କଟକରେ ଡ୍ରେନରେ ପଡ଼ି ଗଲା ଜୀବନ, ମୃତକ ହେଲେ ରାଜସ୍ଥାନର ରାହୁଲ ଖଟିବ

କଟକ: କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ ଖଟିକ । ରାଜସ୍ଥାନରୁ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ରାହୁଲ । ଆସନ୍ତା ୨୧ ତାରିଖ ରାହୁଲ ପୁଣି ରାଜସ୍ଥାନ ଫେରିଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଗତକାଲି ରାସ୍ତାରେ ଯିବା ସମୟରେ ଡ୍ରେନରେ ଗୋଡ ଖସି ଯିବାରୁ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ଯ ମୃତ୍ୟୁ ହୋଇଛି। ଏନେଇ ଯୁବକଙ୍କ ବାପା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ଏନେଇ ପୁରୀ ଘାଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।