spot_img
Home Blog Page 3161

ଦୁବାଇ ପରେ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଉଡ଼ିବ ବିମାନ, ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରକୁ ଯୋଗାଯୋଗ ସହଜ ଓ ସୁଲଭ ହେବ । ଲୋକଙ୍କ ସ୍ବାର୍ଥ ରକ୍ଷା କରି ଆନ୍ତର୍ଜାତିକ ବିମାନ ଚଳାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଜୁନ ୩ ତାରିଖରୁ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଚାଲିବ ଇଣ୍ଡିଗୋ ବିମାନ । ମେ ୧୫ ତାରିଖରୁ ଦୁବାଇକୁ ଚାଲିବ ବିମାନ ଏବଂ ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ । ଏଥିସହିତ ଆଇଟି କ୍ଷେତ୍ରର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁବାଇ, ସିଙ୍ଗାପରୁ ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ଦ୍ବାରା ଏସିଆ ମହାଦେଶର କସମୋପଲିଟାନ ସହର ସହ ଓଡ଼ିଶା ଯୋଡ଼ିହେବ । ପୂର୍ବରୁ ଭୁବନେଶ୍ବରକୁ ଦେଶର ବିଭିନ୍ନ ସ୍ଥାନକୁ ଏୟାର କନେକ୍ଟିଭିଟି ବୃଦ୍ଧି ପାଇଥିବା ବେଳେ ଏବେ ଆନ୍ତର୍ଜାତିକ ବିମାନ ଟ୍ରାଫିକରେ ମଧ୍ୟ ବୃଦ୍ଧି ଘଟିଛି ।

ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସୁଯୋଗ ସୃଷ୍ଟି କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ବିମାନ ସେବା ପାଇଁ ବଜେଟରେ ୧୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି । ଓଡ଼ିଶାବାସୀ ସୁଲଭ ମୂଲ୍ୟରେ ବିଦେଶ ଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଛନ୍ତି । ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଦ୍ବାରା ଓଡ଼ିଶା ଏବେ ଗଲ୍ଫ ଓ ୟୁରୋପୀୟ ରାଷ୍ଟ୍ର ସହ ଯୋଡ଼ି ହୋଇପାରିଛି । ବର୍ତ୍ତମାନ ମାତ୍ର ଦୁଇରୁ ଅଢ଼େଇ ଘଣ୍ଟାର ଯାତ୍ରାରେ ଦେଶର ବହୁ ରାଷ୍ଟ୍ର ସହ ରାଜ୍ୟ ରାଜଧାନୀ ଯୋଡ଼ି ହୋଇପାରିଛି । ଭୁବନେଶ୍ବରରୁ ଦୁବାଇ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡିବ । ଏକପାଖିଆ ବିମାନ ଯାତ୍ରା ପାଇଁ ଫେୟାର ୧୦ ହଜାର ଟଙ୍କା ଥିବା ବେଳେ ଉଭୟ ପକ୍ଷର ଯାତ୍ରା ପାଇଁ ୨୦ ହଜାର ଟଙ୍କା ଫେୟାର ରହିଛି । ସେହିଭଳି ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ଫେୟାର ସାଢେ ୭ ହଜାର ଓ ୧୫ ହଜାର ଟଙ୍କା । ସପ୍ତାହର ପ୍ରତି ମଙ୍ଗଳବାର ଓ ଶନିବାର ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଉଡ଼ିବ ।

ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି ।

ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେମାନଙ୍କ ଅନୁରୋଧ ତଥା ଅଗ୍ରିଆ ସମାଜର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ଯ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଗ୍ରିଆ ସମାଜ ଭବନ ନିର୍ମାଣ ପାଇଁ ତିନି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

 

ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ ! ୟୁକ୍ରେନ୍ ଉପରେ ଅଭିଯୋଗ ଆଣିଲା ମସ୍କୋ

ମସ୍କୋ: ଆହୁରି ଭୟାବହ ହେବ ଯୁଦ୍ଧ । ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ । କ୍ରେମଲିନ୍ ଉପରେ ଡ୍ରୋନ ଆଟାକ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ହତ୍ୟା ଉଦ୍ୟମ କରିଥିବା ସାଂଘାତିକ ଅଭିଯୋଗ କରିଛି ମସ୍କୋ । ୟୁକ୍ରେନ ପକ୍ଷରୁ ପୁଟିନଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଡ୍ରୋନ୍ ଯୋଗେ ଆକ୍ରମଣ କରାଯାଇଥିବା ଋଷ କହିଛି । କ୍ରେମଲିନ ଉପରେ ଡ୍ରୋନ୍ ଆଟାକର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଛି । ଆକ୍ରମଣ କରିଥିବା ଦୁଇଟି ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି ମସ୍କୋ ପକ୍ଷରୁ କୁହାଯାଇଛି । ସେପଟେ ଋଷର ଅଭିଯୋଗକୁ ଖଣ୍ଡନ କରିଛି କିଭ୍ । ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଇ ନଥିବା କିଭ୍ କହିଛନ୍ତି ।

ଟାଟା କମ୍ପାନୀରେ ନିଯୁକ୍ତି ନେଇ ଠକେଇ ମାମଲା, କୋର୍ଟରେ ହାଜର ହେଲେ ଅଭୟ ପାଠକ ଓ ଆକାଶ ପାଠକ

ବ୍ରହ୍ମପୁର: ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକ । ଉଭୟେ ୫ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି । ଅଭୟ ଓ ଆକାଶଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଜର ହୋଇଥିଲେ । ୪ଟି ମାମଲା ପାଇଁ ଜେଏମଏଫସି କୋର୍ଟ ଓ ଗୋଟିଏ ମାମଲା ରୁରାଲ ଜେଏମଏଫସିଙ୍କ କୋର୍ଟରେ ହାଜର ହୋଇଛନ୍ତି । ଗୋଳନ୍ଥରା ଥାନାରେ ୪ଟି ଅଭିଯୋଗ ହୋଇଥିବା ବେଳେ ଗୋଟିଏ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ଟାଟା କମ୍ପାନୀରେ ନିଯୁକ୍ତି ନେଇ ଠକେଇ ଅଭିଯୋଗରେ କୋର୍ଟରେ ହାଜର ହୋଇଛନ୍ତି ପାଠକ ବାପା ଓ ପୁଅ ।

 

ଦେଢ଼ ମାସ ହେଲା ମିଳୁନି ଝିଅର ପତ୍ତା, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ

ଭଦ୍ରକ: ପ୍ରାୟ ଦେଢ଼ ମାସ ହେଲା ମିଳୁନି ଝିଅର ପତ୍ତା । ଥାନାରୁ ନିରାଶ ହେବାପରେ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋପାଳପୁରର ଗୋବିନ୍ଦ ସୁତାରଙ୍କ ନାବାଳିକା ଝିଅ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ନିଖୋଜ ଅଛନ୍ତି । କଲେଜକୁ ପାଠ ପଢ଼ିବାକୁ ଯାଇ ଫେରିନାହାନ୍ତି ।

ଜଳମଣ୍ଡୁଆ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବାପା । ପୋଲିସ ଏତଲା ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏନେଇ ଏସପିଙ୍କୁ ଫେରାଦ ହୋଇ ଅଭିଯୋଗ ଜଣାଇଛନ୍ତି ପରିବାର ଲୋକ ।

