spot_img
Home Blog Page 3664

ବର୍ଷାଙ୍କୁ ବିଜେପିର ଅଶାଳୀନ ମନ୍ତବ୍ୟ, ମହିଳା କମିଶନଙ୍କୁ ଭେଟିଲେ ଲେଡିଜ୍‌ ଫୋରମ୍

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପ୍ରତି ଅଶାଳୀନ ମନ୍ତ୍ୟବର ପ୍ରତିବାଦ । ଏନେଇ ଭୁବନେଶ୍ବର ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଏଭଳି ଘୃଣ୍ୟ କାମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଭୁବନେଶ୍ବର ସତ୍ୟନଗର ଲେଡିଜ୍‌ ଫୋରମ ।

ପଦମପୁରରେ ପ୍ରଚାର ସମୟରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜେଡି ପ୍ରାର୍ଥୀ ବର୍ଷା ପ୍ରତି ଅଶାଳୀନ ମନ୍ତ୍ୟବ ଦେଇଥିବା ଅଭିଯୋଗ ହୋଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ସତ୍ୟନଗର ଲେଡିଜ ଫୋରମ । ଏଥିପାଇଁ ଜୟନାରୟଣ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଟିଏମସି କର୍ମୀଙ୍କ ଘରେ ଫୁଟିଲା ବୋମା, ୩ ମୃତ

କୋଲକତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । ପୂର୍ବ ମେଦିନୀପୁରରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘରେ ବୋମା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଛନ୍ତି  । ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଏକ ସଭା ପୂର୍ବରୁ ଘଟିଛି ବିସ୍ଫୋରଣ । ଭୂପତିନଗର ପୋଲିସ ଥାନା ଅଧୀନ ଭଗବାନପୁର ଅନ୍ତର୍ଗତ ନାର୍ଯ୍ୟବିଲା ଗ୍ରାମରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ ଟିଏମସି ବୁଥ୍ ସଭାପତି ରାଜ କୁମାର ମାନ୍ନାଙ୍କ ଘର ଉଡିଯାଇଥିବା ସୂଚନା ମିଳିଛି ।

ଟିଏମସି କର୍ମୀଙ୍କ ଘରେ ହାତତିଆରି ବୋମା ଗଚ୍ଛିତ ଥିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି । ଆସନ୍ତାବର୍ଷ ପ୍ରାରମ୍ଭରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟରେ ହିଂସା ବଢୁଥିବା ଜଣାଯାଇଛି । ବୋମାମାଡ଼ରେ ଟିଏମସି ନେତାଙ୍କ ସହ କିଛି ନେତା ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଟିଏମସିର ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

ସମାଜ ଓ ସରକାର ମଧ୍ୟରେ ଏସଏଚଜି ସେତୁ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ । ମେକ ଇନ ଓଡ଼ିଶା କନକ୍ଳେଭର ଶକ୍ତି ସମାବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ମହିଳାମାନଙ୍କ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ।

ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମହିଳା ହେବେ ସଶକ୍ତ, ଦାୟିତ୍ଵ ନେଲେ ମୁଖ୍ୟମନ୍ତ୍ରୀ; ଜିଲ୍ଲା ଫେଡେରେସନକୁ କୋଟିଏ ଟଙ୍କା

ଭୁବନେଶ୍ବର: ବିନା ମହିଳା ଶକ୍ତିରେ କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ରାଷ୍ଟ୍ର କେବେ ବି ଆଗେଇ ଯିବାର ନଜିର ନାହିଁ । ଓଡ଼ିଶାରେ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଏସଏଚଜି ମାନଙ୍କୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖିଛି । ଏଥିଲାଗି ଆମେ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ମାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା କରିଥିଲି । ଏହାଦ୍ବାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକୃତ ହେବେ ।

ଆସନ୍ତା ୫ ବର୍ଷରେ ଏସଏଚଜିମାନଙ୍କଠାରୁ ୫ ହଜାର କୋଟି ଟଙ୍କା ସେବା ଓ ସାମଗ୍ରୀ ପାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ ଏସଏଚଜି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ବର୍ତ୍ତମାନ ସାରା ରାଜ୍ୟରେ ୭୦ ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି । ଭୁବନେଶ୍ବର ଜନତା ମଇଦାନରେ ଚାଲିଥିବା ମେଗା ବିଜନେସ ସମିଟ ମେକ୍ ଇନ୍ ଓଡ଼ିଶା କଲକ୍ଲେଭର ମିଶନ ଶକ୍ତି ପକ୍ଷରୁ ରାଜ୍ୟର ୩ହଜାରରୁ ଅଧିକ ଏସଏଚଜିଙ୍କୁ ନେଇ ଶକ୍ତି ସମାବେଶ ହୋଇଛି ।

‘ମୋ ସରକାର’ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମିଶନ ଶକ୍ତି ଫେଡେରେସନ ମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ର (vibrant financial hub) ରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ  । ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶଟି ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ । କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଛନ୍ତି ନବୀନ ।.

ସେହିପରି ଏସଏଚଜି ମାନଙ୍କୁ ଋଣ ଦେବା ଭଳି ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଛନ୍ତି।

କ୍ୟାମେରା ଲେନ୍ସରେ କଏଦ ମେକ୍‌ ଇନ୍‌ ଓଡିଶା

ଭୁବନେଶ୍ବର: ଜନତା ମଇଦାନରେ ଚାଲିଥିବା ମେଗା ବିଜନେସ ସମିଟ ମେକ ଇନ ଓଡ଼ିଶା କନକ୍ଲେଭର ଆଜି ଚତୁର୍ଥ ଦିନ । ଫଟୋରେ ଦେଖନ୍ତୁ ମେକ ଇନ ଓଡିଶା କନକ୍ଲେଭ ।

ମୋଟ୍ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

ଚଳିତ ମେକ ଇନ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଉଦଘାଟନ ଓ ୪ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ପକ୍ଷରୁ ରାଜ୍ୟର ୩ ହଜାରରୁ ଅଧିକ ଏସଏଚଜିଙ୍କୁ ନେଇ ଶକ୍ତି ସମାବେଶ ଅନୁଷ୍ଠିତ ହେବ ।

ରାଜ୍ୟରେ ୭୦ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ ସାମିଲ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ଦେଶରେ ବିଚାର ଅପେକ୍ଷାରେ ୪ କୋଟିରୁ ଊର୍ଦ୍ଧ୍ବ ମାମଲା, ଓଡିଶାରେ ୧୭ ଲକ୍ଷ

ଭୁବନେଶ୍ବର: ଦେଶରେ ପଡିଛି ୪ କୋଟି ୩୦ ଲକ୍ଷ ମାମଲା । ରାଜ୍ୟରେ କେସ୍‌ର ସଂଖ୍ୟା ୧୭ ଲକ୍ଷ । ସାରା ଦେଶରେ କମୁଛି ଦଣ୍ଡବିଧାନ ହାର । କୋର୍ଟ ଓ ବିଚାରପତି ଅଭାବ ମୁଖ୍ୟ ସମସ୍ୟା । ମାମଲା ସଂଖ୍ୟା ହ୍ରାସ ଓ ତ୍ବରିତ ଫଏସଲା ଲାଗି ଉଭୟ ସୁପ୍ରିମକୋର୍ଟରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଶେଷ ଗୁରୁତ୍ବାରୋପ କରାଯାଉଛି । ଏହାସତ୍ତ୍ବେ ବି ସାରା ଦେଶରେ ଏବେ ୪ କୋଟି ୩୦ ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଛି ।

ସେହିଭଳି ଓଡ଼ିଶାରେ ୧୭ ଲକ୍ଷ ମାମଲା ବିଚାର ଅପେକ୍ଷାରେ ଥିବା ବେଳେ ୧୩ ଲକ୍ଷ ହେଉଛି ଅପରାଧିକ ମାମଲା । ବିଚାରପତିଙ୍କ ଅଭାବ, କୋର୍ଟରେ କର୍ମଚାରୀ ଅଭାବ, ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଆଦି ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କୁହାଯାଇଛି ।

ସାରା ଦେଶରେ ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ୩୦ ପ୍ରତିଶତରୁ କମ୍‍ ରହୁଛି । ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲା  ଗୁଡିକ ମଧ୍ୟରୁ ୮ ପ୍ରତିଶତ ବି ଫଇସଲା ହୋଇପାରୁ ନାହିଁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦ୍ରୁପ । ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତ ଛୁଇଁ ପାରୁନଥିବାବେଳେ ବର୍ଷରେ ମାମଲା ଫଇସଲା ହାର ୫ ପ୍ରତିଶତରୁ କମ୍‍ ରହୁଛି । ତେବେ ଦୁର୍ନୀତି ନିବାରଣ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଛି, ଯାହାକି ଜାତୀୟ ହାରଠାରୁ ଅଧିକ ।

ଏଭଳି କ୍ଷେତ୍ରରେ ପ୍ରଶାସନ କିଭଳି କୋର୍ଟ ସଂଖ୍ୟା ବୃଦ୍ଧି କରିବ, ସେ ନେଇ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ମାମଲା ସଂଖ୍ୟା ହ୍ରାସ ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ସ୍ବତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । ତଥାପି ପରିସ୍ଥିତି ଯାହାକୁ ସେୟା । ଯାହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ଜେଲଦଣ୍ଡ, ଖୁବଶୀଘ୍ର ଆସିବ ଆଇନ

