ଟେରର ଫଣ୍ଡିଂ ବିରୋଧରେ NIAର ବଡ ଆକ୍ସନ, କାଶ୍ମୀର ଠୁ ତାମିଲନାଡୁ ସବୁଠି ରେଡ୍‌

1 min read

ଶ୍ରୀନଗର: ବେଆଇନ ଟେରର ଫଣ୍ଡି ମାମଲାରେ ପୁଣି ଏନଆଇଏର ଛାପା। ଏକକାଳୀନ ୧୫ଟି ସ୍ଥାନରେ ରେଡ୍ କରୁଛି ଏନଆଇଏ । ଜମ୍ମୁ କାଶ୍ମୀର ସୋପିଆନର ୩ଟି ସ୍ଥାନ, ଅନନ୍ତନାଗର ୪ଟି, ବଡ଼ଗାମର ୨ଟି, ବାରାମୁଲ୍ଲାର ଗୋଟିଏ, ଶ୍ରୀନଗରର ୨ଟି, ପୁଞ୍ଚର ୨ଟି ଓ ରଜୌରୀର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ । ପାକିସ୍ଥାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଚଢାଉ କରୁଛି ।

ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇ ନାହିଁ  । ଏହା ପୂର୍ବରୁ ମେ ୨ରେ ଜମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ଏନଆଇଏ ଚଢାଉ କରିଥିଲା  । ଆତଙ୍କବାଦୀ ଗତିବିଧି ଓ ଅପରାଧିକ ଷଡଯନ୍ତ୍ର ବିଷୟରେ ଖବର ପାଇ NIA ଚଢାଉ ଜାରି ରଖିଛି  ।

ସେହିପରି ତାମିଲନାଡୁରେ ବି NIA ରେଡ୍‌ କରୁଛି  । ୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ  । ପିଏଫଆଇ ସହ ଜଡିତ ଲିଡ୍‌ରଙ୍କ ଠିକଣା NIAକୁ ମିଳିଛି  । ଏହି ନେତାଙ୍କ ନାଁରେ ପୂର୍ବରୁ ମାମଲା ରହିଛି । ଏହା ପୂର୍ବରୁ NIA କାର୍ଯ୍ୟାନୁଷ୍ଠାନ କରି ସମଗ୍ର ଦେଶରୁ ପିଏଫଆଇର ୧୦୬ ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା  ।