପୋଖରୀ ଖୋଳି କରୁଛନ୍ତି ମାଛ ଜାଆଁଳ ଚାଷ । ବାର୍ଷିକ ୧୦ ରୁ ୧୨ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର । ଫକିରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ ମଧ୍ୟ କରିଛନ୍ତି ।…

ଫକୀଙ୍କ ମାଛ ଜାଆଁଳ ଚାଷ ବହୁ ଲୋକଙ୍କୁ ପ୍ରେରଣା ଦେଇଛି । ଜାଆଁଳ ଚାଷ କରି ସେ ନିଜେ ସ୍ଵାବଲମ୍ବୀ ହେବା ସହ ୧୦ ଜଣଙ୍କୁ ଦେଇଛନ୍ତି ରୋଜଗାର । ନିଜ ଅଞ୍ଚଳରେ କାମ ପାଇ ଶ୍ରମିକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।…

ଫକିରଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

 

ବୌଦ୍ଧରେ ପଥର ମାଫିଆଙ୍କ ରାଜ୍

ନନ୍ଦିଘୋଷ ବ୍ୟୁରୋ : ବୌଦ୍ଧରେ ପଥର ମାଫିଆଙ୍କ ରାଜ୍ । ଚାଲିଛି ବେଧଡ଼କ ପଥର ବ୍ଲାଷ୍ଟିଂ  । ଧୂଳିଧୂଆଁରେ ଆକ୍ତାମାକ୍ତ ଲୋକେ । ବାହାରକୁ ହେଉଛି ଟ୍ରିପ ଟ୍ରିପ ପଥର ଚୋରା ଚାଲାଣ । ନିଘୋଡ଼ ନିଦରେ ପ୍ରଶାସନ ।… ଖରଭୂଇଁ ଅଞ୍ଚଳର ବିଭିନ୍ନ ପଥର କୁଆଁରୀରେ ବିନା ଅନୁମତିରେ ବ୍ଲାଷ୍ଟିଂ ହେଉଥିବା ଅଭିଯୋଗ ହୋଇଛି । ରାତିରେ ପାହାଡ଼ ଫଟାଇ ଜେସିବି ସହାୟତାରେ ପଥର ଉଠାଉଛନ୍ତି ମାଫିଆ । ଯେଉଁଥିରେ ପରିବେଶ ନଷ୍ଟ ହେବା ସହ ସରକାର କୋଟିକୋଟି ଟଙ୍କାର ରାଜସ୍ଵ ହରାଉଥିବା ଅଭିଯୋଗ ହୋଇଛି ।…

ଖଣି ବିଭାଗର ସୂଚନା ଅନୁଯାୟୀ, ଆଶୀର୍ବାଦ କନଷ୍ଟ୍ରକ୍ସନକୁ ପଥର ସଂଗ୍ରହ ପାଇଁ ଅନୁମତି ମିଳିଛି । କିନ୍ତୁ ବ୍ଲାଷ୍ଟିଂ ପାଇଁ କୌଣସି ଅନୁମତି ଦିଆଯାଇନାହିଁ । କିଛିଦିନ ତଳେ ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ ଜବତ କରିଥିଲେ ମଧ୍ୟ ପୁଣି ବ୍ଲାଷ୍ଟିଂ ଚାଲୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକାରୀ ।…

ବିନା ଅନୁମତିରେ ପଥର ବ୍ଲାଷ୍ଟିଂ ଏବଂ ପଥର ଉତ୍ତୋଳନକୁ ନେଇ ବଢ଼ୁଛି ଚିନ୍ତା । ବେଆଇନ କାରବାର ଉପରେ କେବେ ଲାଗୁଛି ରୋକ ? କେବେ ଦୋଷୀଙ୍କ ବିରୋଧରେ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ? ତାହା ଦେଖିବାକୁ ବାକି ରହିଲା ।

ଗାଁକୁ ନାହିଁ ପକ୍କା ରାସ୍ତା

ନନ୍ଦିଘୋଷ ବ୍ୟୁରୋ : ଗାଁକୁ ନାହିଁ ପକ୍କା ରାସ୍ତା । ଆବଡ଼ାଖାବଡ଼ା ରାସ୍ତା ପାଲଟିଛି ଯୋଗାଯୋଗର ମାଧ୍ୟମ । ଭାରରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ । ନିଦାବିଷ୍ଣୁ ପ୍ରଶାସନ ।… କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଳକ ରାଲେଗାଡା ପଞ୍ଚାୟତ ବଡାପାଡୁ ଗାଁକୁ ନାହିଁ ପକ୍କା ରାସ୍ତା । ଜରୁରୀ ସମୟରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନକୁ ଜଣାଇ ସାରିଲେଣି, ହେଲେ ଫଳ ଶୂନ । ଖାଲି ମିଳୁଛି ଫମ୍ପା ପ୍ରତିଶୃତି ।…

