spot_img
Home Blog Page 3390

କୋଟିଆରେ ଆନ୍ଧ୍ର କରୁଛି ବେଆଇନ କାର୍ଯ୍ୟକଳାପ

କୋଟିଆ: କୋଟିଆରେ ଆନ୍ଧ୍ର କରୁଛି ବେଆଇନ କାର୍ଯ୍ୟକଳାପ। ଏଥିପାଇଁ କେନ୍ଦ୍ର ସରକାର ମୁହଁ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ପୋଲାଭରମ ସମୟରେ ଆନ୍ଧ୍ରକୁ ମୁହଁ ଦେଇଥିଲେ କେନ୍ଦ୍ର ସରକାର। ଉଭୟ ବିଜେପି ଓ କଂଗ୍ରେସ ଆନ୍ଧ୍ର ସପକ୍ଷରେ କାମ କରୁଥିବା ଦେବୀ ମିଶ୍ର କହିଛନ୍ତି।

ସେଥିପାଇଁ କୋଟିଆରେ ଆନ୍ଧ୍ର ବିଭିନ୍ନ ବେଆଇନ କାର୍ଯ୍ୟକରୁଛି। କୋଟିଆରେ ଆନ୍ଧ୍ର ପକ୍ଷରୁ ବେଆଇନ ଭାବେ ଆଧାର କେନ୍ଦ୍ର ଖୋଲାଯାଇଛି। ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବ। କୋଟିଆ ଓଡ଼ିଶାର, ଏଥିପାଇଁ ରାଜ୍ୟ ସରକାର ଦାବି ଉପସ୍ଥାପନ କରୁଛନ୍ତି ବୋଲି ଦେବୀ ମିଶ୍ରଙ୍କ ସୂଚନା।

ମହର୍ଷି କଲେଜରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ମହର୍ଷି କଲେଜରେ ଗଣ୍ଡଗୋଳ, ଅଣଛାତ୍ରଙ୍କ ତୁମୁଳକାଣ୍ଡ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣ କରିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନା।

ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଝାରପଡାର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାମାନେ ଏହାର ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା । ସେହି ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ବ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ। କିଛି କହିବା ପୂର୍ବରୁ ବ୍ୟାଟ, ଲୁହାରଡ଼, ହକି ଷ୍ଟିକରେ ମାଡ଼ ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ।

ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ।

ଅନଲାଇନ ଅର୍ଥ ଠକେଇ ମାମଲା, ଆଉ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଅନଲାଇନ ଅର୍ଥ ଠକେଇ ମାମଲା। ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ। ପ୍ରିଓ୍ୱେଷ୍ଟ ଗ୍ଲୋବାଲ ସଲ୍ୟୁସନର ନିର୍ଦ୍ଦେଶକ ଦିଲୀପ କୁମାର ଗିରଫ ହୋଇଛନ୍ତି। କେରଳର ତ୍ରିସୁରରୁ ଦିଲୀପଙ୍କୁ ଗିରଫ କରିଛି EOW। ତାଙ୍କୁ ୬ଦିନିଆ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। ମାମଲା ସହ ସଂଶ୍ଲିଷ୍ଟ ଆଉ ୨କମ୍ପାନୀର ନିର୍ଦ୍ଦେଶକ ପୂର୍ବରୁ ଗିରଫ ହୋଇସାରିଛନ୍ତି।

ସ୍କାମର ପ୍ରମୋଟର ବିରୋଧରେ ଜାରି ହୋଇଛି ଲୁକଆଉଟ୍ ସର୍କୁଲାର। ଦୁବାଇରେ ରହି ଅପରେଟ କରୁଥିବା ମହମ୍ମଦ ସୈଫ ବିରୋଧରେ ସର୍କୁଲାର ଜାରି ହୋଇଛି। ଗଞ୍ଜାମର ୮ଶହରୁ ଅଧିକ ଲୋକଙ୍କୁ ଠକିଛି ପ୍ରିଓ୍ୱେଷ୍ଟ ଗ୍ଲୋବାଲ ସଲ୍ୟୁସନ। ବିଭିନ୍ନ ସେଲ୍ କମ୍ପାନୀ ଜରିଆରେ ସାରା ଦେଶରୁ ୧ହଜାର କୋଟି ଠକେଇ ଅଭିଯୋଗ ହୋଇଛି । ଏଯାଏ ୫୨୫କୋଟିର ଟ୍ରାଞ୍ଜାକସନ ସଂପର୍କରେ ତଥ୍ୟ ପାଇସାରିଛି EOW ।

ଅତିକ ଅଶରଫ ହତ୍ୟା ପଛରେ ସୁନ୍ଦର ଭାଟି!

ପ୍ରୟାଗରାଜ: ଅତିକ ଅଶରଫ ହତ୍ୟା ପଛରେ ସୁନ୍ଦର ଭାଟି । ଦୁଇ ଭାଇଙ୍କ ହତ୍ୟା ପଛରେ ଜଣେ ମାଫିଆର ହାତ ଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଦିଲ୍ଲୀ ଏନସିଆର ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଲୋକେ ଭୟ କରନ୍ତି । ଏହି ମାଫିଆ ଅତିକ ଏବଂ ଅଶରଫକୁ ହତ୍ୟା ପାଇଁ ସୁପାରି ଦେଇଥାଇପାରେ ବୋଲି କୁହାଯାଉଛି ।

ସୁନ୍ଦର ଭାଟି ଗ୍ରେଟର ନୋଏଡାର ଗାଙ୍ଗୁଲା ଗାଁର ବାସିନ୍ଦା । କୁହାଯାଉଛି ଯେ, ସୁନ୍ଦର ଭାଟିଙ୍କ ନିର୍ଦ୍ଦେଶରେ ଅତିକ୍-ଅଶରଫକୁ ହତ୍ୟା ପାଇଁ ଜିଗାନା ପିସ୍ତଲ ଦିଆଯାଇଥିଲା ।

ପାକିସ୍ତାନ ଦେଇ ଭାରତକୁ ଆସୁଥିବା ଏହି ଜିଗାନା ପିସ୍ତଲ ଅତିକ୍ ଏବଂ ତା’ ଭାଇ ଅଶରଫ ହତ୍ୟାରେ ବ୍ୟବହାର କରାଯାଇଥିଲା । ଏଠାରେ ଆପଣଙ୍କୁ ଜଣାଇଦେବାକୁ ଚହୁଁଛୁ ଯେ, ସୁନ୍ଦର ଭାଟି ନାଁରେ ୬୨ ଟି ଅପରାଧିକ ମାମଲା ରହିଛି । ନିକଟରେ ହରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଜିଲ୍ଲା କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି ।

ସେବେଠାରୁ ସେ ଜେଲରେ ଅଛି । ଅପରାଧ ଜଗତରେ ପ୍ରବେଶ କରିବା ପୂର୍ବରୁ ସେ ବୁଲନ୍ଦଶାହରରେ ଟ୍ରାନ୍ସପୋର୍ଟ ଠିକା କାମ କରୁଥିଲା । ଏହା ପରେ ସେ ନେତାଙ୍କ ସହ ଯୋଗାଯୋଗ କରି ରାଜନୈତିକ ହତ୍ୟାକାଣ୍ଡ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସୁନ୍ଦର ଭାଟି ରାଜନୀତିରେ ମଧ୍ୟ ଆସିବାକୁ ଚାହୁଁଥିଲା । କିନ୍ତୁ ସେ ସମୟରେ ନରେଶ ଭାଟି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇଥିଲେ।

ପରେ ସୁନ୍ଦର ନରେଶ ଭାଟିଙ୍କୁ ବି ହତ୍ୟା କରିଥିଲା ଏବଂ ଏହା ପରେ ସେ ବିଭିନ୍ନ ଅପରାଧର ଫାଶରେ ପଡ଼ି ଚାଲିଥିଲା। ପ୍ରଥମ ଥର ପାଇଁ ସୁନ୍ଦର ଭାଟିଙ୍କୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ସରିଲା ମାଟ୍ରିକ ଖାତାଦେଖା, ଖୁବଶୀଘ୍ର ଆସିବ ରେଜଲ୍ଟ

ଭୁବନେଶ୍ୱର: ସରିଲା ମାଟ୍ରିକ ଖାତାଦେଖା। ମାଟ୍ରିକ ସମେଟିଭ୍-2, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି। ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୫ଟି କେନ୍ଦ୍ର କରାଯାଇଥିଲା। ଖାତାଦେଖାରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଥିଲେ। ଖାତାଦେଖା ସରିବା ପରେ ଏବେ ଟାବୁଲେସନ ଉପରେ ଧ୍ୟାନ ଦିଆଯିବ।

ଭଲରେ ଖାତାଦେଖା ସରିଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ଏଥି ସହିତ ଯେଉଁ ସେଟ୍‌ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖାଦେଇଥିଲା ସେହି ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ। ସେମାନଙ୍କର କିଛି ବି ସମସ୍ୟା ହେବନି । ନିର୍ଦ୍ଧାରିତ ସମୟରେ ପରୀକ୍ଷାଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି କହିଛନ୍ତି।

ଏଥର ରାଜ୍ୟର ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଅତିକ-ଅଶରଫ ହତ୍ୟା ଘଟଣା: ୩ ହତ୍ୟାକରୀଙ୍କ ବିଷୟରେ ଆସିଲା ବଡ଼ ତଥ୍ୟ

ପ୍ରୟାଗରାଜ: ଅତିକ୍ ଅହମ୍ମଦ ଏବଂ ଅଶରଫ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଉଭୟଙ୍କ ହତ୍ୟାରେ ଜଡିତ ତିନି ହତ୍ୟାକାରୀଙ୍କ ପ୍ରଫେସନ ଏବେ ସାମ୍ନାକୁ ଆସିଛି । ପୂର୍ବରୁ ସେମାନେ ବିଭିନ୍ନ ଜିଲ୍ଲାରୁ ଆସିବା ନେଇ ପ୍ରଶ୍ନ ଉଠିଥିଲା । ଅତିକ୍ ଅହମ୍ମଦଙ୍କୁ ଗୁଳି ବର୍ଷା କରିଥିବା ଲଭଲେଶ ତିୱାରୀ ବାନ୍ଦାର ବାସିନ୍ଦା । ସନ୍ନି ସିଂ ହମିରପୁର ଏବଂ ଅରୁଣ କସଗଞ୍ଜ ଜିଲ୍ଲାରେ ରୁହନ୍ତି । ହେଲେ ଏହି ତିନିଜଣ କିପରି ଏକାଠି ହେଲେ?

ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ଭାଇ ଅଶରଫକୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା ।

ଅତିକ୍-ଅଶରଫ ହତ୍ୟା ମାମଲାରେ ଦିଆଯାଉଥିବା ସୁପାରି ଖବର ସାମ୍ନାକୁ ଆସିବା ପରେ ଏ ନେଇ ଆହୁରି ଚର୍ଚ୍ଚା ବଢ଼ିଛି । ଏହି ହତ୍ୟାକାଣ୍ଡ ପାଇଁ ହତ୍ୟାକାରୀମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଇଥିଲା । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ଅତିକ୍ ଅହମ୍ମଦ ଉପରକୁ ଗୁଳି ଚଳାଇଥିବା ସନ୍ନି ସିଂ, ଲାଭଲେଶ ତିୱାରୀ ଏବଂ ଅରୁଣର ପରିଚୟ ପୂର୍ବରୁ ଜଣାପଡ଼ିଥିଲା । ସନ୍ନି ସିଂ ଜଣେ ହିଷ୍ଟ୍ରିସିଟର । ତା’ ବିରୋଧରେ ୧୮ ମାମଲା ରୁଜୁ ହୋଇଛି। ଏହି ମାମଲାରେ ସେ ହମିରପୁର ଜେଲକୁ ଯାଇଥିବା ମଧ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ମାରିବା କାରଣରୁ ଲଭଲେଶ ତିୱାରୀ ମଧ୍ୟ ଜେଲ ଯାଇଥିଲା। କୁହାଯାଉଛି ଯେ, ହମିରପୁର ଜେଲରେ ସନ୍ନି ସିଂ ଏବଂ ଲଭଲେଶ ତିୱାରର ସାକ୍ଷାତ ହୋଇଥିଲା ।

