ଝାରସୁଗୁଡା ଉପନିର୍ବାଚନ; ଭୋଟ୍ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: ଭୋଟ୍ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଭାଇ ବିଶାଳ ଦାସ ଓ ମା ମୀନତି ଦାସ ଭୋଟ ଦେଇଛନ୍ତି । ୧୧ ନମ୍ବର ୱାର୍ଡ ସରବାହାଲ ହାଇସ୍କୁଲର ଏକ ବୁଥରେ ଦୀପାଳି ତାଙ୍କ ଭାଇ ଓ ମାଆଙ୍କ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । ସକାଳ ୯ଟା ସୁଦ୍ଧା ୯. ୭୫ ପ୍ରତିଶତ ଭୋଟିଂ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତ ସାବ୍ୟସ୍ତ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର । ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ରହିଛନ୍ତି ।