ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ଓଡ଼ିଶାରେ ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନରେ ରେକର୍ଡ ହୋଇଛି । ଆଜି ସକାଳ ସୁଦ୍ଧା ୫ ଲକ୍ଷ ୫୭ ହଜାର ଅଣ୍ଡାଦାନ ହୋଇଥିବା ରେକର୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଖୁବ୍ ଅଧିକ । ଗତବର୍ଷ ୫ ଲକ୍ଷ ୫୦ ହଜାର ପାଖାପାଖି ଅଣ୍ଡା ଦେଇଥିଲେ ଅଲିଭ ରିଡଲେ କଇଁଛ । ଚଉଡା ସମୁଦ୍ର କୁଳରେ ଲଗାତାର ନଜର ରଖାଯାଉଛି । ଅଣ୍ଡା ନଷ୍ଟ କରିବାକୁ ସୁଯୋଗ ନ ଦେବା ଯୋଗୁଁ ଏଥର ଅଣ୍ଡାଦାନ ବଢିଛି। ଏହି ପ୍ରକ୍ରିୟାରେ ସ୍ଥାନୀୟ ବାସିନ୍ଦା, ସ୍ବେଛାସେବୀ, ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ମଚାରୀ ସାମିଲ ହୋଇଛନ୍ତି । ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇଥିବା  କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି ।