ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା, ଅଫତାବ ପୁନାଓ୍ବାଲା ନାଁରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ ସାକେତ କୋର୍ଟ

1 min read

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ସାକେତ କୋର୍ଟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ନାଁରେ ଚାର୍ଜଫ୍ରେମ କରିଛନ୍ତି । ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଫତାବ ଫୋପାଡ଼ିଥିଲା । ହତ୍ୟା ଓ ପ୍ରମାଣ ନଷ୍ଟ କରିବା ନେଇ ଅଫତାବ ନାଁରେ ମାମଲା ଦାୟର କରିଥିଲା ଦିଲ୍ଲୀ ପୋଲିସ । ମାମଲା ନେଇ ପୋଲିସ ଦାଖଲ କରିଥିବା ପ୍ରମାଣ ଅନୁଧ୍ୟାନ କରିବା ପରେ ଚାର୍ଜଫ୍ରେମ୍ କରିଛନ୍ତି କୋର୍ଟ ।

ତେବେ ଅଫତାବ ନିଜ ନାଁରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟଙ୍କ ଆଗରେ ନିଜକୁ ନିର୍ଦ୍ଦୋଷ କହିଛି । ଆଗକୁ ମୋକଦ୍ଦମା ଲଢ଼ିବାକୁ କହିଛି ଅଫତାବ । ଦିଲ୍ଲୀ ପୋଲିସ ଏହି ମାମଲାରେ ୬ ହଜାର ୬୨୯ ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି । ମାମଲାର ଫାଷ୍ଟଟ୍ରାକ୍ ଶୁଣାଣି ପାଇଁ ଗତମାସରେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାକର ଦାବି କରିଥିଲେ।