spot_img
Home Blog Page 3590

ଭୁବନେଶ୍ୱର ରେଳ ଷ୍ଟେସନରୁ ଋଷୀୟ ଶରଣାର୍ଥୀ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବା ଜଣେ ଋଷୀୟ ଶରଣାର୍ଥୀଙ୍କୁ ଉଦ୍ଧାର କରିଛି ଜିଆରପି । ପୋଲିସ ସମ୍ପୃକ୍ତ ଶରଣାର୍ଥୀଙ୍କୁ ପଚରାଉଚରା କରୁଛି । ଭିସା ଅଛି କି ନାହିଁ, ସେନେଇ ଚାଲିଛି ଜେରା । ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର ରେଳ ଷ୍ଟେସନରେ ଏହି ଶରଣାର୍ଥୀଙ୍କ ଏପରି ଠିଆ ହେବା ପୋଲିସକୁ ଚିନ୍ତାରେ ପକାଇଥିଲା ।

ସୂଚନା ଅନୁଯାୟୀ, ଆଜି ତାଙ୍କୁ ଜେରା କରୁଛି ପୋଲିସ । ରେଳୱେ ଷ୍ଟେସନରେ ପ୍ଲାକାର୍ଡ ଧରି ଛିଡା ହୋଇଥିଲେ । ମୁଁ ଜଣେ ଋଷୟୀ ଶରଣାର୍ଥୀ । ମୁଁ ଯୁଦ୍ଧକୁ ବିରୋଧ କରେ । ମୁଁ ରାଷ୍ଟ୍ରପତ୍ତି ପୁଟିନଙ୍କ ବିରୋଧୀ । ମୋର ଘର ଦ୍ବାରା ନାହିଁ । ଦୟାକରି ମୋତେ ସାହାଯ୍ୟ କର ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ ଋଷୀୟ ପର୍ଯ୍ୟଟକ ଆଣ୍ଡୁ ।

କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ଚିନ୍ତାରେ ଭାରତ, ପୂର୍ବ ଭ୍ୟାରିଏଣ୍ଟ ଅପେକ୍ଷା ୧୨୦ ଗୁଣା ଅଧିକ ସଂକ୍ରାମକ

ୱାଶିଂଟନ: ବିଶ୍ବରେ କରୋନା ଗ୍ରାଫ ଉପରମୁହାଁ । ଆମେରିକାରେ କରୋନାର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ । ଯାହାର ନାମ XXB.1.5 ବୋଲି ସୂଚନା ମିଳିଛି । ଅନ୍ୟ ସମସ୍ତ ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ବିପଦଜନକ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଏରିକ୍ ଫେଗଲ୍ ଡିଙ୍ଗ୍ ସୂଚନା ଦେଇଛନ୍ତି । ଡିଙ୍ଗ କହିଛନ୍ତି ଯେ, ପୂର୍ବରୁ ଥିବା BQ.1 ଭ୍ୟାରିଏଣ୍ଟ ଅପେକ୍ଷା ଏହା ସଂକ୍ରମଣକୁ ୧୨୦ ଗୁଣା ଦୃତ ଗତିରେ ବୃଦ୍ଧି କରିଥାଏ। କରୋନାର XXB.1.5 ହେଉଛି ସୁପର ଭ୍ୟାରିଏଣ୍ଟ।  ଚିନ୍ତାର ବିଷୟ ହେଉଛି ଭାରତରେ ଏହି ଭ୍ୟାରିଏଣ୍ଟର ପ୍ରବେଶ ହୋଇଛି । ଗୁଜୁରାଟରେ XXB.1.5 ଭ୍ୟାରିଏଣ୍ଟରେ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

XXB.1.5 ସଂକ୍ରମଣ ଯୋଗୁଁ କ୍ରମାଗତ ଭାବରେ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଡିଙ୍ଗ୍ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବୈଜ୍ଞାନିକ ନ୍ୟୁୟର୍କରେ ବ୍ୟାପିଥିବା ଏହି ସଂକ୍ରମଣର ମଡେଲକୁ ନେଇ ରିସର୍ଚ୍ଚ କରୁଛନ୍ତି। ଏହି ଭ୍ୟାରିଏଣ୍ଟ ସମସ୍ତ ପ୍ରକାର ଭ୍ୟାରିଏଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ହୋଇଥିବା ଯୋଗୁଁ ମଣିଷ ଶରୀରେ ପ୍ରବେଶ କରି ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିଦେବ ।

ଆମେରିକାର ଅନେକ ସହରରେ XXB.1.5 ଭ୍ୟାରିଏଣ୍ଟ ସଂକ୍ରମିତ ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଆମେରିକା ସମେତ ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବେଡ୍ ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ,  ନ୍ୟୁୟର୍କରେ ଅକ୍ଟୋବର ମାସରେ କରୋନାର ଏହି ଶକ୍ତିଶାଳୀ ଭ୍ୟାରିଏଣ୍ଟ ବ୍ୟାପିବା ଆରମ୍ଭ ହୋଇଥିଲା ।

ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ନୂତନ ସଂକ୍ରମଣ ବଢୁଥିବା ଯୋଗୁଁ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏହାର କାରଣ ହେଉଛି ଯେ, ଏହି ନୂତନ ଭ୍ୟାରିଏଣ୍ଟ ଓମିକ୍ରନ ପରି ନୁହେଁ  ଏହା ଘାତକ କରୋନା ଭ୍ୟାରିଏଣ୍ଟ। ଯାହା ଦୁଇଟି ଭ୍ୟାରିଏଣ୍ଟକୁ ନେଇ ଗଠିତ ଏବଂ ଏହା ପୂର୍ବରୁ ପରିବର୍ତ୍ତନ ହୋଇସାରିଛି ।

ଆତଙ୍କବାଦର ଡ଼ର ଦେଖାଇ ଆମକୁ ଆଲୋଚନା ଟେବୁଲକୁ ଆଣିପାରିବନି, ପାକିସ୍ତାନକୁ ଜୟଶଙ୍କରଙ୍କ ସିଧା କଥା

ନୂଆଦିଲ୍ଲୀ:  ସାଇପ୍ରସ ଗସ୍ତରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦକୁ ନେଇ ପାକିସ୍ତାନକୁ କଟୁ ସମାଲୋଚନା କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରି ସେ ବିନା ପାକିସ୍ତାନର ନାମ ନେଇ କହିଛନ୍ତି ଯେ, ଆତଙ୍କବାଦର ଡ଼ର ଦେଖାଇ କେହି ଆମକୁ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ କରିପାରିବେ ନାହିଁ ।

ଭାରତ ଓ ସାଇପ୍ରସ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୁରଣ ଅବସରରେ ଜୟଶଙ୍କର ସାଇପ୍ରସ ଗସ୍ତରେ ଅଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦକୁ ଅସ୍ତ୍ର କରି ଭାରତକୁ କେହି ମଧ୍ୟ ଆଲୋଚନା ଟେବୁଲରେ ବସେଇପାରିବ ନାହିଁ । ଏହାସହ ଚୀନ ସହିତ ଚାଲିଥିବା ଭାରତର ସୀମା ବିବାଦକୁ ନେଇ ଜୟଶଙ୍କର କହିଛନ୍ତି ଯେ, ଚୀନ ସହିତ ଆମର ସମ୍ପର୍କ ସ୍ବାଭାବିକ ନାହିଁ । ଏଲଏସିରେ  ଚୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଚୀନ ଏବଂ ଭାରତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଆକ୍ରମଣକୁ ନେଇ ଜୟଶଙ୍କର କହିଛନ୍ତି ଯେ, ଭାରତ ସୀମାରେ ଅନେକ ଚ୍ୟାଲେଞ୍ଜ ରହିଛି । ଯାହା କରୋନା ସମୟରେ ଅଧିକ ବୃଦ୍ଧି ପାଇଛି।

ଭାରତ ଉପରେ ସବୁଠାରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହାକୁ କୌଣସି ପ୍ରକାରର ଗ୍ରହଣ କରାଯିବ ନାହିଁ । ନିଜ ଦେଶର ସୁରକ୍ଷା ସହିତ  ଆମେ କୌଣସି ବୁଝାମଣା କରିପାରିବୁ ନାହିଁ । ଅନ୍ୟ କୌଣସି ଦେଶକୁ ଆତଙ୍କବାଦୀ ଆକ୍ରମଣରେ ଏତେ କ୍ଷତି ସହି ନାହାନ୍ତି ଯେତିକି ଭାରତକୁ ସହିଛି । ଆମେ ଆତଙ୍କବାଦୀଙ୍କୁ କେବେ ବି ସ୍ବୀକାର କରିବୁ ନାହିଁ  ଓ ସେମାନଙ୍କୁ କଡା ଜବାବ ଦେବୁ ବୋଲି ଜୟଶଙ୍କର କହିଛନ୍ତି ।

ସେପଟେ ପରୋକ୍ଷ ଭାବରେ ପାକିସ୍ତାନକୁ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି ଯେ, ଆମେ ଆମ ପଡୋଶୀ ଦେଶମାନଙ୍କ ସହ ଭଲ ସମ୍ପର୍କ ରଖିବା ପାଇଁ ଚାହୁଁଛୁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆତଙ୍କବାଦ ପ୍ରସଙ୍ଗରେ ଆମେ ଆପୋଷ ବୁଝାବଣା କରିଦେବୁ । ଏହା କେବେ ସମ୍ଭବ ହେବ ନାହିଁ । ଭାରତକୁ ଆଲୋଚନା ବୈଠକକୁ ଆସିବାକୁ ବାଧ୍ୟ କରିବା ପାଇଁ ଆତଙ୍କବାଦକୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଦେବୁ ନାହିଁ ।

ଭାରତ ଏବଂ ସାଇପ୍ରସ ମଧ୍ୟରେ କୂଚନୈତିକ ସମ୍ପର୍କକୁ ୬୦ ବର୍ଷ ପୂର୍ତ୍ତି ଅବସରରେ ବୈଦେଶିକ ମନ୍ତ୍ରୀ ସାଇପ୍ରସ ଗସ୍ତରେ ଅଛନ୍ତି। ସେଠାରେ ସେ ସାଇପ୍ରସର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ କିଭଳି ସମନ୍ବୟ , ପ୍ରତିରକ୍ଷା ଏବଂ ସାମରିକ ଚୁକ୍ତି ରଖାଯାଇପାରିବ ସେନେଇ ଆଲୋଚନା କରିଥିଲେ ।

କୋଭିଡ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ଚୀନକୁ ନିର୍ଦ୍ଦେଶ ଦେଲା WHO

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣର ସବିଶେଷ ସ୍ଥିତି ପ୍ରକାଶ ଲାଗି ଚୀନକୁ ନିର୍ଦ୍ଦେଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ପ୍ରକୃତ ତଥ୍ୟ ପ୍ରକାଶ ପାଉନଥିବାରୁ ଉଦବେଗ ପ୍ରକାଶ କରିଛି ସଂଗଠନ । ଜିନ ସିକୁଏନସିଂ, ଆଇସିୟୁ, ଟିକାକରଣ, ଭାଇରାଲ ସିକୁଏନସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଆଦି ଉପରେ ସଂଗଠନ ଗୁରୁତ୍ବ ଦେଇଛି ।

ସେପଟେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି ବ୍ରିଟେନ ଓ ଫ୍ରାନସ । ପୂର୍ବରୁ ଭାରତ, ଆମେରିକା, ଜାପାନ, ଇଟାଲି, ତାଇଓ୍ବାନ, ଫ୍ରାନ୍ସ, ସ୍ପେନ, ଦକ୍ଷିଣ କୋରିଆ ଏହି କଟକଣା ଲାଗୁ କରିଥିଲେ । ଆସନ୍ତା ଜାନୁଆରୀ ୫ରୁ ଯେଉଁମାନେ ଚୀନରୁ ବ୍ରିଟେନକୁ ଆସିବେ ସେମାନଙ୍କ ଲାଗି ନେଗେଟିଭ କୋଭିଡ ପ୍ରି-ଡିପାରେଚର ଟେଷ୍ଟ ବା ପିଡିଟିକୁ ବାଧ୍ୟତାମୂଳକ କରାଯାଇଛି ।

