spot_img
Home Blog Page 3141

ଆଜି ଅବସର ନେବେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲ

ନୂଆଦିଲ୍ଲୀ :  ଆଜି ଅବସର ନେବେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୈଶଓ୍ବାଲ । ଏହାପରେ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବେ କର୍ଣ୍ଣାଟକର ପୂର୍ବତ ଡିଜିପି ପ୍ରବୀଣ ସୁଦ୍‌ । ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ଯ୍ୟଭାର ସମ୍ଭାଳିବେ ।

୧୯୮୬ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ପ୍ରବୀଣ ସୁଦ । ୧୯୮୯ରେ ସେ ମହୀଶୂରରେ ଏଏସପି ଭାବେ ପ୍ରଥମେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୧ରେ ନିଜର ସେବା ପାଇଁ ସେ ରାଷ୍ଟ୍ରପତି ପୋଲିସ ପଦକ ପାଇଥିଲେ । ଗତ ତିନି ବର୍ଷ ହେଲା ସେ କର୍ଣ୍ଣାଟକରେ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଥିଲେ । ପ୍ରବୀଣ ସୁଦଙ୍କୁ ନେଇ ରହିଛି ଅନେକ ବିବାଦ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ପ୍ରବୀଣ ସୁଦଙ୍କ ନାଁରେ ମୋହର ମାରିଥିଲେ । ହେଲେ ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ପ୍ରବୀଣଙ୍କ ନାଁକୁ ବିରୋଧ କରିଥିଲେ ।

ସିବିଆଇ ନିର୍ଦ୍ଦେଶକ ହେବା ନେଇ ସମ୍ଭାବ୍ୟ ତାଲିକାରେ ତାଙ୍କ ନା ନଥିବା ବେଳେ ପରେ ଶେଷ ମିନିଟରେ ତାଙ୍କ ନାଁକୁ ଲିଷ୍ଟରେ ସାମିଲ କରାଯାଇଥିଲା । କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବ ଦିନ ହିଁ ତାଙ୍କ ନାଁକୁ ଲିଷ୍ଟରେ ସାମିଲ କରାଯାଇଥିଲା ବୋଲି ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଥିଲେ । କଂଗ୍ରେସ ନେତା ତଥା ଏବେର କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଣିଥିଲେ ବଡ଼ ଅଭିଯୋଗ । ବିଜେପି ନେତାଙ୍କୁ ସୁହେଇଲା ଭଳି ସେ କାମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଭାବବିହ୍ବଳ ହୋଇ ଦେଶବାସୀଙ୍କୁ ସମ୍ବୋଧନ କଲେ ଇମ୍ରାନ ଖାନ୍; କହିଲେ ଅସୁରକ୍ଷିତ ଦେଶର ଗଣତନ୍ତ୍ର

ଇସଲାମାବାଦ: ପାକିସ୍ତାନର ଗଣତନ୍ତ୍ର ଅସୁରକ୍ଷିତ । ସୁପ୍ରିମକୋର୍ଟଙ୍କୁ ଅପିଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସୁପ୍ରିମକୋର୍ଟ ଚାହିଁଲେ ଦେଶର ସ୍ଥିତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ ବେଳେ ଭାବବିହ୍ବଳ ହୋଇ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି । ବିଚାରପତି ହିଁ ଦେଶର ଶେଷ ଆଶା । ଦେଶରେ ଆଉ ଆଇନ କାନୁନର ବ୍ୟବସ୍ଥା ନାହିଁ । ବିଚାରପତି ମାନେ ଏକ ହୋଇ ଦେଶର ମଙ୍ଗଳ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦିଅନ୍ତୁ । ଦେଶବାସୀ ଆପଣଙ୍କ ଅପେକ୍ଷା ଅଛନ୍ତି ବୋଲି ଇମ୍ରାନ କହିଛନ୍ତି ।

ଆସନ୍ତା ଅକ୍ଟୋବର ସୁଦ୍ଧା ପିଟିଆଇକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିଦେବା ପାଇଁ ସେହେବାଜ ସରକାର ପ୍ରୟାସ କରୁଛନ୍ତି । ଇମ୍ରାନ ଏକ କମିଟି ଗଠନ କରିବେ, ଯେଉଁ କମିଟି ଲୋକଙ୍କୁ ନିକଟକୁ ଯାଇ ଇମ୍ରାନଙ୍କ ପ୍ରସଙ୍ଗରେ ଦୁଇଟି ପ୍ରଶ୍ନ ପଚାରିବେ । ଇମ୍ରାନଙ୍କୁ ବାଦ ଦେଇ ପାକିସ୍ତାନରେ ଭଲ ସରକାର ଗଠନ କରିହେବ କି ନାହିଁ, ଦ୍ବିତୀୟରେ ପାକିସ୍ତାନ ରାଜନୀତିରେ ଇମ୍ରାନ ରହିବେ କି ନାହିଁ । ଏହି କମିଟି ଲୋକଙ୍କଠୁ ଉତ୍ତର ପାଇବା ପରେ ଆସନ୍ତା ଅକ୍ଟୋବରରେ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେବ ଇମ୍ରାନ ଖାନ କହିଛନ୍ତି ।

ଇମ୍ରାନଙ୍କୁ ଘେରିବାକୁ ପାକିସ୍ତାନ ସରକାରଙ୍କ ବଡ଼ ରଣନୀତି, ବ୍ୟାନ ହୋଇପାରେ ରାଜନୈତିକ ଦଳ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ ସମର୍ଥକ ଘଟାଇଥିବା ହିଂସା କାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିବାକୁ ବିଚାର ବିମର୍ଷ କରାଯାଉଛି । ସେପଟେ ରାଜନୈତିକ ଦଳ ବ୍ୟାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ବରିଷ୍ଠ ଆଇନଜୀବୀ ଅଲ୍ଲି ଜାଫର । ଯଦି ସରକାର ପିଟିଆଇକୁ ବ୍ୟାନ କରନ୍ତି ଗୋଟିଏ ଦିନ ମଧ୍ୟରେ ଏଭଳି ଘୋଷଣାକୁ ବେଆଇନ ବୋଲି କହିବେ ସୁପ୍ରିମକୋର୍ଟ । କାରଣ ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ ।

୧୯୬୦ରେ ଜମାତ ଇ ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ରାଜନୈତିକ ଦଳ ଗଠନ କରିବା ସମସ୍ତଙ୍କ ଅଧିକାର । ଏହି ଅଧିକାରକୁ କେହି ବ୍ୟାନ କରିପାରିବେ ନାହିଁ । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଏଭଳି କରୁଥିବା ପିଟିଆଇ ସମର୍ଥକ କହିଛନ୍ତି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୩ଟି ବୃହତ କମ୍ପାନୀ ରାଜ୍ୟରେ ଏକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ୮ ହଜାର ୧୬୪ ଜଣ ନିଯୁକ୍ତି ପାଇଛନ୍ତି । ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ବୁଣାକାରଙ୍କୁ ୫୦ ହଜାର ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ୧୪୪୭ ଜଣଙ୍କୁ ବୁଣାକାର ସହାୟତା ପ୍ରଦାନ କରାଯାଇଛି । ୨୦୦୦ ମସିହାଠାରୁ ୫୭ ହଜାର ୭୨୭ ଜଣ ହସ୍ତଶିଳ୍ପ କାରିଗରଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ଉତ୍ପାଦନ କେନ୍ଦ୍ର ପାଇଁ ୧୩ ହଜାର ୬୧୮ ହସ୍ତଶିଳ୍ପୀ ଲାଭାନ୍ବିତ ହୋଇଛନ୍ତି । ବାସଗୃହ ନିର୍ମାଣ ପାଇଁ କାରିଗରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି ।

ଓଡ଼ିଶା ହସ୍ତ ଶିଳ୍ପ ସଂଗ୍ରହାଲୟ କଳାଭୂମିରେ ୧୫ ଶହ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮ ହଜାର ୮୬୨ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ୯ଟି ଉତ୍ପାଦରେ ଜିଆଇ ଟ୍ୟାଗ ଲାଗିଥିବା ବେଳେ ଆହୁରି ଅଧିକ ଉତ୍ପାଦକୁ କିଭଳି ଜିଆଇ ଟ୍ୟାଗ ହାସଲ କରାଯିବ ସେ ନେଇ ପ୍ରୟାସ ଚାଲିଛି । ବ୍ରହ୍ମପୁର ପାଟ, ବୋମକେଇ ବସ୍ତ୍ରର ଚାହିଦା ରହିଛି ଓ ବୟନିକା ମାଧ୍ୟମରେ ବୁଣାକାରଙ୍କ ଠାରୁ ସଂଗ୍ରହ କରାଯାଉଛି । ସେହିଭଳି ପାରଳାଖେମୁଣ୍ଡିର ସିଙ୍ଘ କାମକୁ କିଭଳି ଜିଆଇ ଟ୍ୟାଗ ମିଳିବ ଓ ଏହାର ଆଧୁନିକୀକରଣ କରାଯାଇପାରିବ ସେଦିଗରେ ମଧ୍ୟ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ ଅରବିନ୍ଦ ପାଢ଼ୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ।

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି । ସ୍ପଷ୍ଟ କଲେ ବିଜେଡି ଜାତୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ରାଷ୍ଟ୍ରପତି ଓ ସଂସଦ ୨ଟି ମର୍ଯ୍ୟାଦାଜନକ ଅନୁଷ୍ଠାନ । ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରୁଛି ସଂସଦ । ଉଭୟ ରାଷ୍ଟ୍ରପତି ଓ ସଂସଦ ଗଣତନ୍ତ୍ରର ଦୃଢ଼ ପରିଚୟ । ଉଭୟ ଅନୁଷ୍ଠାନର ଗାରିମା ଓ କ୍ଷମତା ଅତୁଟ ରହିବା ଆବଶ୍ୟକ । କୌଣସି ବିବାଦ ଏହି ଅନୁଷ୍ଠାନଗୁଡ଼ିକର ସମ୍ମାନ ହାନି ନକରୁ । ସମସ୍ତ ବିବାଦ ଓ ପ୍ରସଙ୍ଗ ସଂସଦରେ ଆଲୋଚନା ହୋଇପାରିବ । କିନ୍ତୁ ନୂଆ ସଂସଦର ଉଦଘାଟନ ଉତ୍ସବ ଭଳି ବିରଳ ମୁହୂର୍ତ୍ତ ଫେରିବନି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସାତକୋଶିଆରେ ମହାନଦୀର ସ୍ଥିତି ପରଖିଛନ୍ତି ଟ୍ରିବ୍ୟୁନାଲ

ଅନୁଗୁଳ: ସାତକୋଶିଆରେ ମହାନଦୀର ସ୍ଥିତି ପରଖିଛନ୍ତି ଟ୍ରିବ୍ୟୁନାଲ । ସାତକୋଶିଆ ଗଣ୍ଡ ସମେତ ଘଡ଼ିଆଳ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ । ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁ ଓଡ଼ିଶା ପ୍ରଭାବିତ ହେଉଛି । ଜଳସେଚନଠାରୁ ଆରମ୍ଭ କରି ଜଳବିଦ୍ୟୁତ୍ ଉତ୍ପାଦନ ଓ ଜୈବ ବିବିଧତା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଉପରମୁଣ୍ଡରୁ କମ୍ ପାଣି ପ୍ରବାହିତ ଯୋଗୁ ତଳମୁଣ୍ଡରେ ସମସ୍ୟା ସୃଷ୍ଟି ହୋଇଛି । ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁ ଅଣମୌସୁମୀ ସମୟରେ ସାତକୋଶିଆର ଜଳସ୍ତର ହ୍ରାସ ପାଉଛି । ଫଳରେ ବିପଦରେ ଘଡ଼ିଆଳ ବଂଶ । ଏହାର ସ୍ଥିତି ପରଖି ଆଲୋଚନା କରିଛନ୍ତି ଟ୍ରିବ୍ୟୁନାଲ ।

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହରର ତାପମାତ୍ରା । ଝାରସୁଗୁଡ଼ାରେ ୪୩. ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୨.୯ ତାତି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ରେକର୍ଡ ହୋଇଛି ୪୨.୮ ଡିଗ୍ରୀ ତାପମାତ୍ରା । ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗୀରରେ ୪୧.୭, କଟକରେ ୪୧.୬, ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨, ବୌଦ୍ଧ ଓ କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ ୪୦.୯, ବାରିପଦାରେ ୪୦.୬, ଭବାନୀପାଟଣାରେ ୪୦.୬, ଖୋର୍ଦ୍ଧା ଓ ଯାଜପୁରରେ ୪୦.୫, ନୟାଗଡ଼ରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି

ଭୁବନେଶ୍ୱର: ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ରାସ୍ତାରେ ଗଡ଼ିବନି । କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସିକୁ ରାଜ୍ୟ ସରକାର ସଠିକ ଭାବରେ ଲାଗୁ କରୁଛନ୍ତି । ଆଜି ସୁଦ୍ଧା ୧୬ ଶହ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ସ୍କାର୍ପ କରିଛନ୍ତି ରାଜ୍ୟ ସରକାର । ଆଗକୁ ଧିରେଧିରେ ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କାର୍ପ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସ୍କାର୍ପ ସେଣ୍ଟର ଓ MSTC ଦ୍ବାରା ସବୁ ସରକାରୀ ଗାଡ଼ିକୁ ସ୍କାର୍ପ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଭାରତ ସରକାର ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଲୋକଙ୍କ ସୁବିଧା ଅନୁସାରେ ଧିରେଧିରେ ସବୁ ପୁରୁଣା ଗାଡ଼ି ସ୍କାର୍ପ କରାଯିବ ।

ପରିବହନ ବିଭାଗରେ ୪ ବର୍ଷ ଭିତରେ ବହୁ ବୈପ୍ଳବିକ ପରିବର୍ତ୍ତନ ଆସିଛି । RTO ଅଫିସକୁ ସଂପୂର୍ଣ୍ଣ ଡିଜିଟାଇଜେସନ କରାଯିବା ସହ ୩୧ଟି ସେବାକୁ ଅନଲାଇନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଉଛି । ନୂତନ ଭାବରେ ପ୍ରତି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୭୦ଟି ନୂଆ ବସଷ୍ଟାଣ୍ଡ କରିବାକୁ ଚିହ୍ନଟ କରାଯାଇଛି । ସେହିପରି ବାହକ, ରକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

 

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଉପହାସ; ସସ୍ମିତ କହିଲେ, କେନ୍ଦ୍ର ମନ୍ତ୍ରୀ ଜାଣିନାହାନ୍ତି ଗ୍ରାଉଣ୍ଡ ସ୍ଥିତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ନାହିଁ ମାନବିକତା । କୋଭିଡ ସମୟରେ DBTର ଟପଅପ୍ ଅର୍ଥ ନଦେଇ କେନ୍ଦ୍ର ସରକାର ନିଜର ମାନବିକତାକୁ ମାରିଦେଇଛନ୍ତି । ଓଡ଼ିଶାର ହିତାଧିକାରୀ କ’ଣ ଭାରତର ନାଗରିକ ନୁହଁନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ଏଭଳି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଯୁକ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଏଥିରୁ ଜଣାପଡ଼ୁଛି ଯେ କେନ୍ଦ୍ରମନ୍ତ୍ରୀ ଗ୍ରାଉଣ୍ଡ ଲେବଲରେ ସ୍ଥିତି ଜାଣିନାହାନ୍ତି । ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ଲୋକେ ୨୦ରୁ ୩୦ କିଲୋମିଟର ଯାଇ ପେନସନ ଉଠାଉଛନ୍ତି । ୫୦୦ ଟଙ୍କା ଉଠାଇବା ପାଇଁ ସେମାନଙ୍କୁ ୨୦୦ ରୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ରାଜ୍ୟ ସରକାର ଘରେ ନେଇ ଭତ୍ତା ପହଞ୍ଚାଇବା ପରେ ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆଶ୍ବସ୍ଥିର ବିଷୟ ପାଲଟିଛି । ଏହାଦ୍ବାରା ସେମାନେ ଭତ୍ତା ପାଇଁ ଯାଉଥିବା ଦୂରତା କମିଯାଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି । ଲକ୍ଷ ଲକ୍ଷ ବିଧବା ଓ ଭିନ୍ନକ୍ଷମଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଏଭଳି କହି ଅନ୍ୟାୟ କରିଛନ୍ତି । ତାଙ୍କର ଏଭଳି ଷ୍ଟାଣ୍ଡ ଯନ୍ତ୍ରଣାଦାୟକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ବୟାନ ହିତାଧିକାରୀଙ୍କ ମନୋବଳକୁ କ୍ଷତି ପହଞ୍ଚାଇଛି । ତୁରନ୍ତ ଏଭଳି ବୟାନକୁ ଫେରାଇ ନିଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନଗଦ ଟଙ୍କା ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମଧୁବାବୁ ପେନସନ୍ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ ହେଉଛନ୍ତି । ଓଡ଼ିଶାରେ ଜାତୀୟ ସାମାଜିକ ସୁରକ୍ଷା ସହାୟତା ପାଇଁ ଯେଉଁ ଅର୍ଥ ରାଶି ଦିଆଯାଉଛି, ଆବଶ୍ୟକ ହେଲେ ତାକୁ ମଧ୍ୟ ନଗଦ ଆକାରରେ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଗତ ୪ ବର୍ଷ ରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଁଚିଛି ।

