କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ କଡ଼ା ଜବାବ

1 min read

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀଙ୍କୁ ବିଧାୟିକା ବର୍ଷା ସିଂବରିହାଙ୍କ କଡ଼ା ଜବାବ । ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟକୁ ବିରୋଧ ଅବ୍ୟାହତ ରହିଛି । ପଦମପୁର ବିଧାୟିକା ବର୍ଷା ସିଂ ବରିହା ଆଜି କିଛି ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ଟୁଇଟରରେ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କୁ ଉତ୍ତର ଦେଇଛନ୍ତି ।

ପଦମପୁର ଉପନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପି ଦଳ ଯେଉଁଭଳି ବ୍ୟକ୍ତିଗତ ଆକ୍ଷେପ କରୁଥିଲେ ଓ ଧର୍ମେନ୍ଦ୍ର ସେତେବେଳେ ନୀରବଦ୍ରଷ୍ଟା ସାଜିଥିଲେ ତାହା ମନେ ପକାଇଦେଇଛନ୍ତି ବର୍ଷା । ବର୍ଷା ଟୁଇଟରେ କହିଛନ୍ତି, ପଦମପୁର ନିର୍ବାଚନବେଳେ ବ୍ୟକ୍ତିଗତ ଭାବେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିଥିଲେ । ପଦମପୁରବାସୀ ଏହାକୁ ପସନ୍ଦ କରିନଥିଲେ । ଜବାବରେ ବିଜେପିକୁ ପଦମପୁରବାସୀ ଜବାବ ଦେଇଥିଲେ ବୋଲି କହିଛନ୍ତି ବର୍ଷା ।

ବର୍ଷା ଆହୁରି କହିଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅଯଥାରେ ଅପମାନିତ କରୁଛନ୍ତି । ବିଜେପି ଶାସିତ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ଅରାଜକତାର ସ୍ଥିତି କଣ ? ଆପଣ ଓଡ଼ିଶାର ମହିଳାଙ୍କୁ ଅପମାନିତ କଲେ ଏବେ ସାରା ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି