spot_img
Home Blog Page 3589

ନୂଆ ବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍, ମାନସ ମଙ୍ଗରାଜ ହେଲେ ରାଷ୍ଟ୍ରୀୟ ମୁଖପାତ୍ର

ଭୁବନେଶ୍ୱର: ପୁନଗର୍ଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍ । ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ । ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ସର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରିଛନ୍ତି ।

ସେହିପରି ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ନେତା ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ସାଂସଦ ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଗଣମାଧ୍ୟମର ପ୍ୟାନେଲିଷ୍ଟ ଭାବେ ୯ଜଣଙ୍କୁ ଦାୟିତ୍ୱ ମିଳିଛି । ସେମାନେ ହେଲେ ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହିକିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର ଏବଂ ଅପୂର୍ବ ଅପରୂପା ଗଣମାଧ୍ୟମ ପାନେଲିଷ୍ଟ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ସ୍ବୟଂ ପ୍ରକାଶ ମହାପାତ୍ର ବିଜେଡି ଆଇଟି ସେଲର ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ଖୁବଶୀଘ୍ର ସରକାରୀ ମେଡିକାଲ କଲେଜରେ ହେବ ଟିଚିଂ ହସ୍ପିଟାଲ

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜରେ ଖୁବଶୀଘ୍ର ଆରମ୍ଭ ହେବ ଟିଚିଂ ହସ୍ପିଟାଲ । ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ଏହି ଟିଚିଂ ହସ୍ପିଟାଲ । ୯ଟି ସରକାରୀ ହସ୍ପିଟାଲର କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି । କାମ ସରିବାର ମାସକ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏନେଇ ସବୁ ସରକାରୀ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ ।

ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସରଞ୍ଜାମ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୨୦୨୩ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲ କାମ ଶେଷ ହେବ । ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ । ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ, ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲ କାମ, ୨୦୨୩ ଶେଷ ସୁଦ୍ଧା ଭବାନୀପାଟଣା ଟିଚିଂ ହସ୍ପିଟାଲ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାମ୍ନାକୁ ଆସିଲା ଋଷଭଙ୍କ ଦୁର୍ଘଟଣାର କାରଣ, ଖାଲ ପାଇଁ ହୋଇଥିଲା ଦୁର୍ଘଟଣା

ଡେରାଡୁନ: କାର ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଋଷଭ ପନ୍ତ ଡେରାଡୁନର ମାସ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ପନ୍ତଙ୍କ ଚିକିତ୍ସାରେ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ଏହି ଡାକ୍ତରୀ ଟିମରେ ସର୍ଜନ, ଅର୍ଥୋପେଡିକ୍ ସର୍ଜନ ସମେତ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ଅଛନ୍ତି। ହସ୍ପିଟାଲର ପରିଚାଳକ ସିଧା ସଳଖ ପନ୍ତଙ୍କ ପରିବାର ଏବଂ ଡିଡିସିଏଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଉଛନ୍ତି ।

ଡିଡିସିଏର ଅଧିକାରୀ ହସ୍ପିଟାଲରେ ପହଞ୍ଚି ସୂଚନା ଦେଇଛନ୍ତି ଯେ, ପନ୍ତଙ୍କ ଚିକିତ୍ସା ପାଇଁ ଭାରତର ସର୍ବୋତ୍ତମ ଡାକ୍ତରଙ୍କ ପରାମର୍ଶ ନିଆଯାଉଛି । ଡେରାଡୁନର ମାକ୍ସ ହସ୍ପିଟାଲରେ ପନ୍ତଙ୍କ ଚିକିତ୍ସା ଚାଲିବ ବୋଲି ଡିଡିସିଏ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏନର ନିର୍ଦ୍ଦେଶକ ଶ୍ୟାମ ଶର୍ମା ପନ୍ତଙ୍କ ସହ ଦେଖା ହେବା ପରେ ତାଙ୍କ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛନ୍ତି । ପନ୍ତଙ୍କ ଦୁର୍ଘଟଣା ନିଦ ଲାଗିବା କାରଣରୁ ନୁହେଁ ରାସ୍ତାରେ ଥିବା ଖାଲରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ କାରଟି ଅନିୟନ୍ତ୍ରଣ ହୋଇ ଦୁର୍ଘଟଣା ଗସ୍ତ ହୋଇଥିଲା।

