କଟକ: ସାଲେପୁର ନିଶ୍ଚିନ୍ତକୋଇଲି ସୁକରପଡାରେ ଅଭାବନୀୟ ଘଟଣା । ପୋଖରୀରରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ବୁଡିଯାଇଥିଲେ ଦୁଇ ଭଉଣୀ । ମୃତ ଦୁଇ ନାବାଳିକା ହେଲେ ସେହି ଗ୍ରାମର ଲିପସିତା ପଣ୍ଡା ଓ ଇପସିତା ପଣ୍ଡା । ଲିପସିତାଙ୍କୁ ୯ ବର୍ଷ ହୋଇଥିବା ବେଳେ ଇପସିତାଙ୍କ ବୟସ ୫ବର୍ଷ । ଏକାଠି ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଉଭୟଙ୍କ ମୃତ୍ୟୁ ହୋଇଛି ।
ଖ୍ରୀଷ୍ଟଧର୍ମାବଲମ୍ବୀ ପାଳୁଛନ୍ତି ବଡଦିନ, ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ବ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ବଡ଼ଦିନ । ଉତ୍ସବ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ । ଉତ୍ସବମୁଖର ହୋଇଛି ସାରା ବିଶ୍ବ । ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ସାରା ରାଜ୍ୟର ଚର୍ଚ୍ଚରେ ଲାଗିଛି ଗହଳି ।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଖ୍ରୀଷ୍ଟ ଧର୍ମାବଲାମ୍ବୀ । ଆଜିକୁ ପ୍ରାୟ ୨୦୨୨ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା ।
ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହା ପର ଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।
ଘର କୋଣରେ ରହିବେ ମହିଳା, ତାଲିବାନ ସରକାର ଆଣିଲେ ନୂଆ ଯୋଜନା
କାବୁଲ: ଅସଲ ରୂପ ଦେଖାଉଛି ତାଲିବାନ୍ । ମହିଳାଙ୍କୁ ଘର କୋଣରେ ରଖିବାକୁ ତାଲିବାନ ସରକାରଙ୍କ ଯୋଜନା । ଆଫଗାନିସ୍ତାନରେ ଏନଜିଓରେ କାମ କରିପାରିବେନି ମହିଳା । ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳରେ ପ୍ରବେଶ ଉପରେ କଟକଣା ପରେ ଏନଜିଓରେ କାମ କରିବାକୁ ମନା କରିଛି ତାଲିବାନ୍ । ମହିଳାଙ୍କୁ ବ୍ୟାନ କରିବାକୁ ସମସ୍ତ ଏନଜିଓ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି ତାଲିବାନ୍ ସରକାର ।
କାମ କରୁଥିବା ମହିଳାଙ୍କୁ ତୁରନ୍ତ ବ୍ୟାନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇସଲାମିକ ଡ୍ରେସ କୋର୍ଡକୁ ମାନୁନଥିବା ଅଭିଯୋଗରେ ମହିଳାଙ୍କୁ ବ୍ୟାନ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ମହିଳା ଏନଜିଓରେ କାମ କରିପାରିବେ ନାହିଁ ବୋଲି ଆଫଗାନ ଅର୍ଥମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି । ପୂର୍ବରୁ ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟରେ ପ୍ରବେଶ ନକରିବାକୁ କଟକଣା ଜାରି କରିଥିଲା ତାଲିବାନ୍ । ଯାହାକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି ।
ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା, ଆଜିଠୁ ଓଡ଼ିଶା ଭ୍ରମଣ କରିବ ହକି ବିଶ୍ୱକପ ଟ୍ରଫି
ଭୁବନେଶ୍ୱର: ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା । ସାରା ଦେଶରେ ପରିକ୍ରମା କରି ଫେରିଲା FIH ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଟ୍ରଫି । ଆଜିଠୁ ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ । ୨୧ ଦିନ ଧରି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲିଛି ଟ୍ରଫି ।
ସୂଚନା ଅନୁସାରେ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।