CSKକୁ ଜିତାଇଲେ ଓଡ଼ିଆ ପୁଅ, ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ଫାଇନାଲରେ ଚେନ୍ନାଇ

ଚେନ୍ନାଇ: IPL ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । ଗୁଜରାଟ ଟାଇଟନ୍ସ ଉପରେ ଭାରି ପଡ଼ିଲେ ମାହି ବାହିନୀ । ଡିଫେଣ୍ଡିଂ ଚମ୍ପିଆନ୍ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଫାଇନାଲରେ CSK । ଏହି ବିଜୟ ସହ ଆଇପିଏଲରେ ଦଶମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ଜିତାଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁଙ୍କ ରନ୍ ଆଉଟ ଫଳରେ IPL ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ଗତ ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିଲା ପ୍ରଥମ କ୍ୱାଲିଫାଏର ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ପହଞ୍ଚିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଦଳ । ପ୍ରଥମ କ୍ୱାଲିଫାଏର ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଗୁଜରାଟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାମ୍ନାରେ ୧୭୩ ରନର ଟାର୍ଗେଟ ରଖିଥିଲା ଚେନ୍ନାଇ । କିନ୍ତୁ ଏହି ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଥିଲା ଗୁଜରାଟ । ଯାହା ଫଳରେ ଚେନ୍ନାଇ ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଏହି ହାଇ ଭୋଲଟେଜ୍ ମ୍ୟାଚରେ ନିର୍ଣ୍ଣାୟକ ହେଲା ଶୁଭ୍ରାଂଶୁଙ୍କ ରନ୍ ଆଉଟ । ଶୁଭ୍ରାଂଶଙ୍କ ରନ୍ ଆଉଟ ଫଳରେ ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାଏର ସବଷ୍ଟିଚ୍ୟୁଟ୍ ଫିଲଡର ଭାବେ ଆସି ଖେଳର ରୂପ ବଦଳାଇ ଦେଇଥିଲେ ଓଡ଼ିଆ ପୁଅ । ମ୍ୟାଚରେ ୧୮ ତମ ଓଭରର ଚତୁର୍ଥ ବଲରେ ଦର୍ଶନ ନଲକଣ୍ଡେଙ୍କୁ ଡାଇରେକ୍ଟ ଥ୍ରୋ ମାରି ରନ୍ ଆଉଟ କରିଥିଲେ ଶୁଭ୍ରାଂଶୁ । ଏହି ରନ୍ ଆଉଟ ହିଁ ବଦଳାଇ ଦେଇଥିଲା ମ୍ୟାଚର ରୂପ । ଏହି ରନ୍ ଆଉଟ ଫଳରେ ବ୍ୟାକ୍ ଫୁଟକୁ ଆସିଥିଲା ଗୁଜରାଟ । ଶୁଭ୍ରାଂଶଙ୍କ ଏହି ଦମଦାର ଫିଲ୍ଡିଂ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ମହେନ୍ଦ୍ର ସିଂ ଧୋନୀ ।

ସୂଚନା ଅନୁସାରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି । କିନ୍ତୁ ଏପର୍ଯ୍ୟନ୍ତ CSK ପାଇଁ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଶୁଭ୍ରାଂଶୁ । କିନ୍ତୁ ସବଷ୍ଟିଚ୍ୟୁଟ୍‌ ଫିଲଡର ଭାବେ ଆସି ପଡ଼ିଆରେ ଜଲଓ୍ୱା ଦେଖାଇଛନ୍ତି ଶୁଭ୍ରାଂଶୁ ସେନାପତି । ତେବେ ଶୁଭ୍ରାଂଶୁଙ୍କ ଏହି ଦମଦାର ପ୍ରଦର୍ଶନ ଫଳରେ ସେ ଆଗାମୀ ଦିନରେ CSK ପାଇଁ ନିଶ୍ଚିତ ଭାବେ ଖେଳିବେ ବୋଲି ଆଶା ରଖିଛନ୍ତି ତାଙ୍କ ପ୍ରଶଂସକ ।