ଓଡ଼ିଶା ଫେରିଲେ ବାପି ହାଂସଦା ଓ ରିୟାନ

ଭୁବନେଶ୍ୱର: ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ଜଲଓ୍ବା ଦେଖାଇବା ପରେ ଓଡ଼ିଶା ଫେରିଛନ୍ତି ବାପି ହାଂସଦା ଓ ରିୟାନ । ଭୁବନେଶ୍ବର ବିମାନ ବନ୍ଦରରେ ଉଭୟଙ୍କୁ ସ୍ବାଗତ କରାଯାଇଛି । ଉଜବେକିସ୍ତାନର ତାସକେଣ୍ଟରେ ଖେଳାଯାଇଥିବା ପଞ୍ଚମ ଯୁବ ଏସିୟ ଦୌଡ଼କୁଦ ୪୦୦ ମିଟର ହର୍ଡଲ୍ସରେ ରୌପ୍ୟ ପଦକ ଜିତିଛନ୍ତି ବାପି । ୫୧.୩୮ ସେକେଣ୍ଡରେ ଦୂରତା ଅତିକ୍ରମ କରିଥିଲେ । ସେହିଭଳି ରିୟାନ ରିଲେରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି ।

ଉମରକୋଟ ପୋଲିସକୁ ବଡ଼ ସଫଳତା, ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ବଡ଼ ସଫଳତା । ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ ୮୪ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି । ୨ ଲକ୍ଷରୁ ଅଧିକ ଟଙ୍କା ଧରି ଘରକୁ ଫେରିବାବେଳେ ନିଧନ ଗୌଡ଼ଙ୍କ ଠାରୁ ଲୁଟ୍ ହୋଇଥିଲା ଟଙ୍କା । ଜାମପାଣି ଗାଁର ପଦ୍ମନ୍ ଗୌଡ଼, କେଶବ ଗୌଡ଼ ଓ ଜଗନ୍ନାଥ ଗୌଡ ତାଙ୍କୁ ଆକ୍ରମଣ କରି ଟଙ୍କା ଲୁଟିନେଇଥିଲେ । ଏନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲାରୁ ଗିରଫ କରିଛି ପୋଲିସ ।

ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି

ବେଙ୍ଗାଲୁରୁ: ସିଏମ ଚେହେରା ଟପରେ କଂଗ୍ରେସ, ଭ୍ରଷ୍ଟାଚାରରେ ଟପରେ ବିଜେପି । ନିର୍ବାଚନ ୭ ଦିନ ପୂର୍ବରୁ ସର୍ଭେରେ ମତ ଦେଇଛନ୍ତି କର୍ଣ୍ଣାଟକ ଭୋଟର । ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପିକୁ ଦୁର୍ନୀତିଗ୍ରସ୍ତ କହିଛନ୍ତି ଜନତା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ସେମି ଫାଇନାଲ । ୨୪ରେ କ’ଣ ରହିବ ରାଜନୈତିକ ପାଣିପାଗ ତାହା କର୍ଣ୍ଣାଟକ ରେଜଲ୍ଟ ଉପରେ ନିର୍ଭର କରେ । କାହା ସପକ୍ଷରେ ଯିବ ଜନମତ ? କାହାକୁ ଭରସା କରିବେ ଭୋଟର ? ବିଜେପି ନା କଂଗ୍ରେସକୁ କ୍ଷମତା ଭେଟିଦେବେ କର୍ଣ୍ଣାଟକ ଜନତା ? ତା’ ଉପରେ ପୂରା ଦେଶର ନଜର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଫେସ୍ ବିନା ହିଁ ଉଭୟ ବିଜେପି ଓ କଂଗ୍ରେସ ମୈଦାନରେ ବଳ କସୁଛନ୍ତି । ସେପଟେ କର୍ଣ୍ଣାଟକର ସମ୍ଭାବ୍ୟ ସିଏମ ପ୍ରାର୍ଥୀଙ୍କୁ ନେଇ ଜାତୀୟ ଗଣମାଧ୍ୟମ କରିଥିବା ଏକ ରିପୋର୍ଟରେ ସିଦ୍ଧରମୈୟା ଟପରେ ରହିଛନ୍ତି ।

ସିଏମ ଫେସ୍ ପାଇଁ ଲୋକପ୍ରିୟ ହେଉଛନ୍ତି କଂଗ୍ରେସର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । କର୍ଣ୍ଣାଟକର ୪୦ ପ୍ରତିଶତ ଲୋକ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି । ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଜନତାଙ୍କ ଦ୍ବିତୀୟ ପସନ୍ଦ ହୋଇଥିବା ବେଳେ ତାଙ୍କୁ ୨୨ ପ୍ରତିଶତ ଲୋକଙ୍କ ସମ୍ମତି ମିଳିଛି । ସେହିପରି ଜେଡିଏସର ଏଚ ଡି କୁମାରସ୍ବାମୀଙ୍କୁ ୧୫ ପ୍ରତିଶତ, ପିସିସି ସଭାପତି ଡି କେ ଶିବକୁମାରଙ୍କୁ ୪ ପ୍ରତିଶତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ୫ ପ୍ରତିଶତ ଲୋକଙ୍କ ସପୋର୍ଟ ମିଳିଛି । ଏହାଛଡ଼ା ୧୨ ପ୍ରତିଶତ ଜନତା ଅନ୍ୟାନ୍ୟ ବୋଲି ମତ ଦେଇଛନ୍ତି । ବୟସ୍କ ଭୋଟର ସିଦ୍ଧରମୈୟାଙ୍କୁ ପସନ୍ଦ କରୁଥିବା ବେଳେ ଯୁବଗୋଷ୍ଠୀ ବୋମ୍ମାଇଙ୍କୁ ସମର୍ଥନ ଦେଇଛନ୍ତି । ସର୍ଭେରେ ଜନତାଙ୍କୁ ଦଳ ଓ ପ୍ରାର୍ଥୀଙ୍କ ସମ୍ପର୍କରେ ପଚରା ଯାଇଥିବା ବେଳେ ୫୬ ପ୍ରତିଶତ ଲୋକ ଦଳକୁ ଦେଖି ଭୋଟ ଦେଉଥିବା କହିଥିଲେ । ୩୮ ପ୍ରତିଶତ ଲୋକ ପ୍ରାର୍ଥୀ ଦେଖି ମତଦାନ କରୁଥିବା କହିଥିଲେ । ସର୍ଭେରେ ଭ୍ରଷ୍ଟାଚାର, ପରିବାରବାଦ ଓ ବିକାଶକୁ ନେଇ ପ୍ରଶ୍ନ କରାଯାଇଥିବା ବେଳେ ୫୯ ପ୍ରତିଶତ ଲୋକ ବିଜେପିକୁ ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି ଉତ୍ତର ରଖିଛନ୍ତି ।

ପୁରୀ ସମୁଦ୍ରରେ ବୁଡିଗଲେ ୩ ପର୍ଯ୍ୟଟକ, ୨ ମୃତ ଓ ଜଣେ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଦୁଇ ମୃତ। ଗାଧୋଉଥିବା ବେଳେ ସମୁଦ୍ରରେ ବୁଡିଗଲେ ତିନି ପର୍ଯ୍ୟଟକ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି।

ତେବେ ଗୁରୁତର ଯୁବକଙ୍କୁ ଅଗ୍ନିଶମ ଓ ଲାଇଫ ଗାର୍ଡ ଟିମ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସମୁଦ୍ରର ୧୩ ନମ୍ବର ଜୋନ ଅଞ୍ଚଳରେ ଗାଧୋଉଥିବା ବେଳେ ଅଘଟଣ ଘଟିଥିବା ଜଣାପଡ଼ିଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଲଗାତର ଭାବେ ମେ ମାସରେ ବାତ୍ୟା ହେଉଛି। ତେବେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସତର୍କ ରହିବାକୁ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ ସଜାଗ ଅଛି । ସମସ୍ତ ଜିଲ୍ଲପାଳଙ୍କୁ ଆଲର୍ଟ ରଖାଯାଉଛି ।

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଅଫିସ ଓ ରାଜ୍ୟସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।