୯୫ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ପୋପ୍ ଭେନଡିକ୍ଟ ଏକ୍ସଭିଆଇ

 ଜର୍ମାନ: ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି କାଥୋଲିକ୍ ଚର୍ଚ୍ଚର ପୂର୍ବତନ ମୁଖ୍ୟ ତଥା ପୋପ୍ ଭେନଡିକ୍ଟ ଏକ୍ସଭିଆଇ  । ୨୦୨୨ର ଶେଷ ଦିନରେ ଅର୍ଥାତ୍ସକାଳ ୯ଟା ୩୪ ମିନିଟ୍ ସମୟରେ ଦେହାନ୍ତ ହୋଇଥିବା ନେଇ ତାଙ୍କର ମୁଖପାତ୍ର ପ୍ରକାଶ କରିଛନ୍ତି  । ଭେନଡିକ୍ଟ ଏକ୍ସଭିଆଇ ପୂର୍ବରୁ ପୋପ୍ ରହିଥିବାବେଳେ ନିଜେ ଇସ୍ତଫା ମଧ୍ୟ ପ୍ରଦାନ କରିଥିଲେ  । ପରେ ଏକ ମଠରେ ସେ ଜୀବନ ଅତିବାହିତ କରିଆସୁଥିଲେ ।

ପୂର୍ବତନ ପୋପ୍ ଅସୁସ୍ଥ ରହିଥିଲେ  । ଯେଉଁଥିପାଇଁ ବର୍ତ୍ତମାନର ପୋପ ଫ୍ରାନ୍ସିସ , ସାଧାରଣ ଦର୍ଶନ ସମୟରେ  ଭେନଡିକ୍ଟ ଏକ୍ସଭିଆଇ ଙ୍କ ପାଇଁ ପ୍ରାର୍ଥନା କରିବା ଲାଗି ଲୋକଙ୍କୁ ଅନୁରୋଧ କରିଥିଲେ  । ପୂର୍ବତନ ପୋପ୍ ଭେନଡିକ୍ଟ ଏକ୍ସଭିଆଇ  ଆଗରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ରହିଥିଲେ  ।

ତାଙ୍କର ଦେହାନ୍ତ ଆଜି ଦିନ ୯୩୪ ମିନିଟରେ ଘଟିଛି  । ଦୁଋଖର ସହ ଏକ ଲିଖିତ ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରାଯାଇଥିଲା  । ତାଙ୍କର ମୁଖପାତ୍ର ଏନେଇ ପ୍ରେସବାର୍ତ୍ତା ପ୍ରକାଶ କରିଥିଲେ  । ସ୍ୱାସ୍ଥ୍ୟଗତ କାରଣରୁ ଅସୁସ୍ଥ ରହିଥିଲେ ପୂର୍ବତନ ପୋପ୍ ଭେନଡିକ୍ଟ ଏକ୍ସଭିଆଇ    ।

ରେଳ ଷ୍ଟେସନରେ ଋଷୀୟ ଶରଣାର୍ଥୀ, ଉଦ୍ଧାର କଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବା ଋଷୀୟ ଶରଣାର୍ଥୀଙ୍କୁ ଉଦ୍ଧାର କରିଛି ଜିଆରପି । ପୋଲିସ ସମ୍ପୃକ୍ତ ଶରଣାର୍ଥୀ ଗ୍ଲାଗୋଲେଭ ଆଣ୍ଡ୍ରିୟୁଙ୍କୁ ପଚରାଉଚରା କରୁଛି । ଭିସା ଅଛି କି ନାହିଁ, ସେନେଇ ଚାଲିଛି ଜେରା । ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର ରେଳ ଷ୍ଟେସନରେ ଏହି ଶରଣାର୍ଥୀଙ୍କ ଏପରି ଠିଆ ହେବା ପୋଲିସକୁ ଚିନ୍ତାରେ ପକାଇଥିଲା । ଆଜି ତାଙ୍କୁ ଜେରା କରୁଛି ପୋଲିସ ।

ରେଳୱେ ଷ୍ଟେସନରେ ପ୍ଲାକାର୍ଡ ଧରି ଛିଡା ହୋଇଥିଲେ । ମୁଁ ଜଣେ ଋଷୟୀ ଶରଣାର୍ଥୀ । ମୁଁ ଯୁଦ୍ଧକୁ ବିରୋଧ କରେ । ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ । ମୋର ଘର ଦ୍ବାର ନାହିଁ । ଦୟାକରି ମୋତେ ସାହାଯ୍ୟ କର ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ ଋଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ରିୟୁ । ସେପଟେ ଗ୍ଲାଗୋଲେଭ 2016 ରେ 6 ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। ହେଲେ 6 ବର୍ଷ ରହି ସାରିଛନ୍ତି । ତାଙ୍କର ଭିସା ଅବଧି ସରିଛି । ସେ ପୁନଃ ଭିସା ଅବଧି ବଢାଇବା ପାଇଁ UN କୁ ଆବେଦନ କରିଛନ୍ତି।

ଆବେଦନ ପରେ ରହଣି ପାଇଁ ଅନୁମତି ମିଳିଛି ନା ନାହିଁ ତାହା ଡକୁମେଣ୍ଟ ଯାଞ୍ଚ ଚାଲିଥିବା କହିଛନ୍ତି ଜିଆରପି IIC ଜୟଦେବ ବିଶ୍ବଜିତ । ଏପର୍ଯ୍ୟନ୍ତ ତାଙ୍କ ରହଣି ନେଇ ବିଭିନ୍ନ ବିଶେଷଜ୍ଞଙ୍କ ମତାମତ ନିଆ ଯାଉଛି। ଏ ଯାଏ କିଛି ସନ୍ଦେହ ଜନକ ତଥ୍ୟ ମିଳିନାହିଁ। ଭାରତୀୟଙ୍କ ବ୍ୟବହାର ଭଲ ଯୋଗୁଁ ଭାରତ ରେ ରହିବାକୁ ଚାଁହୁଛନ୍ତି ଗ୍ଲାଗୋଲେଭ । ବୃନ୍ଦାବନ ଓ ପୁରୀ ରେ ଅଧିକ ସମୟ ଅତିବାହିତ କରିଛନ୍ତି ଗ୍ଲାଗୋଲେଭ। ଏବେ ସେ କୁଆଡେ ଯିବେ ସେ ନେଇ ଚାଲିଛି ତର୍ଜମା।

ଏୟାର ଲିପ୍ଟ ହୋଇପାରନ୍ତି ଋଷଭ, ଦିଲ୍ଲୀରେ ହୋଇପାରେ ପ୍ଲାଷ୍ଟିକ ସର୍ଜରୀ

ଡେରାଡୁନ୍: କାର୍ ଦୁର୍ଘଟଣାରେ ଗୁରୁତର ଆହତ କ୍ରିକେଟର ଋଷଭ ପନ୍ତଙ୍କୁ କରାଯାଇପାରେ ଏୟାର ଲିଫ୍ଟ। ପ୍ଲାଷ୍ଟିକ ସର୍ଜରୀ ଲାଗି ପନ୍ତଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି । ଡେରାଡୁନର ମାକ୍ସ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ପନ୍ତ । ପନ୍ତଙ୍କୁ ଆଇସିୟୁରେ ରଖାଯାଇଛି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ବିସିସିଆଇ ଏବଂ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡିଡିସିଏର ନିର୍ଦ୍ଦେଶକ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଡିଡିସିଏର ଏକ ଟିମ୍ ମାକ୍ସ ହସ୍ପିଟାଲରେ ପନ୍ତଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଯଦି ଆବଶ୍ୟକ ପଡ଼େ ତେବେ ପନ୍ତଙ୍କୁ ଦିଲ୍ଲୀ ସ୍ଥାନନ୍ତର କରାଯିବ। ଏହାସହ ସମ୍ଭବନା ଅଧିକ ରହିଛି ଯେ ପ୍ଲାଷ୍ଟିକ ସର୍ଜରୀ ଲାଗି ପନ୍ତଙ୍କୁ ଦିଲ୍ଲୀ ଏୟାର ଲିଫ୍ଟ କରାଯିବ ।

ପନ୍ତଙ୍କ ଏୟାରଲିପ୍ଟ ଖବର ପାଇ ପ୍ରଂଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ବର୍ତ୍ତମାନ ପନ୍ତଙ୍କ ଡିଡିସିଏର ଏକ ଟିମ୍ ପନ୍ତଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ବହୁତ ଜଲଦି ପ୍ରଂଶକମାନଙ୍କୁ ପନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଅପଡେଟ ଦିଆଯିବ ବୋଲି ଡିଡିସିଏ ପକ୍ଷରୁ ସୂଚନା ମିଳିଛି । ସେଠାରେ ପନ୍ତଙ୍କ ପାଖରେ ପନ୍ତଙ୍କ ମା’ ଏବଂ କିଛି ସାଙ୍ଗ ଉପସ୍ଥିତ ଅଛନ୍ତି ।

ସେପଟେ ଆଜି ହସ୍ପିଟାଲ ଯାଇ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି ଅଭିନେତା ଅନୀଲ କପୁର ଓ ଅନୁପମ ଖେର । ସେଠାରେ ବର୍ତ୍ତମାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ନିର୍ଦ୍ଦେଶକ ଶ୍ୟାମ ଶର୍ମା ରହିଛନ୍ତି । ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖାଶୁଣା କରିବା ଲାଗି ଆସୋସିଏସନର ଏକ ଟିମକୁ ସେଠାରେ ରଖାଯିବ ବୋଲି ସେ କହିଛନ୍ତି ।

ଗତକାଲି ପନ୍ତ ଦିଲ୍ଲୀରୁ ରୁଡକି ଆସିବାବେଳେ ହାମଦପୁର ନିକଟରେ ଏକ ଡିଭାଇଡରରେ ତାଙ୍କ ମର୍ସିଡିସ ପିଟି ହୋଇଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଯୋଗୁ ୨୫ ବର୍ଷ ବୟସ୍କ ପନ୍ତଙ୍କ ପିଠି, କପାଳ ଓ ଗୋଡରେ ଆଘାତ ଲାଗିଥିଲା । ଦୁର୍ଘଟଣା ସମ୍ପର୍କରେ ହରିଦ୍ବାର ଏସପି ଏସ.କେ. ସିଂ କହିଥିଲେ ଗାଡ଼ି ଚଳାଇବାବେଳେ ପନ୍ତଙ୍କ ଆଖି ପଡିଯାଇଥିଲା । ସେ ରୁଡକିସ୍ଥିତ କେତେକ ସମ୍ପର୍କୀୟଙ୍କ ନିକଟକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏନେଇ ପନ୍ତଙ୍କ ପ୍ରଶଂସକଙ୍କ ମାନେ ତାଙ୍କ ସ୍ବାସ୍ଥ୍ୟ କାମନା କରିଛନ୍ତି ।

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଯୁକ୍ତଦୁଇ ପରୀକ୍ଷା । ଏନେଇ CHSE ପ୍ରକାଶ କରିଛି ବିଜ୍ଞପ୍ତି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ପରୀକ୍ଷାର ଅଧଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଛାତ୍ରଛାତ୍ରୀ ।

ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ପ୍ରଥମ ଦିନ ମାତୃଭାଷା ବିଷୟରେ ପରୀକ୍ଷା ହେବ । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷା କେନ୍ଦ୍ର । ପରୀକ୍ଷାକେନ୍ଦ୍ରରେ କୋଭିଡ ଗାଇଡଲାଇନ ପାଳନ କରାଯିବ । ଫେବ୍ରୁଆରୀ ୧ରୁ ୧୦ତାରିଖ ଯାଏ ପ୍ରାକ୍ଟିକାଲ୍ ପରୀକ୍ଷା ହେବ ।

ମାଲକାନଗିରିରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ

ମାଲକାନଗିରି: ମାଲକାନଗିରିରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ। ୨୦୨୩ ହକି ବିଶ୍ଵକପର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ଵକପ୍ ଟ୍ରଫି ବିଭିନ୍ନ ରାଜ୍ୟ ପରେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି । ଆଜି ହକି ବିଶ୍ଵକପ୍ ଟ୍ରଫି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ଗୋବିନ୍ଦପାଲିରେ ପହଞ୍ଚିବା ପରେ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟ୍ରଫିକୁ ସ୍ବାଗତ କରିଥିଲେ। ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭଯାତ୍ରାରେ ଏହା ମାଥିଲିରେ ପହଞ୍ଚିଥିଲା। ସଦର ମହକୁମାଠାରେ ପହଞ୍ଚିବା ପରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟ୍ରଫିକୁ ସ୍ବାଗତ କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଡିଏନକେ ଖେଳ ପଡ଼ିଆ ଯାଏ ଟ୍ରଫି ନିଆଯାଇଥିଲା । ସ୍ଥାନୀୟ ଜନ ପ୍ରତିନିଧି ଏବଂ ଜିଲ୍ଲପାଳଙ୍କ ସମେତ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ୟୁକ୍ରେନ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତାର ମାର୍ଗ ସହଜ ନୁହେଁ: ଚୀନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତାର ମାର୍ଗ ସହଜ ନୁହେଁ । ଯୁଦ୍ଧ ପ୍ରସଙ୍ଗରେ ଚୀନ ନିଜର ଆଭିମୁଖ୍ୟ ଓ ଉଚିତ ଦୃଷ୍ଟିଭଙ୍ଗୀ ବଜାୟ ରଖିବ ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ବେଳେ ଜିନପିଙ୍ଗ କହିଛନ୍ତି- ବିଭିନ୍ନ ଆନ୍ତର୍ଜାତିକ ବ୍ୟାପାର ପ୍ରସଙ୍ଗରେ ମସ୍କୋ ଓ ବେଜିଂ ମିଳିତ ଭାବେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।