ବଡାପାଡୁ ଗାଁକୁ ରାସ୍ତା ନଥିବାରୁ ପାହଡ଼ି ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ବର୍ଷା ଦିନେ ସମସ୍ୟା ଦ୍ଵିଗୁଣିତ ହୋଇଯାଏ । ହେଲେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ସେପଟେ ଭିବିଜି ରାମଜିରେ ରାସ୍ତା କାମ କରିବାକୁ ରଖାଯାଇଛି । ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।…

କେବେ ବଡାପାଡୁ ଗାଁକୁ ହେଉଛି ରାସ୍ତା ନିର୍ମାଣ ? କେବେ ସୁବିଧାରେ ଯାଆସ କରୁଛନ୍ତି ଲୋକେ ? ତାହା ଦେଖିବାକୁ ବାକି ରହିଲା ।

ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ …ଦିନକୁ ଦିନ ବଢୁଛି ସଂକ୍ରମଣ…ଜୁଲାଇ ମାସରେ ୨ ହଜାର ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ … ୩ ଜଣଙ୍କ ମୃତ୍ୟୁ ଅଭିଯୋଗ… ସ୍ଥିତି ପରଖିବାକୁ ଜିଲ୍ଲାରେ ଡେରା ପକାଇଛନ୍ତି ରାଜ୍ୟସ୍ତରୀୟ ଟିମ୍…ଏଯାଏଁ ୪ ଲକ୍ଷ ୧୫ ହଜାର ମଶାରିବଣ୍ଟନ…ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ସରକାରଙ୍କ ପକ୍ଷରୁ ନିଆଯାଉଛି ଅନେକ କାର୍ଯ୍ୟକ୍ରମ …

୨୦୧୬ରେ ଜିଲ୍ଲାରେ ୪୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ପରବର୍ତ୍ତୀ ବର୍ଷଗୁଡ଼ିକରେ ସଂକ୍ରମଣ କମିଥିଲା। ସରକାରୀ ପଦକ୍ଷେପକୁ ମିଳିଲା। ପ୍ରଶଂସା।ହେଲେ ୨୦୨୪ ପରଠାରୁ ପୁଣି ଉପରମୁହାଁ ସଂକ୍ରମଣ । ତାହେଲେ କେଉଁଠି ରହିଗଲା ନିୟନ୍ତ୍ରଣ?“ମାଲେରିଆ ନିୟନ୍ତ୍ରଣ ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ଲୋକଙ୍କୁ ସଚେତନ କରାଯାଉଛି। ରକୁ ନମୁନା ପରୀକ୍ଷା ମଧ୍ୟ ବଢ଼ାଯାଇଛି । ଆଗାମୀ ଦିନରେ ମ୍ୟାଲେରିଆକୁ ଶୂନ୍ଯ କରିବା ଦିଗରେ ପଦକ୍ଷେ ନିଆ ଯିବ।”ଅନ୍ୟପଟେ,

ମାଲକାନଗିରିର ଏହି ସ୍ଥିତି ଏବେ ରାଜ୍ୟସ୍ତରରେ ବି ଚିନ୍ତା ବଢ଼ାଇଛି । ଭୁବନେଶ୍ବରର ଖାରବେଳ ଭବନରେ ବସିଥିବା ରାଜ୍ୟସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ମାଲକାନଗିରିର ମ୍ୟାଲେରିଆ ସ୍ଥିତି ନେଇ ହୋଇଛି ବିଶେଷ ଆଲୋଚନା। ସ୍ଥିତି ପରଖୁବା ପାଇଁ ଅତିରିକ୍ତ ନିର୍ଦ୍ଦେଶକ ଭେକ୍ଟର ବୋର୍ନ ଡିଜିଜ୍‌ଙ୍କ ନେତୃତ୍ବରେ ଜିଲ୍ଲାକୁ ଆସିଛନ୍ତି ରାଜ୍ୟସ୍ତରୀୟ ଟିମ୍।

 

ଭୁଶୁଡିଲା ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବହୁତଳ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭ ଜୀବନ ଯିବାର ଦିନକ ପରେ ରାଜଧାନୀର ଡେଲ୍‌ଟା ଛକ ନିକଟରେ ଆଉ ଏକ ବଡ଼ ଅଘଟଣ ଘଟିଛି। ଡେଲଟା ଛକ ନିକଟରେ ନିର୍ମାଣାଧୀନ ବହୁତଳ ବିଶିଷ୍ଟ କୋଠାର ବେସମେଣ୍ଟର ଛାତ ହଠାତ୍ ଭୁଶୁଡ଼ି ଯାଇଛି ।  ବେସମେଣ୍ଟ୍‌ରେ ରାତିରେ ଶ୍ରମିକମାନେ ଶୋଉଥିବାରୁ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡେଲଟା ଛକ ନିକଟରେ ଏକ କମ୍ପାନୀ ପକ୍ଷରୁ ଲୁହା ଢାଞ୍ଚାରେ ବହୁତଳ ମହଲା ଅଟ୍ଟାଳିକା ନିର୍ମାଣ ହେଉଛି।

