spot_img
Home Blog Page 3794

ଗ୍ୟାଙ୍ଗଷ୍ଟରଙ୍କ ବିରୋରେ NIAର ବଡ଼ ଆକ୍ସନ, ୪୦ରୁ ଊର୍ଦ୍ଧ୍ବ ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରଙ୍କ ବିରୋରେ NIAର ବଡ଼ ଆକ୍ସନ। ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ୪୦ରୁ ଊର୍ଦ୍ଧ୍ବ ସ୍ଥାନରେ ରେଡ୍ ହୋଇଛି। ବିଦେଶୀ ଫଣ୍ଡିଂ, ଆତଙ୍କବାଦୀ କନେକ୍ସନ, ଡ୍ରଗ୍ସ ତସ୍କରୀ ମାମଲାରେ ସମ୍ପୃକ୍ତି ସନ୍ଦେହରେ ଚଢ଼ାଉ କରିଛି ନ୍ୟାସନାଲ ଇନଭେଷ୍ଟିଗେଟିଂ ବ୍ୟୁରୋ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ନୀରଜ ବବନା, ବମ୍ବିହା ଗ୍ରୁପ୍ ସଦସ୍ୟ ଓ ସହଯୋଗୀଙ୍କ ଘରେ ରେଡ କରାଯାଇଛି।

ତେବେ ଭୋର ୪ଟାରୁ ଏନଆଇଏ ଟିମ୍ ମାରାଥନ ଚଢ଼ାଉ ଆରମ୍ଭ କରିଛି । ଚଢ଼ାଉ ବେଳେ ଅନେକ ଅବୈଧ ସମ୍ପତ୍ତିର କାଗଜପତ୍ର ସହ ବ୍ୟାଙ୍କ ଡିଟେଲ୍ସ ମଧ୍ୟ ଟିମ୍ ହାତରେ ଲାଗିଛି । ପ୍ରାୟ ୫ଟି ରାଜ୍ୟରେ ଚଢ଼ାଉ ଚାଲିଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ NIA ଟିମ୍ ସହ ସାମିଲ ହୋଇଛି । ଗତ ସେପ୍ଟେମ୍ବରରେ ମଧ୍ୟ ଏନଆଇଏର ନେତୃତ୍ବାଧୀନ ଏକାଧିକ ଏଜେନ୍ସି ୧୫ ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚଢ଼ାଉ କରିଥିଲା ।

ସମ୍ଭାବ୍ୟ ବାତ୍ୟା; ବାତିଲ୍ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ସରକାର ସଜାଗ। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ । ଉପକୂଳବର୍ତ୍ତୀ ଜିଲ୍ଲା ସହ ଗଜପତି ଜିଲ୍ଲାକୁ ସତର୍କ କରାଗଲା । ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ରାଜସ୍ବ ସଚିବ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଅପରାହ୍ନ ୪ଟାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନ ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳ ବୈଠକରେ ସାମିଲ ହେବେ ।

ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଆସିଲେ ଉଦ୍ଧାର କାର୍ଯ୍ୟରୁ କିପରି ତ୍ବରାନ୍ବିତ କରାଯିବ, ଗ୍ରାଉଣ୍ଡ ଜିରୋରେ କିଭଳି ଲୋକଙ୍କୁ ସତର୍କ କରାଯିବ, ସେନେଇ ଆଲୋଚନା ହେବ।

ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ସହ ସ୍ଥାନୀୟ ପୋଲିସ ସଜାଗ ରହିବେ। ଜିରୋ କାଜୁଆଲିଟିକୁ ସବୁବେଳେ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏବେଠୁ ସଜାଗ ହୋଇଛନ୍ତି।

ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ନୂଆଦିଲ୍ଲୀ: ବିସିସିଆଇ ନୂଆ ବସ୍ ହେଲେ ରୋଜର ବିନ୍ନି। ଆଜି ବସିଥିବା ବାର୍ଷିକ ସାଧାରଣ ବୈଠକରେ ବିନ୍ନିଙ୍କୁ ୩୬ତମ ବିସିସିଆଇ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମୁମ୍ବାଇରେ ବସିଥିବା ବିସିସିଆଇର ଏଜିଏମ ବୈଠକରେ ବିନ୍ନିଙ୍କ ନାଁରେ ମୋହର ମାରିଛି ବୋର୍ଡ ।

ବିନ୍ନି ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଜଣେ ଅଲରାଉଣ୍ଡରର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ସେ ୨୦୦୦ ମସିହା ଅଣ୍ଡର ୧୯ ବିଶ୍ବକପ ଚାମ୍ପିଅନ ଭାରତୀୟ ଦଳର କୋଚ୍ ଥିଲେ। ସେହିପରି ବେଙ୍ଗଲ କ୍ରିକେଟ ଟିମର କୋଚ୍ ହେବା ସହିତ ପୂର୍ବତନ ଜାତୀୟ ଚୟନକର୍ତ୍ତା ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି। ୬୭ ବର୍ଷୀୟ ବିନ୍ନି ଭାରତ ପାଇଁ ୨୭ ଟେଷ୍ଟ ଓ ୭୨ ଦିନିକିଆ ମ୍ୟାଚ ଖେଳିଛନ୍ତି।

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ଚିତ୍ର ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ବଢିଥିବା ବେଳେ ଚିତ୍ର ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ବଢିଛି। ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି |

ପ୍ରଭାବରେ ୨୦ ତାରିଖ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି।

ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି | ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାସହ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପୂର୍ବରୁ ବିଭିନ୍ନ ମଡେଲ୍‌ରେ ବାତ୍ୟା ନେଇ ଆକଳନ କରିଯାଇଥିଲା।

ସରକାରୀ ହାଇସ୍କୁଲରେ ସୃଷ୍ଟି ହେବ ଅତିରିକ୍ତ ଶିକ୍ଷକ ପଦବୀ

ଭୁବନେଶ୍ୱର: ସରକାରୀ ହାଇସ୍କୁଲରେ ସୃଷ୍ଟି ହେବ ଅତିରିକ୍ତ ଶିକ୍ଷକ ପଦବୀ। ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଦକ୍ଷତା ବଢାଇବାକୁ ଆଉଟ ସୋର୍ସିଂ ଜରିଆରେ ନିଯୁକ୍ତ ହେବେ ୮ ହଜାର କମ୍ପ୍ୟୁଟର ଶିକ୍ଷକ । ଏହାସହ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି ଓ ସପ୍ତମ ବେତନ କମିଶନ ବ୍ୟବସ୍ଥାରୁ ବାଦ୍ ପଡିଥିବା କମର୍ଚାରୀଙ୍କ ବାବଦରେ ବି ନିଷ୍ପତ୍ତି ନିଆଯିବ।

ଏହି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆସନ୍ତାକାଲି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅର୍ଥ ସଚିବ, ଉଚ୍ଚଶିକ୍ଷା ସଚିବ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବୈଠକରେ ୬୪୮ ଅନୁଦାନପ୍ରାପ୍ତ ହାଇସ୍କୁଲ ଟେକଓଭର ପ୍ରସଙ୍ଗରେ ବି ଆଲୋଚନା ହେବ ବୋଲି ଜଣାପଡ଼ିଛି ।

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୬ ମୃତ

କେଦାରନାଥ: ଉତ୍ତରାଖଣ୍ଡରେ ମଙ୍ଗଳବାର ଦିନ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।କେଦାରନାଥ ଧାମଠାରୁ ୨କିମି. ଦୂର ଗରୁଡ଼ଚଟ୍ଟିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ଗୁପ୍ତକାଶୀରୁ ଉଡାଣ ଭରିଥିବା ଏହି ହେଲିକପ୍ଟର କେଦାରଘାଟୀ ଅଭିମୁଖେ ଆସିଥିବା ବେଳେ ଗରୁଡ଼ଚଟ୍ଟି ନିକଟରେ କ୍ରାସ୍ ହୋଇଥିଲା। ଏହି ହେଲିକପ୍ଟରରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଉଦ୍ଧାର ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେହି ସମୟରେ ଖୁବ୍ ଜୋରରେ ବର୍ଷା ହେଉଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୧ ତାରିଖରେ ଦୁଇ ଦିନିଆ କେଦାରନାଥ ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଘଟିଛି ଏଭଳି ଅଘଟଣ।

 

ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗରେ କେନ୍ଦ୍ରର ସହମତି ଥିଲା

ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗ। ୧୧ ଦୁଷ୍କର୍ମକାରୀଙ୍କୁ ସମୟ ପୂର୍ବରୁ ଖଲାସୀ ଘଟଣାରେ ସହମତ ଥିଲା କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଅନୁମତି ପରେ ହିଁ ଦୋଷୀଙ୍କୁ ଜେଲରୁ ମୁକୁଳାଇଥିଲେ ଗୁଜରାଟ ସରକାର। ଏ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଗୁଜରାଟ ସରକାର ।

ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ପାଇଁ ଗୁଜରାଟ ସରକାର ଦେଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ଏହାସହ ଦୁଷ୍କର୍ମକାରୀଙ୍କ ଖଲାସ କରାଯିବା ଠିକ ବୋଲି ମଧ୍ୟ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଦୁଷ୍କର୍ମକାରୀ ଦୀର୍ଘ ୧୪ ବର୍ଷ ହେଲା ଜେଲରେ ରହିଥିଲେ । ଜେଲରେ ରହିବା ବେଳେ ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଭଲ ଥିଲା । ତେଣୁ ସ୍ବତନ୍ତ୍ର କ୍ଷମା ନୀତି ବଳରେ ସେମାନଙ୍କୁ ରିଲିଜ କରାଯାଇଛି ବୋଲି ଗୁଜରାଟ ସରକାର କହିଛନ୍ତି ।

ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରେ ବିଲକିସ ବାନୋ ଗଣଦୁଷ୍କର୍ମକାରୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ମମ ହତ୍ୟା କରିଥିବା ୧୧ ଜଣଙ୍କୁ ଜେଲରୁ ଖଲାସ କରାଯାଇଥିଲା । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ PIL ଦାଖଲ ହୋଇଥିଲା । ରିଲିଜ ବିରୋଧରେ ସିପିଏମ ନେତ୍ରୀ ସୁଭାଷିନ ଅଲୀ, ଟିଏମସି ସାଂସଦ ମହୁଆ ମଇତ୍ରୋ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ରାଜ୍ୟ ସରକାର ଏ ନେଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ୨୦୨୨ ମସିହା ଜୁଲାଇ ୧୧ ତାରିଖରେ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ଅନୁମତି ଦିଆଯାଇଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଛି ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସଫଳତା; ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲି.ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ ସଫଳତା। ତାମିଲନାଡୁ ହୋସୁରରେ ଥିବା ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ । ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବେ କାମ କରିବେ ।

ପ୍ରାଥମିକ ପର୍ଯ୍ୟାୟରେ ବାରିପଦାର ୭୦ ଜଣ ଯୁବତୀ ତାମିଲନାଡୁ ଅଭିମୁଖେ ଯାତ୍ରା କରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ସ୍ବତନ୍ତ୍ର ବସ ଯୋଗ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଯୁବତୀ ସ୍ବତନ୍ତ୍ର ବିମାନରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବତୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ଆଣିବା ପାଇଁ ୬ଟି ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି।

ସେହିଭଳି ୨୦ ତାରିଖରେ ସୁନ୍ଦରଗଡର ଅନ୍ୟ ୭୦ ଜଣ, ୨୧ ତାରିଖରେ ଫୁଲବାଣୀରୁ ଚୟନ ହୋଇଥିବା ୫ ଜଣ ଯୁବତୀ ତାମିଲନାଡୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜିକରଣ କରିଥିବା ଯୁବତୀ ମାନଙ୍କୁ ଅଫିସର ମାନେ ଚିହ୍ନଟ କରିବା ସହ ଟାଟା କମ୍ପାନୀ ପକ୍ଷରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିଥିଲେ । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ଶହ ଯୁବତୀ ନିଯୁକ୍ତି ପାଇବାରେ ସକ୍ଷମ ହୋଇଛନ୍ତି।

ଜମ୍ମୁ-କାଶ୍ମୀରରେ ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ। ସୋପିଆନ ଜିଲ୍ଲାର ହରମାନଠାରେ ଦୁଇ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଜି ସକାଳୁ ଗ୍ରେନେଡ ମାଡ କରି ଦୁଇ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶର ମନୀଷ କୁମାର ଓ ରାମ ସାଗର । ସେମାନେ ୟୁପି କନୌଜ ଜିଲ୍ଲାର ହୋଇଥିବା ବେଳେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶୋଇଥିବା ବେଳେ ସେମାନଙ୍କ ଉପରକୁ ହ୍ୟାଣ୍ଡ ଗ୍ରନେଡ ମାଡ କରାଯାଇଥିବା ଅଭିଯୋଗ।

ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା। ସେପଟେ ଏହି ହତ୍ୟାକାଣ୍ଡ ନେଇ ଟିଆରଏଫ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଚଳିତ ସପ୍ତାହରେ କାଶ୍ମୀର ଉପତ୍ୟକାରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ ।

ସୂଚନାଯୋଗ୍ୟ, ଗତ ଶନିବାର ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସେପଟେ ଟାର୍ଗେଟ କିଲିଂକୁ ନେଇ ରାଜନୀତି ପାରା ହାଇ । ଧାରା ୩୭୦ ଲାଗୁ ହେବା ପରେ କାଶ୍ମୀରରେ ଶାନ୍ତି ଫେରିଛି ବୋଲି ସରକାର ଦାବି କରୁଥିବା ବେଳେ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି କଂଗ୍ରେସ କହିଛି । ସେପଟେ କାଶ୍ମୀର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ।

୩୮ ଦିନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ୩୮ ଦିନରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା । ୪ଟି ରାଜ୍ୟର ୧୬ ଜିଲ୍ଲା ଦେଇ ଆଜି ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି ଏହି ପଦଯାତ୍ରା । ଆଜି ସକାଳୁ ଆନ୍ଧ୍ରପଦେଶ ଜଜିରାକଲ୍ଲୁ ଟୋଲପ୍ଲାଜା ନିକଟରୁ ପଦଯାତ୍ରା ଆରମ୍ଭ ହୋଇଛି । କରନୋଲରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟମାନଙ୍କୁ ସ୍ବାଗତ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା।

ଆଜି ଆଲୁରୁ, ହାତୀ ବେଲଗଲ ଓ ମୁନିକୁରଥିରେ କଂଗ୍ରେସ ପଦଯାତ୍ରା କରାଯିବ। ଅପରାହ୍ନରେ ମିନିକୁରଥିଠାରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ ରାହୁଲ। ଆସନ୍ତାକାଲି ଆଦୋନିଠାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ପ୍ରାୟ ଶହେ କିମି ଯାତ୍ରା ପରେ ଅକ୍ଟୋବର ୨୧ରେ ଆନ୍ଧ୍ରରୁ କର୍ଣ୍ଣାଟକ ଦେଇ ତେଲେଙ୍ଗାନା ଯିବ ପଦଯାତ୍ରା ।