spot_img
Home Blog Page 3002

ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ’ ବାପା ଝିଅର କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ

କଟକ : ଓଡ଼ିଆ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ଗଣେଶ ପୂଜାରେ ବଡ଼ ପରଦାକୁ ଆସିବ ଚଳଚିତ୍ର ‘କସ୍ତୁରୀ  । ଆଜି କଟକ ଗ୍ରାଣ୍ଡ ପ୍ରେସିଡେନ୍ସିରେ ଚଳଚ୍ଚିତ୍ର କସ୍ତୁରୀର ପୋଷ୍ଟର ଓ ଅଡିଓ ଉନ୍ମୋଚିତ ହୋଇଛି ।  ବାପା ଝିଅର କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ କସ୍ତୁରୀ  । ପ୍ରେମଲତା ସିନେ ପ୍ରଡକସନ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ ହୋଇଛି  । ଦୀର୍ଘ ଦିନ ପରେ ଅଭିନେତା ଦୁଷ୍ମନ୍ତ ‘କସ୍ତୁରୀ ଫିଲ୍ମ ମାଧ୍ୟମରେ ପୁଣି ଓଲିଉଡକୁ ଏଣ୍ଟ୍ରି ମାରିଛନ୍ତି। ମନଲୋଭା ବାର୍ତ୍ତାଳାପ ସାଙ୍ଗକୁ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ମୁଗ୍ଧ କରିଦେବ ବୋଲି ଆଶା ରଖିଛନ୍ତି ଦୁଷ୍ମନ୍ତ ଆଉ ଅଭିନେତ୍ରୀ କୁକିଜ୍ । ପ୍ରେମଲତା ସିନେ ପ୍ରଡକ୍ସନରେ ନିର୍ମିତ କସ୍ତୁରୀର ସମସ୍ତ ଗୀତ ମନକୁ ଛୁଇଁଲା ଭଳି ହେଇଛି  । ସମସ୍ତ ଗୀତ ଓଡିଶାରେ ହିଁ ସୁଟିଂ ହୋଇଛି   । ସୌରଭ ନାୟକ, ସୋହିନୀ ମିଶ୍ର, ଅସୀମା ପଣ୍ଡାଙ୍କ ପରି ପ୍ରତିଷ୍ଠିତ ଗାୟକଗାୟିକା ଗୀତଗୁଡିକୁ ଗାଇଛନ୍ତି । ସଞ୍ଜୟ କୁମାର ପାତ୍ରଙ୍କ ପ୍ରଜୋଯନାରେ ନିର୍ମାଣ ହୋଇଛି ଚଲଚ୍ଚିତ୍ର ।

୮୨ ହଜାର ଟଙ୍କା ଫେରିପାଇବା ପରେ ପୋଲିସକୁ ଧନ୍ୟବାଦ ଦେଲେ ବ୍ୟକ୍ତି

ଗଞ୍ଜାମ : ଅଚଳ ସିମ୍ ନମ୍ବର ଯୋଗୁଁ  ନିଜ ଏକାଉଣ୍ଟ୍ ରୁ ୮୨ ହଜାର ଟଙ୍କା ଠକେଇ ର ଶିକାର ହେଲେ  ଋଣ ଗ୍ରହୀତା । ପରେ ଥାନାରେ ଅଭିଯୋଗ ପରେ  ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ସମସ୍ତ ଟଙ୍କାକୁ ଜବତ କରିବା ସହ ଠକାମିର ଶିକାର  ହୋଇଥିବା ବ୍ୟକ୍ତିଙ୍କୁ  ଟଙ୍କା ଫେରସ୍ତ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଭଂଜନଗର ସହରରେ ଥିବା IDFC ବ୍ୟାଙ୍କରେ । ନିକଟସ୍ଥ ଗାଙ୍ଗପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗାଁ ର ପ୍ରଦୀପ କୁମାର ପାତ୍ର ଘର ତିଆରି ପାଇଁ ବ୍ୟାଙ୍କ୍ ରୁ ଦୁଇ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ । ବ୍ୟାଙ୍କରୁ ଋଣଟଙ୍କା ମଞ୍ଜୁର ହେବାପରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଚନ୍ଦନ କୁମାର ଦାସଙ୍କ ମୋବାଇଲ୍ କୁ ମେସେଜ୍ ଯାଇଥିଲା ।

ଯାହାକି ଉକ୍ତ ମୋବାଇଲ ନମ୍ବରଟି ପ୍ରଦୀପ ପାତ୍ର ଙ୍କର ଥିଲା । କିନ୍ତୁ  ସେହି ମୋବାଇଲ  ସିମକୁ ପ୍ରାୟ  ଦେଢ଼ ବର୍ଷ ହେଲା ପ୍ରଦୀପ ବ୍ୟବହାର  କରୁନଥିଲେ ।  ଫଳରେ ସଂପୃକ୍ତ ମୋବାଇଲ କମ୍ପାନୀ , ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଚନ୍ଦନ ଦାସଙ୍କ ନାମରେ ଉକ୍ତ ସିମ୍ ନମ୍ବର ମଞ୍ଜୁର କରିଥିଲା । ଯାହାର ସୁଯୋଗ  ନେଇ ବ୍ୟାଙ୍କିଙ୍ଗ ଆପ୍ଲିକେସନ ଜରିଆରେ ପ୍ରଦୀପ ପାତ୍ରଙ୍କ ମଞ୍ଜୁର ଋଣଟଙ୍କା ରୁ ୮୨ ହଜାର ଟଙ୍କା ହଡ଼ପ କରିଥିଲା ଚନ୍ଦନ । ଏ ନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଚନ୍ଦନକୁ ଭୁବନେଶ୍ୱରରୁ ଗିରଫ କରିଥିଲା ଭଂଜନଗର ପୋଲିସ । ଉଧାର ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇଥିଲା ପୋଲିସ ।

ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇଥିବା ଅଭିଯୋଗ

ବଲାଙ୍ଗୀର : ବଲାଙ୍ଗୀର ମେଡିକାଲ କଲେଜରେ ଡାକ୍ତରଙ୍କ କାରସାଦି ଅଭିଯୋଗ । ଚିକିତ୍ସା ପାଇଁ ଆସିଥିବା ୫ବର୍ଷର ଶିଶୁକୁ ଘରୋଇ ହସପିଟାଲ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖରେ ୫ବର୍ଷର ନାତିର ହାଇଡ୍ରୋସିଲ ଅପରେସନ ପାଇଁ ବେଲପଡ଼ାର ଗଣ୍ଡାରାମ ସୁନାନି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଆସିଥିଲେ । ସରକାରୀ ସୁବିଧାରେ ସମସ୍ତ ପ୍ରକାରର ପରୀକ୍ଷା କରାଗଲା । ଯାହାର ସବୁ ଦସ୍ତାବିଜ ଆପଣଙ୍କ ସାମ୍ନାରେ । ହେଲେ ପରବର୍ତ୍ତୀ ସମୟରେ ଚିକିତ୍ସା କରିଥିବା ଡାକ୍ତର ସେମାନଙ୍କୁ ଏକ ଘରୋଇ ହେଲଥ କେୟାର ସେଣ୍ଟରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସଂପୃକ୍ତ ହେଲଥ କେୟାରରେ ବିଏସକେଓ୍ବାଇରେ ଚିକିତ୍ସା ସୁବିଧା ନଯୋଗାଇ ଟଙ୍କା ଦାବି କରାଯାଇଥିଲା । ରୋଗୀ ସରକାରୀ ଡାକ୍ତରଖାନାକୁ ଯିବାକୁ ଚାହୁଁଥିଲେ ବି ଘରୋଇ ମେଡିକାଲ ମୁଖ୍ୟ ଚାହିଁଲେ ହିଁ ସେ ଯାଇପାରିବେ ବୋଲି ସେଠାକାର ନର୍ସ କହିଥିବା ଷ୍ଟ୍ରିଙ୍ଗ ଅପରେସନରେ ଜଣାପଡ଼ିଛି । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଏବେ ପୁଣି ଭୀମେଭାଇ ମେଡିକାଲ କଲେଜରେ ଶିଶୁଟିର ଅପରେସନ କରିବାକୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଡାକ୍ତର ।

 