ୟୁକ୍ରେନ ପ୍ରସଙ୍ଗରେ ଆଲୋଚନାମୂଳକ କଥାବାର୍ତ୍ତା ଲାଗି ଚୀନ ଆଗ୍ରହୀ ଥିବା ନେଇ ସୂଚନା ଦେଇଥିଲେ ଜିନପିଙ୍ଗ । ସେହିପରି ୟୁକ୍ରେନ ପ୍ରସଙ୍ଗରେ ଭୂମିକା ନିର୍ବାହ ଲାଗି ଚୀନ କେବେ ଅଗ୍ରାହ୍ୟ ପ୍ରକାଶ କରିନାହିଁ ବୋଲି ଜିନପିଙ୍ଗ କହିଥିଲେ। ଗତ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରଠାରୁ ଚୀନ କେବେ ବି କାହାର ପକ୍ଷ ନେବାକୁ ଚାହିଁ ନଥିବାବେଳେ ଯୁଦ୍ଧର ଅନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବା ଆଶା କରାଯାଉଛି।

ତେଣେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଲାଗି ମସ୍କୋ ଗସ୍ତରେ ଆସିବା ଲାଗି ଜିନପିଙ୍ଗଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ। ଭର୍ଚୁଆଲରେ ଆଲୋଚନା କାଳରେ ଜିନପିଙ୍ଗଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ପୁଟିନ । ଚୀନ ସହ ସାମରିକ ସ୍ତରରେ ସହଯୋଗ ବୃଦ୍ଧି ଲାଗି ମଧ୍ୟ ସୂଚନା ଦେଇଥିଲେ ପୁଟିନ । ସେହିପରି କୌଶଳଗତ ସହଯୋଗ କ୍ଷେତ୍ରରେ ଋଷର ସହଯୋଗ ନେଇ ଆଶା ରଖିଥିଲେ ଜିନପିଙ୍ଗ । ୟୁକ୍ରେନ ପ୍ରସଙ୍ଗରେ ଚୀନ ମୁହଁ ଖୋଲି ନଥିବାବେଳେ ତାଇଓ୍ବାନ ପ୍ରସଙ୍ଗରେ ଚୀନକୁ ପୂର୍ଣ୍ଣ ସମର୍ଥନ ଜଣାଇଆସୁଛି ଋଷ ।

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା; ଇଣ୍ଟରପୋଲ୍ ସହାୟତା ନେବ କ୍ରାଇମବ୍ରାଞ୍ଚ

ରାୟଗଡ଼ା: ରାୟଗଡ଼ାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଇଣ୍ଟରପୋଲ୍ ସହାୟତା ନେବ କ୍ରାଇମବ୍ରାଞ୍ଚ। ମୃତକ ଆନ୍ଥୋଭ ପାଭେଲଙ୍କ ଜବତ ମୋବାଇଲ ଓ ଲାପଟପ୍ ଯାଞ୍ଚ ପାଇଁ ଇଣ୍ଟରପୋଲର ସହାୟତା ନେବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଋଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ।

ପୋଷ୍ଟମର୍ଟମ ରିପୋର୍ଟରେ ଆନ୍ଥୋଭ ପାଭେଲଙ୍କ ମୃତ୍ୟକୁ ଡାକ୍ତର ଦୁର୍ଘଟଣା ଜନିତ କହିଛନ୍ତି । ପାଭେଲଙ୍କ ଫୁସଫୁସ ଓ ଯକୃତରେ କ୍ଷତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଳ୍ଲେଖ ରହିଛି । ସେହିପରି ଭ୍ଲାଦିମିରଙ୍କ ମୃତ୍ୟୁ ହାର୍ଟଆଟାକରୁ ହୋଇଛି ବୋଲି ଡାକ୍ତର କହିଛନ୍ତି । ସେପଟେ ରାୟଗଡ଼ାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ରହିଛନ୍ତି ।

କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି । ସେହିପରି ହୋଟେଲ ସାଇ ଇଣ୍ଟର ନ୍ୟାସନାଲର ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ଚାଲିଥିବାରୁ ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ତେବେ କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି। ଏପଟେ ଆଜି ପଞ୍ଚମ ଦିନରେ ଋଷୀୟ ଦମ୍ପତି ପାନ ସେଙ୍କୋ, ଟୁରଭୋ ଏବଂ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ଜେରା କରୁଛି ତଦନ୍ତକାରୀ ଟିମ। ସମସ୍ତଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଛି ।