spot_img
Home Blog Page 3629

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଟଙ୍କା ଗିଳିଦେଲେ ବି ବର୍ତ୍ତି ପାରିବେ ନାହିଁ ଦୁର୍ନୀତିଗସ୍ତ ଅଫିସର

0

ନୂଆଦିଲ୍ଲୀ: ଲୋକଙ୍କୁ ଠାରୁ ବିଡାବିଡା ଟଙ୍କା ନେଉଥିଲେ ସରକାରୀ ଅଧିକାରୀ। ହେଲେ ଏସିବି ପଞ୍ଝାରେ ଫସିଗଲେ । ସ୍ଥିତି ଏଭଳି ଯେ ନିଜକୁ ବଞ୍ଚାଇବା ପାଇଁ ତଥା ପ୍ରମାଣ ଲୁଚାଇବାକୁ ନୋଟ୍ ଗିଳିଦେଲେ ଅଧିକାରୀ । ଏପରି ଏକ ଘଟଣା ଘଟିଛି ଦିଲ୍ଲୀ ନିକଟ ଫରିଦାବାଦରେ ।  ଏହି ଘଟଣା ପରେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ତଳେ ପକାଇ ଜୋର ଜବରଦସ୍ତ ତାଙ୍କ ପାଟିରୁ ଟଙ୍କା ବାହାର କରିନେଇଥିଲେ ଏସିବି ଅଫିସର ମାନେ।

ଦେଶରେ ଦିନକୁ ଦିନ ଭ୍ରଷ୍ଟାଚାର ନଜର ଆସୁଥିବା ବେଳେ ମାମଲା ବଢିବାରେ ଲାଗିଛି । କେହିକେହି ଧରାପଡୁଥିବା ବେଳେ ଆଉ କେହି ବର୍ତ୍ତିଯାଉଛନ୍ତି । ଏନେଇ ସୁପ୍ରିମକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ସରକାରୀ ଅଧିକାରୀ ଦୁର୍ନୀତି କରିଛନ୍ତି କିନ୍ତୁ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ନାହିଁ । ସେଭଳି ସ୍ଥଳେ ପରିସ୍ଥିତି ଜନିତ ପ୍ରମାଣକୁ ଆଧାର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ଦୁର୍ନୀତି ନିବାରଣ ଆଇନ ଅନୁସାରେ ଜଣେ ବାବୁଙ୍କୁ ଦୁର୍ନୀତିଗ୍ରସ୍ତ ସାବ୍ୟସ୍ତ କରିବା ଲାଗି ସେ ଲାଞ୍ଚ ମାଗିବା ଓ ଲାଞ୍ଚ ଗ୍ରହଣ କରିବାର ପ୍ରତ୍ୟକ୍ଷ ବା ସିଧାସଳଖ ପ୍ରମାଣ ଅନାବଶ୍ୟକ । ପରୋକ୍ଷ ଅଭିଯୋଗ କ୍ରମେ ବି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ । ଯଦି ଜଣେ ବାବୁଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଅଭିଯୋଗକାରୀ ଓ ଏପରିକି ସାକ୍ଷୀମାନେ ପରେ ନିଜର ମତ ବଦଳାନ୍ତି ସେ କ୍ଷେତ୍ରରେ ବି ଜଣେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ । ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ଅନ୍ୟାନ୍ୟ ସାକ୍ଷୀମାନଙ୍କ ବୟାନ ଉପରେ କୋର୍ଟ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଜଷ୍ଟିସ ଏସ. ଅବଦୁଲ ନାଜିର, ବି.ଆର. ଗାଭାଇ. ଏଏସ ବୋପାନ୍ନା, ଭି. ରାମସୁବ୍ରମଣ୍ୟମ ଓ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ସିଧାସଳଖ ମୌଖିକ ଅଭିଯୋଗ ଓ ନଥିଗତ ପ୍ରମାଣ ନଥିବା ସତ୍ତ୍ବେ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ।

ଭାରତର ପ୍ରଧାନମନ୍ତ୍ରୀଙ୍କୁ କଂସେଇ କହିଲେ ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତକୁ ନେଇ ବିଷ ଉଗାରୁଥିବା ପାକିସ୍ତାନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶର ନା ମଳିନ କରିବାକୁ ଚେଷ୍ଟା କରିଛି । ଗୁରୁବାର ନ୍ୟୁୟର୍କରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂସେଇ ବୋଲି ଆକ୍ଷେପ କରିଛନ୍ତି ପାକିସ୍ତାନ ମନ୍ତ୍ରୀ ବିଲାବଲ ଜରଦାରି ଭୁଟୋ। ଏପରିକି ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରି କହିଥିଲେ- ‘ମୁଁ ଭାରତକୁ କହିବାକୁ ଚାହୁଁଛି ଓସାମା ବିନ ଲାଦେନ ମରି ସାରିଲାଣି, କିନ୍ତୁ  ‘ଗୁଜରାଟର କଂସେଇ’ ଏବେବି ଜୀବୀତ । ଆଉସେ ଭାରତର ପ୍ରଧାନମନ୍ତ୍ରୀ ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାବଲ ଜରଦାରି ଆହୁରି ମଧ୍ୟ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେରିକା ତାଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ଲଗାଇଥିଲା। ଆଉ ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ନୁହେଁ ବରଂ ସେମାନେ RSSର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ।

ଭାରତ ସରକାର ଗାନ୍ଧୀ ବିଚାରଧାରାରେ ବିଶ୍ୱାସ କରିବା ବଦଳରେ ତାଙ୍କ ହତ୍ୟାକାରୀର ସିଦ୍ଧାନ୍ତରେ ଚାଲୁଛନ୍ତି। ଖାଲି ଏତିକି ନୁହେଁ ଭାରତ ସରକାର ହିଟଲରଙ୍କ ଦ୍ୱାରା ମଧ୍ୟ ପ୍ରଭାବିତ। ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିବା ସହ ପଡୋଶୀ ଦେଶରୁ ଆତଙ୍କବାଦୀଙ୍କ ପ୍ରୋତ୍ସାହନ ମିଳୁଛି ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ।

ନିକଟରେ ୟୁଏନରେ କାଶ୍ମୀର ପ୍ରସଙ୍ଗ ଉଠାଇବା ନେଇ ପାକିସ୍ତାନ ଉପରେ ବର୍ଷିଥିଲେ ଭାରତର ବୈଦେଶିକ ମନ୍ତ୍ରୀ । ଯାହାର ଜବାବରେ ଏଭଳି ଅଭଦ୍ରୋଚିତ ବୟାନ ଦେଇଛନ୍ତି ପାକିସ୍ତାନ ମନ୍ତ୍ରୀ । ପାକିସ୍ତାନକୁ ପରାମର୍ଶ ଦେବାକୁ ଯାଇ ଜୟଶଙ୍କର କହିଥିଲେ- ଯେଉଁ ଦେଶ ଅଲକାଏଦା ନେତା ଓସାମା ବିନ୍ ଲାଦେନକୁ ପ୍ରସୟ ଦେଇଥିଲା ଏବଂ ଯିଏ ପଡୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା । ସେ ଉପଦେଶ ଦେବା ଉଚିତ୍ ନୁହେଁ ।

କଂଗ୍ରେସ କ୍ୟାଡରରେ ଅଦ୍ଭୁତପୂର୍ବ ଉତ୍ସାହ, ଶହେ ଦିନ ପୂର୍ତ୍ତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଶହେ ଦିନରେ ଭାରତ ଯୋଡ ଯାତ୍ରା । ପଦଯାତ୍ରାର ଶହେ ଦିନରେ ଆଜି ରାଜସ୍ଥାନର ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରର ଆୟୋଜନ କରାଯାଇଛି । ସନ୍ଧ୍ୟାରେ ହେବାକୁ ଥିବା କନସର୍ଟରେ ବଲିଉଡ ଗାୟିକା ସୁନିଧି ଚୌହାନ ଗୀତ ଗାଇବେ । କନ୍ୟାକୁମାରୀରୁ ବାହାରିଥିବା କଂଗ୍ରେସର ଏହି ପଦଯାତ୍ରା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଅତିକ୍ରମ କରି ରାଜସ୍ଥାନରେ ପହଞ୍ଚିଛି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି ପଦଯାତ୍ରା ପ୍ରାୟ ୨୮ଶହ କିମି ଅତିକ୍ରମ କରିସାରିଛି । ରାହୁଲଙ୍କ ପଦଯାତ୍ରାରେ ଅଭିନେତା, କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞ, ସାମାଜିକ କର୍ମୀ ଓ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି । ଶହେ ଦିନର ଏହି ଯାତ୍ରାରେ କଂଗ୍ରେସ କ୍ୟାଡରରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ପଦଯାତ୍ରା ଆରମ୍ଭ ହେବା ପରେ ରାହୁଲଙ୍କ ଇମେଜ୍ ମଧ୍ୟ ପରିବର୍ତ୍ତନ ହୋଇଛି ।

