spot_img
Home Blog Page 3387

ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ମୃତ୍ୟୁ ସଂଖ୍ୟା ୧୮୦ ପାର

ସୁଦାନ: ଘନୀଭୂତ ହେଉଛି ସୁଡାନ ସଙ୍କଟ । ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ପହଞ୍ଚିଛି ଚରମ ସୀମାରେ । ସଂଘର୍ଷରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୧୦୦ରେ । ଆହତ ହେଲେଣି ୧ ହଜାରରୁ ଅଧିକ ଲୋକ । ରେଗୁଲାର ଆର୍ମିରେ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ ବା RSFକୁ ସାମିଲ କରିବା ପ୍ରସଙ୍ଗକୁ ନେଇ ସାମରିକ ନେତା ଆବଦେଲ ଫତାହ ଅଲ-ବୁରହାନ ଓ ଅର୍ଦ୍ଧସାମରିକ ବାହିନୀ ନେତା ଜେନେରାଲ ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।

ଏୟାରଷ୍ଟ୍ରାଇକ, ଟ୍ୟାଙ୍କ, ଗୋଳାବାରୁଦରେ କମ୍ପୁଛି ରାଜଧାନୀ ଖାର୍ଟୋମ ସମେତ ଅନ୍ୟାନ୍ୟ ସହର । ଅସ୍ତ୍ର ବିରତି ଲାଗି ବିଭିନ୍ନ ରାଷ୍ଟ୍ର ଉଦ୍ୟମ କରୁଥିଲେ ବି ତାହା ବିଫଳ ହୋଇଛି । ଉଭୟ ପକ୍ଷର ଆକ୍ରମଣରେ ଖୋର୍ଟୋମର ଅଧିକାଂଶ ଡାକ୍ତରଖାନା ଛାରଖାର ହୋଇଛି । ରୋଗୀ ସେବା ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି । ସବୁଠି ଆଉଟ ଅଫ ସର୍ଭିସ ବୋର୍ଡ ଲଗାଯାଇଛି । ସମସ୍ତ ହସ୍ପିଟାଲରେ ରକ୍ତ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟାପକ ଅଭାବ ଦେଖା ଦେଇଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦେଶର ସ୍ଥିତି ନେଇ ବି ଚିନ୍ତା ବ୍ୟକ୍ତ କରିଛି ଜାତିସଂଘ ।

ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ

ଚଣ୍ଡିଗଡ଼: ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ । ୩ ମହଲା ବିଶିଷ୍ଟ ଏକ ରାଇସ ମିଲ୍ କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ଜଣ ଆହତ ହୋଇଥିବା ବେଳେ କେତେଜଣ ଏବେ ବି ବିଲ୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ କୋଠା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ମିଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଶୋଇଥିବା ବେଳେ କୋଠା ଭୁଶୁଡ଼ିଥିବାରୁ ଅନେକ ଲୋକ ଭିତରେ ଫସି ରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଶହେ ଜଣଙ୍କୁ ଉଦ୍ଧାର କରିଛି । ଏନଡିଆରଏଫ ଟିମ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ମିଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର, ରେଳରୋକ କରିବେ 32ଟି ଚାଷୀ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଆଜି ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିବେ 32ଟି ଚାଷୀ ସଂଗଠନ । ଚାରିଘଣ୍ଟା ଲାଗି ରେଳ ଅବରୋଧ ଆନ୍ଦୋଳନ ଲାଗି ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଯଦି ଏହି ନିଷ୍ପତ୍ତିର ପ୍ରତ୍ୟାହାର ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଦିଆଯାଇଛି ଧମକ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଅନୁସାରେ ହିଁ ଗହମ କ୍ରୟ କରାଯାଉ ।

ଏହାଠାରୁ କମ୍ ମୂଲ୍ୟରେ ଗହମ କ୍ରୟ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି ଚାଷୀ ସଂଗଠନ । ବିକେୟୁ ସାଧାରଣ ସମ୍ପାଦକ ଜଗମୋହନ ସିଂ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମର ଗୁଣବତ୍ତା ପ୍ରଭାବିତ ହେଉଛି । ଏକ୍ଷେତ୍ରରେ ଚାଷୀଙ୍ କିଛି କରିବାର ନାହିଁ । ଗତ କିଛି ଦିନ ତଳେ ଗହମର ମାନହ୍ରାସକୁ କାରଣ ଦର୍ଶାଇ ଗହମର କ୍ରୟମୂଲ୍ୟକୁ ହ୍ରାସ କରିବା ଲାଗି ଘୋଷଣା କରିଥିଲେ କେନ୍ଦ୍ର ସରକାର ।

ଏହି ନିଷ୍ପତ୍ତି ଦ୍ବାରା ଗହମର କ୍ବିଣ୍ଟାଲ ପିଛା ଦର 31 ଟଙ୍କା 78 ପଇସା ହ୍ରାସ ପାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବର୍ଷା ତଥା ଅନ୍ୟ ପ୍ରତିକୂଳ ପାଗ ଯୋଗୁ ଗହମ ଚାଷ ପ୍ରଭାବିତ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାରଙ୍କ ଏହି ଦର ହ୍ରାସ ନିଷ୍ପତ୍ତି ବେଡି ଉପରେ କୋରଡା ମାଡ଼ ବୋଲି ଅଭିଯୋଗ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ମାଲକାନଗିରିର ବିଭିନ୍ନ ସ୍କୁଲ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୧୦ କୋଟି ୭୫ ଲକ୍ଷ ଟଙ୍କା

ମାଲକାନଗିରି: ଉପାନ୍ତର ଶିକ୍ଷା କ୍ଷେତ୍ରରେ ଆସିବ ଉନ୍ନତି । ବିଭିନ୍ନ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୧୦ କୋଟି ୭୫ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ଅନୁମୋଦନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଖୁସି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଧିକ ବିକାଶ ଆଣିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ।

ଏନେଇ ଜିଲ୍ଲାର ସମସ୍ତ ବ୍ଲକ କାର୍ଯାଳୟରେ ସ୍ବତନ୍ତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ଅବସରରେ 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ପିଲାମାନେ କଥା ହୋଇ ଖୁସି ବ୍ୟକ୍ତ କରିଥିଲେ ।

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ସରବାହାଲସ୍ଥିତ ବାସଭବନରୁ ବାହାରି ସୁନାରୀମୁଣ୍ଡାସ୍ଥିତ ଇଷ୍ଟଦେବୀ ମା’ ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ଦେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ ।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକ ସାମିଲ ହେବେ । ଏଥିସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ଟୁକୁନି ସାହୁ, ରିତା ସାହୁ, ପ୍ରତାପ ଜେନା, ପ୍ରତାପ ଦେବ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହିତ ଦଳୀୟ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହେବେ ।

ଆଜି ଚାଷୀଙ୍କ ରେଳରୋକ , ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ

ପଂଜାବ : ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଆଜି ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିବେ ୩୨ଟି ଚାଷୀ ସଂଗଠନ । ଚାରିଘଣ୍ଟା ଲାଗି ରେଳ ଅବରୋଧ ଆନ୍ଦୋଳନ ଲାଗି ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଯଦି ଏହି ନିଷ୍ପତ୍ତିର ପ୍ରତ୍ୟାହାର ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଦିଆଯାଇଛି ଧମକ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଅନୁସାରେ ହିଁ ଗହମ କ୍ରୟ କରାଯାଉ । ଏହାଠାରୁ କମ୍ ମୂଲ୍ୟରେ ଗହମ କ୍ରୟ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି ଚାଷୀ ସଂଗଠନ ।

ବିକେୟୁ ସାଧାରଣ ସମ୍ପାଦକ ଜଗମୋହନ ସିଂ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମର ଗୁଣବତ୍ତା ପ୍ରଭାବିତ ହେଉଛି । ଏକ୍ଷେତ୍ରରେ ଚାଷୀଙ୍କ କିଛି କରିବାର ନାହିଁ । ଗତ କିଛି ଦିନ ତଳେ ଗହମର ମାନହ୍ରାସକୁ କାରଣ ଦର୍ଶାଇ ଗହମର କ୍ରୟମୂଲ୍ୟକୁ ହ୍ରାସ କରିବା ଲାଗି ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହି ନିଷ୍ପତ୍ତି ଦ୍ବାରା ଗହମର କ୍ବିଣ୍ଟାଲ ପିଛା ଦର ୩୧ ଟଙ୍କା ୭୮ ପଇସା ହ୍ରାସ ପାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବର୍ଷା ତଥା ଅନ୍ୟ ପ୍ରତିକୂଳ ପାଗ ଯୋଗୁ ଗହମ ଚାଷ ପ୍ରଭାବିତ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାରଙ୍କ ଏହି ଦର ହ୍ରାସ ନିଷ୍ପତ୍ତି ବେଡି ଉପରେ କୋରଡା ମାଡ଼ ବୋଲି ଅଭିଯୋଗ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ସମଲିଙ୍ଗୀ ବିବାହ ପ୍ରସଙ୍ଗ ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ

ଦିଲ୍ଲୀ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଦାଖଲ ହୋଇଥିବା ବିଭିନ୍ନ ପିଟିସନର ଶୁଣାଣି ଆଜିଠାରୁ ଆରମ୍ଭ କରିବେ ସୁପ୍ରିମକୋର୍ଟ ଖଣ୍ଡପୀଠ । ଗତକାଲି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନ ଦେବାକୁ ଦାବି କରିଥିଲେ କେନ୍ଦ୍ର ସରକାର । ଯଦି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଏ ତେବେ ପ୍ରତି ନାଗରିକଙ୍କ ସ୍ବାର୍ଥ ଲାଗି ଏହି ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଥିଲେ କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହର ଆଇନଗତ ବୈଧତାର ଅନୁଧ୍ୟାନ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ ୫ ଜଣିଆ ଖଣ୍ଡପୀଠ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ସଦସ୍ୟ ରହିଛନ୍ତି ଜଷ୍ଟିସ ଏସ.କେ. କୌଲ, ଏସ. ରବୀନ୍ଦ୍ର ଭଟ୍ଟ, ପି.ଏସ. ନରସିହ୍ମା ଓ ହିମା କୋଲି । ଗତ ମାର୍ଚ୍ଚ ୧୩ ତାରିଖରେ ଏକ ବୃହତ୍ତର ଖଣ୍ଡପୀଠରେ ଏହି ଜଟିଳ ପ୍ରସଙ୍ଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ଏହି ପ୍ରସଙ୍ଗ ଗତ କିଛି ବର୍ଷ ଧରି ସାମାଜିକ, ରାଜନୈତିକ ସ୍ତରରେ ବିବାଦର ପ୍ରସଙ୍ଗ ସୃଷ୍ଟି କରିଆସିଛି । ନିଜର ସତ୍ୟପାଠ ଜରିଆରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ବିରୋଧ କରିବା ସହ ଏହାକୁ ଆଇନସମ୍ମତ କରାଗଲେ ସାମାଜିକ ମୂଲ୍ୟବୋଧର ଅବମୂଲ୍ୟାୟନ ହେବ ବୋଲି ଦର୍ଶାଇଥିଲେ । ସମଲିଙ୍ଗୀ ବିବାହ ଏକ ଅପରାଧ ବୋଲି ଆଇପିସିର ଧାରା ୩୭୭ ରେ ରହିଥିବା ବ୍ୟବସ୍ଥାକୁ ଗତ ସେପ୍ଟେମ୍ବର ୨୦୧୮ ରେ ଏକ ୫ ଜଣିଆ ଖଣ୍ଡପୀଠ ରଦ୍ଦ କରିଦେଇଥିଲେ । ଏହାସତ୍ତ୍ବେ ଭାରତୀୟ ଆଇନ ବ୍ୟବସ୍ଥା ଅନୁସାରେ ସମଲିଙ୍ଗୀ ବିବାହକୁ ଏକ ମୌଳିକ ଅଧିକାର ଭାବେ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ସରକାର । ସେପଟେ ସମଲିଙ୍ଗୀ ବିବାହକୁ ସମର୍ଥନ କରିଆସୁଛି ଦିଲ୍ଲୀ ଶିଶୁ ଅଧିକାର ସୁରକ୍ଷା କମିଶନ ବା ଡିସିପିସିଆର । ସମଲିଙ୍ଗୀ ଦମ୍ପତି ଭଲ ପିତାମାତା ହୋଇପାରନ୍ତି ଏବଂ ୫୦ରୁ ଅଧିକ ଦେଶରେ ସମଲିଙ୍ଗୀ ପିତାମାତା ଆଇନଗତ ଭାବେ ବହୁ ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବୋଲି ଯୁକ୍ତି ଦର୍ଶାଇଛି ଡିସିପିସିଆର ।

ଭୁବନେଶ୍ବର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା , ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର : ଭୁବନେଶ୍ବର ୟୁନିଟ-୨ ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା । ମୁହାଁମୁହିଁ ହୋଇଛନ୍ତି ସେଣ୍ଟ୍ରାଲ ମାର୍କେଟ କମିଟି ଓ ଉଠାଦୋକାନୀ । ସ୍ଥାୟୀ ତଥା ସମସ୍ତ ଉଠାଦୋକାନୀଙ୍କୁ ଗୋଟିଏ ସ୍ଥାନରେ ଥଇଥାନ କରିବାକୁ ଦାବି କଲେ ଉଠାଦୋକାନୀ । ଉଠାଦୋକାନୀଙ୍କ ଯୋଗୁଁ ମାର୍କେଟ ବିଲ୍ଡିଂରେ ପରିବେଶ ନଷ୍ଟ ହେବା ସହ ଗ୍ରାହକଙ୍କୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ସମସ୍ୟାର ସ୍ଥାୟୀ ସମାଧାନ ନେଇ ବାରମ୍ବାର ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ମାର୍କେଟ କମିଟି । କମିଟି ପକ୍ଷରୁ ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ଆଜି ଉଠାଇବାକୁ ଉଦ୍ୟମ ପରେ ଦୁଇଗୋଷ୍ଠୀ ବ୍ୟବସାୟୀ ମୁହାଁମୁହିଁ ହୋଇଥିଲେ । ସମସ୍ୟାର ସମାଧାନ ନହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ କମିଟି । ଆଜି କମିଟିର ଏକ ପ୍ରତିନିଧି ଦଳ ମେୟର ଓ କମିଶନରଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ନିଆଯାଥିବା ସୂଚନା ଦେଇଛନ୍ତି କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ।

ଜଳୁଛି ପଶ୍ଚିମ ଓଡିଶା , ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି

ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡିଶା । ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛି ଉପକୂଳ । ଆସନ୍ତା ୪ଦିନ ଯାଏଁ ଆହୁରି କଲବଲ କରିବ ତାତି । ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ । ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ । ୨୧ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ପୁରୀ, ଜଗସିଂହପୁର ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଜାରି ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଲୋକଙ୍କୁ ଗ୍ରୀଷ୍ମପ୍ରବାହ ନେଇ ସଚେତନ କରିବା ସହ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି କାଳବୈଶାଖୀ ବର୍ଷାରେ କୌଣସି କ୍ଷୟକ୍ଷତି ହେଲେ ସେନେଇ ରିପୋର୍ଟ ଦେବାକୁ କୁହାଯାଇଛି

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଥିଲେ, ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ଅଭିଯୁକ୍ତ ବାମଦେବ ସାହୁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବାଲିପାଟଣା ଥାନା ଅନ୍ତର୍ଗତ କଣ୍ଟାସାହି ଗ୍ରାମରେ ୨୦୧୮ ମସିହାରେ ଘଟିଥିଲା ଘଟଣା । ଅଭିଯୁକ୍ତ ପତ୍ନୀ ରୀନାରାଣୀ ଓ ଝିଅ ପୂଜାଶ୍ରୀଙ୍କ ସହ କଣ୍ଟାସାହି ଗ୍ରାମ ମୁଣ୍ଡରେ ରହୁଥିଲେ । ୨୦୧୮ ମେ ୧୨ ତାରିଖ ଦିନ ଘରୋଇ କଳିରୁ ରୀନାଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲା ବାମଦେବ ।

ଝିଅ ବାଧା ଦେବାରୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ହସପିଟାଲ ଯିବା ପୂର୍ବରୁ ରୀନାଙ୍କ ମୃତ୍ୟୁ ହୋଇଥିଲା । ରୀନାଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ବାଲିପାଟଣା ଥାନାର ତତକାଳୀନ ଆଇଆଇସି ରବିନାରାୟଣ ଭଞ୍ଜ ଅଭିଯୁକ୍ତ ବାମଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଆଜି ମାମଲାରେ ୨୧ଟି ଦସ୍ତାବିଜ ଏବଂ ମୋଟ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ସତ୍ୟ ନାରାୟଣ ପାତ୍ର ବାମଦେବକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାରେ ସରକାରୀ ଓକିଲ ସଲିଳ ପଟ୍ଟନାୟକ କେସ ଲଢିଥିଲେ ।