ଜାକର୍ତ୍ତା: ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ବର୍ଷେ ଜେଲ୍ । ଏଭଳି ଆଇନ୍ ଆଣିବାକୁ ଯାଉଛି ଇଣ୍ଡୋନେସିଆ । ଦେଶରେ ସଂସଦରେ ଏଭଳି ଏକ ବିଲ୍ ଆସିବାକୁ ପ୍ରସ୍ତୁତି ଜାରି ରହିଛି। ଆଇନ ଅନୁସାରେ, ଧାରା ୪୧୩ ପାରାଗ୍ରାଫ-୧ରେ ଯଦି ଜଣେ ପୁରୁଷ ଓ ମହିଳା ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ ତେବେ ସେମାନଙ୍କୁ ଅତି କମ୍‌ରେ ବର୍ଷେ ଜେଲ୍‌ ଓ ନିର୍ଦ୍ଧାରିତ ଫାଇନ କରାଯିବ ।

ଯଦି ପତି, ପତ୍ନୀ କିମ୍ବା ପରିବାରଙ୍କ ପକ୍ଷରୁ ଅଭିଯୋଗ ଆସିଲେ ନିୟମ ଲାଗୁ ହେବ । ଏଥିସହ ଅଭିଯୋଗକାରୀ ଯଦି ଅଭିଯୋଗ ଉଠାଇ ନେବାକୁ ଚାହିଁବେ ତେବେ ଟ୍ରାଏଲ ରନିଂ ପୂର୍ବରୁ ମାମଲା ଉଠାଇ ନେଇପାରିବେ । ଏହା ପୂର୍ବରୁ ମଧ୍ୟ ଇଣ୍ଡୋନେସିଆ ସରକରା ଯୋଜନା କରିଥିଲେ । ହେଲେ ଏନେଇ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷ ବିଦାୟ ନେବେ ଝରଣା, ଗୋରାକବର ଶ୍ମଶାନରେ ଅନ୍ତିମ ସଂସ୍କାର

କଟକ: ଆଜି ମାଟିରେ ମିଶିଯିବ ବୀଣାଜିଣା କଣ୍ଠ । ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ହେବ ଶେଷକୃତ୍ୟ । ଅପରାହ୍ମରେ କଟକର ଗୋରାକବର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯିବ । ଗତକାଲି ୮୨ ବର୍ଷ ବୟସରେ କଟକ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ପିଲାଦିନରୁ ନାଚଗୀତ ଓ ଅଭିନୟ ପ୍ରତି ଝରଣା ଦାସଙ୍କର ରୁଚିଥିଲା ।

୧୯୬୪ରେ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଚଳଚ୍ଚିତ୍ର ସହିତ ସେ ମଞ୍ଚ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଝରଣା ଦାସ ଅଦିନ ମେଘ ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ନାୟିକା ଓ ସମୟ ବଡ଼ ବଳବାନ ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ୧୯୯୭ରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ମଧ୍ୟ ଲାଭ କରିଥିଲେ । ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଛାଡ଼ିଯାଇଛନ୍ତି ଅଭିନୟର ଛାପ  ।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଲିଗଲା ୩ ଜୀବନ

ନବରଙ୍ଗପୁର: ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ମୃତକ ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ାର । ଗୁରୁତର ଦୁଇ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ବିଳମ୍ବିତ ରାତିରେ ଉମରକୋଟରୁ ନବରଙ୍ଗପୁର ଆସିବା ସମୟରେ ସରାଗୁଡ଼ା ନିକଟରେ ବୁଲାଣିରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ ତଦନ୍ତ ଆରମ୍ଭ କରିଛି ।

ସନ୍ଧ୍ୟା ୫ଟା ଯାଏଁ କମ୍ପିବ ପଦମପୁର, ଜନସମର୍ଥନ ହାସଲ ପାଇଁ ଉଦ୍ୟମ କରିବେ ସବୁ ଦଳ

ପଦମପୁର: ଉପନିର୍ବାଚନ କାଉଣ୍ଟଡାଉନ୍ । ଆଜି ସରିବ ପ୍ରଚାର । ସନ୍ଧ୍ୟା ୫ଟା ଯାଏ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ସବୁ ଦଳର ଉଦ୍ୟମ । ଗାଁକୁ ଗାଁ ବୁଲି ମାଗୁଛନ୍ତି ଭୋଟ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିଥିଲେ ପ୍ରଚାର । ନବୀନଙ୍କ କ୍ୟାମ୍ପେନ ପରେ ଆହୁରି ଉତ୍ସାହିତ ହୋଇପଡ଼ିଛି ବିଜେଡି ଶିବିର ।

ନେତା ଓ କର୍ମୀଙ୍କ ମଧ୍ୟରେ ଭରିଛି ନୂଆ ଜୋସ୍ । ସବୁଆଡ଼େ ବହୁଛି ଶଙ୍ଖ ହାଓ୍ବା । ୩ଟି ସ୍ଥାନରେ ବର୍ଷାଙ୍କ ପାଇଁ ପ୍ରଚାର କରି ଆଶୀର୍ବାଦ ମାଗିଛନ୍ତି ନବୀନ । ପଦମପୁରକୁ କୌଣସି କ୍ଷେତ୍ରରେ ଅବହେଳିତ କରାଯିବ ନାହିଁ । ୨୦୨୩ରେ ଜିଲ୍ଲା ସ୍ବପ୍ନ ସତ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହା ସହିତ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବର୍ଷି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।