କପିଲଙ୍କୁ କାହିଁକ ଏଭଳି କହିଲେ ଜାଡେଜା…

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ଅହଙ୍କାରୀ ବୋଲି ନିକଟରେ ଆକ୍ଷେପ କରିଥିଲେ କପିଲ ଦେବ। ଏମିତିକି ଟଙ୍କା ପାଇବା କାରଣରୁ ଖେଳାଳିମାନେ ଗର୍ବି ହୋଇପଡିଛନ୍ତି ବୋଲି କହିବାକୁ ମଧ୍ୟ ପଛାଇନାହାଁନ୍ତି। ଯାହାପରେ କପିଲଙ୍କୁ କଡ଼ା ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ।

କପିଲଙ୍କୁ ଜବାବ ଦେଇ ଜାଡେଜା କହିଛନ୍ତି, ଯେତେବେଳେ ଭାରତ ମ୍ୟାଚ୍ ହାରେ, ସେତେବେଳେ ଲୋକମାନେ ଏଭଳି ଟିପ୍ପଣୀ ଦେଇଥାନ୍ତି । ସେ ଆହୁରି କହିଛନ୍ତି, ଖେଳାଳିଙ୍କ ଧ୍ୟାନ କେବଳ ଟିମର ଜିତ୍ ଉପରେ ଥିଲା। ସେମାନଙ୍କର ଅନ୍ୟକୌଣସି ବ୍ୟକ୍ତିଗତ ଏଜେଣ୍ଡା ନଥିଲା। ପୂର୍ବତନ ଖେଳାଳିଙ୍କର ନିଜର ମତାମତ ରଖିବାର ଅଧିକାର ରହିଛି । କିନ୍ତୁ ମୋତେ ଲାଗୁନି ଏହି ଟିମରେ କେହି ଅହଙ୍କାରି ଅଛନ୍ତି। ସମସ୍ତେ ନିଜର ଶତପ୍ରତିଶତ ଦେଉଛନ୍ତି । ତେବେ କ୍ରିକେଟ ଲିଜେଣ୍ଡ ତଥା ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ଭାରତୀୟ ଖେଳାଳିଙ୍କୁ ଏଭଳି କାହିଁକି କହିଛନ୍ତି, କ‘ଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ପାଇଁ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଦଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଆଇପିଏଲ ଭଳି ବଡ଼ ଏବଂ ଲମ୍ବା ସମୟ ଧରି ଟୁର୍ଣ୍ଣାମେଣ୍ଟ ହେଉନଥିଲା । ହେଲେ ଆଇପିଏଲ ଆରମ୍ଭ ହେବା ପରଠୁ ଖେଳାଳିଙ୍କ ପାଖରେ ଟଙ୍କାର ଅଭାବ ରହୁନି। ଯେଉଁଥିପାଇଁ ସେମାନେ ଅହଙ୍କାରରେ ବୁଡି ରହୁଛନ୍ତି। ଖେଳାଳିମାନେ ନିଜକୁ ଏତେ ଜ୍ଞାନୀ ଭାବୁଛନ୍ତି ଯେ, ସେମାନେ କୌଣସି ବରିଷ୍ଠଙ୍କ ଠାରୁ ପରାମର୍ଶ ଲୋଡ଼ିବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ | ସେହିପରି ରାଜନୀତି ଏବଂ ଆଇପିଏଲ ଟଙ୍କା ଯୋଗୁ ଭାରତୀୟ କ୍ରିକେଟ ଦୁଃଖଦ ସମୟ ଦେଇ ଗତି କରୁଛି ବୋଲି ପୂର୍ବରୁ ଗାଭାସ୍କର କହିଥିଲେ ।