ଆମେରିକା ପାଖରେ ରହସ୍ୟମୟ ଯାନ, UFO ରଖିଛନ୍ତି ବାଇଡେନ ସରକାର

1 min read

ଓ୍ୱାଶିଂଟନ: ଆମେରିକାରେ ଅଛନ୍ତି ଏଲିଅନ୍ସ । ଅନ୍ୟଗ୍ରହର ଜୀବଙ୍କ ଶବ ରଖିଛନ୍ତି ସରକାର । ଏଲିଅନ୍ସ ସ୍ପେସକ୍ରାଫ୍ଟ୍ UFO  ଓ ପାଇଲଟଙ୍କ ଶବ ଆମେରିକା ସରକାର ଲୁଚାଇ ରଖିଛନ୍ତି । ଆମେରିକା ଗୁଇନ୍ଦା ବିଭାଗ ପୂର୍ବତନ ଅଧିକାରୀ ଡେଭିଡ ଗ୍ରୁସଙ୍କ ଏଭଳି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ସତ୍ୟତା ଜାଣିବାକୁ ହାଉସ୍ ଅଫ ଓଭରସାଇଟ କମିଟି ଏହାର ଶୁଣାଣି କରିଥିବା ବେଳେ ଗ୍ରୁସ୍ ସମାନ ବୟାନ ଦୋହରାଇଛନ୍ତି । ଚଳିତବର୍ଷ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅପରେସନର ନେତୃତ୍ବ ନେଉଥିଲେ ଗ୍ରୁସ । ମହାକାଶ ସହ ପୃଥିବୀର କନେକ୍ସନ ଓ ଅନ୍ୟ କିଛି ରହସ୍ୟମୟ ଘଟଣାକୁ ନେଇ ହେଉଥିବା ଏକ୍ସପେରିମେଣ୍ଟର କରାଯାଉଥିଲା । ସରକାରଙ୍କ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତ UFOକୁ ଏକାଠି କରାଯିବା ସହ ସେଗୁଡ଼ିକୁ ପୁନଃ ପରିଚାଳନା ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟ ଗ୍ରହର ସ୍ପେସକ୍ରାଫ୍ଟ ଓ ସେଥିରେ ଥିବା ପାଇଲଟଙ୍କ ମୃତଦେହ ମିଳିଥିଲା । ସରକାର ଦେଶବାସୀ ଓ ଆମେରିକା କଂଗ୍ରେସଠାରୁ ଏହା ଲୁଚାଇଥିବା କହିଛନ୍ତି ଗ୍ରୁସ୍ । ଡେଭିଡଙ୍କ ଏହି ଦାବିକୁ ଖଣ୍ଡନ କରିଛି ହ୍ବାଇଟ ହାଉସ ।