ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ପିଟି ପିଟି ହତ୍ୟା

ଗଜପତି: ଗଜପତି ମୋହନାରେ ପୁଣି ଦାଦନ ଦୁଃଖ । ତାମିଲନାଡ଼ୁରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା । ମୃତକ ହେଲେ ଅଡ଼ବା ଥାନା ବାରିଆଁ ଗାଁର ଶରତ ପରିଛା । ଶରତ ଗତ ବର୍ଷେ ଧରି ତାମିଲନାଡ଼ୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ଶରତଙ୍କ ଦେଢ଼ ଶାଶୂ ମାର୍ଥା ପରିଛାଙ୍କୁ କେହି ଭିଡିଓ କଲ କରି ଶରତଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଦେଖାଇଥିଲେ । ଏହାପରେ ସେହି ନମ୍ବରରେ କେହି କଲ୍ ରିସିଭ୍ କରିନଥିଲେ । ତେବେ ଆଜି ସକାଳୁ ସେହି ନମ୍ବରରୁ ଶରତଙ୍କ ମୃତଦେହର ଫଟୋ ପଠାଇବା ସହ ଶବ ନେଇଯିବାକୁ ମେସେଜ କରିଛନ୍ତି । ଶରତଙ୍କ ପରିବାର ଲୋକେ ବେସାହାରା ହୋଇପଡ଼ିଥିବା ବେଳେ ମୃତଦେହ ତାମିଲନାଡ଼ୁରୁ କେମିତି ଆସିବ ତାକୁ ନେଇ ଚିନ୍ତାରେ ରହିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।