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ନେଲା ଉଗ୍ରରୂପ

ଭୁବନେଶ୍ବର : ମାର୍କେଟ ବିଲ୍ଡିଂରେ ପୁଣି ସୃଷ୍ଟି ହୋଇଥିଲା ଉତ୍ତେଜନା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଆଜି ଉଗ୍ରରୂପ ନେଇଥିଲା । ବିଏମସି ନିଷ୍ପତ୍ତିକୁ ଉଲଘଂନ କରି  ମାର୍କେଟ ବିଲ୍ଡିଂ ଭିତରେ 5 ରୁ 6 ଜଣ ଉଠା ଦୋକାନୀ ଆଜି ଦୋକାନ ପକାଇ ଥିଲେ । ସିଏମଏ ସ୍ପେଶାଲ ଟିମ ଯାଞ୍ଚ ବେଳେ ଉଠା ଦୋକାନୀ ଦୋକାନ ପକାଇଥିବା ଦେଖି ଥିଲେ । ସେମାନଙ୍କୁ ବାହାରକୁ ଯିବା ପାଇଁ କହିବାରୁ କୋର୍ଟର ଅର୍ଡର ଦେଖାଇ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଓ ଉଠା ଦୋକାନୀ ମୁହଁମୁହିଁ ହୋଇଥିଲେ  ।Market Building, Bhubaneswar - Times of India Travel

ଶେଷରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ହସ୍ତକ୍ଷେପ କରିଥିଲା । ବୁଝା ସୁଝା କରିବା ପରେ ବିଏମସିର ନିୟମକୁ ପାଳନ କରିବାକୁ କହିଥିଲା  ।  5 ବର୍ଷ ପଯ୍ୟନ୍ତ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ମାର୍କେର୍ଟ ଆସୋସିଏସନ ଦାଇତ୍ବରେ ରହିବ । ନିଜସ୍ବ ଖର୍ଚ୍ଚରେ ସୌନ୍ଦର୍ଯ୍ୟକରଣ  କରିବେ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ଜାଗା ଦେବା ପାଇଁ ବିଏମସି କହିଛି ।

ଚନ୍ଦ୍ରଠାରୁ ମାତ୍ର ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩

ଭୁବନେଶ୍ବର : ସଫଳତାର ପାହାଚ ଚଢୁଛି ଇସ୍ରୋ । ଆଜି ପଞ୍ଚମ ତଥା ଶେଷ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଠାରୁ ମାତ୍ର ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ଆଉ ମାତ୍ର ସପ୍ତାହେ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଦିନକୁ ଦିନ ଚନ୍ଦ୍ରର ଖୁବ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ-୩ ।  କାଲି ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ  । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।Explained: Why Chandrayaan-3 Needs Over 40 Days To Reach The Moon When  NASA's Apollo 11

ଗତି ସମୟରେ ଚନ୍ଦ୍ରଯାନର ହରିଜଣ୍ଟାଲ ସ୍ପିଡ ହାରାହାରି ୧ ଦଶମିକ ୬୮ କିଲୋମିଟର ପ୍ରତି ସେକଣ୍ଡ ଅର୍ଥାତ ଘଣ୍ଟାପ୍ରତି ୬ ହଜାର ୪୮ କିଲୋମିଟରକୁ ହ୍ରାସ କରାଯାଇଛି । ସଫ୍ଟ ଲ୍ୟାଣ୍ଡିଂ ସମୟରେ ଏହାର ଗତି ଶୂନକୁ ହ୍ରାସ କରିବା ଲାଗି ବ୍ୟବସ୍ଥା କରାଯାଉଛି ।  ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।

ବିହନ ପ୍ରଣାଳୀରେ ପାରମ୍ପରିକ ମାଣ୍ଡିଆର ଭୂ-ପ୍ରଭାତି ଜାରି କରି ଓଡ଼ିଶା ବିଶ୍ବରେ ନୂଆ ପରିଚୟ

ଭୁବନେଶ୍ବର : ବିଶ୍ବରେ ଓଡିଶାକୁ ନୂଆ ସଫଳତା । ମାଣ୍ଡିଆର ୪ଟି ଭୂ-ପ୍ରଜାତିକୁ ମାନ୍ୟତା । ବିହନ ପ୍ରଣାଳୀରେ ପାରମ୍ପରିକ ମାଣ୍ଡିଆର ଭୂ-ପ୍ରଭାତି ଜାରି କରିବାରେ ଓଡ଼ିଶା ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରିଛି । କୃଷି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମିପୁର-କାଳିଆ, ମାଲ୍ୟମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ନାମରେ ୪ଟି ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି । ଯାହା ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆର ଭୂ-ପ୍ରଜାତି ବିକଶିତ ହେବ । ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆସିପାରିବ  । ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଛି । ଏହି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରତି ମଧ୍ଯ ସହନଶୀଳ ଅଟେ । ଜନଜାତି ସଂପ୍ରଦାୟର କୃଷକମାନେ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ବିବେଚିତ ହୋଇ ଆସୁଛନ୍ତି । Odisha Millets Mission | dishaodisha.org.in

ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ଆଗକୁ  ଏହିସବୁ ଭୂ-ପ୍ରଭାତି ନେଇ ଲମ୍ବା ଯୋଜନା କରାଯାଇଥିବା କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢୀ କହିଛନ୍ତି  ।  ୨୦୨୭ ମସିହା ପର୍ଯ୍ୟନ୍ତ ପାଇଲଟ ପ୍ରୋଜେଟ ଭାବେ ମିଲେଟ ମିଶନକୁ ନେଇ କାମ ଆରମ୍ଭ କରିଛି କୃଷି ବିଭାଗ । ଲୋକଙ୍କ ଭିତରେ ମିଲେଟ ପ୍ରତି ଆଦାର ବଢାଇବା ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡଙ୍କୁ ସଶକ୍ତ କରି ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି ।  ଚଳିତ ବର୍ଷ ଏନେଇ ବଜେଟରେ ୪୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ଦେଶର ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ଯୋଗାଇ ଦେଉଛି । ମିଲେଟକୁ ୩୦ଟି ଜିଲ୍ଲାର ୧୭୭  ବ୍ଲକକୁ ସଂପ୍ରସାରଣ କରାଯାଇଛି  । ଆଗକୁ ଉପକୂଳ ଓଡ଼ିଶାର ମାଣ୍ଡିଆ ଚାଷ ଉପରେ ଫୋକସ କରିଛି କୃଷି ବିଭାଗ  । ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ଏବେ ସଫଳତା  ପରେ  ସଫଳତା ହାସଲ କରିଛି । ଓଡ଼ିଶା ମିଲେଟ ମିଶନକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସ୍ବୀକୃତି ମିଳିଛି । ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି । ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ମାଣ୍ଡିଆର ପ୍ରଚାର, ପ୍ରସାର ସହ ଘରେ ଘରେ କିପରି ମାଣ୍ଡିଆ ପହଞ୍ଚିବ ସେଦିଗରେ ଜୋରଦାର ପ୍ରୟାସ କରିଛନ୍ତି  ।

ଭୟଙ୍କର ବଜ୍ରାଘାତରେ ଦୁଇଟି ସ୍ଥାନରେ ୫ ଜଣଙ୍କର ମୃତ୍ୟୁ

ବାଲେଶ୍ୱର : ରାଜ୍ୟରେ ଭୟଙ୍କର ବଜ୍ରପାତ । ବଜ୍ରାଘାତରେ ଦୁଇଟି ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ହୋଇଛି  । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ପଣଶାପଡ଼ାରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି  । ବିଲରେ କାମ କରି ଘରକୁ ଫେରିବାବେଳେ ବଜ୍ରାଘାତ ଲାଗିଥିଲା  । ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 5 ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି  । । ସେପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ୨ଜଣଙ୍କର ମୃତ୍ୟୁ ହୋଇଛି  । ମୃତକ ଖେରଙ୍ଗ ଗ୍ରାମପଞ୍ଚାୟତ ପ୍ରତାପ ମାଝୀ  ଓ ଅନ୍ୟଜଣେ ମୟୁରଭଞ୍ଜ ଜିଲ୍ଲାର ଯମୁନା ସିଂ । ଯମୁନା ଚାଷ କରିବାକୁ ଚାନ୍ଦବାଲି ଆସିଥିଲେ । ସିଙ୍ଗିଟି ଗାଁରେ ଚାଷ କାମ କରିବାବାଳେ ବଜ୍ରଘାତରେ ଉଭୟଙ୍କର ମୃତ୍ୟୁ ହୋଇଥି । ଅନ୍ୟ ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି  ।

5T କାର୍ଯ୍ୟକ୍ରମରେ ସାମିଲ ହେଲା ମେଟ୍ରୋ ରେଳ ପ୍ରକଳ୍ପ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୨୦ଟି ସ୍ଥାନରେ ହେବ ଷ୍ଟେସନ

ଭୁବନେଶ୍ବର: 5T କାର୍ଯ୍ୟକ୍ରମରେ ସାମିଲ ହେଲା ମେଟ୍ରୋ ରେଳ ପ୍ରକଳ୍ପ । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ସଂଯୋଗ କରିବ ମେଟ୍ରୋ ରେଳ । ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀକୁ ସଂଯୋଗ କରିବ ମେଟ୍ରୋ ରେଳ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ପ୍ରସ୍ତୁତ ହେଉଛି DPR । ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିସାରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ଟି ସ୍ଥାନରେ ହେବ ମେଟ୍ରୋ ରେଳ ଷ୍ଟେସନ । ଭୁବନେଶ୍ବର ମେଟ୍ରୋ ରେଳ ନିଗମ ଦ୍ବାରା ଆୟୋଜିତ ବୈଠକରେ DMRC ବିସ୍ତୃତ ପ୍ରକଳ୍ପ ରିପୋର୍ଟ ମୁଖ୍ୟ ସଚିବଙ୍କ ନିକଟରେ ଦାଖଲ କରିଛନ୍ତି ।

ତେବେ ଏହି ୨୦ଟି ଷ୍ଟେସନ ହେଉଛି ବିଜୁ ପଟ୍ଟନାୟକ ବିମାନବନ୍ଦର, କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ବାପୁଜିନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ସ୍କୋୟାର, ବାଣୀବିହାର, ଆଚାର୍ଯ୍ୟ ବିହାର ସ୍କୋୟାର, ଜୟଦେବ ବିହାର ସ୍କୋୟାର, ଜାଭିୟର ସ୍କୋୟାର, ରେଳ ସଦନ, ଡିଷ୍ଟ୍ରିକ୍ ସେଣ୍ଟର, ଡମଣା ସ୍କୋୟାର, ପଟିଆ ସ୍କୋୟାର, କିଟ୍ ସ୍କୋୟାର, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ଜୁଲୋଜିକାଲ୍ ପାର୍କ, ଫୁଲାପୋଖରୀ ଏବଂ ତ୍ରିସୁଲିଆ ସ୍କୋୟାର, କଟକ   ।

 

 

ବ୍ୟବସ୍ଥାପକ ହୋଇ ଭାଙ୍ଗିଛନ୍ତି କି ନିୟମ, ଲୋକପ୍ରତିନିଧି ଆଇନର ଉଲ୍ଲଂଘନ କରିଛନ୍ତି ମହମ୍ମଦ ମୋକିମ

ଭୁବନେଶ୍ବର: ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ନିୟମ ଉଲ୍ଲଂଘନ କରିଛନ୍ତି କି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ? ଯଦି ନିୟମ ଭାଙ୍ଗିଥାନ୍ତି ତେବେ ମୋକିମଙ୍କ ରାଜନୈତିକ ଭବିଷ୍ୟତ ବିପଦରେ  । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ କରିଥିବା ମାମଲା ହିଁ କହୁଛି । କେବଳ ସେତିକି ନୁହେଁ ସତ୍ୟପାଠରେ ଅପରାଧୀକ ମାମଲା ନେଇ ଦେଇଥିବା ତଥ୍ୟ ମଧ୍ୟ ଭୁଲ ଅଛି  । ସତ୍ୟପାଠରେ ଉଲ୍ଲେଖ ଅପରାଧୀକ ମାମଲା ଏହାଠାରୁ ଅଧିକ ଅଛି ବୋଲି କହିଛନ୍ତି ଦେବାଶିଷଙ୍କ ଓକିଲ  । ତେବେ କଣ ହେବ ଫୈସଲା ଏବେ ସବୁରି ନଜର କୋର୍ଟଙ୍କ ଉପରେ ରହିଛି  ।

ଜାଲିଆତି କରିଛନ୍ତି କି ମହମ୍ମଦ ମୋକିମ ? ନିର୍ବାଚନ ଲଢିବା ପାଇଁ କରିଛନ୍ତି କି ଫନ୍ଦିଫିକର ? ଫର୍ମ-2Bକୁ ବଦଳାଇବାର କ୍ଷମତା କାହାରି ନାହିଁ  । ତଥାକଥିତ ପ୍ରେସକ୍ରାଇବ ଫର୍ମକୁ ବଦଳାଇଛନ୍ତି କି କଟକ ବାରବାଟୀ ବିଧାୟକ ? କେବଳ ଏତିକି ନୁହେଁ ନିଜ ବିରୋଧରେ ଥିବା ୧୫ଟି ମାମଲା ମଧ୍ୟରୁ ୧୩ଟିର ତାଲିକା ସତ୍ୟପାଠରେ ଉଲ୍ଲେଖ କରିଥିଲେ  । ବାକି ଦୁଇଟିକୁ ଗାଏବ କରିଦେଇଥିଲେ ମୋକିମ  । ଏହାସହ ୨ ଏପ୍ରିଲରେ ନାମାଙ୍କନ ଭରିଥିବା ବେଳେ ୩ ଏପ୍ରିଲର ଦେଇଥିଲେ ସତ୍ୟପାଠ ।

ଯେଉଁଥିରେ ସମ୍ପତ୍ତିର ତାଲିକା ସାଙ୍ଗକୁ ଥିଲା 13ଟି ଅପରାଧୀକ ରେକର୍ଡର ବିବରଣୀ  । ଯେଉଁ ସମ୍ପତ୍ତି ସେ ନିଜର ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ସେଥିରୁ ଅନେକ ତାଙ୍କ ନାଁରେ ନଥିବା ତହସିଲ ରେକର୍ଡରୁ ଜଣାପଡିଛି  । ଏସବୁ ଏବେ ତାଙ୍କ ପାଇଁ ଅଡୁଆ ସ୍ଥିତି ଉତ୍ପନ୍ନ କରିବ ବୋଲି କହିଛନ୍ତି ଦେବାଶିଷଙ୍କ ଓକିଲ । ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୋକିମଙ୍କ ବିଧାୟକ ପଦ ଯିବ  । ତା ସହିତ ଯଦି 15ଟି କେଶରୁ କେଉଁ ଗୋଟିଏରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଗାମୀ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ଅଙ୍କୁଶ ଲାଗିବ  ।

ମୋକିମ ନିଜ ଆଡୁ ପ୍ରସ୍ତୁତ କରିଥିବା ନାମାଙ୍କନ ପତ୍ରରେ ବ୍ୟାପକ ହେରଫେର କରିଛନ୍ତି ବୋଲି ଅଭିଯୋଗ ହୋଇଛି । ସେଥିପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି  । ପ୍ରେସକ୍ରାଇବ ଫର୍ମରେ ପାର୍ଟ 2, 3, ଓ 3A ଥିବା ବେଳେ ସେ ତାଙ୍କ ଫର୍ମରୁ ପାର୍ଟ 2କୁ ସମ୍ପୂର୍ଣ୍ଣ ଓ ପାର୍ଟ 3, 3Aରେ ଆଂଶିକ ଉଚ୍ଛେଦ କରିଛନ୍ତି  । ମେଟ୍ରୋ ବିଲଡର ନାଁରେ ଆପର୍ଟମେଣ୍ଟ ପାଇଁ ପାୱାର ଅଫ ଆର୍ଟର୍ଣ୍ଣି ବଳରେ ନେଇଥିବା ଜମିକୁ ନିଜର ବୋଲି ଦର୍ଶାଇଛନ୍ତି  । ଯାହା ମିଥ୍ୟା ଓ ବେଆଇନ  । ସେହିପରି ଏକାଧିକ ଅପରାଧୀକ ମାମଲାରେ ଲାଗିଥିବା ଧାରା ଗୁଡିକୁ ମଧ୍ୟ ସତ୍ୟପାଠରେ ବିଧାୟକ ଦର୍ଶାଇ ନାହାନ୍ତି  । ଯଦି ଏସବୁ ଅଭିଯୋଗ ସତ୍ୟ ହୋଇଥାଏ ତେବେ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢିବ ଏଥିରେ ସନ୍ଦେହ ନାହିଁ  ।

ମୋକିମ କାହିଁକି କଲେ ଲୋକପ୍ରତିନିଧି ଆଇନର ଉଲ୍ଲଂଘନ ? ଜାଲିଆତି ଜାଣତରେ ହୋଇଛି ନା ଅଜାଣତରେ ? ବ୍ୟବସ୍ଥାପକ ହୋଇ କିଭଳି ସେ ଲୋକଙ୍କ ଭରସା ଜିତିବେ ? ସେ ଯାହା ବି ହେଉ ଗତ ସୋମବାରଠାରୁ ମାମଲାରେ ଜେରା ଆରମ୍ଭ ହୋଇଛି  । ପରବର୍ତ୍ତୀ  ଜେରା ତାରିଖ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ ହୋଇଛି  । ସେହିଦିନ ମାମଲାର ଶୁଣାଣି କରି କୋର୍ଟ ସତ୍ୟାସତ୍ୟ ସ୍ପଷ୍ଟ କରିଦେବେ ବୋଲି କହିଛନ୍ତି ।

ନବୀନଙ୍କ ଯୋଜନା ଦେଶର ମଡେଲ, ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଢାଞ୍ଚାରେ ବିଶ୍ବକର୍ମା

ଭୁବନେଶ୍ବର: ନବୀନଙ୍କ ଯୋଜନା ଦେଶର ମଡେଲ। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣ ଢାଞ୍ଚାରେ ଦେଶରେ ଆରମ୍ଭ ହେଉଛି ବିଶ୍ବକର୍ମା ଯୋଜନା। ଅଣସଂଗଠିତ ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ଏହି ଯୋଜନା ଲାଗୁ ହେବାକୁ ଯାଉଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀଙ୍କ ପରି ୫୦ଟି ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ କଲ୍ୟାଣ ବୋର୍ଡ ଯୋଜନାରେ ସାମିଲ କରିଛନ୍ତି । ଏଥିରେ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହୟତା ୪ଲକ୍ଷ ଟଙ୍କା, ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କା ସହାୟତା ରାଶିକୁ ବୃଦ୍ଧି କରାଯାଇଛି । ଓଡ଼ିଶାର ଅଣସଂଗଠିତ ଶ୍ରମିକ ବୋର୍ଡ ଜରିଆରେ ହିତାଧୀକାରୀଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ୨୦୧୭ ମସିହାରୁ ଶ୍ରମିକ ବୋର୍ଡ ଜରିଆରେ ୩ଲକ୍ଷ ୬୫ହଜାର ପଞ୍ଜିକୃତ ଶ୍ରମିକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର। ଦେଶରେ ନବୀନଙ୍କ ଯୋଜନା ଢାଞ୍ଚାରେ ବିଶ୍ବକର୍ମା ଯୋଜନା କାର୍ଯ୍ୟକାରୀ ହେବା ଭଲ ନିଷ୍ପତ୍ତି ବୋଲି ବିଜେଡି କହିଛି ।

ପୂର୍ବରୁ ରାଜ୍ୟ ସରକାରଙ୍କ କାଳିଆ, ମମତା ପରି ଅନେକ ଯୋଜନାକୁ ପୂରା ଦେଶ ଅନୁକରଣ କରି ବିଭିନ୍ନ ଯୋଜନା କରିଛି। ଅନେକ ସମୟରେ କେନ୍ଦ୍ର ଯୋଜନାଠାରୁ ରାଜ୍ୟ ସରକାରଙ୍କ ଯୋଜନାରେ ବହୁତ ଭଲ ବ୍ୟବସ୍ଥା ଥିବା ବି ପ୍ରମାଣିତ ହୋଇଛି। ଜନସେବାରେ ୨୫ବର୍ଷ ଧରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ସଫଳତା ହାସଲ କରିଥିବାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମିଳିଛି। ରାଜ୍ୟ ଢାଞ୍ଚାରେ ଦେଶରେ ବିଭିନ୍ନ ଯୋଜନା ଲାଗୁ ହେବା ଓଡ଼ିଶା ପାଇଁ ଗର୍ବ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି।

ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ନବୀନଙ୍କ ଏପରି ନିଷ୍ପତ୍ତିରେ ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶ୍ରମିକ କଲ୍ୟାଣ ନୀତି ଏବେ ଦେଶ ଗ୍ରହଣ କରିବାକୁ ଯାଉଛି।