ତୃଣମୂଳସ୍ତରରେ ଲୋକଙ୍କ ସହ ମିଶିବା ପରେ ରାହୁଲଙ୍କୁ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି । ବେରୋଜଗାରୀ, ମହଙ୍ଗାମାଡ଼, ଘୃଣା ରାଜନୀତି, ରାଜନୈତିକ ମୁଦ୍ଦାକୁ ବିରୋଧ କରି କଂଗ୍ରେସ ଆରମ୍ଭ କରିଥିବା ଏହି ପଦଯାତ୍ରାରେ ଲକ୍ଷାଧିକ ଲୋକ ସାମିଲ ହୋଇଛନ୍ତି । ପଦଯାତ୍ରା ପରେ ସାରାଦେଶରେ ରାହୁଲଙ୍କ ଲୋକପ୍ରିୟ ବଢୁଥିବା ଦେଖାଯାଉଥିବା ବେଳେ ୨୦୨୪ ନିର୍ବାଚନରେ କଂଗ୍ରେସକୁ ଏହାର ଫାଇଦା ମିଳିବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି ।

କର୍ଣ୍ଣାଟକରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ଗୋଷ୍ଠୀ ଏକାଠି ହୋଇ ପଦଯାତ୍ରାକୁ ସଫଳ କରିଥିଲେ । ମହାରାଷ୍ଟ୍ରରେ ଏନସିପି, ଶିବସେନା ତୁଳନାରେ କଂଗ୍ରେସ ଛୋଟ ପାର୍ଟି ହୋଇଥିବା ବେଳେ ବି ରାହୁଲଙ୍କ ପଦଯାତ୍ରାକୁ ବିପୁଳ ଜନସମର୍ଥନ ମିଳିଥିଲା । ସେହିପରି ରାଜସ୍ଥାନ ପାଇଲଟ-ଗେହଲଟ ବିବାଦ ଭିତରେ ବି ପଦଯାତ୍ରା ବେଶ ସଫଳ ହୋଇଛି ।

ରାଜଧାନୀରେ ଚାଞ୍ଚଲ୍ୟ, ଟିଉସନ ଦିଦିଙ୍କ ସହ ଛାତ୍ର ଛୁ

ଭୁବନେଶ୍ବର: ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୋହୂ ପ୍ରେମିକ ସାଙ୍ଗେ ଛୁ ମାରିବା ଘଟଣାରେ ନୂଆ ମୋଡ । ନାବାଳକଙ୍କୁ ମହିଳା ଜଣଙ୍କ ଟ୍ୟୁସନ କରୁଥିଲେ । କିନ୍ତୁ ଅଚାନକ ନିଜ ଛାତ୍ର ସହ ଛୁ ମାରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି। ନାବାଳକର ବୟସ ୧୭ ବର୍ଷ ବୋଲି ଜଣାପଡିଛି ।

ଟ୍ୟୁସନ ବେଳେ ଦିଦି ଓ ଛାତ୍ରଙ୍କ ମଧ୍ୟରେ ପ୍ରେମ ଗଢି ଉଠିଥିଲା। ଦଶପଲ୍ଲାରେ ରୁହନ୍ତି ନାବାଳକର ପରିବାର । ପୁଅ ନଫେରିଲେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅପହରଣ ଅଭିଯୋଗ କରିବେ  ବୋଲି ପରିବାର ଧମକ ଦେଇଛନ୍ତି। ସେପଟେ ମହିଳାଙ୍କ ସ୍ୱାମୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି।