ଏହି ନିର୍ମାଣ କାର୍ଯ୍ୟରେ ପ୍ରତିଦିନ ଶତାଧିକ ଶ୍ରମିକ କାମ କରୁଛନ୍ତି ଓ ରାତିରେ ପ୍ରାୟ ୨୦ ରୁ ୩୦ ଜଣ ଶ୍ରମିକ ସେଠାରେ ରାତ୍ରୀଯାପନ କରନ୍ତି। ରବିବାର ରାତିରେ ଶ୍ରମିକମାନେ ଖାଇପିଇ ସାରି ବେସମେଣ୍ଟ୍‌କୁ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ହଠାତ୍ ବେସମେଣ୍ଟ୍‌ର ଛାତ ମଡ଼ମଡ଼ କରି ଭୁଶୁଡି ପଡ଼ିଥିଲା । ଛାତ ଭୁଶୁଡ଼ିବା ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ଆଖପାଖ ଅଞ୍ଚଳରେ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା। ହଠାତ୍ ଛାତ ଭୁଶୁଡ଼ି ପଡ଼ିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ାଦୌଡ଼ି କରି ଘଟଣାସ୍ଥଳରୁ ବାହାରି ଆସିଥିଲେ । ପ୍ରଚଣ୍ଡ ଶବ୍ଦ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର ସିକ୍ୟୁରିଟି ବଳୟରେ ଥିବା ଯୋଗୁଁ ବାହାର ଲୋକମାନେ ସେଠାକୁ ଯାଇ ପାରି ନ ଥିଲେ ।….

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ

ନନ୍ଦିଘୋଷ ବ୍ୟୁରୋ : ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁମାନଙ୍କର କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ନୀତି ମଧ୍ୟ ସମାପନ କରାଯାଇଥିଲା। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ। ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଏହି ଦୁର୍ଲଭ ବେଶ ରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଧ କରୁଥିବା ବେଶରେ ସଜ୍ଜିତ ହେବେ। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଇଥାଏ |

ପ୍ରାୟ ୪ ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ଥ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ | ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ଯ  ବେଶରେ ସ୍ପଷ୍ଟ ହୁଏ | ଏହି ବେଶ ମଧ୍ୟାହ୍ନଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବାଯାଏଁ ରହିଥାଏ |ବିଶ୍ୱାସ ରହିଅଛି ଏହି ବେଶରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଅଶେଷ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ।

 

କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳ ପୋଲିସ୍ ପକ୍ଷରୁ ଯୋର୍ ଧରିଲା ନିଶାମୁକ୍ତ ଓ ଅପରାଧ ମୁକ୍ତ କନ୍ଧମାଳ ଅଭିଯାନ । ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଗଞ୍ଜେଇ ସହ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ୍ । ୩  ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ କେଜି ଗଞ୍ଜେଇ ସହ ୨ ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ଥାନା ତିଲପଡ଼ା ଗାଁର  ନିଳମ୍ବତ ମଲ୍ଲିକ ସମେତ ବୈାଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଞ୍ଚଳର ବିରେନ୍ଦ୍ର ମଲ୍ଲିକ ଓ ରଞ୍ଜିତ୍ ଭୋଗକୁ ଗିରଫ କରାଯାଇଛି ।

ଏମାନେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ପର୍ଯ୍ୟଟକଙ୍କୁ ସୁନସାନ୍ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍, ଛିନତାଇ କରିବା ସହ ଅନେକ ଚୋରି, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।  ମାମଲା ରୁଜୁ କରି  ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ…

 

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର

ନନ୍ଦିଘୋଷ ବ୍ୟୁରୋ : ଆସୁଛି ଗଣେଶ ପୂଜା । ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର । ବିଭିନ୍ନ ସ୍ଥାନରେ ଭଳିକି ଭଳି ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି  l ସରଗୁଲରେ ଗୋଟିଏ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି । ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି ।…

ଏହି କୁମ୍ଭକାର ପରିବାର ଆଜକୁ ୩୫ ରୁ ୪୦ ବର୍ଷ ହେବ ମୂର୍ତ୍ତି ଗଢି ଆସୁଛନ୍ତି । ଶହେ ଟଙ୍କାରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ତିଆରି କରୁଛନ୍ତି । ସହଯୋଗ କରୁଛନ୍ତି ଅନ୍ୟ ଶ୍ରମିକ । ଦିନକୁ ଦିନ ମାଟିର ଅଭାବ ସାଙ୍ଗକୁ ରଙ୍ଗ, ନଡା ଆଦି ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବାରୁ ଉଚିତ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର । ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କରୁଛନ୍ତି ପ୍ରୟାସ ।…