ପ୍ରେମ ବ୍ୟାପାରକୁ ନେଇ ମା’ ଆଗରେ ନାବାଳିକା ଝିଅଙ୍କୁ ହତ୍ୟା

ମୁମ୍ବାଇ: ପ୍ରେମ ବ୍ୟାପାରକୁ ନେଇ ମା’ ଆଗରେ ଜଣେ ୧୨ ବର୍ଷ ବୟସ୍କା ବାଳିକାକୁ ଛୁରି ଭୁସିଲା ପ୍ରେମିକ । ଘଟଣା ଘଟିଛି ମହାରାଷ୍ଟ୍ରର କଲ୍ୟାଣରେ । ୨୦ ବର୍ଷ ବୟସ୍କ ପ୍ରେମିକ ନାବାଳିକାଙ୍କୁ ୧୦ ଥର ଛୁରି ଭୁସିବା ପରେ ନାବାଳିକାର ମୃତ୍ୟୁ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଆଦିତ୍ୟ କୁମ୍ବଲେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ତାକୁ ଅଟକ ରଖାଯାଇଛି । କଲ୍ୟାଣର ତିସଗାଁ ଅଞ୍ଚଳରେ ଜଣେ ନାବାକିକାଙ୍କୁ ଏକତରଫା ପ୍ରେମ କରୁଥିଲା ଆଦିତ୍ୟ । ତେବେ ନାବାଳିକାଙ୍କ ମା’ ଏହାକୁ ଅଗ୍ରାହ୍ୟ କରିଥିଲେ । ଫଳରେ ଉତ୍ତ୍ୟକ୍ତ ହୋଇ ଖୋଦ୍ ମା’ ଆଗରେ ନାବାଳିକାଙ୍କୁ ୧୦ ଥର ଛୁରି ଭୁସିଥିଲା ଆଦିତ୍ୟ । ଗୁରୁତର ଆହତ ଅବସ୍ଥାରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କୋଲସେଓ୍ବାଡି ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି ।