spot_img
Home Blog Page 2874

ନନ୍ଦନକାନନରେ ବାଘୁଣୀ ‘ସାରା’ ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନରେ ବାଘୁଣୀ ‘ସାରା’ ଅସୁସ୍ଥ । ସାଧାରଣ ରଙ୍ଗର ମହାବଳ ବାଘୁଣୀ ସାରା ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହୋଇଛି । ସ୍ବତନ୍ତ୍ର ଚାମ୍ବରରେ ତାକୁ ରଖାଯାଇ ଚିକିତ୍ସା କରାଯାଉଛି । ସାରାକୁ ୧୭ ବର୍ଷ ହୋଇଥିବାବେଳେ ବୟସାଧିକ କାରଣରୁ ସେ ରୋଗାକ୍ରାନ୍ତ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୨୦୦୯ ଏପ୍ରିଲରେ ସାରାକୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା  । ଏବେ ନନ୍ଦନକାନନରେ ୨୭ଟି ବାଘ ରହିଛନ୍ତି  ।

ବାହନଗା ଟ୍ରେନ ଟ୍ରାଜେଡି: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ

ବାଲେଶ୍ବର: ବାହନଗା ଟ୍ରେନ ଟ୍ରାଜେଡି । ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ । ଖୁବଶୀଘ୍ର ସେମାନେ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖିବେ। ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରି ସିବିଆଇ ଛାଡ଼ିଦେଇଥିବା ସୂଚନା ମିଳିଛି ।

ସେପଟେ ଗିରଫ ତିନି ଅଧିକାରୀ ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତି, ସେକ୍ସନ ଇଂଜିନିୟର ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କର ଆଜି ସରୁଛି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । କେତେ ସତ କହିଲେ ଅଭିଯୁକ୍ତ । ଖୋଲିଲେ କି ଷଡ଼ଯନ୍ତ୍ରରର ଗୁମର । ଆଜି ଅଭିଯୁକ୍ତଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ । ଦ୍ବିତୀୟ ପର୍ଯ୍ୟାୟରେ ମିଳିଥିବା ୪ଦିନିଆ ରିମାଣ୍ଡରେ ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ୍ ଜେରା ଚାଲିଛି । ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡ଼ଯନ୍ତ୍ର ରହିଛି କି ଆଦି ଅନେକ ଦିଗରୁ ଛାନବିନ କରାଯାଉଛି । ରେଲଓ୍ବେ ସେଫ୍ଟି କମିଶନଙ୍କ ତଦନ୍ତ ରିପୋର୍ଟ ସିବିଆଇ ତଦନ୍ତରେ ବେଶ ସହାୟକ ହେଉଥିବା ଜଣାପଡିଛି । ତେବେ ମାମଲାରେ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ନିଖୋଜ ଛାତ୍ରର ମିଳିଲା ପତ୍ତା

ଭୁବନେଶ୍ବର: ଭୁବନେଶ୍ବରରୁ ନିଖୋଜ ଛାତ୍ରର ମିଳିଲା ପତ୍ତା। ନିଖୋଜ ୧୬ ବର୍ଷୀୟ ଛାତ୍ର ୟୋଗେଶ ବାଲାଜୀଙ୍କୁ ଡେଲାଙ୍ଗ ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ମୈତ୍ରୀବିହାର ପୋଲିସ । ୧୬ ବର୍ଷର ପିଲାର ମୁଣ୍ଡଜାମିନ ପାଇଁ ଦୁର୍ବୁତ୍ତ ମାଗୁଥିଲେ ୩ ଲକ୍ଷ ଟଙ୍କା ।

