spot_img
Home Blog Page 3098

ଇମ୍ରାନଙ୍କୁ ଘେରିବାକୁ ପାକିସ୍ତାନ ସରକାରଙ୍କ ବଡ଼ ରଣନୀତି, ବ୍ୟାନ ହୋଇପାରେ ରାଜନୈତିକ ଦଳ ପିଟିଆଇ

ଇସଲାମାବାଦ: ପାକିସ୍ତାନରେ ବ୍ୟାନ ହୋଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଇ ବା ପାକିସ୍ତାନ ତେହେରିକ ଏ ଇନସାଫ । ଏନେଇ ପାକିସ୍ତାନ ସରକାର ବିଚାର କରୁଛନ୍ତି । ମେ ୯ରେ ଇମ୍ରାନ ଖାନଙ୍କ ସମର୍ଥକ ଘଟାଇଥିବା ହିଂସା କାଣ୍ଡ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଏପରି କରିବାକୁ ବିଚାର ବିମର୍ଷ କରାଯାଉଛି । ସେପଟେ ରାଜନୈତିକ ଦଳ ବ୍ୟାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ପାକିସ୍ତାନର ବରିଷ୍ଠ ଆଇନଜୀବୀ ଅଲ୍ଲି ଜାଫର । ଯଦି ସରକାର ପିଟିଆଇକୁ ବ୍ୟାନ କରନ୍ତି ଗୋଟିଏ ଦିନ ମଧ୍ୟରେ ଏଭଳି ଘୋଷଣାକୁ ବେଆଇନ ବୋଲି କହିବେ ସୁପ୍ରିମକୋର୍ଟ । କାରଣ ରାଜନୈତିକ ଦଳକୁ ବ୍ୟାନ କରିବା ନେଇ କୌଣସି ପ୍ରାବଧାନ ନାହିଁ ।

୧୯୬୦ରେ ଜମାତ ଇ ଇସଲାମୀକୁ ବ୍ୟାନ କରାଯାଇଥିଲେ ମଧ୍ୟ ତୁରନ୍ତ ହଟାଇ ଦିଆଯାଇଥିଲା । ରାଜନୈତିକ ଦଳ ଗଠନ କରିବା ସମସ୍ତଙ୍କ ଅଧିକାର । ଏହି ଅଧିକାରକୁ କେହି ବ୍ୟାନ କରିପାରିବେ ନାହିଁ । ଇମ୍ରାନ ଖାନଙ୍କ ପ୍ରତି ବଢୁଥିବା ସମର୍ଥନକୁ ସହିନପାରି ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଏଭଳି କରୁଥିବା ପିଟିଆଇ ସମର୍ଥକ କହିଛନ୍ତି ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୩ଟି ବୃହତ କମ୍ପାନୀ ରାଜ୍ୟରେ ଏକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ୮ ହଜାର ୧୬୪ ଜଣ ନିଯୁକ୍ତି ପାଇଛନ୍ତି । ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ବୁଣାକାରଙ୍କୁ ୫୦ ହଜାର ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ୧୪୪୭ ଜଣଙ୍କୁ ବୁଣାକାର ସହାୟତା ପ୍ରଦାନ କରାଯାଇଛି । ୨୦୦୦ ମସିହାଠାରୁ ୫୭ ହଜାର ୭୨୭ ଜଣ ହସ୍ତଶିଳ୍ପ କାରିଗରଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ଉତ୍ପାଦନ କେନ୍ଦ୍ର ପାଇଁ ୧୩ ହଜାର ୬୧୮ ହସ୍ତଶିଳ୍ପୀ ଲାଭାନ୍ବିତ ହୋଇଛନ୍ତି । ବାସଗୃହ ନିର୍ମାଣ ପାଇଁ କାରିଗରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି ।

ଓଡ଼ିଶା ହସ୍ତ ଶିଳ୍ପ ସଂଗ୍ରହାଲୟ କଳାଭୂମିରେ ୧୫ ଶହ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮ ହଜାର ୮୬୨ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ୯ଟି ଉତ୍ପାଦରେ ଜିଆଇ ଟ୍ୟାଗ ଲାଗିଥିବା ବେଳେ ଆହୁରି ଅଧିକ ଉତ୍ପାଦକୁ କିଭଳି ଜିଆଇ ଟ୍ୟାଗ ହାସଲ କରାଯିବ ସେ ନେଇ ପ୍ରୟାସ ଚାଲିଛି । ବ୍ରହ୍ମପୁର ପାଟ, ବୋମକେଇ ବସ୍ତ୍ରର ଚାହିଦା ରହିଛି ଓ ବୟନିକା ମାଧ୍ୟମରେ ବୁଣାକାରଙ୍କ ଠାରୁ ସଂଗ୍ରହ କରାଯାଉଛି । ସେହିଭଳି ପାରଳାଖେମୁଣ୍ଡିର ସିଙ୍ଘ କାମକୁ କିଭଳି ଜିଆଇ ଟ୍ୟାଗ ମିଳିବ ଓ ଏହାର ଆଧୁନିକୀକରଣ କରାଯାଇପାରିବ ସେଦିଗରେ ମଧ୍ୟ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ ଅରବିନ୍ଦ ପାଢ଼ୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ।

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି । ସ୍ପଷ୍ଟ କଲେ ବିଜେଡି ଜାତୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ରାଷ୍ଟ୍ରପତି ଓ ସଂସଦ ୨ଟି ମର୍ଯ୍ୟାଦାଜନକ ଅନୁଷ୍ଠାନ । ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରୁଛି ସଂସଦ । ଉଭୟ ରାଷ୍ଟ୍ରପତି ଓ ସଂସଦ ଗଣତନ୍ତ୍ରର ଦୃଢ଼ ପରିଚୟ । ଉଭୟ ଅନୁଷ୍ଠାନର ଗାରିମା ଓ କ୍ଷମତା ଅତୁଟ ରହିବା ଆବଶ୍ୟକ । କୌଣସି ବିବାଦ ଏହି ଅନୁଷ୍ଠାନଗୁଡ଼ିକର ସମ୍ମାନ ହାନି ନକରୁ । ସମସ୍ତ ବିବାଦ ଓ ପ୍ରସଙ୍ଗ ସଂସଦରେ ଆଲୋଚନା ହୋଇପାରିବ । କିନ୍ତୁ ନୂଆ ସଂସଦର ଉଦଘାଟନ ଉତ୍ସବ ଭଳି ବିରଳ ମୁହୂର୍ତ୍ତ ଫେରିବନି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସାତକୋଶିଆରେ ମହାନଦୀର ସ୍ଥିତି ପରଖିଛନ୍ତି ଟ୍ରିବ୍ୟୁନାଲ

ଅନୁଗୁଳ: ସାତକୋଶିଆରେ ମହାନଦୀର ସ୍ଥିତି ପରଖିଛନ୍ତି ଟ୍ରିବ୍ୟୁନାଲ । ସାତକୋଶିଆ ଗଣ୍ଡ ସମେତ ଘଡ଼ିଆଳ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ଏ.ଏମ୍. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ । ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁ ଓଡ଼ିଶା ପ୍ରଭାବିତ ହେଉଛି । ଜଳସେଚନଠାରୁ ଆରମ୍ଭ କରି ଜଳବିଦ୍ୟୁତ୍ ଉତ୍ପାଦନ ଓ ଜୈବ ବିବିଧତା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଉପରମୁଣ୍ଡରୁ କମ୍ ପାଣି ପ୍ରବାହିତ ଯୋଗୁ ତଳମୁଣ୍ଡରେ ସମସ୍ୟା ସୃଷ୍ଟି ହୋଇଛି । ଛତିଶଗଡ଼ର ବେଆଇନ ନିର୍ମାଣ ଯୋଗୁ ଅଣମୌସୁମୀ ସମୟରେ ସାତକୋଶିଆର ଜଳସ୍ତର ହ୍ରାସ ପାଉଛି । ଫଳରେ ବିପଦରେ ଘଡ଼ିଆଳ ବଂଶ । ଏହାର ସ୍ଥିତି ପରଖି ଆଲୋଚନା କରିଛନ୍ତି ଟ୍ରିବ୍ୟୁନାଲ ।

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହରର ତାପମାତ୍ରା । ଝାରସୁଗୁଡ଼ାରେ ୪୩. ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୨.୯ ତାତି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ରେକର୍ଡ ହୋଇଛି ୪୨.୮ ଡିଗ୍ରୀ ତାପମାତ୍ରା । ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗୀରରେ ୪୧.୭, କଟକରେ ୪୧.୬, ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨, ବୌଦ୍ଧ ଓ କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ ୪୦.୯, ବାରିପଦାରେ ୪୦.୬, ଭବାନୀପାଟଣାରେ ୪୦.୬, ଖୋର୍ଦ୍ଧା ଓ ଯାଜପୁରରେ ୪୦.୫, ନୟାଗଡ଼ରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି

ଭୁବନେଶ୍ୱର: ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ରାସ୍ତାରେ ଗଡ଼ିବନି । କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସିକୁ ରାଜ୍ୟ ସରକାର ସଠିକ ଭାବରେ ଲାଗୁ କରୁଛନ୍ତି । ଆଜି ସୁଦ୍ଧା ୧୬ ଶହ ୧୫ ବର୍ଷ ପୁରୁଣା ସରକାରୀ ଗାଡିକୁ ସ୍କାର୍ପ କରିଛନ୍ତି ରାଜ୍ୟ ସରକାର । ଆଗକୁ ଧିରେଧିରେ ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କାର୍ପ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସ୍କାର୍ପ ସେଣ୍ଟର ଓ MSTC ଦ୍ବାରା ସବୁ ସରକାରୀ ଗାଡ଼ିକୁ ସ୍କାର୍ପ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଭାରତ ସରକାର ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ଲୋକଙ୍କ ସୁବିଧା ଅନୁସାରେ ଧିରେଧିରେ ସବୁ ପୁରୁଣା ଗାଡ଼ି ସ୍କାର୍ପ କରାଯିବ ।

ପରିବହନ ବିଭାଗରେ ୪ ବର୍ଷ ଭିତରେ ବହୁ ବୈପ୍ଳବିକ ପରିବର୍ତ୍ତନ ଆସିଛି । RTO ଅଫିସକୁ ସଂପୂର୍ଣ୍ଣ ଡିଜିଟାଇଜେସନ କରାଯିବା ସହ ୩୧ଟି ସେବାକୁ ଅନଲାଇନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଉଛି । ନୂତନ ଭାବରେ ପ୍ରତି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ୭୦ଟି ନୂଆ ବସଷ୍ଟାଣ୍ଡ କରିବାକୁ ଚିହ୍ନଟ କରାଯାଇଛି । ସେହିପରି ବାହକ, ରକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

 

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଉପହାସ; ସସ୍ମିତ କହିଲେ, କେନ୍ଦ୍ର ମନ୍ତ୍ରୀ ଜାଣିନାହାନ୍ତି ଗ୍ରାଉଣ୍ଡ ସ୍ଥିତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ନାହିଁ ମାନବିକତା । କୋଭିଡ ସମୟରେ DBTର ଟପଅପ୍ ଅର୍ଥ ନଦେଇ କେନ୍ଦ୍ର ସରକାର ନିଜର ମାନବିକତାକୁ ମାରିଦେଇଛନ୍ତି । ଓଡ଼ିଶାର ହିତାଧିକାରୀ କ’ଣ ଭାରତର ନାଗରିକ ନୁହଁନ୍ତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ଏଭଳି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଯୁକ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଏଥିରୁ ଜଣାପଡ଼ୁଛି ଯେ କେନ୍ଦ୍ରମନ୍ତ୍ରୀ ଗ୍ରାଉଣ୍ଡ ଲେବଲରେ ସ୍ଥିତି ଜାଣିନାହାନ୍ତି । ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ଲୋକେ ୨୦ରୁ ୩୦ କିଲୋମିଟର ଯାଇ ପେନସନ ଉଠାଉଛନ୍ତି । ୫୦୦ ଟଙ୍କା ଉଠାଇବା ପାଇଁ ସେମାନଙ୍କୁ ୨୦୦ ରୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ରାଜ୍ୟ ସରକାର ଘରେ ନେଇ ଭତ୍ତା ପହଞ୍ଚାଇବା ପରେ ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆଶ୍ବସ୍ଥିର ବିଷୟ ପାଲଟିଛି । ଏହାଦ୍ବାରା ସେମାନେ ଭତ୍ତା ପାଇଁ ଯାଉଥିବା ଦୂରତା କମିଯାଉଛି ବୋଲି ସସ୍ମିତ ପାତ୍ର କହିଛନ୍ତି । ଲକ୍ଷ ଲକ୍ଷ ବିଧବା ଓ ଭିନ୍ନକ୍ଷମଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଏଭଳି କହି ଅନ୍ୟାୟ କରିଛନ୍ତି । ତାଙ୍କର ଏଭଳି ଷ୍ଟାଣ୍ଡ ଯନ୍ତ୍ରଣାଦାୟକ । ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ବୟାନ ହିତାଧିକାରୀଙ୍କ ମନୋବଳକୁ କ୍ଷତି ପହଞ୍ଚାଇଛି । ତୁରନ୍ତ ଏଭଳି ବୟାନକୁ ଫେରାଇ ନିଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ମଧୁବାବୁ ପେନସନ୍ ଯୋଜନାରେ ହିତାଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନଗଦ ଟଙ୍କା ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମଧୁବାବୁ ପେନସନ୍ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ ହେଉଛନ୍ତି । ଓଡ଼ିଶାରେ ଜାତୀୟ ସାମାଜିକ ସୁରକ୍ଷା ସହାୟତା ପାଇଁ ଯେଉଁ ଅର୍ଥ ରାଶି ଦିଆଯାଉଛି, ଆବଶ୍ୟକ ହେଲେ ତାକୁ ମଧ୍ୟ ନଗଦ ଆକାରରେ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଗତ ୪ ବର୍ଷ ରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଁଚିଛି ।

CSKକୁ ଜିତାଇଲେ ଓଡ଼ିଆ ପୁଅ, ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ଫାଇନାଲରେ ଚେନ୍ନାଇ

ଚେନ୍ନାଇ: IPL ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । ଗୁଜରାଟ ଟାଇଟନ୍ସ ଉପରେ ଭାରି ପଡ଼ିଲେ ମାହି ବାହିନୀ । ଡିଫେଣ୍ଡିଂ ଚମ୍ପିଆନ୍ ଗୁଜରାଟ ଟାଇଟନ୍ସକୁ ୧୫ ରନରେ ପରାସ୍ତ କରି ଫାଇନାଲରେ CSK । ଏହି ବିଜୟ ସହ ଆଇପିଏଲରେ ଦଶମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ଜିତାଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁଙ୍କ ରନ୍ ଆଉଟ ଫଳରେ IPL ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ଗତ ମଙ୍ଗଳବାର ଆଇପିଏଲରେ ଖେଳାଯାଇଥିଲା ପ୍ରଥମ କ୍ୱାଲିଫାଏର ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ପହଞ୍ଚିବାକୁ ପଡ଼ିଆକୁ ଓହ୍ଲାଇଥିଲେ ଦୁଇ ଦଳ । ପ୍ରଥମ କ୍ୱାଲିଫାଏର ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ଗୁଜରାଟ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସାମ୍ନାରେ ୧୭୩ ରନର ଟାର୍ଗେଟ ରଖିଥିଲା ଚେନ୍ନାଇ । କିନ୍ତୁ ଏହି ଟାର୍ଗେଟ ହାସଲ କରିବାରେ ବିଫଳ ହୋଇଥିଲା ଗୁଜରାଟ । ଯାହା ଫଳରେ ଚେନ୍ନାଇ ଏହି ମ୍ୟାଚକୁ ଜିତି ସିଧା ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ଭେଟି ଦେଇଛନ୍ତି ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି । ଏହି ହାଇ ଭୋଲଟେଜ୍ ମ୍ୟାଚରେ ନିର୍ଣ୍ଣାୟକ ହେଲା ଶୁଭ୍ରାଂଶୁଙ୍କ ରନ୍ ଆଉଟ । ଶୁଭ୍ରାଂଶଙ୍କ ରନ୍ ଆଉଟ ଫଳରେ ଫାଇନାଲରେ ପହଞ୍ଚି ପାରିଛି ଚେନ୍ନାଇ ସୁପର କିଙ୍ଗ୍ସ ।

ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାଏର ସବଷ୍ଟିଚ୍ୟୁଟ୍ ଫିଲଡର ଭାବେ ଆସି ଖେଳର ରୂପ ବଦଳାଇ ଦେଇଥିଲେ ଓଡ଼ିଆ ପୁଅ । ମ୍ୟାଚରେ ୧୮ ତମ ଓଭରର ଚତୁର୍ଥ ବଲରେ ଦର୍ଶନ ନଲକଣ୍ଡେଙ୍କୁ ଡାଇରେକ୍ଟ ଥ୍ରୋ ମାରି ରନ୍ ଆଉଟ କରିଥିଲେ ଶୁଭ୍ରାଂଶୁ । ଏହି ରନ୍ ଆଉଟ ହିଁ ବଦଳାଇ ଦେଇଥିଲା ମ୍ୟାଚର ରୂପ । ଏହି ରନ୍ ଆଉଟ ଫଳରେ ବ୍ୟାକ୍ ଫୁଟକୁ ଆସିଥିଲା ଗୁଜରାଟ । ଶୁଭ୍ରାଂଶଙ୍କ ଏହି ଦମଦାର ଫିଲ୍ଡିଂ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ମହେନ୍ଦ୍ର ସିଂ ଧୋନୀ ।

ସୂଚନା ଅନୁସାରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ କିଣିଛି । କିନ୍ତୁ ଏପର୍ଯ୍ୟନ୍ତ CSK ପାଇଁ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଶୁଭ୍ରାଂଶୁ । କିନ୍ତୁ ସବଷ୍ଟିଚ୍ୟୁଟ୍‌ ଫିଲଡର ଭାବେ ଆସି ପଡ଼ିଆରେ ଜଲଓ୍ୱା ଦେଖାଇଛନ୍ତି ଶୁଭ୍ରାଂଶୁ ସେନାପତି । ତେବେ ଶୁଭ୍ରାଂଶୁଙ୍କ ଏହି ଦମଦାର ପ୍ରଦର୍ଶନ ଫଳରେ ସେ ଆଗାମୀ ଦିନରେ CSK ପାଇଁ ନିଶ୍ଚିତ ଭାବେ ଖେଳିବେ ବୋଲି ଆଶା ରଖିଛନ୍ତି ତାଙ୍କ ପ୍ରଶଂସକ ।

ଗୁରୁବାର ବିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ, ୩୧ରେ କର୍ପୋରେସନ ବୈଠକ

ଭୁବନେଶ୍ୱର: ଗୁରୁବାର ବିଏମସିର ଷ୍ଟାଣ୍ଡିଂ କମିଟି ନିର୍ବାଚନ । ୩୧ରେ କର୍ପୋରେସନ ବୈଠକ । ଏହା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ସମନ୍ବୟ ବୈଠକ । ଶାନ୍ତିଶୃଙ୍ଖଳା ସହ ଉଭୟ କାର୍ଯ୍ୟ ସମ୍ପାଦନ କରିବାକୁ ମେୟରଙ୍କ ପରାମର୍ଶ । ୬୭ ଓ୍ବାର୍ଡ ବିଶିଷ୍ଟ ଭୁବନେଶ୍ବର ମହାନଗର ନିଗମ । ଦୀର୍ଘ ୩ ବର୍ଷ ବ୍ୟବଧାନରେ ନିର୍ବାଚିତ ହୋଇ ଆସିଛନ୍ତି ଲୋକ ପ୍ରତିନିଧି । ଶାସକ ବିଜେଡି ଦଳର ସଂଖ୍ୟା ଗରିଷ୍ଠତା ରହିଛି ବିଏମସିରେ । ସମସ୍ୟାର ସମାଧାନ କ୍ଷେତ୍ରରେ ଲୋକଙ୍କର ଆଶା ପୂରଣ କରିବାକୁ ଅହରହ ଚେଷ୍ଟା ବି ଚାଲିଛି । ଇତି ମଧ୍ୟରେ ଶେଷ ହୋଇସାରିଛି କର୍ପୋରେସନର ଏକ ବର୍ଷର କାର୍ଯ୍ୟକାଳ । ଲୋକଙ୍କ ନିକଟକୁ ଯାଇ ସମସ୍ୟା ବୁଝିବା ସହ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବା ବେଳେ ଲୋକଙ୍କ ପ୍ରଶ୍ନବାଣର ଶିକାର ହେବାକୁ ପଡୁଛି ଉଭୟ କର୍ପୋରେଟର ଓ ଅଧିକାରୀଙ୍କୁ। ଦିନଟିଏ ବସୁଥିବା କର୍ପୋରେସନ ବୈଠକରେ ସମୟର ଅଭାବ ଯୋଗୁଁ ସବୁ ୱାର୍ଡର ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସମ୍ଭବପର ହେଉନାହିଁ। ସେପଟେ ଷ୍ଟାଣ୍ଡିଂ କମିଟି ଓ କର୍ପୋରେଟରଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

କର୍ପୋରେସନ ବୈଠକରେ ସମୟର ଅଭାବ ଓ ସମନ୍ୱୟର ଅଭାବ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ମେୟର । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୂରା ଟିମ୍ ବିଏମସି ଯଥା ସମ୍ଭବ ଚେଷ୍ଟା ଚଳାଇଥିବା ସେ କହିଛନ୍ତି । ୱାର୍ଡରେ ଦିନଟିଏ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟକୁ ଯାଇ ସ୍ଥାନୀୟ ଅଞ୍ଚଳର ସମସ୍ୟା ବୁଝି ତାହାର ସମାଧାନ କରାଯାଉଛି। ଆଗକୁ ଷ୍ଟାଣ୍ଡିଂ କମିଟି ନିର୍ବାଚନ ଓ କର୍ପୋରେସନ ବୈଠକ ଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କର୍ପୋରେଟରଙ୍କ ସ୍ବତନ୍ତ୍ର ବୈଠକ ଡକାଇଥିଲେ ମେୟର। ୨୫ ତାରିଖ ଗୁରୁବାର ଦିନ କର୍ପୋରେସନ ହଲରେ ହେବ ବିଏମସିର ସମସ୍ତ ୯ଟି ଷ୍ଟାଣ୍ଡିଂ କମିଟିର ନିର୍ବାଚନ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ, ଓଝା ସେବକଙ୍କ କଣ୍ଟା ନିର୍ମାଣ ଶେଷ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ସେବକ । ରଥଖଳାରେ ତିନିରଥର ମହାରଣାଙ୍କ ଦ୍ବାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବାବେଳେ ତିନି ରଥର ରୂପକାର ସେବକଙ୍କ ଦ୍ବାରା କୋଣଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରହିଛି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ନିର୍ମାଣ କରୁଥିବାବେଳେ ରୂପକାର ସେବକମାନେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ କରୁଛନ୍ତି ।