spot_img
Home Blog Page 3053

ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

ବାହାନଗା: ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧର ସାମ୍ନାକୁ ଆସିଲା ସତ । ଟ୍ରେନ ବଗିରେ ମୃତଦେହ ନୁହେଁ ବରଂ ଅଣ୍ଡା ପଚିଯାଇଥିବାରୁ ଦୁର୍ଗନ୍ଧ ବାହାରୁଥିଲା । ଟ୍ରେନ୍ ବଗିରୁ ପାଖାପାଖି ୩ ଟନ ପଚାସଢା ଅଣ୍ଡା ବାହାର କରାଯାଇଛି । କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲାଯାଇଥିବା ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା । ଘଟଣାସ୍ଥଳରେ ପୋଲିସ, ତହସିଲଦାର ଓ ଏନଡିଆରଏଫ ଟିମ୍ ସହ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛି ।

ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍, ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇ

ବାହାନଗା: ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍‌ ହୋଇଥିବାରୁ ବାହାନଗା ଷ୍ଟେସନ୍‌ରେ ରହିବନି ଟ୍ରେନ୍‌ । ସିବିଆଇ ରିଲେ ରୁମ୍‌ ଖୋଲିଲେ ପୂର୍ବଭଳି ବାହାନଗା ଷ୍ଟେସନ୍‌ରେ ରହିବ ପାସେଞ୍ଜର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ।

ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇର ୧୦ ଜଣିଆ ଟିମ୍ । କିଭଳି ଓ କେଉଁ ପରିସ୍ଥିତିରେ ଘଟିଥିଲା ଏତେ ବଡ଼ ଦୁର୍ଘଟଣା, ସେନେଇ ତଦନ୍ତ ଜାରି ରଖିଛି ସିବିଆଇ । ଷ୍ଟେସନ ମାଷ୍ଟର, ଗାର୍ଡଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଗନାଲ ରୁମକୁ ଯାଇ ଯାଞ୍ଚ କରିଛି ସିବିଆଇ ଟିମ୍ । ଟ୍ରାକରୁ ଆରମ୍ଭ କରି ଷ୍ଟେସନ ଯାଏଁ ସବୁ କିଛି ଟିକିନିଖି ଅନୁଧ୍ୟାନ କରୁଛି ସିବିଆଇ ।

ବାହାଘର ଭୋଜିକୁ ଆସି ପିଲା ଚୋରି କରୁଥିବା ଅଭିଯୋଗ, ଜଣେ ଅଟକ

ସୋନପୁର: ପିଲା ଚୋରି ଅଭିଯୋଗରେ ଜଣେ ଅଟକ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ ଏପରି ଘଟଣା ଘଟିଛି । ସାନ ନୂଆପାଲି ଗାଁରେ ଏକ ବିବାହ ଉତ୍ସବରେ ଭରତ ଦଣ୍ଡସେନାଙ୍କ  ପରିବାର ସାମିଲ ହୋଇଥିଲେ । ଭରତ ଦଣ୍ଡସେନାଙ୍କ ସାତ ବର୍ଷର ଝିଅ ଭୋଜି ଖାଇବା ପରେ ତାକୁ ପାଣି ପାଉଚ୍‌ ବାଣ୍ଟୁଥିବା ନିକଟସ୍ଥ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ତାକୁ ପାଖକୁ ଡାକିଥିଲା ।

ଭିଡ଼ର ସୁଯୋଗ ନେଇ ନାବାଳିକା ଝିଅକୁ ନେଇ ସାମନ୍ତ  ଫେରାର ହୋଇଯାଇଥିଲା। ପରିବାର ଲୋକ ଏବଂ ଗାଁ ଲୋକ ବହୁ ଖୋଜାଖୋଜି କରିବା ପରେ ଦୁଇ କିଲୋମିଟର ଦୂର ଏକ ନାଳ ପାଖରେ ଝିଅକୁ ସାମନ୍ତ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଲୋକଙ୍କୁ ଦେଖି ଝିଅକୁ ଛାଡି ସାମନ୍ତ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଗାଁଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି ।

ପରେ ଗାଁର କ୍ଲବ ଘରେ ପିଲାଚୋର ସାମନ୍ତକୁ ତାଲା ପକାଇ ଡୁଙ୍ଗୁରିପାଲି ପୋଲିସକୁ ଖବର ଦିଆଯାଇଥିଲା । ସାମନ୍ତକୁ ପୋଲିସ ଥାନାକୁ ନେଇ ଅଟକ ରଖିଥିବା ନେଇ ସୂଚନା ।

୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଆସିଛି ବିଜେପି: ବିଜେଡି ମୁଖପାତ୍ର

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ବିଜେପିକୁ ଟାର୍ଗେଟ୍‌ କଲା ବିଜେଡି। କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସବୁଠି ବିଜେପି ନେତା ନିଜ ପ୍ରଚାର କରୁଛନ୍ତି। କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରର ବିଜେପି ସରକାର କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଓଡ଼ିଶାର ବିଜେପି ସାଂସଦମାନେ ମାଟିକୁ ଅବହେଳା କରୁଛନ୍ତି। ମାଟିକୁ ବଡ଼ ଭାବନ୍ତୁ, ପାର୍ଟିକୁ ନୁହେଁ ବୋଲି ବିଜେଡି ଆହ୍ୱାନ ଦେଇଛି । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଜେପି ସାଂସଦଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

ଓଡ଼ିଶା ପ୍ରତି ପ୍ରତାରଣା କରୁଛନ୍ତି କେନ୍ଦ୍ରର ବିଜେପି ସରକାର। ଏହାର ଏକ ବଡ଼ ଉଦାହରଣ ହେଉଛି ୫୫ ନମ୍ବର ଜାତୀୟ ରାଜପଥ। ଦେଶର ସବୁଠାରୁ ବଡ଼ ବିପଦସଙ୍କୁଳ ରାସ୍ତା ପାଲଟିଛି ଏହି ଜାତୀୟ ରାଜପଥ। ୩ ବର୍ଷ ମଧ୍ୟରେ ଏହି ରାସ୍ତା କାମ ସରିବା କଥା। ୬ବର୍ଷ ବିତି ଯାଇଥିଲେ ବି କାମ ସମ୍ପୂର୍ଣ୍ଣ ହୋଇନାହିଁ । ୫୫ ନମ୍ବର ଜାତୀୟ ରାଜପଥ କଟକ-ସମ୍ୱଲପୁରକୁ ସଂଯୋଗ କରୁଛି, ଯାହାର ମରାମତି ୨୦୧୭ରେ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ସରିନାହିଁ ।

ଜଣେ ପରେ ଜଣେ ଠିକାଦାର କାମ ଛାଡୁଛନ୍ତି । ୬ ବର୍ଷ ଭିତରେ ୧୩ ଶହ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ୬ ଶହ ଲୋକଙ୍କ ଜୀବନ ଯାଇଛି। ଏହି ଜାତୀୟ ରାଜପଥ ବିଷୟରେ ବିଜେପିର କୌଣସି ନେତା ମୁହଁ ଖୋଲୁନାହାନ୍ତି। ପଶ୍ଚିମ ଓଡ଼ିଶାରୁ ୫ଜଣ ସାଂସଦ ହୋଇଥିଲେ ବି ଏହି ବିଷୟରେ ସମସ୍ତେ ଚୁପ। ବିଜେପି ନେତା ହେଉଛନ୍ତି ଓଡ଼ିଶା ବିରୋଧୀ, ସେମାନଙ୍କୁ ଓଡ଼ିଶାବାସୀ ଠିକ ଭାବେ ଚିହ୍ନି ସାରିଛନ୍ତି। ଓଡ଼ିଶା ଲୋକ ସେମାନଙ୍କୁ ଠିକ୍ ଜବାବ ଦେବେ।

ବିଜେପି ନେତାଙ୍କର ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି? ଓଡ଼ିଶାରେ ବିଜେପି କ’ଣ କରିଛି? ଯଦି କିଛି କରିଛି, ତାହା ଓଡିଶାବାସୀଙ୍କୁ କେବଳ ପ୍ରତାରଣା । ଓଡ଼ିଶାବାସୀଙ୍କୁ ଅବହେଳା କରିଛନ୍ତି । ବିଜେପି ସାଂସଦମାନେ ଓଡିଶାର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି। ଏହି ପ୍ରସଙ୍ଗ କେବେବି ଓଡିଶାର ବିଜେପି ସାଂସଦ ପାର୍ଲାମେଣ୍ଟରରେ ଉଠାଇ ନାହାନ୍ତି। ସେହିପରି ଦେବଗଡ଼ରେ ବଡ଼ ଫୁଡ୍ ପ୍ରସେସିଂ କ୍ଳଷ୍ଟର  ହେବା କଥା।  ବିଜେପି ନେତାମାନେ ୨୦୧୯ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ମଧ୍ୟ ଅହେତୁକ ବିଳମ୍ବ ଓ ଅବହେଳା କରାଯାଉଛି। ସେ ସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି।

