spot_img
Home Blog Page 3303

ଜ୍ୱିଗାଟୋ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜ୍ୱିଗାଟୋ’ ଫିଲ୍ମ ଉପରୁ  ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର  ।  ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।

ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏତଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।

ମୃତ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ, ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର:  ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣା  । ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ସେହିପରି ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା ହୋଇଛି  । ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  ।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  ।ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜୟନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା । ଜୟନାରାୟଣଙ୍କ ବିବୃତିକୁ ନେଇ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି- ଜୟନାରାୟଣ ବିରୋଧୀ ଦଳର ନେତା ନୁହନ୍ତି, ସେ ଓଡିଶା ବିରୋଧୀ ନେତା । ଏଥିରୁ ତାଙ୍କୁ ଖୁସି ମିଳେ। ଜଣେ ଓଡିଆ ହୋଇ ଓଡିଶାର ଉନ୍ନତି ଚାହାନ୍ତି ନାହିଁ । ଓଡ଼ିଶାର ବିକାଶ ତାଙ୍କର ଆଖିରେ ଯାଉନାହିଁ।

ଓଡିଶାବାସୀ ସବୁବେଳେ ତାଙ୍କୁ ଓ ତାଙ୍କ ଦଳକୁ ତିରସ୍କାର କରିଆସୁଛନ୍ତି । ବିରୋଧୀ ଦଳର ନେତା ହେଉଛନ୍ତି ଓଡ଼ିଶାର ଅରାଜକତାର ମୁଖ୍ୟ । ଆଇନ ଫାଶରୁ ଖସିଵା ପାଇଁ ସେ ମିଛ କହିବା ଓ କଟୁ ଟିପ୍ପଣୀ ଦେଇ ଚାଲିଛନ୍ତି । ବିଧାନସଭା ସମୟରେ ବିରୋଧୀ ଦଳ ନେତା ଭାବେ ତାଙ୍କର ଆଚରଣରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଲେନିନ ।

ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । କଡ଼ା ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶ୍ରୀମନ୍ଦିରର ସେବାୟତଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା  । ପରେ ମନ୍ଦିରକୁ ପାଛୋଟି ନେଇଥିଲେ ସେବାୟତ  । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି   ।

ଏହା ପୂର୍ବରୁ ପଶ୍ଚିମବଙ୍ଗ ଭବନ ନିର୍ମାଣ ନେଇ ଜାଗା ଦେଖିଥିଲେ ମମତା ବାନାର୍ଜୀ  । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଜିଲ୍ଲାପାଳ ସମର୍ଥ ବର୍ମା  ଉପସ୍ଥିତ ରହିଥିଲେ  । ପୁରୀକୁ ଆସୁଥିବା ପଶ୍ଚିମବଙ୍ଗର ଭକ୍ତଙ୍କ  ପାଇଁ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ  । ଏନେଇ ରାଜ୍ୟ ସରକାର ଯୋଗାଇଦେବେ ଜାଗା  । କିନ୍ତୁ କେତେ ଜାଗା ପ୍ରଦାନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି  ।

ଜାଗା ଦେଖି ଖୁସି ହେଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ

ପୁରୀ: ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ଭବନ ନିର୍ମାଣ ନେଇ ଜାଗା ଦେଖିଛନ୍ତି ମମତା ବାନାର୍ଜୀ  । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଜିଲ୍ଲାପାଳ ସମର୍ଥ ବର୍ମା  ଉପସ୍ଥିତ ରହିଥିଲେ  । ପୁରୀକୁ ଆସୁଥିବା ପଶ୍ଚିମବଙ୍ଗର ଭକ୍ତଙ୍କ  ପାଇଁ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ  । ଏନେଇ ରାଜ୍ୟ ସରକାର ଯୋଗାଇଦେବେ ଜାଗା  । କିନ୍ତୁ କେତେ ଜାଗା ପ୍ରଦାନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି  । ସେପଟେ ଜାଗା ଦେଖି ଖୁସି ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  । କହିଛନ୍ତି ଓଡ଼ିଶା ସରକାର ଯୋଗାଇ ଦେଇଥିବା ଜାଗା ଦେଖି ମୁଁ ଖୁସି  । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ   ଧନ୍ୟବାଦ ଜଣାଇଛନ୍ତି ମମତା ବାନାର୍ଜୀ  ।

ମମତା ବାନାର୍ଜୀ କହିଛନ୍ତି ଗେଷ୍ଟ ହାଉସ ପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ପୁରୀ ଆସନ୍ତି । ସେମାନେ ଏଠାରେ ସୁବିଧାରେ ରହିବା ପାଇଁ ଗେଷ୍ଟ ହାଉସ ନିର୍ମାଣ ହେବ । ଏଥିସହ ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ହକି ବିଶ୍ବକପ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ନିମନ୍ତ୍ରଣ କରିଥିଲେ । ହେଲେ ସେତେବେଳେ ଆସିପାରିନଥିଲେ । ତେଣୁ ଏବେ ନବୀନ ଦେଖାକରିବେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଦିଦି ।

 

ମହଙ୍ଗା ପଡ଼ିଲା ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ସୁରଟରୁ ଗିରଫ ହେଲା ଅଭିଯୁକ୍ତ ଅଙ୍କିତ

ପାଟନା: ମହଙ୍ଗା ପଡ଼ିଲା ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଗିରଫ ହେଲା ଅଭିଯୁକ୍ତ । ସୁରଟର ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଜଣକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବା ଲାଗି ଧମକ ଦେଇଥିଲା । ନୀତୀଶଙ୍କୁ ହତ୍ୟା ଧମକ ଦେବା ପରେ ବିହାର ପୋଲିସ ପକ୍ଷରୁ ସୁରଟ କ୍ରାଇମ ବ୍ରାଞ୍ଚର ସହଯୋଗ ଲୋଡ଼ିଥିଲା । ପରେ କ୍ରାଇମବ୍ରାଞ୍ଚ ଏହି ଯୁବକକୁ ଲଖନାରୁ ଗିରଫ କରିବା ସହ ବିହାର ପୋଲିସକୁ ହସ୍ତାନ୍ତର କରିଥିଲା ।

ଗିରଫ ଅଭିଯୁକ୍ତର ନାମ ଅଙ୍କିତ ମିଶ୍ର ଓ ତା’ର ବୟସ ୨୮ ବର୍ଷ । ଗତ ୨୦ ତାରିଖରେ ସେ ଏକ ମିଡିଆ ଚାନେଲ ସହ ଯୋଗାଯୋଗ କରିଥିଲା ଏବଂ ୩୬ ଘଣ୍ଟା ମଧ୍ଯରେ ନୀତୀଶଙ୍କୁ ଉଡ଼ାଇ ଦେବାକୁ ଫୋନରେ ସୂଚନା ଦେଇଥିଲା ।

ବିଧାୟକଙ୍କ ମୃତ୍ୟୁ ପରେ ଅଟକିନି ବିକାଶ, ଝାରସୁଗୁଡ଼ାର ସମସ୍ୟା ଶୁଣିଲେ 5T ସଚିବ

ଝାରସୁଗୁଡ଼ା: ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଝାରସୁଗୁଡ଼ାରେ ଅଟକିନି ବିକାଶ କାମ । 5T ସଚିବ ଜିଲ୍ଲା ବିକାଶକୁ ଫୋକସ୍ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ନେଇ ସିଧାସଳଖ ଆଲୋଚନା କରିଛନ୍ତି । ଝାରସୁଗୁଡ଼ାର ୫ଟି କଲେଜର ବିକାଶ ନେଇ ଛାତ୍ରଛାତ୍ରୀ ଏବଂ ଅଧ୍ୟକ୍ଷଙ୍କ ସହ ଭିଡିଓ କନଫରେନ୍ସିରେ ଆଲୋଚନା କରିଛନ୍ତି 5T ସଚିବ।

ଏଥିସହ ଝାରସୁଗୁଡ଼ା ପ୍ରେସ୍ କ୍ଲବ ସଦସ୍ୟଙ୍କଠାରୁ ଚାଷୀ, ସବୁ ବର୍ଗର ପ୍ରତିନିଧି ସିଧାସଳଖ 5T ସଚିବଙ୍କୁ ବିଭିନ୍ନ ସମସ୍ୟା ଜଣାଇଛନ୍ତି। ଏସବୁର ସମାଧାନ ନେଇ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ। ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସରକାର ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାରସୁଗୁଡ଼ା ବାସିନ୍ଦା ।

ବଲାଙ୍ଗୀର ପୋଲିସର ଅପରେସନ କ୍ଲିନ୍, ବେଆଇନ ବିବାହ ମଣ୍ଡପ ଉପରେ ବୁଲିଲା ବୁଲଡୋଜର

ବଲାଙ୍ଗୀର: ପୁଣି ଗୁଣ୍ଡାଙ୍କ ଉପରେ ପୋଲିସର କାର୍ଯ୍ଯାନୁଷ୍ଠାନ I ଅପରାଧୀ ଚିତ୍ତରଞ୍ଜନ ମହାନ୍ତିର ବେଆଇନ ବିବାହ ମଣ୍ଡପ ଉପରେ ବୁଲିଲା ବୁଲଡୋଜର । ଧୂଳିସାତ୍ ହୋଇଛି ଟିଟିଲାଗଡ଼ ରାସ୍ତା ବନବିଭାଗ ନର୍ସରୀ ନିକଟରେ ଥିବା ଆର୍ଯ୍ୟା ପ୍ୟାଲେସ । ଦୀର୍ଘ ବର୍ଷ ହେଲା ଅପରାଧୀ ଚିତ୍ତ ରଞ୍ଜନ ମହାନ୍ତି ଇଡକୋରୁ ୧୭ ଡିସିମିଲ ଜମି ସିମେଣ୍ଟ ତିଆରି ଜିନିଷ ତିଆରି ପାଇଁ ଲିଜ୍ ସୂତ୍ରରେ ପାଇଥିଲା । କିନ୍ତୁ ସେହି ଜମିରେ ବିବାହ ମଣ୍ଡପ ନିର୍ମାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲା I ଲକ୍ଷ୍ମୀ ସିମେଣ୍ଟ ପ୍ରଡକ୍ଟ ନାଁରେ ରେଜିଷ୍ଟ୍ରେସନ୍ ହୋଇଥିବା ବେଳେ ଆର୍ଯ୍ୟ ପ୍ୟାଲେସ ବିବାହ ମଣ୍ଡପ ଚାଲିଥିଲା I

ଗତ କିଛି ମାସ ତଳେ ହିଟ୍ ଆଣ୍ଡ ରନ୍ ମାମଲାରେ ଅପରାଧୀ ଚିତ୍ତରଞ୍ଜନ ମହାନ୍ତି ଜେଲରେ ଅଛି । ବଲାଙ୍ଗୀର ପୋଲିସର ମିଶନ କ୍ଲିନ୍ କ୍ରିମିନାଲରେ ଏବେ ଚିତ୍ତର ପାଳି ପଡ଼ିଛି I ଗତ କିଛି ଦିନ ଭିତରେ ବଲାଙ୍ଗୀର ପୋଲିସ ୮ ଜଣ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ବଢ଼ିଲା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ବଢ଼ିଲା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ୍ ଅବଧି । ଚଳିତ ବର୍ଷ ଏପ୍ରିଲ ୧ ସୁଦ୍ଧା ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ଲିଙ୍କ୍ ନେଇ ଚୂଡ଼ାନ୍ତ ସମୟ ସୀମା ଲାଗୁ କରାଯାଇଥିଲା । ମାତ୍ର ଏହି ନିଷ୍ପତ୍ତିର ପରିବର୍ତ୍ତନ କରି ଆସନ୍ତା ବର୍ଷ ମାର୍ଚ୍ଚ ୩୧କୁ ଡେଡଲାଇନ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ।

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼, ଆଜେକ୍ସଙ୍କ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ । ଗାର୍ଲଫ୍ରେଣ୍ଡକୁ ଜେରା ପରେ ଖୋଲିଲା ଗୁମର । ଆଜେକ୍ସ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ । ଆଜେକ୍ସ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ବାନ୍ଧବୀ । ଆଜେକ୍ସଙ୍କ ଦ୍ବିତୀୟ ବାନ୍ଧବୀ ସହିତ କଥା ହୋଇଥିଲେ ଯୁବତୀ । ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫେରନ୍ସ କଲରେ କଥା ହୋଇ ମୁଖା ଖୋଲିଛନ୍ତି ଯୁବତୀ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ଆଜେକ୍ସଙ୍କ ସହ ବ୍ରେକଅପ ବା ଦୁରେଇ ଯିବାକୁ କହିଥିଲେ ବାନ୍ଧବୀ । ଯାହାକୁ ନେଇ ମାନସିକ ଚାପରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ପରସ୍ପର ପରସ୍ପରକୁ ସନ୍ଦେହ କରୁଥିଲେ । ଆଜେକ୍ସଙ୍କ ସମ୍ପର୍କରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ପୋଲିସ ହାତରେ ଲାଗିଛି କନଫରେନ୍ସ କଲର ପ୍ରମାଣ । ସିଡିଆର, ଇନଷ୍ଟାଗ୍ରାମ ଓ ଯୁବତୀଙ୍କ ମୋବାଇଲକୁ ନେଇ ତନାଘନା କରୁଛି ପୋଲିସ । ଆଜେକ୍ସଙ୍କ ପରିବାର ଓ ଯୁବତୀଙ୍କ ବୟାନକୁ ନେଇ ତର୍ଜମା କରୁଛି  ପୋଲିସ । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ ।