ପ୍ରଚାର ପାଇଁ ବ୍ୟାକୁଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କାମ ଉପରେ ଧ୍ୟାନ ଦିଅନ୍ତି ନାହିଁ: ଲେନିନ ମହାନ୍ତି

BJD Spokesperson Lenin Mohanty On PMAY To Tribal Of Odisha

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ କାମ ଉପରେ ବେଶୀ ଧ୍ୟାନ ଦିଅନ୍ତି ନାହିଁ । କେନ୍ଦ୍ରମନ୍ତ୍ରୀ  ପ୍ରଚାର ପାଇଁ ଅଧିକ ବ୍ୟାକୁଳ । ତେବେ କପିଳେଶ୍ବର ମନ୍ଦିରକୁ ଏଏସଆଇ ଅଧିନକୁ ନେବା ପ୍ରସଙ୍ଗରେ ବିଜେପିର ଦୁଇ ନେତା ଧର୍ମେନ୍ଦ୍ର ଓ ଅପରାଜିତା ଟଣାଓଟରା ହେଉଥିବା ବେଳେ ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଅପରାଜିତାଙ୍କୁ ଠାରୁ କିଛି ଶିଖନ୍ତୁ ଧର୍ମେନ୍ଦ୍ର । ପ୍ରଚାର ପାଇଁ ଅଧିକ ବ୍ୟାକୁଳ ନହୋଇ କାମକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ଲେନିନ ।

ସୂଚନା ଅନୁଯାୟୀ, ପୁରୁଣା ଭୁବନେଶ୍ବରରେ ଥିବା ସପ୍ତମ ଶତାବ୍ଦୀର କପିଳେଶ୍ବର ମନ୍ଦିରକୁ ନେଇ ଧର୍ମେନ୍ଦ୍ର, ଅପରାଜିତା ବାହାବା ନେବା ପାଇଁ ଉଦ୍ୟମ କରିଛନ୍ତି । କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ଏହି ଚିଠି ଗଣମାଧ୍ୟମକୁ ଦିନ ବେଳା ଆସିଥିଲା । ହେଲେ ସଂଧ୍ୟାରେ ସାମ୍ନାକୁ ଆସିଲା ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଏକ ଟୁଇଟ୍‌ । ଏହି ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, କପିଳେଶ୍ବର ମନ୍ଦିରର ସଂରକ୍ଷଣ ଦାୟିତ୍ବ  ଏଏସଆଇ ନେବେ ବୋଲି । ଅପରାଜିତା ଏପ୍ରିଲ ୪ ତାରିଖରୁ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଭେଟିଥିଲେ  ।