spot_img
Home Blog Page 3530

ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ ୬୬ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ୱର: ସାଇବର ଠକର ଚିଟିଂ ସ୍କ୍ରିପଟ । ଏ କ୍ଲାସ କଣ୍ଟ୍ରାକ୍ଟରଙ୍କୁ ଶ୍ରମିକ ଦେବା ନାଁରେ 66 ହଜାର ଟଙ୍କା ଲୁଟ୍‌ । ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର । ମୁର୍ସିଦାବାଦରୁ ଶ୍ରମିକ ପଠାଉଛି କହି ଠିକାଦାରଙ୍କୁ ଫୋନ୍ କରିଥିଲା ଠକ । ପ୍ରଥମେ ୫ ହଜାର ଟିକେଟ ପାଇଁ ଆଡଭାନ୍ସ ନେଇଥିଲା । ଶ୍ରମିକ ପିଛା ଖର୍ଚ୍ଚ ବାବଦକୁ ନେଇଥିଲା ଆଉ ୧୫ ହଜାର ଟଙ୍କା । କିଛି ସମୟ ପରେ ରେଳବାଇ ପୋଲିସ ହାବୁଡ଼ରେ ପଡି ଯାଇଥିବା କହି ଫାଇନ ବାବଦରେ ୩୩ ହଜାର ନେଇଥିଲା ।

ଠିକାଦାର ୩୩ ହଜାର ଟଙ୍କା ପଠାଇ ସାରିବା ପରେ ଟ୍ରାନଜାକ୍ସନ ଲିମିଟ ସରିଯାଇଥିବା କହି ଆଉ ୧୩ ହଜାର ଟଙ୍କା ରେଳବାଇ ପୋଲିସ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲା । ସମସ୍ତ ଟଙ୍କା ଦେଇ ସାରିବା ପରେ କିଷାନଗଞ୍ଜ ଷ୍ଟେସନରେ ମାଜିଷ୍ଟ୍ରେଟ ତଦନ୍ତ ଚାଲୁଥିବା କହି ଆଉ ୩୦ ହଜାର ଟଙ୍କା ମାଗିଥିଲା ଠକ । ତେବେ ଠିକାଦାରଙ୍କ ସନ୍ଦେହ ହେବାରୁ ଜଣେ ସମ୍ପର୍କୀୟ ରେଳ ଅଧିକାରୀଙ୍କ ଜରିଆରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅନୁରୋଧ କରିଥିଲେ । ଏଭଳି କିଛି ହୋଇ ନଥିବା ଜାଣିବା ପରେ ଭୁବନେଶ୍ବର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠିକାଦାର ନିତ୍ୟାନନ୍ଦ ପାଢ଼ୀ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ ।

ବେସରକାରୀ କଲେଜ କର୍ମଚାରୀଙ୍କ ବଢ଼ିଲା ଦରମା

ଭୁବନେଶ୍ୱର: ବେସରକାରୀ କଲେଜ କର୍ମଚାରୀଙ୍କ ବଢ଼ିଲା ଦରମା । ଆଜି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଗ୍ରାଣ୍ଟ-ଇନ-ଏଡ ବୃଦ୍ଧି ଉପରେ ବାଜିଛି ମୋହର । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବଢିବା ସହ ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହେବ । ସେହିପର ୨ଟି ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନରେ କ୍ୟାବିନେଟ ମୋହର ବାଜିଛି । ଏପରି ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ।

ଯେଉଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀମାନେ ୨୦୦୮ ନିୟମ ଅନୁସାରେ ଦରମା ପାଇଆସୁଥିଲେ । ତେବେ ଅସନ୍ତୋଷକୁ ନଜରରେ ରଖି ୨୦୧୭ ନିୟମ ଅନୁସାରେ ଦରମା ବୃଦ୍ଧି କରାଯାଇଛି । ସପ୍ତମ ବେତନ ହାର ନିୟମ ଅନୁସାରେ ଗତ ବର୍ଷ ଜାନୁଆରୀରୁ ପିଛିଲାଭାବେ ବର୍ଦ୍ଧିତ ଦରମା ପାଇବେ । ଏହାଦ୍ବାରା ସରକାର ଅତିରିକ୍ତ ୨୯୦ କୋଟିର ବୋଝ ମୁଣ୍ଡାଇବେ । ଏଥିରେ ୧୫ ହଜାର ୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବ । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ୪୮୮ ବର୍ଗ କଲେଜର ରାଜ୍ୟ ସଭାପତି ପବିତ୍ର ମହଲା ।

ବିଜେପିକୁ ଭର୍ତ୍ସନା କଲେ ସ୍ୱାତୀ ମାଲିଓ୍ୱାଲ, କହିଲେ- ଚାଲିଛି ଅପପ୍ରଚାର

ନୂଆଦିଲ୍ଲୀ: ରାଜରାସ୍ତାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲଙ୍କୁ କାରରେ ଭିଡ଼ି ନେବା ଘଟଣା । ବିଜେପିର ମିଥ୍ୟା ଅଭିଯୋଗକୁ ନେଇ ଦଳକୁ ଭର୍ତ୍ସନା କରିଛନ୍ତି ସ୍ୱାତୀ । ଗତ ଗୁରୁବାର ରାତିରେ ଦିଲ୍ଲୀ ଏମସ୍ ପଛପଟେ ରିୟଲିଟି ଚେକ୍ କରୁଥିବାବେଳେ ଜଣେ ମଦ୍ୟପ କାର୍ ଡ୍ରାଇଭର ସ୍ୱାତୀଙ୍କୁ ୧୦ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ସତ ନୁହେଁ ଏବଂ ଏକ ଷ୍ଟିଙ୍ଗ ଥିଲା ବୋଲି ବିଜେପି କହିବା ପରେ ଏହାକୁ ନେଇ ବର୍ଷିଛନ୍ତି ସ୍ବାତୀ । ଦିଲ୍ଲୀ ପୋଲିସକୁ ବଦନାମ କରିବା ଲାଗି ଏହା ଏକ ଅପରେସନ ଥିଲା ବୋଲି ବିଜେପି କହିବା ପରେ ଏହାକୁ ବିରୋଧ କରିଥିଲେ ସ୍ବାତୀ ।

ସେ କହିଛନ୍ତି- ତାଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଛି । ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିଆସିଛନ୍ତି । ତାଙ୍କୁ ଅନେକ ସମୟରେ ଆକ୍ରମଣ କରାଯାଇଛି । ମାତ୍ର ସେ ଦବିବେ ନାହିଁ । ପ୍ରତି ଷଡ଼ଯନ୍ତ୍ର କ୍ଷେତ୍ରରେ ତାଙ୍କ ଭିତରେ ଥିବା ନିଆଁ ଅଧିକ ତେଜିଆନ ହେବ । ତାଙ୍କ ସ୍ବରକୁ କେହି ଦମନ କରିପାରିବେ ନାହିଁ । ସେ ବଞ୍ଚିଥିବା ଯାଏ ସଂଗ୍ରାମ ଜାରି ରଖିବେ । ଗତ ଗୁରୁବାରର ଘଟଣା ପ୍ରସଙ୍ଗରେ ବିଜେପି ପକ୍ଷରୁ କୁହାଯାଇଥିଲା- ଖୋଦ୍ କାର୍ ଚାଳକ ହରିଶ ଚନ୍ଦ୍ର ସୂର୍ଯ୍ୟବଂଶୀ ଜଣେ ଆପ୍ କର୍ମୀ ଏବଂ ସ୍ବାତୀଙ୍କ ଏହା ଥିଲା ଏକ ନାଟକ ।

ଚୀନ୍ ସହ ସୀମା ବିବାଦ ମଧ୍ୟରେ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଚୀନ ସହ ଟେନସନ ଜାରି ରହିଥିବାବେଳେ ଭାରତୀୟ ବାୟୁସେନା ଆରମ୍ଭ କରିବ ସମରାଭ୍ୟାସ । ଉତ୍ତରପୂର୍ବାଞ୍ଚଳ ଅନ୍ତର୍ଗତ ସମସ୍ତ ଏୟାରବେସରେ ବାୟୁସେନା କରିବ ସମରାଭ୍ୟାସ । ‘ପ୍ରଳୟ’ ନାମରେ ନାମିତ ଏହି ସମରାଭ୍ୟାସରେ ସାମିଲ ହେବେ ଡ୍ରୋନ ସ୍କ୍ବାଡ୍ରନ। ଚୀନ ସହ ସମ୍ପର୍କ ତିକ୍ତ ହେବା ପରେ ଭାରତ ପକ୍ଷରୁ କିଛିଦିନ ତଳେ ଡ୍ରୋନ ସ୍କ୍ବାଡ୍ରନ ଉତ୍ତରପୂର୍ବ ସୀମା ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାକୁ ପ୍ରେରଣ କରାଯାଇଥିଲା ।

ଆସନ୍ତା କିଛି ଦିନ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯିବ। ଏହି ସମରାଭ୍ୟାସରେ ଏସ-୪୦୦ ଏୟାର ଡିଫେନ୍ସ ସ୍କ୍ବାଡ୍ରନ ସାମିଲ ହେବ।  ଶତ୍ରୁ ପକ୍ଷରୁ କୌଣସି ପ୍ରକାର ବିମାନ ବା ମିସାଇଲକୁ ୪୦୦ କିଲୋମିଟର ଉପରୁ ଖସାଇବାର ସାମର୍ଥ୍ୟ ହାସଲ କରିଛି ସିଷ୍ଟମ। ଏହି ସମରାଭ୍ୟାସରେ ରାଫେଲ, ସୁଖୋଇ-୩୦ ଆଦି ବିମାନ ବି ସାମିଲ ହେବ। ସିକ୍କିମ ଓ ସିଲିଗୁଡ଼ି କରିଡରରେ ଶତ୍ରୁ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିରୋଧରେ ଭାରତ ସତର୍କ ହୋଇଥିବାବେଳେ ଏହାର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ହେବାରେ ଲାଗିଛି ।

ଡୋକଲାମ ଇଲାକାରେ ବି ଚୀନ ନିଜର କାର୍ଯ୍ୟକଳାପ ବୃଦ୍ଧି କରୁଛି। ଚୀନ ସହ ଟେନସନ ଜାରି ରହିଥିବାବେଳେ ଭାରତୀୟ ବାୟୁସେନା ଆରମ୍ଭ କରିବ ସମରାଭ୍ୟାସ। ଉତ୍ତରପୂର୍ବାଞ୍ଚଳ ଅନ୍ତର୍ଗତ ସମସ୍ତ ଏୟାରବେସରେ ବାୟୁସେନା କରିବ ସମରାଭ୍ୟାସ। ପ୍ରଳୟ ନାମରେ ନାମିତ ଏହି ସମରାଭ୍ୟାସରେ ସାମିଲ ହେବେ ଡ୍ରୋନ ସ୍କ୍ବାଡ୍ରନ। ଚୀନ ସହ ସମ୍ପର୍କ ତିକ୍ତ ହେବା ପରେ ଭାରତ ପକ୍ଷରୁ କିଛିଦିନ ତଳେ ଡ୍ରୋନ ସ୍କ୍ବାଡ୍ରନ ଉତ୍ତରପୂର୍ବ ସୀମା ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାକୁ ପ୍ରେରଣ କରାଯାଇଥିଲା।

ଆସନ୍ତା କିଛି ଦିନ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯିବ। ଏହି ସମରାଭ୍ୟାସରେ ଏସ-୪୦୦ ଏୟାର ଡିଫେନ୍ସ ସ୍କ୍ବାଡ୍ରନ ସାମିଲ ହେବ। ଶତ୍ରୁପକ୍ଷରୁ କୌଣସି ପ୍ରକାର ବିମାନ ବା ମିସାଇଲକୁ ୪୦୦ କିଲୋମିଟର ଉପରୁ ଖସାଇବାର ସାମର୍ଥ୍ୟ ହାସଲ କରିଛି ସିଷ୍ଟମ । ଏହି ସମରାଭ୍ୟାସରେ ରାଫେଲ, ସୁଖୋଇ-୩୦ ଆଦି ବିମାନ ବି ସାମିଲ ହେବ । ସିକ୍କିମ ଓ ସିଲିଗୁଡ଼ି କରିଡରରେ ଶତ୍ରୁ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିରୋଧରେ ଭାରତ ସତର୍କ ହୋଇଥିବାବେଳେ ଏହାର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ହେବାରେ ଲାଗିଛି । ଡୋକଲାମ ଇଲାକାରେ ବି ଚୀନ ନିଜର କାର୍ଯ୍ୟକଳାପ ବୃଦ୍ଧି କରୁଛି।

କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି

କଟକ: କଟକ ଏସସିବି ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଯାହା ଓଡ଼ିଶାରେ ପ୍ରଥମ । ଡାହାଣ ହାତରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି । ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୮ ଜଣ ଦକ୍ଷ ଡାକ୍ତରର ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ ।

ଜମ୍ମୁର ନରଓ୍ବାଲରେ ବିସ୍ଫୋରଣ, ୬ ଆହତ

ଶ୍ରୀନଗର: ଜମ୍ମୁର ନରଓ୍ବାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଆହତ ହୋଇଥିବା ସୂଚନା। ଏନେଇ ସୂଚନା ଦେଇଛନ୍ତି ଜମ୍ମୁ ଜୋନ ଏଡିଜି ମୁକେଶ ସିଂ । ଗ୍ରେଟର କାଶ୍ମୀରରେ ହୋଇଛି ବିସ୍ଫୋରଣ ।

ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବିସ୍ଫୋରଣର କାରଣ ନେଇ ଛାନଭିନ ଜାରି ରହିଛି। ନରଓ୍ବାଲ ଅନ୍ତର୍ଗତ ଟ୍ରାନ୍ସପୋର୍ଟ ନଗରର ୟାର୍ଡ ନମ୍ବର ୭ରେ ହୋଇଛି ବିସ୍ଫୋରଣ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଝଟକା, ବିଶ୍ୱକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂ

ଭୁବନେଶ୍ୱର: ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଲଗିଛି ବଡ଼ ଝଟକା । ରବିବାର ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ କ୍ରସ୍ ଓଭର ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍ ଫିଲ୍ଡର ହାର୍ଦ୍ଦିକ ସିଂ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଏହା ପରେ ସେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଓ୍ୱେଲ୍ସ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।

ଅନ୍ୟପକ୍ଷରେ ଆହତ କାରଣରୁ ହାର୍ଦ୍ଦିକ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ରାଜ୍ କୁମାର ପାଲ୍ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗ୍ରାହମ୍ ରିଡ୍‌ କହିଛନ୍ତି କି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ୍ ଓଭର ମ୍ୟାଚରେ ହାର୍ଦ୍ଦିକ ସିଂ ଖେଳିବେ ନାହିଁ । ସେ ଚଳିତ ହକି ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ସେ ଆହୁରି କହିଛନ୍ତି କି ହାର୍ଦ୍ଦିକଙ୍କ ଆଗାତ ସେତେ ଗୁରୁତର ନୁହେଁ । କିନ୍ତୁ ଆମ ପାଖରେ ସମୟ ନାହିଁ । ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଗ୍ରାହମ୍ ରିଡ୍ କହିଛନ୍ତି ।

 

କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା, ତଦନ୍ତ ସରିବା ଯାଏଁ ଦାୟିତ୍ୱରୁ ବିରତି

ନୂଆଦିଲ୍ଲୀ: କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା। ୪ ସପ୍ତାହ ଲାଗି ଦାୟିତ୍ବରୁ ହେବେ ଅନ୍ତର। ଏହା ଛଡ଼ା ଯୌନ କେଳେଙ୍କାରୀ ଅଭିଯୋଗର ତଦନ୍ତ ଲାଗି ଗଠିତ କମିଟିକୁ ସହଯୋଗ କରିବା ଲାଗି ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ସରକାରୀ ଆଶ୍ବାସନା ପରେ ଜନ୍ତରମନ୍ତରରୁ ହଟିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ବାହାରିଛି ନିସ୍କର୍ସ ।

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ । ଏହି କମିଟିର ଅଧ୍ୟକ୍ଷତା କରିବେ ମେରିକମ୍ । କମିଟିରେ ଅଲକନନ୍ଦା ଅଶୋକ, ଡୋଲା ବାନାର୍ଜୀ, ଯୋଗେଶ୍ବର ଦତ୍ତ ଅଛନ୍ତି । କମିଟି ୪ ସପ୍ତାହରେ ଯାଞ୍ଚ କରି ରିପୋର୍ଟ ଦେବେ । ଏହାରି ଭିତରେ ସଭାପତି ବ୍ରିଜଭୂଷଣ କମିଟିର ଯାଞ୍ଚରେ ସହଯୋଗ କରିବେ । ସଂଘର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବେନି ବୋଲି ଗତକାଲି ଅନୁରାଗ ଠାକୁର ଘୋଷଣା କରିଥିଲେ।

ତେବେ ୪ ସପ୍ତାହ ପରେ କୁସ୍ତି ମହାସଂଘ ସଭାପତିଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହେବ। ବ୍ରିଜଭୂଷଣ ପଦରେ ରହିବେ ନା ବିଦା ହେବେ ତାହା କମିଟି ନିଶ୍ଚିତ କରିବ। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରେସଲର ମାନେ ଧାରଣାରେ ବସିଥିଲେ।

୧୨ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟର ମୋହର

ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ହେବ । ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।

ସେହିପରି OBC କମିଶନ ଆଇନରେ ହେବ ସଂଶୋଧନ । ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ । GST, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । OSJS ଓ OJS ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ ହୋଇଛି । ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନକୁ ଗଲା ଆଜୁର ଏୟାର ଫ୍ଲାଇଟର ବିମାନ

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ଆତଙ୍କ ପରେ ଉଜବେକିସ୍ତାନକୁ ନିଆଗଲା ବିମାନ । ଋଷର ପର୍ମ ବିମାନବନ୍ଦରରୁ ଆଜୁର ଏୟାର ଫ୍ଲାଇଟର ବିମାନ AZV2463 ବାହାରିଥିବାବେଳେ ସେଥିରେ ବୋମା ଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ତେବେ ତୁରନ୍ତ ବିମାନକୁ ଉଜବେକିସ୍ତାନ ଅଭିମୁଖେ ଦିଗ ପରିବର୍ତ୍ତନ କରାଯାଇଥିଲା ।

ମସ୍କୋରୁ ଗୋଆ ଆସୁଥିବା ଏହି ବିମାନରେ ୨ ଜଣ ଶିଶୁ, ୭ ଜଣ କ୍ରିଉ ମେମ୍ବରଙ୍କ ସମେତ ୨୩୮ ଜଣ ଯାତ୍ରୀ ଥିଲେ । ବିମାନଟି ଆଜି ଭୋର ୪ଟା ୧୫ରେ ଗୋଆର ଡାବୋଲିମ ବିମାନ ବନ୍ଦରରେ ଅବତରଣ କରିଥାନ୍ତା ।