FIH ପ୍ରୋଲିଗରେ ବଡ଼ ଟକ୍କର; ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

1 min read

ରାଉରକେଲା: ସୁପର ସଣ୍ଡେରେ ସୁପର ମୁକାବିଲା । FIH ପ୍ରୋଲିଗରେ ଆଜି ବଡ଼ ଟକ୍କର । ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ସଂଧ୍ୟା ୭ଟା ୩୦ରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଜର୍ମାନୀ ବିପକ୍ଷରେ ଭାରତ ବିଜୟ ହାସଲ କରିଥିବା ବେଳେ ଭାରତୀୟ ଖେଳାଳିଙ୍କ ମନବଳ ଦୃଢ ଅଛି । ଘରୋଇ ପରିବେଶରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ବିଶ୍ବବିଜେତା ଜର୍ମାନୀଙ୍କୁ ହରାଇଛି ଭାରତ ।

ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ-ଲିଗ୍ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଶ୍ବ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି । ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ତେଣୁ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜର୍ମାନି ବିପକ୍ଷରେ ଅଷ୍ଟ୍ରେଲିଆ ଶନିବାର ପରାଜିତ ହୋଇଛି । ତେଣୁ ଏହି ଦଳ ଭାରତ ବିପକ୍ଷରେ ପୂରା ଦମ୍‌ ଲଗାଇବାକୁ ଆଜି ଚେଷ୍ଟା କରିବ ।