ଶୀତ ଲହରୀ ଯୋଗୁଁ ଦିଲ୍ଲୀରେ ନିମ୍ନଗାମୀ ହେଉଛି ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ: ପୁଣି ଖରାପ ହେଲା ଦିଲ୍ଲୀ ଏକ୍ୟୁଆଇ । ପ୍ରବଳ ଶୀତ ଜାରି ରହିଥିବାବେଳେ ବାୟୁ ଗୁଣବତ୍ତା ହ୍ରାସ ପାଇଛି । ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଓ୍ବାର୍କ ଫ୍ରମ ହୋମ ନୀତି ଓ କାର୍ପୁଲକୁ ଗୁରୁତ୍ବ ଦିଆଯାଇଛି। ଜରୁରୀ ନଥିବା କାର୍ଯ୍ୟଗୁଡିକର ନିର୍ମାଣ କାର୍ଯ୍ୟ ବାତିଲ କରାଯାଇଥିଛି । ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଇଣ୍ଟେରିୟର ଡେକୋରେସନ ଓ ଇଲେକ୍ଟ୍ରିକାଲ କାର୍ଯ୍ୟକୁ ଅନୁମତି ରହିଛି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଗ୍ରାପ ପକ୍ଷରୁ ପ୍ରଦୂଷଣ ନିରୋଧ ଯୋଜନା ଅନୁସାରେ ବିଭିନ୍ନ କଟକଣା ଜାରି କରାଯାଇଛି ।

ଦିଲ୍ଲୀ ଏନସିଆରର ସମସ୍ତ ଅଞ୍ଚଳ ଲାଗି ଏହି ନିୟମ ଲାଗୁ ହୋଇଛି । ପବନର ଗତି ଥମିଯିବା ସହ ସ୍ଥିର ପରିବେଶ ଯୋଗୁ ବାୟୁ ଗୁଣବତ୍ତା ଅଧିକ ନିମ୍ନଗାମୀ ହେବା ଆଶଙ୍କା ରହିଛି । ଗତକାଲି ଏକ୍ୟୁଆଇ ୩୯୯ ଥିବାବେଳେ ଆଜି ତାହା ଅଧିକ ହେବା ଆଶଙ୍କା ରହିଛି । ଏକ୍ୟୁଆଇ ୨୦୧ରୁ ୩୦୦ ହେଲେ ତାହାକୁ ଖରାପ କୁହାଯାଇଥାଏ । ୩୦୧ରୁ ୪୦୦ ହେଲେ ଅଧିକ ଖରାପ ଓ ୪୦୧ରୁ ୫୦୦ ହେଲେ ଅତ୍ୟଧିକ ଖରାପ କୁହାଯାଇଥାଏ।

ସେହିପରି ଦିଲ୍ଲୀ-ଏନସିଆରରେ କୋଇଲା ସମେତ ବିଭିନ୍ନ ଅଣସ୍ବୀକୃତିପ୍ରାପ୍ତ ଜାଳେଣି ବ୍ୟବହାର କରୁଥିବା ଶିଳ୍ପଗୁଡିକୁ ଆସନ୍ତା ଜାନୁଆରୀ ୧ ତାରିଖରୁ ବନ୍ଦ ଲାଗି କେନ୍ଦ୍ରର ଏୟାର କ୍ବାଲିଟି ପ୍ୟାନେଲ ନିଷ୍ପତ୍ତି ନେଇଥିଲା । ସେପଟେ ଉତ୍ତର ଭାରତରେ ଶୀତ ଓ କୁହୁଡି ତାଣ୍ଡବ ଜାରି ରହିଛି ।

 

ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା।; ୯ ମୃତ

ଅହମ୍ମଦାବାଦ:ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜରାଟ ନବସାରୀ ନିକଟରେ ଭୋରରୁ ବସ୍‌ ଓ କାର୍‌ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ୧୭ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଏକ ଲଗଜୁରୀ ବସ୍‌ଟି ଅହମ୍ମଦାବାଦରୁ ବଲସାଡ ଯାଉଥିଲା । ନବସାରୀ ବେସବା ଗାଁ ପାଖରେ ସାମ୍ନାରୁ ଆସୁଥିବା କାର୍‌ ସହ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ । କାର୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାର୍‌ଟି ଡିଭାଇଡର କ୍ରସ୍ କରି ରଙ୍ଗ ସାଇଡରେ ଆସୁଥିବାରୁ ଦୁର୍ଘଟଣା ଘଟିଥିଲା । ନିଦରେ କାର୍‌ ଡ୍ରାଇଭରଙ୍କ ଆଖି ଲାଗି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବନ୍ଧା ହେଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭବାନୀପାଟଣା: ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଘରେ ରେଡ୍ ପରେ ଗିରଫ ହୋଇଥିଲେ ସମୀର ଠାକୁର । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମୀର ଠାକୁରଙ୍କର ପ୍ରବଳ ସମ୍ପତ୍ତି । ଭବାନୀପାଟଣାରେ ବାବୁଙ୍କ ନାଁରେ ରହିଛି ୩ଟି ପ୍ଲଟ୍ । ଗୋଟେ ତିନିମହଲା ବିଲଡ଼ିଂ, ଗୋଟିଏ ଦୁଇମହଲା କୋଠା ରହିଛି ।

ଏହାସହ ୫୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ସମୀର ଠାକୁରଙ୍କ ନାଁରେ । ଘରୁ ନଗଦ ୪୯ ହଜାର ୧୬୩ ଟଙ୍କା ସହ ୨୫୦ଗ୍ରାମ୍ ସୁନା ଗହଣା ଓ୯୩୦ ଗ୍ରାମ ରୁପା ଠାବ ହୋଇଛି । ୮ଲକ୍ଷ ୫୭ହଜାର ଟଙ୍କାର ଗୋଟିଏ ୪ଚକିଆ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଭାବନୀପାଟଣାର ୪ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ ।

ଆସିଲା ରିପୋର୍ଟ, ବର୍ଷକରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ୫୪୪ ଦୁର୍ନୀତିଖୋର ଅଫିସର

ଭୁବନେଶ୍ୱର: ଆସିଲା ୨୦୨୨ ବର୍ଷର ଭିଜିଲାନ୍ସ ରିପୋର୍ଟ। ବର୍ଷକରେ ୫୪୪ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ହୋଇଛି ୨୮୫ଟି ମାମଲା । ୬୦ ପ୍ରଥମଶ୍ରେଣୀ କର୍ମଚାରୀ, ୫୩ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୨୨୭ ତୃତୀୟ ଶ୍ରେଣୀ କର୍ମଚାରୀ, ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୩୮ ସରକାରୀ କର୍ମଚାରୀ ଓ ୧୫୯ ବେସରକାରୀ କର୍ମଚାରୀ ଫସିଛନ୍ତି ଭିଜିଲାନ୍ସ ଜାଲରେ।

ଦୁର୍ନୀତି ପାଇଁ ୨୯ ପ୍ରତିଶତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩୦ ପ୍ରତିଶତ ଓ ଲାଞ୍ଚ ନେବା ବେଳେ ଧରିପଡ଼ିଛନ୍ତି ୪୧ ପ୍ରତିଶତ କର୍ମଚାରୀ। ବିଗତ ୫ବର୍ଷରେ ସର୍ବାଧିକ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ସେହିପରି ୫ ବର୍ଷରେ ସର୍ବାଧିକ ନଗଦ ଟଙ୍କା ଜବତ କରିବାରେ ଚଳିତ ବର୍ଷ ରେକର୍ଡ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟପ୍ ୪ଟି ମାମଲାରେ ଜବତ ହୋଇଛି ୭ କୋଟି ଟଙ୍କା। ବିପୁଳ ଟଙ୍କା ନେଇ ସାଙ୍ଗରେ ଯିବା ବେଳେ ୭ଜଣ ସରକାରୀ କର୍ମଚାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

ସେହିପରି ଲାଞ୍ଚ ନେଉଥିବା ବେଳେ ୧୧୮ଜଣଙ୍କୁ ଟ୍ରାପ୍ କରିଛି ଭିଜିଲାନ୍ସ । ବର୍ଷକରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୩୭ ଜଣ ପ୍ରଥମ ଶ୍ରେଣୀ, ୩୯ ଜଣ ଦ୍ବିତୀୟ ଶ୍ରେଣୀ କର୍ମଚାରୀ, ୧୦୫ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି। ସେହିପରି ବିଭିନ୍ନ ବିଭାଗର ୪୭ ଇଞ୍ଜିନିୟର, ୩୧ ରେଭିନ୍ୟୁ ଅଫିସର, ୨୦ ପୋଲିସ ଅଫିସର, ୧୩ ଫରେଷ୍ଟ ଅଫିସର ଓ ୧୨ ଜଣ ଡାକ୍ତର ରହିଛନ୍ତି ।

ଜିରୋନାଇଟ୍ ସେଲିବ୍ରେସନ୍ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଆଜି ବର୍ଷର ଶେଷଦିନ । ଏ ବର୍ଷର ଶେଷ ସୂର୍ଯୋଦୟ ଦେଖିଲା ବିଶ୍ବ । ସଞ୍ଜ ହେଲେ ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ସହିତ ଡୁବିଯିବ କେତେ ସ୍ମୃତି, ଅନୁଭୂତି ଆଉ ଅନୁଭବ । ରାତି ପାହିଲେ ବଦଳିଯାଇଥିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨ ଆଉ ଆସିବ ନୂଆବର୍ଷ ୨୦୨୩ । ଗତ ଦୁଇବର୍ଷ କରୋନା ପାଇଁ ଫିକା ପଡ଼ିଥିଲା ନ୍ୟୁ ଇୟର ସେଲିବ୍ରେସନ ।

ହେଲେ ଚଳିତବର୍ଷ ସେଭଳି ସ୍ଥିତି ନଥିବାରୁ ବେଶ ଜମିବ ସେଲିବ୍ରେସନ। ଧୁମଧାମରେ ନୂଆବର୍ଷ ପାଳନ କରିବାକୁ ସରିଲାଣି ପ୍ଲାନିଂ । ଟୁଇନସିଟିର ବିଭିନ୍ନ ହୋଟେଲରେ ଜିରୋନାଇଟ୍ ସେଲିବ୍ରେସନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ବଲିଉଡ, ଓଲିଉଡ ଗୀତ, ଡିଜେ ଓ ଡ୍ୟାନ୍ସରେ ମତୁଆଲା ହେବେ ଜନସାଧାରଣ । ନୂଆବର୍ଷ ଲାଗି କଟକଣା ଜାରି କରିଛି କମିଶନରେଟ ପୋଲିସ । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ ।

ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେଇଛି ପୋଲିସ । ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ରହିବ ନଜର । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ହେବ ।

ସପତ୍ନୀକ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ଆଜି ୨୦୨୨ ବର୍ଷର ଶେଷ ଦିନ। ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ଓ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ। ବର୍ଷର ଶେଷ ଦିନରେ ଉଭୟ ଶ୍ରୀଜିଉଙ୍କୁ ଦର୍ଶନ କରି ରାଜ୍ୟ ତଥା ବିଶ୍ବର ମଙ୍ଗଳ କାମନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ବେଢା ପରିକ୍ରମା, ଲକ୍ଷ୍ମୀ ମନ୍ଦିର ଦର୍ଶନ ଓ ବିମଳା ମନ୍ଦିର ଦର୍ଶନ କରିଛନ୍ତି ।