ବ୍ରହ୍ମକୁମାରୀ ଭଉଣୀଙ୍କୁ ଉଠାଇ ନେଇ ମାଡ ଅଭିଯୋଗ, ଆଶ୍ରମ ପାଇଁ ବିବାଦ

ବାଙ୍କୀ: ବ୍ରହ୍ମକୁମାରୀ ଆଶ୍ରମ ଭଉଣୀଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ଅଭିଯୋଗ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡ଼ାରେ ଏହି ଘଟଣା ଘଟିଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଆଶ୍ରମ ନିର୍ମାଣ ପାଇଁ ସ୍ଥାନ ନିରୁପଣକୁ ନେଇ ଏହି ଘଟଣା ଘଟିଛି । ଆଶ୍ରମର ଭାରତୀ ତ୍ରିପାଠୀ ନାମକ ଜଣେ ଭଉଣୀ ଆଶ୍ରମ ଗୃହ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଗୋଟିଏ ପରବାର ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭାରତୀଙ୍କୁ ଏକୁଟିଆ ଦେଖି ପୂର୍ବରୁ ଛକି ରହିଥିବା ଗୋଟିଏ ପରିବାରର ସଦସ୍ୟ ବଳପୂର୍ବକ ତାଙ୍କୁ ଉଠାଇନେଇ ଏକ ଘରେ ବନ୍ଦ କରିଦେଇଥିଲେ । ସେଠାରେ ଦଉଡ଼ିରେ ହାତଗୋଡ଼ ବାନ୍ଧି ତାଙ୍କୁ ପ୍ରବଳମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଉ ଜଣେ ଭଉଣୀ ବନ୍ଧା ଅବସ୍ଥାରେ ଭାରତୀଙ୍କୁ ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଭାରତୀଙ୍କୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବାଙ୍କୀ ଥାନାରେ ଏନେଇ ଅଭିଯୋଗ ହୋଇଛି ।