ରାଜଧାନୀର ଗଙ୍ଗନଗର ପ୍ଲଟ ୩୦୫ ରେ ସ୍ୱାମୀ ସନ୍ଦୀପ ନାୟକଙ୍କ ସହ ରହୁଥିଲେ ମହିଳା । ଦିନକ ପୂର୍ବରୁ ଶ୍ୱଶୁରଙ୍କୁ ଘରେ ବନ୍ଦ କରି କେଉଁଆଡ଼େ ଚମ୍ପଟ ମାରିଛନ୍ତି ବୋହୂ । ମହିଳାଙ୍କ ଏଭଳି କୀର୍ତ୍ତିକୁ ନେଇ ରାଜଧାନୀ ସାରା ଚର୍ଚ୍ଚା ଜୋର ।

ବସ ଓଲଟି ଜଣେ ମୃତ ୨୦ ଆହତ, ବାରିପଦାରୁ ଯଶୀପୁର ଯାଉଥିଲା ଗଉରୀ

0

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ବସ୍‌ ଓଲଟି ଜଣେ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ହେଲେ ଯଶିପୁରର ନୀଳାମ୍ବର ମହାନ୍ତି । ବସ୍ ତଳେ ଚାପିହୋଇ ରହିଛନ୍ତି ଆହୁରି ଅନେକ ।

କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାରିପଦାରୁ ଯଶିପୁର ଅଭିମୁଖେ ଯାଉଥିବା ଗଉରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଶିମିଳିପାଳ ହାତୀ ହତ୍ୟାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ, ବିଷ ପିଇ ଚିକିତ୍ସାଧୀନ ଥିଲେ

ବାରିପଦା: ଶିମିଳିପାଳରେ ହାତୀ ଶିକାର ପରେ ପୋଡି ନଷ୍ଟ କରିବା ଘଟଣା । ତଦନ୍ତ ଚାଲିଥିବା ବେଳେ ଜଣେ ଅସ୍ଥାୟୀ ବନ କର୍ମଚାରୀ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବିଷ ପିଇ ଆତ୍ମହତ୍ୟା । ତାଙ୍କୁ ପ୍ରଥମେ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ କରଞ୍ଜିଆ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା ।

ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ହୋଇଛି। ମୃତକ ହେଲେ ବକୁଆ ଗ୍ରାମର ତୁରାମ ପୂର୍ତ୍ତି ।

‘ମିଶନ ଜୀବିକା’ ପାଇଁ ମାଲାମାଲ ଆଦିବାସୀ, ଚିନାବାଦାମ ଚାଷ କରି ଲାଭବାନ

ସୁନ୍ଦରଗଡ଼: ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି।

‘ମିଶନ ଜୀବିକା’ ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଥିବା ୧୩ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ୬ ଶହରୁ ଅଧିକ ଏକର ଜମିରେ ମୋଟ ୮୫୨ ଜଣ ଆଦିବାସୀ ଶ୍ରେଣୀର ଚାଷୀ ଏହି ଚାଷ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ହିତାଧିକାରୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

‘‘ଆଇଟିଡିଏ, ସୁନ୍ଦରଗଡ଼ ପକ୍ଷରୁ ‘ମିଶନ ଜୀବିକା’ ଅଧୀନରେ ଚିନାବାଦାମ ସହିତ ୧୩ଟି ଶସ୍ୟ ଓ ବିଭିନ୍ନ ପନିପରିବା ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ବିଭିନ୍ନ ଇନପୁଟ୍ ସହାୟତା ପ୍ରଦାନ କରାଯାଉଛି। ଫଳରେ ଚାଷୀମାନେ ଚିନାବାଦାମ ଚାଷରୁ ଅଧିକ ଲାଭ ପାଇପାରୁଛନ୍ତି। ଏହାଦ୍ୱାରା ଆଦିବାସୀ ପରିବାରମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରୁଛନ୍ତି’’, କହିଛନ୍ତି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ରାମକୃଷ୍ଣ ଗଣ୍ଡ।

ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନଠାରୁ ଆରମ୍ଭ କରି ଜୈବିକ ସାର ଓ କୀଟନାଶକ ଆଦି ଯୋଗାଇ ଦିଆଯାଉଛି। ଚାଷ ସମୟରେ ଆଇଟିଡିଏର ବିଶେଷଜ୍ଞ ଟିମ୍ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରୋଗପୋକ ପରିଚାଳନା ଲାଗି ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି।

ଚିନାବାଦାମ ଅମଳ ହେବା ପରେ ଚାଷୀମାନେ ତାହାକୁ ପାଖ ବଜାରରେ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି। ସେହିପରି କୃଷକ ଉତ୍ପାଦକ ଗୋଷ୍ଠୀ ବା ଏଫ୍ପିଓ ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ କିଣାଯିବାର ମଧ୍ୟ ବ୍ୟବସ୍ଥା କରିଛି ଆଇଟିଡିଏ।

‘‘ତିନିବର୍ଷ ହେଲା ମୁଁ ବାଦାମ ଚାଷ କରିଆସୁଛି। ଏବର୍ଷ ଦେଢ଼ ଏକର ଚାଷଜମିରେ ବାଦାମ ଚାଷ କରିଥିଲି। ଭଲ ଅମଳ ହେଇଛି। ଆଇଟିଡିଏ ପକ୍ଷରୁ ବାଦାମ ବିକ୍ରି ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା ହୋଇଛି। ଏହି ଚାଷରୁ ଭଲ ରୋଜଗାର ହେବା ଯୋଗୁଁ ଘର ମଧ୍ୟ ଭଲରେ ଚଳୁଛି’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଜଣେ ମହିଳା ଚାଷୀ ଜୋହାନୀ ମହାନନ୍ଦ।

ପୂର୍ବରୁ ରାଜଗାଙ୍ଗପୁର ଓ କୁତ୍ରା ଅଂଚଳର ଚାଷୀମାନେ କେବଳ ପାରମ୍ପରିକ ଧାନ ଓ ରାଶି ଚାଷ କରୁଥିଲେ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ଚିନାବାଦାମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଫଳରେ ୩ ବର୍ଷ ହେଲା ଏଠିକାର ଚାଷୀ ଚିନାବାଦାମ ଚାଷ କରିଆସୁଛନ୍ତି। କମ୍ ପାଣିରେ ଚିନାବାଦାମ ଭଲ ଅମଳ ହେବା ସହ ଏଥିରୁ ଅଧିକ ଲାଭ ମଧ୍ୟ ମିଳିପାରୁଛି।

‘‘ଆଗରୁ ଆମେ ଧାନଚାଷ କରୁଥିଲୁ। ସେଥିରେ ଲାଭ ଟିକେ କମ୍ ହେଉଥିଲା। ବର୍ଷେ ହେଲା ଚିନାବାଦାମ ଚାଷ କରୁଛୁ। ଏଥିପାଇଁ ଆଇଟିଡିଏ ସୁନ୍ଦରଗଡ଼ ବିହନଠାରୁ ଆରମ୍ଭକରି ଖତସାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛି। ଆମେ ଏହି ଚାଷ କରି ଏବେ ଭଲ ଦି’ ପଇସା ପାଇପାରୁଛୁ। ଘରକାମ, ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲେଇ ଆଉ କିଛି ବ୍ୟାଙ୍କରେ ମଧ୍ୟ ସଂଚୟ କରି ରଖିପାରୁଛୁ’’, କହିଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ଗ୍ରାମପଞ୍ଚାୟତ ଧଉରାଅଢ଼ା ଗ୍ରାମର ଯୁବ ଚାଷୀ ଅରବିନ୍ଦ ମିଞ୍ଜ।

ଦୁଇଟି ପର୍ଯ୍ୟାୟରେ ଜେଇଇ ମେନ୍‌, ଏଥର ବି କେବଳ ଅନଲାଇନରେ ଆବେଦନ

ନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍‌ରେ ଜେଇଇ ମେନ ଅନୁଷ୍ଠିତ ହେବ  ।

ଜାନୁଆରୀ ୨୪,୨୫,୨୭,୨୮,୨୯,୩୦, ୩୧ରେ ପ୍ରଥମ ସେସନ୍‌ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୬,୮,୧୦,୧୧,୧୨ରେ ଦ୍ବିତୀୟ ସେସନ୍‌ ପରୀକ୍ଷା ହେବ  । ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ ଜାରି ରହିବ  । ଏଥର ବି କେବଳ ଅନଲାଇନରେ ଆବେଦନ କରିବା ସହ ୧୧ ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ  ।

ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ  । ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷା ୨୦୨୩ ମେ ୭ରେ ଅନୁଷ୍ଠିତ ହେବ  । ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ମେ ୨୧ରୁ ୩୧ ମଧ୍ୟରେ ହେବ  । ଆଇସିଏଆର ଏଆଇଇଇଏ ୨୦୨୩ ପରୀକ୍ଷା ଏପ୍ରିଲ ୨୬ରୁ ୨୯ ମଧ୍ୟରେ ହେବ  । ଛାତ୍ରଛାତ୍ରୀ ଅଧିକ ତଥ୍ୟ ଲାଗି www.nta.ac.in ୱେବସାଇଟ୍‌ ପରିଦର୍ଶନ କରିପାରିବେ  ।

ଚୀନ ସୀମାରେ ନଜର ରଖିଛି ଭାରତ, ପ୍ରବଳ ଥଣ୍ଡା ସତ୍ତ୍ବେ ପଇଁତରା ମାରୁଛନ୍ତି ଯବାନ

ଇଟ୍ଟାନଗର: ସୀମାରେ ଚୀନର ସଂଘର୍ଷ ପରେ ପିଏଲଏ ଉପରେ ନଜର ରଖିଛି ଭାରତ । ପ୍ରତିଟି ଗତିବିଧି ଉପରେ ଭାରତୀୟ କଡା ନଜର ରଖିଛନ୍ତି । ସାମାନ୍ୟତମ ହରକତ କଲେ ଦିଆଯିବ କଡା ଜବାବ । ଯବାନଙ୍କ ସବ ଭାରତୀୟ ବାୟୁସେନା ମଧ୍ୟ ପାଟ୍ରୋଲିଂ ଜୋର କରିଛି । ଅରୁଣାଚଳରେ ପ୍ରବଳ ଥଣ୍ଡା ସତ୍ବେ ଯବାନ ସୀମାରେ ପଇଁତରା ମାରୁଛନ୍ତି । ଖାଲି ସେତିକି ଏଲଏସିର ବିଭିନ୍ନ ଅଞ୍ଚଳରେ ବାୟୁସେନା ପକ୍ଷରୁ ନଜର ରଖାଯାଇଛି ।

ଗତ ୯ ତାରିଖରେ ୩୦୦ରୁ ୪୦୦ ଚୀନର ଯବାନ ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ଜବାନ କଡା ଜବାବ ଦେଇଥିଲେ । ଏଥିରେ ଚୀନର ୨୦ରୁ ଅଧିକ ସେନା ଗୁରୁତର ହୋଇଥିବା ବେଳେ ୬ଜଣ ଭାରତୀୟ ଜବାନ ସାମାନ୍ୟ ଆହତ ହୋଇଥିଲେ ।

ଆଜିଠୁ ବଡ଼ ପରଦାରେ ଧମାଲ କରିବ ହଲିଉଡ ଫିଲ୍ମ ଅବତାର

ଭୁବନେଶ୍ବର: ପୁଣି ଚାଲିବ ପାଣ୍ଡୋରାର ଯାଦୁ । ଆଜିଠୁ ବଡ଼ ପରଦାରେ ଧମାଲ କରିବ ହଲିଉଡ ଫିଲ୍ମ ଅବତାର । ଜେମ୍ସ କ୍ୟାମେରନଙ୍କ ନିର୍ଦ୍ଦେଶିତ ହଲିଉଡ ଫିଲ୍ମ ଅବତାର ସାରା ବିଶ୍ବରେ ଚହଳ ସୃଷ୍ଟି କରିବାକୁ ଯାଉଛି । ୨୦୦୯ରେ ପ୍ରଥମ ଫିଲ୍ମଠି ରିଲିଜ ହୋଇଥିବା ବେଳେ ଏହା ବିଶ୍ବରେ ସର୍ବାଧିକ ରୋଜଗାର କରିଥିବା ଫିଲ୍ମ ପାଲଟିଥିଲା ।

ଆଜି ଯାଏ ବି ଏହି ଫିଲ୍ମର ଚାହିଦା ରହିଛି । ଏହାରି ଭିତରେ ଆଜି ଅବତାରର ସିକୁଏଲ ରିଲିଜ ହେବ । ଅବତାର ଦ ୱେ ଅଫ ୱାଟରର ଟ୍ରେଲର ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ଦର୍ଶକକୁ ପସନ୍ଦ ଆସିବ । ଫିଲ୍ମରେ ପାଣ୍ଡୋରା ଗ୍ରହରେ ଥିବା ଲୋକଙ୍କୁ ନେଇ ପ୍ରଥମ ଅଧ୍ୟାୟ ଫିଲ୍ମ ତିଆରି ହୋଇଥିଲା ।