spot_img
Home Blog Page 3302

ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୭୧୧ କୋଭିଡ ସଂକ୍ରମିତ ଚିହ୍ନଟ, ମୁମ୍ବାଇରେ ସର୍ବାଧିକ

ମୁମ୍ବାଇ: ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୧୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୧୮୬ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୨୧୮ ଜଣ କେବଳ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି । ଏଥିସହ ୨୪ ଘଣ୍ଟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୭ ଦିନ ମଧ୍ୟରେ କରୋନା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ ।

ଆସନ୍ତା ସପ୍ତାହରୁ ପୁରା ରାଜ୍ୟରେ ମକଡ୍ରିଲ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନିବା ପାଇଁ କୁହାଯାଇଛି । ମହାରାଷ୍ଟ୍ରର ୬ଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ସେଠାକାର ଜିଲ୍ଲାପ୍ରଶାସନକୁ ସତର୍କ ରହିବା ପାଇଁ କୁହାଯାଇଛି । ଟେଷ୍ଟିଂ ଓ ଟ୍ରାକିଂ ବଢାଇବାକୁ କୁହାଯାଇଛି । ମେଡିକାଲରେ ଭେଣ୍ଟିଲେଟର ଓ ଅକ୍ସିଜେନ ବ୍ୟବସ୍ଥାକୁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ଦୁଇ ଏନଏସିରେ କିଏ କରିବ ବାଜିମାତ ? ସକାଳ ୮ଟାରୁ ଗଣତି

ଭୁବନେଶ୍ବର: ରାଜ୍ୟର ଦୁଇ ଏନଏସିରେ କିଏ କରିବ ବାଜିମାତ । କାହାକୁ ଭରସା କରିଛନ୍ତି ଜନସାଧାରଣ । ଆଜି ପ୍ରକାଶ ପାଇବ ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛିଛନ୍ତି ଜନତା । ୧୬ଟି ଓ୍ବାର୍ଡରେ ୯ହଜାର ୮୬୩ ମତଦାତା ରହିଥିବା ବେଳେ ୮୮ପ୍ରତିଶତ ମତଦାନ ହୋଇଛି ।

୫୦ ଜଣ କାଉନସିଲର ଓ ୩ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ସେହିପରି ଅତାବିରାରେ 74 ପ୍ରତିଶତ ମତଦାନ ହୋଇଛି । ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନନ୍ଦନକାନନ ପାଚେରୀ ଭାଙ୍ଗିଲା ଚନ୍ଦକା ଦନ୍ତା, ଘଉଡାଇବାକୁ ପ୍ରୟାସ ଜାରି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚନ୍ଦକା ଦନ୍ତା । ପଛପଟ ଗେଟର ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରେ ପଶିଛି ଦନ୍ତା । ହାତୀଟି ସିଂହ ସଫାରୀ ପଛପଟେ ରହିଥିବା ବେଳେ ଘଉଡାଇବା ପାଇଁ 4ଟି ବନବିଭାଗ ଟିମର 40ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ପ୍ରାଣୀଉଦ୍ୟାନର ଯେପରି କୌଣସି କ୍ଷତି ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ବାଣ ଲାଇଟ ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରିରହିଛି । ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦଶକ ସନତ କୁମାର ଏନ ।

ଉପକୂଳରେ ବର୍ଷା ସାଙ୍ଗକୁ ବଜ୍ରପାତ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ବାୟୁ ପ୍ରବାହର ଅସଙ୍ଗତି ପାଇଁ ଜାରି ରହିଛି ବର୍ଷା ଓ ବଜ୍ରପାତ । ସକାଳୁ ଖରା ଗୁଳୁଗୁଳିରେ ଅନୁଭୁତ ହେଉଥିବା ବେଳେ ଅପରାହ୍ନ ହେବା ମାତ୍ରେ ଆକାଶରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । କେଉଁଠି ବିଜୁଳି ଘଡଘଡି ସହ ବର୍ଷା ହେଉଛି ତ କେଉଁଠି ଝଡପବନ ଜନ ଜୀବନ ଅସ୍ତବ୍ୟସ୍ତ କରୁଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୭ ତାରିଖ ଦିନ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକାଂଶ ଜିଲ୍ଲା ଦକ୍ଷିଣ ଓଡ଼ିଶାର ଥିବା ବେଳେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ସଂଲଗ୍ନ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଏବଂ ନୟାଗଡରେ ବଜ୍ରପାତ ଜନିତ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ସେପଟେ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନରେ ତାପମାତ୍ରା ବଢିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଜାପାନରେ ଆଜି ଓଡ଼ିଶା ବିଜନେସ ମିଟ୍ ୨୦୨୩, ୨ଶହରୁ ଅଧିକ ଶିଳ୍ପପତି ହେବେ ସାମିଲ

ଟୋକିଓ: ଓଡ଼ିଶାରେ ଶିଳ୍ପର ସମ୍ଭାବନା ନେଇ ଟୋକିଓର ଓକୁରାରେ ଆଜି ଆୟୋଜିତ ହେବ ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେବେ । ଓଡ଼ିଶାରେ ନିବେଶ ପାଇଁ ରହିଥିବା ଅପାର ସୁଯୋଗ ଓ ରାଜ୍ୟ ସରକାରଙ୍କର ଉତ୍ତମ ଶିଳ୍ପନୀତି ସମ୍ପର୍କରେ ବୁଝାଇବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିଙ୍କୁ କରିବେ ନିମନ୍ତ୍ରଣ ।

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନୈଶ୍ୟ ଭୋଜିରେ ସାମିଲ ହେବେ । ଆସନ୍ତାକାଲି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ୍‌ ମଧ୍ୟ ବୁଲିବେ ।

ନବୀନଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । କ୍ଷେତ୍ର ପରିଦର୍ଶନ ସମୟରେ ଜାପାନର ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧି ଦଳ ଆଲୋଚନା କରିବେ। ଜାପାନ ଗସ୍ତ ପୁରା ଓଡ଼ିଶାକୁ ଉତ୍ସାହିତ କରିଛି ଓ ବିଦେଶରୁ ବଡ଼ ପୁ୍ଞ୍ଜି ଆସିବ ବୋଲି ଆଶା ରହିଛି ।

ଡୋନାଲ୍ଡ ଟ୍ରମ୍ପ ଗିରଫ, ଆମେରିକା ରାଜନୀତିରେ ବିସ୍ଫୋରଣ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ  ।  ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ଗିରଫ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ  । ମିଳିଥିବା ସୂଚନା ମୁତାବକ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ  । ଦୋଷୀ ସାବସ୍ତ୍ୟ ହେବାପରେ ନ୍ୟୁୟର୍କ ପୋଲିସ  ଟ୍ରମ୍ପଙ୍କୁ ଗିରଫ କରିବାରେ ସଫଳ ହୋଇଛି  । ସେପଟେ ଇତିହାସରେ ପ୍ରଥମ ଥର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରିଛି ପୋଲିସ  । ଆମେରିକା ରାଜନୀତିରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି  । ଯେଉଁଠି ଜଣେ ପୂର୍ବତନ ରାଷ୍ଟରପତି ଗିରଫ ହୋଇଛନ୍ତି  ।

ଭିତରେ ଅସଂଯତ ପ୍ରେମୀ ଯୁଗଳ, ପ୍ଲାଟଫର୍ମ ଭିତରକୁ ପଶି ଆସିଲା କାର୍

ଭୁବନେଶ୍ୱର: ପ୍ଲାଟଫର୍ମ ଭିତରକୁ ପଶି ଆସିଲା କାର । ଭୁବନେଶ୍ବର ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ଘଟିଛି ଅଘଟଣ । ପ୍ଲାଟଫର୍ମକୁ ପଶି ଆସିବା ସହ ରେଳ ଧାରଣା ଉପରକୁ ଝୁଲି ରହିଥିଲା ଗାଡି । ଗାଡି ଭିତରେ ଅସଂଯତ ଅବସ୍ଥାରେ ପ୍ରେମୀ ଯୁଗଳ ଥିବା ଦେଖିବାକୁ ମିଳିଥିଲା ।

କାର ଭିତରେ ମଦ ବୋତଲ ପଡିଥିଲା । ଲୋକଙ୍କ ସମ୍ମୁଖରେ ଘଟିଥିଲା ଏଭଳି କାଣ୍ଡ । ଲୋକେ ବିରୋଧ କରିବାରୁ ଇଂରାଜୀ ଭାଷାରେ ଗାଳି କରିଥିଲେ ଯୁବତୀ । ତେବେ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି RPF ।

ଖେଳୁଥିବାବେଳେ କୂଅରେ ଖସିପଡ଼ିଲେ ୨ ଶିଶୁ

ସୁବର୍ଣ୍ଣପୁର: କୂଅରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ଅଭାବନୀୟ ଘଟଣା । ଖେଳୁଥିବାବେଳେ କୂଅରେ ପଡିଯାଇଥିଲେ ଦୁଇ ଶିଶୁକନ୍ୟା । ଅଗ୍ନିଶମ ବିଭାଗ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣଙ୍କୁ ଦୁଇ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ଏକ ବର୍ଷର ବୋଲି ସୂଚନା ମିଳିଛି ।

ବିଜେଡି ନେତାଙ୍କ ପଛରେ ଆୟକର ବିଭାଗ, ଉଦ୍ଦେଶ୍ୟମୂଳକ ଭାବେ ରେଡ କରୁଥିବା ଅଭିଯୋଗ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରେ ଆକ୍ଟିଭ ଆୟକର ବିଭାଗ । ଟାର୍ଗେଟରେ ବିଜେଡି ନେତା । ଉଦ୍ଦେଶ୍ୟମୂଳକ ଭାବେ ସାରା ରାଜ୍ୟରେ ଚାଲିଛି ଚଢାଉ । କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରି ବିଜେପି ରେଡ ଭୟ ଦେଖାଉଥିବା ଅଭିଯୋଗ ହୋଇଛି । ଏପରିକି ଗତ ସପ୍ତାହରେ ବିଜେଡିର ଜଣେ ନେତାଙ୍କ ଶିକ୍ଷାନୁଷ୍ଠାନ ଉପରେ ଜିଏସଟି ଚଢାଉ କରି ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା । ଏହା ପୂର୍ବରୁ ପଦମପୁର ଉପନିର୍ବାଚନ ସମୟରେ ଚଢାଉ ପଲିଟିକ୍ସ ଦେଖିବାକୁ ମିଳିଥିଲା । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ବିରୋଧୀଙ୍କ ମୁହଁ ଚୁପ କରିବାକୁ ବିଜେପି ଏପରି ରାଜନୀତି ଆପଣାଇଛି । ଯାହାକୁ ନେଇ ବିରୋଧୀ ସୁପ୍ରିମକୋର୍ଟରେ ଫେରାଦ ହୋଇଛନ୍ତି ।

ଓଡ଼ିଶାରେ `ରେଡ୍’ ପଲିଟିକ୍ସ । ବାଲେଶ୍ବରରୁ ଭୁବନେଶ୍ବର, ଢେଙ୍କାନାଳରୁ ଭାପୁର । ଭୋଟ୍ ପାଇଁ ବିଜେପିର ଭୟ ଥିଓରୀ । ଆୟକର ବିଭାଗ ଟାର୍ଗେଟରେ ବିଜେଡି ନେତା । ଚୁପ କରିବାକୁ ଚଢାଉ ଚକ୍ରାନ୍ତ । ଗୁଣ୍ଡାଗର୍ଦ୍ଦି, ଦଙ୍ଗା, ପ୍ରଲୋଭନ । ଏସବୁକୁ ଆୟୁଧ କରି ବାରମ୍ବାର ଓଡ଼ିଶାବାସୀଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛି ବିଜେପି । ତେଣୁ ଝାରସୁଗୁଡ଼ା ଉପ ନିର୍ବାଚନ ଘୋଷଣା ହେଉ ହେଉ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ରେଡ୍ ରାଜନୀତି । ଆୟକର ବିଭାଗକୁ ହାତବାରିସି କରିଥିବା ଅଭିଯୋଗ ହୋଇଛି । ଉଦ୍ଦେଶ୍ୟମୂଳକ ଭାବେ ଏକକାଳୀନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ନେତାଙ୍କ ଘରେ ହେଉଛି ଚଡାଉ ।

ବାଲେଶ୍ବର ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଓ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ହୋଇଛି ରେଡ୍ । ଏହାସହ ଢେଙ୍କାନାଳ ପତଳା ଗାଁର ରତିକାନ୍ତ ରାଉତଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବିନା କାରଣରେ ଚଢାଉ କରିଛି କେନ୍ଦ୍ରୀୟ ଆୟକର । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏମାନେ ସମସ୍ତେ ବିଜେଡିର ନେତା ଓ ରାଜନୀତି ସହିତ ସଂପୃକ୍ତ ବ୍ୟକ୍ତି । ଉପନିର୍ବାଚନ ପୂର୍ବରୁ ହଠାତ୍ ଏଭଳି ଆକ୍ସନକୁ ନେଇ ଉଠିଛି ପ୍ରଶ୍ନ ।

ପଦମପୁର ଉପନିର୍ବାଚନ ସମୟରେ ରେଡକୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡି କର୍ମୀଙ୍କ ଘରେ ଉଦ୍ଦେଶ୍ୟମୂଳକ ଭାବେ ଚଢାଉ ହୋଇଥିଲା । ଯାହାର ଜବାବ୍ ପଦମପୁରବାସୀ ଦେଇଥିଲେ । କେବଳ ଓଡ଼ିଶାରେ ନୁହେଁ । ସାରା ଦେଶରେ ଚଢାଉ ରାଜନୀତି ଚଳାଇଛି ଭାରତୀୟ ଜନତା ପାର୍ଟି । ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଇଡି, ସିବିଆଇ, ଇନକମ ଟ୍ୟାସ୍କ ଓ ଜିଏସଟିକୁ ଅସ୍ତ୍ର କରି ଆସୁଛି । ବିଭିନ୍ନ ରାଜ୍ୟରେ ନିର୍ଦ୍ଦିଷ୍ଟ ଦଳର ନେତାଙ୍କୁ ଟାର୍ଗେଟ କରି ଗିରଫ ବି କରାଯାଇଛି । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ବିରୋଧୀ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଆଣିବାକୁ ପିଟିସନରେ ଅପିଲ କରିଛନ୍ତି ବିରୋଧୀ । ଯାହାର ଶୁଣାଣି ଆସନ୍ତାକାଲି ହେବ ।

ବିଜେପିର ଏଭଳି ହୀନ ରାଜନୀତି ଓଡ଼ିଶାରେ କେବେ ସଫଳ ହୋଇନି । ପଦମପୁରରେ ଆୟକର ବିଭାଗକୁ ଅପବ୍ୟବହାର କରି ଦଳ ବ୍ୟାକଫୁଟରେ ରହିଥିଲା । ଯାହାକି ବିଜେପିର ପରାଜୟର କାରଣ ହୋଇଥିଲା । ହେଲେ ଇତିହାସ ସାକ୍ଷୀ ଅଛି, ଚଢ଼ାଉ କରି ଚାଞ୍ଚଲ୍ୟ ଖେଳାଇ ଭୋଟ ହାତେଇବା ରାଜ୍ୟ ବିଜେପି ପାଇଁ ସବୁ ବେଳେ ମହଙ୍ଗା ହୋଇଛି ।

ଓଡ଼ିଶାରେ ସୃଷ୍ଟି ହେବ ଅପାର ନିଯୁକ୍ତି ସୁଯୋଗ, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟୋକିଓ: ନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ଖୁସି  । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ । ଜାପାନରୁ ଛୁଟିବ ନିବେଶର ସୁଅ । ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଏକ ଆଲୋଚନା କରି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଏକ ଭିଡିଓ ସୋସିଆଲ ମିଜିଆରେ ଅପଲୋଡ କରିଛନ୍ତି ।

ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିପ୍ପନ ଷ୍ଟିଲକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ନିପ୍ପନ ଷ୍ଟିଲ ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ କରିବ । ଓଡ଼ିଶାରେ ନିପ୍ପନ ଷ୍ଟିଲ ସର୍ବବୃହତ ପୁଞ୍ଜି ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ ।

ଆଜି ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଜାପାନରେ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧି ଗଣ ଏହି ବୈଠକରେ ଉପସ୍ଥିତ ରହିଥିଲେ  ।