ଏ ନେଇ ଗତକାଲି ଥାନା ଆଗରେ ଧାରଣାରେ ବସିଥିଲେ ବାପା ମା’  । ହ୍ବାଟ୍ସଆପରେ ଆସୁଥିଲା ମାରିଦେବାକୁ ଧମକ । ପୁଅ ମିଳିବା ପରେ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଲା ପରିବାର । “ପୋଲିସ ପାଇଁ ମୋ ପୁଅ ଆଜି ମିଳିପାରିଛି” ବୋଲି ଯୋଗେଶଙ୍କ ବାପା କହିଛନ୍ତି ।

ସେଠାକୁ କିଭଳି ଗଲା ସେ ନେଇ ତଦନ୍ତ ଚଳାଇଛି ପୋଲିସ । ଗତ ଗୁରୁବାର କେଉଁଆଡେ ଚାଲିଯାଇଥିଲେ ଯୋଗେଶ ବାଲାଜି । ଏ ନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ ପରିବାର ।

ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିଛନ୍ତି । ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ପ୍ରଦାନ କରିବେ । ଅଧିକରୁ ଅଧିକ ଛାତ୍ର ସାମିଲ ହୋଇ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପିଲା ଓ ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତାଙ୍କୁ ଚାରା ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଛନ୍ତି  ।

ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ

କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧  ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ ହୋଇଥିବାବେଳେ ୩୯ ହଜାର ୨୫୯ଟି ମାମଲାର ଫଏସଲା କରିଥିଲେ ଅଦାଲତ ।

ମାମଲା ଫଏସଲା ହାର ଥିଲା ୯୨.୮୫ ପ୍ରତିଶତ  । ୨୦୨୨ର ପ୍ରଥମ ୬ମାସରେ ୫୩ ହଜାର ୧୫୫ ମାମଲା ଦାଏର ହୋଇଥିବାବେଳେ ପୁରୁଣା ବର୍ଷର ମାମଲା ମିଶାଇ ୫୯ ହଜାର ୮୫୦ଟି ମାମଲାର ଫଏସଲା କରାଯାଇଥିଲା । ଚଳିତବର୍ଷର ପ୍ରଥମ ୬ ମାସରେ ୪୯ ହଜାର ୬୩୫ ମାମଲା ରୁଜୁ ହୋଇଥିଲା ।

ଏହି ୬ ମାସରେ ୬୨ ହଜାର ୮୬୯ ମାମଲର ଫଏସଲା କରାଯାଇଛି । ମାମଲା ଫଏସଲାର ହାର  ଗତବର୍ଷ ଅପେକ୍ଷା ୫.୦୪ ପ୍ରତିଶତ ବୃଦ୍ଧି ପାଇ ୧୨୬.୬୬ ପ୍ରତିଶତରେ ପହଞ୍ଚିଛି  ।  ସେହିଭଳି ୨୦୨୧ରେ ୩୪୧ ମାମଲାର ରାୟ ପ୍ରକାଶ ପାଇଥିବାବେଳେ ୨୦୨୨ରେ ୯୮୨ ଓ ଚଳିତବର୍ଷ ପ୍ରଥମ ୬ ମାସରେ ୧୩୬୮ଟି ମାମଲାର ରାୟ ପ୍ରକାଶ ପାଇଛି ।

ରାଜ୍ୟର ନିମ୍ନ ଅଦାଲତରେ ମଧ୍ୟ ମାମଲା ଫଏସଲା ହାର ବୃଦ୍ଧି ପାଉଛି  । ନୂଆ ଅଦାଲତ ପ୍ରତିଷ୍ଠା, ଟ୍ରାଏଲ କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ମାମଲାର ଉପଯୁକ୍ତ ବଣ୍ଟନ, ନ୍ୟାୟିକ ସମସ୍ୟ ନଷ୍ଟ ପ୍ରସଙ୍ଗରେ ହ୍ରାସର କାରଣ ପାଇଁ ସଫଳତା ମିଳିଛି  ।

ବେଦୀ ଉପରେ ପ୍ରେମିକାର ଅନସନ, କହିଲେ ପ୍ରେମିକକୁ ବିବାହ କରାଇ ଦେବିନି

ନିମାପଡ଼ା: ଲଭ-ସେକ୍ସ-ଧୋକ୍କା । ପ୍ରେମରେ ପ୍ରତାରଣା, ବିବାହ ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବା ବେଳେ ମଙ୍ଗନରେ ପହଞ୍ଚିଲା ପ୍ରେମିକା । ନ୍ୟାୟ ଦାବିରେ ବେଦୀରେ ପ୍ରେମିକାର ଆମରଣ ଅନଶନ ।

ବିବାହ କରାଇଦେବିନି, ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ପ୍ରେମିକା। ଏହି ଘଟଣା ଘଟିଛି ନିମାପଡ଼ା ବଳଙ୍ଗା ଥାନା ତୋଟା ସାହିରେ । ପୁରୀର ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇଥିଲେ ତୋଟା ସାହିର ଜଣେ ଯୁବକ । ଶାରିରୀକ ସମ୍ପର୍କ  ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ହଠାତ୍ ଘରକୁ ଆସି ବିବାହ କରୁଥିବା ଖବର ପାଇ ପହଞ୍ଚିଥିଲେ ପ୍ରେମିକା । ତାଙ୍କ ସହ ଆଉ ଜମେ ଝିଅଙ୍କ ଜୀବନ ନଷ୍ଟ ନହେଉ ବୋଲି କହିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ଯୁବତୀ । ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବକଙ୍କ ପରିବାରଲୋକ ।

ନନ୍ଦନକାନନକୁ ଆସିବେ ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ ।

ପ୍ରତିବଦଳରେ ନନ୍ଦନକାନନରୁ ନିଆଯାଇଛି ଦୁଇଟି ନାଲି ମହାବଳ ବାଘ । ଅଣ୍ଡିରା ନାଲି ବାଘ ରକି ଓ ବାଘୁଣୀ ସୋହିନୀକୁ ଦିଆଯାଇଛି । ଏହାସହିତ ୩ଟି ଘଡିଆଳ କୁମ୍ଭୀର ମଧ୍ୟ ଦିଆଯାଇଛି । ଗତକାଲି ଇଟାନଗରରୁ ଏକ ୬ ଜଣିଆ ଟିମ ନନ୍ଦନକାନନ ଆସିଥିବାବେଳେ ଆଜି ବାଘ ଓ କୁମ୍ଭୀର ନେଇ ବାହାରିଛନ୍ତି ।

ଇଟାନଗରରୁ ପଶୁଙ୍କୁ ଆଣିବାକୁ ନନ୍ଦନକାନନର ୬ ଜଣିଆ ଟିମ୍ ମଧ୍ୟ ଇଟାନଗର ଗସ୍ତ କରିଛନ୍ତି  ।  ଆସନ୍ତା ୨୩ କିମ୍ବା ୨୪ ତାରିଖ ସୁଦ୍ଧା ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  ।

ସୋପିଆନରେ ଆତଙ୍କବାଦୀଙ୍କ ହମଲା, ଗୁଳିମାଡ଼ କଲେ ୨ ଆତଙ୍କବାଦୀ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀଙ୍କ ହମଲା । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ନାକାବନ୍ଦୀ ହୋଇଛି ।

୩ ଶ୍ରମିକ ହେଲେ ଅନମୋଲ କୁମାର, ହରିଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର । ସୁରକ୍ଷା ଦୃଷ୍ଟିରୁ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ରାତି ପ୍ରାୟ ୮ଟା ୪୫ରେ ଫୁଟିଥିଲା ଗୁଳି । ଶ୍ରମିକ ରହୁଥିବା ଭଡ଼ା ଘରେ ପଶି ବିହାରର ୩ ଶ୍ରମିକଙ୍କୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଶିବିରରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଫାୟାରିଂ । ସମ୍ପୃକ୍ତ ଭଡ଼ା ଘରେ ପ୍ରାୟ ୨୦ଜଣ ବାହାର ରାଜ୍ୟର ଶ୍ରମିକ ରହୁଥିଲେ ।

ଓଡ଼ିଶାକୁ ଆସୁଛି ବଡ଼ ବର୍ଷା, ୧୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ଓଡ଼ିଶାକୁ ଆସୁଛି ବଡ଼ ବର୍ଷା । ଆଗକୁ ରହିଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ ।

ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାର । ପରେ ୧୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ଜୁଲାଇ ୨୧ରେ ଅବପାତର ରୂପ ନେବ ।

ଜୁଲାଇ ୨୨ରେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ବର୍ଷିବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

୧ ଜୁନରୁ ଏଯାଏ ୨୪୩ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୩୩୪.୪  ମିଲିମିଟର ତୁଳନାରେ ୨୭ ପ୍ରତିଶତ କମ । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୪୨% ଅଧିକ । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪  ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଛି ।

ରକେଟ୍ ୱିମେନ୍ ‘ରିତୁ’: ଚନ୍ଦ୍ରଯାନ-୩ ମିଶନକୁ କରୁଛନ୍ତି ଲିଡ୍

ଶ୍ରୀହରିକୋଟା: ଲକ୍ଷ୍ନୌର ରକେଟ୍ ୱିମେନ୍ ରିତୁ ଶ୍ରୀବାସ୍ତବ । ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଛନ୍ତି ରିତୁ । ଆଜି ଦେଶ ପାଇଁ ଖୁବ ବଡ଼ ଦିନ । ଶ୍ରୀହରିକୋଟାର ଶତୀଶ ଧୱନ ସ୍ପେଚ୍ ରିସର୍ଚ୍ଚ ସେଣ୍ଟରରୁ ୨ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩ ।

ଏପରି ଏକ ବିରାଟ ମିଶନର ଦାୟିତ୍ବ ମହିଳା ବୈଜ୍ଞାନିକ ଡାକ୍ତର ରିତୁ କରିଧାଲ ଶ୍ରୀବାସ୍ତବ ନେଇଛନ୍ତି । ଲକ୍ଷ୍ନୌର ରିତୁ ଭାରତୀୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି । ମଙ୍ଗଳାୟାନ ମିଶନରେ ରିତୁ ଡେପୁଟି ଡାଇରେକ୍ଟର ରହିସାରିଛନ୍ତି । ଲକ୍ଷ୍ନୌରେ ଜନ୍ମିତ ରିତୁଙ୍କର ବିଜ୍ଞାନ ଓ ଅନ୍ତରୀକ୍ଷରେ ରୁଚି ଥିବାରୁ ବେଙ୍ଗାଳୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନରେ ପ୍ରବେଶ କରିଥିଲେ । ଏହାପରେ ରିତୁ ଇସ୍ରୋରେ ଚାକିରି ଆରମ୍ଭ କରିଥିଲେ । ୨୦୦୭ରେ ରିତୁ ପାଇଥିଲେ ଯୁବ ବୈଜ୍ଞାନିକର ପୁରସ୍କାର । ଭିନ୍ନ ଭିନ୍ନ ମିଶନରେ ତାଙ୍କର ଭୂମିକା ନେଇ ଦେଶର ପ୍ରମୁଖ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ଅଛି । ରିତୁଙ୍କୁ ରକେଟ୍ ୱିମେନର ଆଖ୍ୟା ମଧ୍ୟ ଦିଆଯାଇଛି । ମାସ୍ ଅରବିଟ୍ ମିଶନ ପାଇଁ ଇସ୍ରୋ ଟିମ୍ ପୁରସ୍କାର ପାଇଛନ୍ତି ଏହି  ରକେଟ୍ ନ ୱିମେନ୍  ।  ଚନ୍ଦ୍ରଯାନ-୨ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ରିତୁ ।