spot_img
Home Blog Page 3341

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ତାତିଲା ବିଧାନସଭା

ଭୁବନେଶ୍ବର :  ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା । ଜାଣିଶୁଣି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପୋଡିୟମ ଆଗରେ ବିରୋଧୀ ବିଧାୟକଙ୍କ ହୋହଲ୍ଲା ଯୋଗୁ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ହଙ୍ଗାମା ଭିତରେ ଗତକାଲି କ୍ୟାବିନେଟ୍ ନିଷ୍ପତି ସମ୍ପର୍କରେ ଗୃହକୁ ଅବଗତ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମୋଟ 18 ଟି ପ୍ରସ୍ତାବ ପାରିତ ହୋଇଥିଲା । ଗୃହ ଅଚଳ ନେଇ ଶାସକ ଦଳ ପକ୍ଷରୁ କରାଯାଇଛି କଡା ସମାଲୋଚନା। ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି-ଯେଉଁ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି ସେ ନେଇ ଗୃହରେ ଦାବି କରିବା ଉଚିତ୍ ନୁହେଁ। ପାଟିତୁଣ୍ଡ ଯୋଗୁ ଆମେ ଆମର ନିର୍ବାଚନମଣ୍ଡଳୀ ସମସ୍ୟା ସମ୍ପର୍କରେ ପ୍ରସଙ୍ଗ ଉତଥାପନ କରିପାରୁନାହୁଁ । ଅଯଥା ପ୍ରସଙ୍ଗରେ ଗୃହରେ ନାରାବାଜୀ ଯୋଗୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବାଧାପ୍ରାପ୍ତ ହୋଇଛି ।

ସେପଟେ ବିଜେପି ଓ କଂଗ୍ରେସ ବିଧାୟକ ବିଧାନସଭାକୁ ଯେପରି ବନ୍ଦ କରିଛନ୍ତି ସାଢେ଼ ଚାରି କୋଟି ଓଡିଆ ତାହା ଦେଖୁଛନ୍ତି l ସେମାନେ ଲୋକଙ୍କ ବିଭିନ୍ନ ସମସ୍ୟା ସକାଳ ୧୦ଟା ୩୦ରୁ ୧୧ଟା ୩୦ ଉଠାଇବା କଥା l ହେଲେ ସେମାନେ ତାହା କରୁନାହାନ୍ତି l ୨୦୨୪ରେ ରାଜ୍ୟବାସୀ ଉଭୟ ଦଳକୁ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।

ଦିଲ୍ଲୀରୁ ବିହାର; ବାସଭବନ ସମେତ ୧୫ ସ୍ଥାନରେ ଇଡିର ରେଡ୍

ନୂଆଦିଲ୍ଲୀ: ଲ୍ୟାଣ୍ଡ ଫର ଜବ ସ୍କାମକୁ ନେଇ ଇଡିର ଆକ୍ସନ । ଦିଲ୍ଲୀରୁ ବିହାର ଯାଏଁ ୧୫ସ୍ଥାନରେ ରେଡ୍ । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିହାର, ୟୁପି ଓ ମୁମ୍ବାଇରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଛି ।

IRCTC ଚାକିରି ଅନିୟମିତତାକୁ ନେଇ ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପାଟନାସ୍ଥିତ ଘରେ ବି ଚଢ଼ାଉ ଜାରି ରହିଛି। ଦୁଇ ଦିନ ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବଡୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ସିବିଆଇ ଟିମ୍ ପହଞ୍ଚି ପଚରାଉଚରା କରିଥିଲା।

ସେହିପରି ଲାଲୁଙ୍କୁ ମଧ୍ୟ ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେନ୍ଦ୍ରୀୟ ଏଜେନ୍ସିର ରେଡକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିଓ୍ବାରୀ । ବିଜେପରି ଗଣତନ୍ତ୍ର ଉପରେ ଭରସା ନାହିଁ । ୨୦୨୪ରେ ବିଜେପି ଗାଦିଚ୍ୟୁତ ହେବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି ।

୧୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ : ଆରମ୍ଭ ହେବ ’ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବରେ ଲାଗିଛି ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ବିଧାନସଭା ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି ।

ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର ’ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ‘ କାର୍ଯ୍ୟକ୍ରମ ଆରମ୍ଭ କରିବେ  । ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ  ।  ଆସନ୍ତା ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ  ୫୦୦ କୋଟି ବିନିଯୋଗ କରିବେ ସରକାର  ।  ଜନଜାତି ହିତାଧିକାରୀଙ୍କ ଆୟ ବଢାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା ସୃଷ୍ଟି କରାଯିବ  । ଏ ପ୍ରସ୍ତାବରେ କ୍ୟାବିନେଟ୍ ହଁ ମାରିଛି ।  ରାଜ୍ୟରେ କଣ୍ଟ୍ରୋଲ ଡିଲର ମାନଙ୍କର ଲାଇସେନସକୁ ବର୍ଷେ ବୃଦ୍ଧି କରାଯାଇଛି । ଯେଉଁ ଡିଲର ମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ , ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସକୁ  ଆସନ୍ତା ୨୦୧୪ ମାର୍ଚ୍ଚ ୨୪ ଯାଏଁ ସରକାର ବୃଦ୍ଧି କରାଇଛନ୍ତି ।

ରାଜ୍ୟରେ ଦିନକୁ ଦିନ ସାଇବର ଠକାମୀ ସହ ଚିଟ୍ ଫଣ୍ଡରେ ଲୋକ ଠକାମୀର ଶିକାର ହେଉଛନ୍ତି । ରାଜ୍ୟରେ ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦ ବିହୀନ କରାବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ କ୍ୟାଡର ପୁର୍ନଃଗଠନ କରାଯିବ  ।  ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଦେଇଛି ସବୁଜ ସଙ୍କେତ  । ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି  ।  ମାତ୍ର ଏ ଆଇନରେ ଅନେକ ତ୍ରୁଟି ଥିବାରୁ ସରକାର ନୂଆ ନିୟମ ପ୍ରଣୟନ କରିବେ , ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ବ ମିଳିବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାବଧାନ ରହିବ ।

ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ  । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ଦ୍ବାରା ଏଣିକି ନୂଆ ବ୍ୟବସ୍ଥାରେ ପଦନ୍ମୋତି ମିଳିବ  । ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମି ଓ ପିପିଟି ମୋଡରେ ବିକଶିତ ପ୍ରକଳ୍ପ ସହ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଏବଂ ଉନ୍ନୟନ କତୃପକ୍ଷ ସପକ୍ଷରେ ଲିଜ୍ ହୋଇଥିବା ଜମିର ଫ୍ରି ହୋଲ୍ଡ ସିତିକୁ ରୂପାନ୍ତର କରାଯିବ  । ଏହାଦ୍ବାରା ଆବଣ୍ଟନ ଗ୍ରାହୀ ମାନେ ପାଇଥିବା ଘରକୁ ଭୋଗ ଦଖଲ କରିପାରିବେ । କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ  ।

ଭାରତ ସରକାରଙ୍କ ଆଇଆରଟିଏସରୁ ମନୋଜ କୁମାର ମିଶ୍ରଙ୍କ ଇସ୍ତଫା ପରେ ତାଙ୍କୁ ରାଜ୍ୟ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି  । ଏହାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିଭଳି ପଞ୍ଚାୟତରାଜ୍ ଓ ପାନୀୟଜଳ ବିଭାଗରେ ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦବୀକୁ ଉଚ୍ଛେଦ କରିବେ । ୧୦୩ଟି ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପଦ ସୃଷ୍ଟି ହେବ  ।

ସେହିଭଳି ଓଡ଼ିଶା ସରକାରଙ୍କ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଠିକା କର୍ମଚାରୀଙ୍କୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ  ବା ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ।  ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ।

ଓଡ଼ିଶା ପଞ୍ଚାୟତରାଜ୍ ଯାନ୍ତ୍ରିକସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ । ପଞ୍ଚାୟତରଜା କ୍ୟାଡରର ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦନ୍ମୋତି ମିଳିବ । ଆହୁରି ସମବାୟ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀକୁ ସଂଗଠିତ ଓ ପଦନ୍ମୋତିକୁ ତ୍ବରାନ୍ବିତ  କରିବା ପାଇଁ ସମବାୟ ସେବା ନିୟମରେ ସଂଶୋଧିତ କରାଯିବ ।

ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହେଲେ ସି ଜିନପିଙ୍ଗ

ବେଜିଂ: ସି ଜିନପିଙ୍ଗ ତୃତୀୟ ଥର ଚୀନର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ସର୍ବସମ୍ମତି କ୍ରମେ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ ଜିନପିଙ୍ଗଙ୍କ ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ସମ୍ମତି ମିଳିଛି ।

ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ ମାର୍ଚ୍ଚ ୫ରେ ବାର୍ଷିକ ବୈଠକ ଆରମ୍ଭ କରିଥିଲା। ଏହି ବୈଠକ ଏକ ସପ୍ତାହ ଧରି ଚାଲିଛି। ଏଥିରେ ୬୯ ବର୍ଷିୟ ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ମୁଖ୍ୟ ଭାବରେ ସି ଜିନପିଙ୍ଗଙ୍କ ଆଉ ପାଞ୍ଚ ବର୍ଷ କାର୍ଯ୍ୟକାଳ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

ସେହିପରି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । କୁହାଯାଉଛି, ମାଓ ସେତୁଙ୍ଗଙ୍କ ପରେ ସି ଜିନପିଙ୍ଗ ଏଭଳି ନେତା, ଯିଏକି  ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ।

ତେବେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତ ବର୍ଷ ଚୀନ ୨୦୨୩ରେ ଏହାର ପ୍ରତିରକ୍ଷା ପାଇଁ୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଯାହା ଭାରତର ପ୍ରତିରକ୍ଷା ବଜେଟ ଠାରୁ ପ୍ରାୟ ୩ ଗୁଣ ଅଧିକ ରହିଛି। ଖାଲି ଏତିକି ନୁହେଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ୫ ପ୍ରତିଶତରେ ରଖିବା ନେଇ ଟାର୍ଗେଟ୍ କରାଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଧାୟିକା ବର୍ଷା ସିଂ ବରିହା, କହିଲେ ଏମିତି କରନ୍ତୁନି…

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହାଙ୍କ ଜୋରଦାର ଟାର୍ଗେଟ୍‌ । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା । କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏପରି ଆକ୍ଷେପ କରିଥିଲେ ।

ବର୍ଷା କହିଛନ୍ତି, ତାଙ୍କ ଚରିତ୍ର ଓ ବାହାଘରକୁ ନେଇ ବିଜେପିର ନେତାମାନେ କୁତ୍ସାରଟନା କରିଥିଲେ । ହାତଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ । ଏହି କାରଣରୁ ତାଙ୍କ ଓ ତାଙ୍କୁ ପରିବାରକୁ ଗଭୀର ମାନସିକ ଆଘାତ ଲାଗିଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷା ଆହୁରି କହିଛନ୍ତି, ଏପରି ଆକ୍ଷେପ ନ କରିବା ଲାଗି ଦଳର ନେତାଙ୍କୁ ବାରଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀଙ୍କୁ ସେ କହିଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ କିଛି କହି ନଥିଲେ । ଏଥିଲାଗି ସେ ଗଭୀର ଦୁଃଖିତ ଥିଲେ ।

ଏବେ ସମାନ ଢଙ୍ଗରେ ସ୍ବର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର କରିବା ଲାଗି ବିଜେପି ବାରମ୍ବାର ଉଦ୍ୟମ କରୁଛି ବୋଲି ବର୍ଷା କହିଛନ୍ତି । ବିଜେପି ନେତାଙ୍କ ଏହି ଅମାନବିକ କାଣ୍ଡ ଯୋଗୁ ନବକିଶୋର ଦାସଙ୍କ ଝିଅ ଓ ତାଙ୍କ ପରିବାରର ସଦସ୍ୟମାନେ କେତେ ଯେ ମାନସିକ ଆଘାତ ପାଉଥିବେ, ତାହା ସ୍ପଷ୍ଟ ବୋଲି ବର୍ଷା କହିଛନ୍ତି । ଏପରି ଅକ୍ଷମଣୀୟ ମନ୍ତବ୍ୟରୁ ବିରତ ରହିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷା ଅନୁରୋଧ କରିବା ସହ ଦଳର ନେତାଙ୍କୁ ଏହି ଧରଣର ହୀନ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଲାଗି କହିଛନ୍ତି ବର୍ଷା ।

ମିସାଇଲ ଲଞ୍ଚ କରି ଆମେରିକାକୁ ନାଲିଆଖି ଦେଖାଉଛି ଉତ୍ତର କୋରିଆ

ନୂଆଦିଲ୍ଲୀ :  ଆମେରିକାକୁ ପୁଣି ଉତ୍ତର କୋରିଆର ପରମାଣୁ ଧମକ । ଆମେରିକା-ଦକ୍ଷିଣ କୋରିଆର ମିଲିଟାରୀ ଡ୍ରିଲ ପୂର୍ବରୁ ସର୍ଟ ରେଞ୍ଜର ବାଲିଷ୍ଟିକ ମିସାଇଲ ଫାୟାର କରିଛି ଉତ୍ତର କୋରିଆ । ପଶ୍ଚିମ ଉପକୂଳରେ ଉତ୍ତର କୋରିଆ ପ୍ରାୟ ୬ଟି ମିସାଇଲ ପାୟାର କରିଛି ବୋଲି ଦକ୍ଷିଣ କୋରିଆ ମିଲିଟାରୀ ପକ୍ଷରୁ କୁହାଯାଇଛି ।

ସମସ୍ତ ମିସାଇଲ ପାଣିକୁ ଲକ୍ଷ କରି ଉତକ୍ଷେପଣ କରାଯାଇଥିବା ବେଳେ ଏହା କେତେଦୂରରେ ଓ କେଉଁଠି ମାଡ଼ ହୋଇଛି ତାହା ଜଣାପଡ଼ି ନଥିବା ସାଉଥ କୋରିଆ କହିଛି । ଆସନ୍ତା ସପ୍ତାହରେ ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ଜଏଣ୍ଟ ମିଲିଟାରୀ ଅପରେସନ ହେବାକୁ ଥିବା ବେଳେ ଧମକ ଦେବା ଉଦ୍ଦେଶ୍ୟରେ ଉତ୍ତର କୋରିଆର ଏହି ମିସାଇଲ ପରୀକ୍ଷଣ କରିଛି ବୋଲି କୁହାଯାଉଛି ।

ଦୁଇ ପଡୋଶୀ ରାଷ୍ଟ୍ର ସାଉଥ କୋରିଆ-ନର୍ଥ କୋରିଆ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିବା ବେଳେ ଗତ ଦୁଇ ବର୍ଷରେ ସମ୍ପର୍କ ଅତ୍ୟଧିକ ବିଗିଡ଼ିଛି । ସାଉଥ କୋରିଆ ଓ ଆମେରିକାକୁ ବନ୍ଧୁତ୍ବ ବଢୁଥିବାରୁ ଉତ୍ତର କୋରିଆ ବାରମ୍ବାର ମିସାଇଲ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରୁଛି ।

ସ୍ବାମୀ, ସ୍ତ୍ରୀ ଓ ୨ ପୁଅଙ୍କୁ ଗୋଡେଇ ଗୋଡେଇ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ

ସୋର :  ଗୋଟିଏ ପରିବାରର ୪ ଜଣଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ସ୍ବାମୀ, ସ୍ତ୍ରୀ ଓ ୨ ପୁଅଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ନଇଛଣପୁରରେ । ଗତକାଲି ରାତିରେ ପୂର୍ବଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ନଇଛଣପୁରର ସ୍ବାମୀ ରମେଶ ମଲ୍ଲିକ ସ୍ତ୍ରୀ ସରସ୍ଵତୀ ମଲ୍ଲିକ ପୁଅ ଖଗେନ୍ଦ୍ର ଓ ପର୍ଶୁରାମଙ୍କୁ ଘରେ ପଶି ୧୦ ଜଣରୁ ଅଧିକ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଖନ୍ତାପଡl ଡାକ୍ତରଖାନlରୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସ୍ତ୍ରୀ ସରସ୍ଵତୀ କଟକ ସ୍ଥାନାନ୍ତର ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର : ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୨ ପରୀକ୍ଷା। ଭୁବନେଶ୍ୱର ଡୁମଡୁମା ନିକଟରେ ଥିବା ସୟଦ ମମତାଜ ଅଲି ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି। ସମେଟିଭ 1 ପରୀକ୍ଷା ଦେଇଛନ୍ତି। ତେଣୁ ଡ଼ରିବାର ଆଵଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା ଆମ ପିଲା ମାନେ ଭଲ ପାଠ ପଢ଼ିବେ, ଆଗକୁ ଯିବେ। ପରୀକ୍ଷା ସମୟରେ ଛାତ୍ର ଛତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ପ୍ରଶ୍ନପତ୍ର ଭାଇରାଲ କରିଥାନ୍ତି। ସାଇବର ଥାନାରେ ଏତଲା ଦିଆଯାଇଛି। ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଜର୍ମାନୀର ହାମବର୍ଗ ଚର୍ଚ୍ଚରେ ଫାୟାରିଂ,୬ ଜଣଙ୍କ ମୃତ୍ୟୁ

ବର୍ଲିନ : ଜର୍ମାନୀର ହାମବର୍ଗ ଚର୍ଚ୍ଚରେ ଫାୟାରିଂ । ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଦିଲବୋଗ ଷ୍ଟ୍ରିଟସ୍ଥିତ ଚର୍ଚ୍ଚରେ ଫାୟାରିଂ ଘଟିଛି । ମୃତକଙ୍କ ମଧ୍ୟରେ ଅନେକ ଜର୍ମାନ ନାଗରିକ ରହିଥିବା ଜଣାଯାଇଛି । ନର୍ଦର୍ଣ୍ଣ ଜର୍ମାନ ସିଟିରେ ଘଟିଛି ଏହି ଘଟଣା ।

ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୁଖପାତ୍ର ହୋଲଗର ଭେରେନ କହିଛନ୍ତି- ଜର୍ମାନୀର ଦ୍ବିତୀୟ ବୃହତ୍ତମ ସହର ଗ୍ରସ୍ ବର୍ସେଲ ଡିଷ୍ଟ୍ରିକ୍ଟରେ ଘଟିଥିବା ଘଟଣା ପରେ ଆରମ୍ଭ ହୋଇଛି ଛାନବିନ । କେଉଁ କାରଣରୁ ଓ କଣ ଲାଗି ଏହି ଗୁଳିମାଡ ଘଟିଲା ତାହାର କାରଣ ଖୋଜାଯାଇଛି ।

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ; ସିରିଜ କବଜା ଲକ୍ଷ୍ୟରେ ଟିମ୍ ବ୍ଲ୍ୟୁ

ଅହମ୍ମଦାବାଦ : ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ତଥା ଚତୁର୍ଥ ଟେଷ୍ଟ । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ ।  ଆଜି ଦ୍ବିତୀୟ ଦିନରେ ୨୨୫ରନରୁ ପାଳି ଆରମ୍ଭ କରିବ ଭ୍ରମଣକାରୀ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ପ୍ରଥମ ଦିନରେ ଦଳ ୪ ଓ୍ବିକେଟ ହରାଇ ୨୨୫ ରନ କରିଛି ।

ଟିମ କଙ୍ଗାରରୁ ଉଭୟ ଓପନର ଭଲ ପ୍ରଦର୍ଶନ କରିଥିଲେ । ଟ୍ରାଭିସ ହେଡ ୩୨ରନରେ ଆଉଟ ହୋଇଥିବାବେଳେ ଉସମାନ ଖ୍ବାଜା ଶତକ ହାସଲ କରିଛନ୍ତି । ଏବେ ଉସମାନ ୧୦୪ ଓ କ୍ୟାମରୋନ ଗ୍ରୀନ ୪୯ରନରେ ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମି ୨ଟି ଓ୍ବିକେଟ ନେଇଥିବାବେଳେ ଅଶ୍ବିନ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏ ଓ୍ବିକେଟ ମିଳିଛି ।