5T ମାଧ୍ୟମରେ ରୂପାନ୍ତରିତ ହେବ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର

ଆସିକା: 5T ମାଧ୍ୟମରେ ରୂପାନ୍ତରିତ ହେବ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର। ଏଥର ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା। ୧ କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ଆସିକା ସହରବାସୀ । କାର୍ଯ୍ୟକ୍ରମରେ ସାମିଲ ଥିଲେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ବୁଦ୍ଧିଜୀବୀ ।

ବିରୋଧୀଙ୍କ ମେଳି ପରେ ବିଜେପି ଛାନିଆ, ୨୦୨୪ରେ ହେବ ପ୍ରକୃତ ଲଢ଼େଇ

ପାଟନା: ଆସନ୍ତା ୨୩ରେ ପାଟନାରେ ହେବାକୁ ଯାଉଥିବା ବିରୋଧୀଙ୍କ ମେଳିକୁ ନେଇ ଅଙ୍କକଷା । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ କହିଛନ୍ତି- ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି- ଏହି ମେଳିକୁ ନେଇ ବିଜେପି ଛାନିଆ ହୋଇଛି । ୨୦୨୪ରେ ପ୍ରକୃତ ଲଢେଇ ହେବାକୁ ଯାଉଛି ବୋଲି ବିଜେପି ଜାଣିସାରିଲାଣି । ଦେଶକୁ ଧ୍ବଂସପଥକୁ ନେଉଥିବା ବିଜେପି ପରି ଶକ୍ତି ବିରୋଧରେ ଲଢିବା ଲାଗି ବିରୋଧୀ ଦଳ ଆବଶ୍ୟକତା ଉପଲବ୍ଧି କରିଛନ୍ତି ।

ଏହି ମହାସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି । ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବା ଆଶା ରହିଛି । ଏହି ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସମ୍ଭାବନା ରହିଛି ।

୨୦୨୪ ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପରଟ୍ରେଲ ମେସିନ ଯାଞ୍ଚ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷ ବେଳକୁ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ମେଗା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପର୍ଯ୍ୟାୟ ଭିତ୍ତିରେ ଇଭିଏମ ଓ ପେପର ଟ୍ରେଲ ମେସିନଗୁଡ଼ିକର ଯାଞ୍ଚ କରୁଛି କମିଶନ । ଫାଷ୍ଟ ଲେବଲ ଚେକ୍ ବା ଏଫଏଲସି ପ୍ରକ୍ରିୟାରେ ମକ୍ ପୋଲ୍ ପ୍ରକ୍ରିୟା ବି ଚାଲିଥିବା ସୂଚନା ମିଳିଛି । କେରଳର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟା ଯାଞ୍ଚ ଚାଲିଛି ବୋଲି କମିଶନ ପକ୍ଷରୁ କୁହାଯାଇଛି । ପ୍ରତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସୂଚନା ପ୍ରଦାନ କରାଯାଉଛି । ଚଳିତ ବର୍ଷ ଶେଷ ବେଳକୁ ରାଜସ୍ଥାନ, ମିଜୋରାମ, ଛତିଶଗଡ଼, ତେଲଙ୍ଗାନା ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି ।

ବର୍ତ୍ତମାନ କେରଳର ଓ୍ବାୟନାଡ, ମହାରାଷ୍ଟ୍ରର ପୁଣେ ଓ ଚନ୍ଦ୍ରପୁର, ଉତ୍ତରପ୍ରଦେଶର ଗାଜିପୁର ଓ ହରିଆଣାର ଅମ୍ବାଲା ଲୋକସଭା ଆସନ ଖାଲି ପଡିଛି । କିଛି ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରସ ପୁଣି ସରକାର ଗଢିବ । ତେବେ ମଧ୍ୟପ୍ରଦେଶରେ ବିଜେପିର ଅନ୍ତଃକନ୍ଦଳ କଂଗ୍ରେସକୁ ସୁହାଇବ ବୋଲି କୁହାଯାଇଛି ।

ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିଲେ ରୋହିତ ପୂଜାରୀ । ତାଙ୍କ ସ୍ଥାନରେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ଯୋଗୁ ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ।

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଉଚ୍ଚା ଆକ୍ସନ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିସ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ । ଏଥିପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କରିଥିଲେ ବାର୍ଷିକ ବିଭାଗୀୟ ସମୀକ୍ଷା । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୨ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ ରୋହିତ । ବାର୍ଷିକ ବିଭାଗୀୟ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗରେ ଦୁର୍ବଳ ପ୍ରଦର୍ଶନ କରିଥିଲା । ଉଚ୍ଚଶିକ୍ଷା ବିଭାଗର ବହୁ କାର୍ଯ୍ୟ ଅଟକି ରହିଥିଲା ।

ସୂଚନା ଅନୁସାରେ ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ୨୦୧୪ରେ ବିଜେଡି ଟିକେଟରୁ ପ୍ରଥମ ଥର ପାଇଁ ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ ରୋହିତ । ଏହା ପରେ ୨୦୧୯ରେ ମଧ୍ୟ ଲଗାତର ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ ସେ । ତେବେ ୨୦୨୨ ଜୁନ୍ ୫ରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ ରୋହିତ ପୂଜାରୀ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଗି ବଢ଼ିଲା ଅଡୁଆ, ମଙ୍ଗଳବାର ମିଆମି କୋର୍ଟରେ ହେବେ ହାଜର

ଓ୍ୱାଶିଂଟନ: କେତେକ ଗୁରୁତ୍ବପୂର୍ଣ୍ଣ ନଥି ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ପଙ୍କ ଲାଗି ଏବେ ଅନେକ ଆଇନଗତ ସଙ୍କଟ ସୃଷ୍ଟି ହୋଇଛି । ଟ୍ରମ୍ପ କହିଛନ୍ତି- କ୍ଲାସିଫାଏଡ ଡକ୍ୟୁମେଣ୍ଟ ନେବା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତ ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କ ଆଟର୍ଣ୍ଣିଙ୍କୁ ସୂଚନା ଦିଆଯାଇଥିଲା । ଟ୍ରମ୍ପଙ୍କ ଆଟର୍ଣ୍ଣି ଜିମ୍ ଟ୍ରଷ୍ଟି କହିଛନ୍ତି ଟ୍ରମ୍ପଙ୍କ ନାମରେ ୭ଟି ଅଭିଯୋଗ ଦାୟର ହୋଇଛି । ତନ୍ମଧ୍ୟରେ ରହିଛି ଗୁଇନ୍ଦାଗିରି ଆଇନ ଉଲ୍ଲଂଘନ, ମିଥ୍ୟା ବିବୃତି ପ୍ରଦାନ, ଅନ୍ୟାୟ, ଷଡ଼ଯନ୍ତ୍ର ରଚନା ଇତ୍ୟାଦି । ଟ୍ରମ୍ପ କହିଛନ୍ତି ଆସନ୍ତା ମଙ୍ଗଳବାର ଦିନ ତାଙ୍କୁ ମିଆମିର ଏକ ଫେଡେରାଲ କୋର୍ଟ ହାଉସରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି କରାଯାଇଛି । କ୍ଲାସିଫାଏଡ ଡକ୍ୟୁମେଣ୍ଟ ମାମଲାରେ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ତାଙ୍କ ଓକିଲ ।

ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଅଡୁଆ ଭିତରେ ତାଙ୍କୁ ସମର୍ଥନ କରିଛନ୍ତି ପ୍ରତିନିଧି ସଭାର ବାଚସ୍ପତି କେଭିନ ମ୍ୟାକାର୍ଥି । ଆମେରିକା ଲାଗି ଏକ କଳା ଦିବସ ଆସିଛି ବୋଲି ସେ କହିଛନ୍ତି । ଆଇନକୁ ବିଶ୍ବାସ କରୁଥିବା ପ୍ରତିଟି ଆମେରିକୀୟ ଟ୍ରମ୍ପଙ୍କ ସପକ୍ଷରେ ରହିବେ ବୋଲି ସେ କହିଛନ୍ତି । ହ୍ବାଇଟ ହାଉସ ପରିତ୍ୟାଗ କରିବା ପରେ ଫ୍ଲୋରିଡାସ୍ଥିତ ନିଜର ମାର-ଏ-ଲାଗୋ ପ୍ରାସାଦରେ କେତେକ କ୍ଲାସିଫାଏଡ ନଥି ଟ୍ରମ୍ପ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଗତବର୍ଷ ଅଗଷ୍ଟରେ ମାର-ଏ-ଲାଗୋ ପ୍ରାସାଦରୁ ଏଫବିଆଇ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ୧୧ ହଜାର ନଥି ନେଇଯାଇଥିଲା । ଗତ ୨୦୨୨ ଜାନୁଆରୀରେ ଟ୍ରମ୍ପ ୨୦୦ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ନ୍ୟାସନାଲ ଆର୍କାଇଭସକୁ ପ୍ରଦାନ କରିଥିଲେ । ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ପରେ ୨୦୨୧ ଜାନୁଆରୀ ୬ରେ ହଙ୍ଗାମା ନେଇ ବି ଟ୍ରମ୍ପଙ୍କ ବିରୋଧରେ ମାମଲା ଚାଲୁ ରହିଛି ।