ତିନି ଦିନ ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’

1 min read

ମୁମ୍ବାଇ: ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ବିପର୍ଯ୍ୟୟ । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମୁଦ୍ର ଭିତରେ ସ୍ଥଳଭାଗ ଆଡକୁ ବଢୁଛି ପ୍ରି-ମନସୁନ ବାତ୍ୟା । ପୂର୍ବ-ମଧ୍ୟ ଆରବସାଗରରେ ସୃଷ୍ଟ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ମୁହାଁଉଛି ବୋଲି କହିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି ।

ଭାରତ, ଓମାନ, ଇରାନ, ପାକିସ୍ତାନ ସମେତ ଅନ୍ୟ କିଛି ଦେଶରେ ବି ଏହାର ପ୍ରଭାବ ପଡ଼ିବ । ଭାରତରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଆଇଏମଡି ପକ୍ଷରୁ ସତର୍କ କରାଯାଇଛି ।