ଅରୁଣ ସନ୍ନି ସିଂ ସହ ପୂର୍ବରୁ ସମ୍ପର୍କ ଥିଲା । ଦୁହେଁ ସାଙ୍ଗ ଥିଲେ । ଏମିତି ହୋଇ ତିନିଜଣ ଜଣେ ଅନ୍ୟ ଜଣଙ୍କ ସହ ପରିଚିତ ହୋଇଥିଲେ । ଏହି ୩ ଜଣଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । କେବଳ ଏତିକି ନୁହେଁ ଏମାନଙ୍କୁ ଅସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ତିନିଜଣ କେବଳ ହତ୍ୟା କରିବା ପାଇଁ ପ୍ରୟାଗରାଜ ଆସିଥିଲେ ।

 

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ୩୫ ଡିଗ୍ରୀ ଉପରେ ରହିଛି ୯ ସହରର ତାପମାତ୍ରା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସତ୍ୱେ ଲାଗି ରହିଛି ତାତିର ଅଘୋଷିତ କର୍ଫ୍ୟୁ। ଦିନ ସାଢେ ୧୧ସୁଦ୍ଧା ୪୦.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ସେହିପରି ୩୫ ଡିଗ୍ରୀ ଉପରେ ରହିଛି ୯ସହରର ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ଡିଗ୍ରୀ ଉପରେ ରହୁଛି ପାରଦ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ଲୋକ।

ଆଜି ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି ହୋଇଥିବା ବେଳେ ମଧ୍ୟାହ୍ନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ପ୍ରବଳ ଖରା ହୋଇଛି । ସକାଳ ସାଢେ ୮ସୁଦ୍ଧା ରାଜଧାନୀରେ ୩୧ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍

ପୁରୀ: ପୁରୀ ମାଳତୀପାଟପୁରରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍ । 407 ଗାଡ଼ିରେ 3500 ୱାଟର ଲିଟର ଗ୍ୟାସ ଲୋଡ୍‌ ଥିଲା | ଭୁବନେଶ୍ବରରୁ ପୁରୀ ଅଭିମୁଖେ ଗଲା ବେଳେ ହଟାତ୍ ଗ୍ୟାସ ଲିକ ହେବାରୁ ଗାଡି ଚାଳକ ଓ ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ଗ୍ୟାସ ଲିକକୁ ବନ୍ଦ କରିବାକୁ ଚଳାଇଛନ୍ତି  ଉଦ୍ୟମ । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି।

ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିମାଡ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ। ବର୍ଥ ଡେ ପାର୍ଟିରେ ଆଖିବୁଜା ଗୁଳିମାଡରେ ୪ମୃତ, ୨୮ ଆହତ । ଅଲବାମାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ଆତତାୟୀ ଗୁଳିଚାଳନା କରିଥିଲେ । ଏଥିରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିବା ବେଳେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଗୁଳିକାଣ୍ଡକୁ ୧୨ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳିପାରିନାହିଁ । ସେପଟେ ଆମେରିକାରେ ବନ୍ଧୁକ ଆଇନ କଡ଼ାକଡ଼ି କରିବାକୁ କହିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ର ଭୂଷଣ ଆୱାର୍ଡ ସମାରୋହରେ ବଡ଼ ଅଘଟଣ, ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆଓ୍ବାର୍ଡ ସମାରୋହରେ ବଡ଼ ଅଘଟଣ। ଅଂଶୁଘାତରେ ୧୧ଜଣଙ୍କ ମୃତ୍ୟୁ। ୧୨୦ରୁ ଊର୍ଦ୍ଧ୍ବ ହୃଦଘାତର ଶିକାର ହୋଇଛନ୍ତି। ସମାରୋହରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ହେଲେ ଲୋକଙ୍କ ବସିବା ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇ ନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲୋକମାନେ ସହ୍ୟ କରିପାରିନଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ୬ ଘଣ୍ଟା ଧରି ବସି ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଭଳି ଭିଭିଆଇପି ଯୋଗଦେଇଥିଲେ ବି ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିପି ନେତା ଅଜିତ ପାୱାର ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଲୋକଙ୍କୁ ଭେଟିଛନ୍ତି । ସେପଟେ ମୃତକ ଓ ଆହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।