ନନ୍ଦନକାନନକୁ ଆସିବେ ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ ।

ପ୍ରତିବଦଳରେ ନନ୍ଦନକାନନରୁ ନିଆଯାଇଛି ଦୁଇଟି ନାଲି ମହାବଳ ବାଘ । ଅଣ୍ଡିରା ନାଲି ବାଘ ରକି ଓ ବାଘୁଣୀ ସୋହିନୀକୁ ଦିଆଯାଇଛି । ଏହାସହିତ ୩ଟି ଘଡିଆଳ କୁମ୍ଭୀର ମଧ୍ୟ ଦିଆଯାଇଛି । ଗତକାଲି ଇଟାନଗରରୁ ଏକ ୬ ଜଣିଆ ଟିମ ନନ୍ଦନକାନନ ଆସିଥିବାବେଳେ ଆଜି ବାଘ ଓ କୁମ୍ଭୀର ନେଇ ବାହାରିଛନ୍ତି ।

ଇଟାନଗରରୁ ପଶୁଙ୍କୁ ଆଣିବାକୁ ନନ୍ଦନକାନନର ୬ ଜଣିଆ ଟିମ୍ ମଧ୍ୟ ଇଟାନଗର ଗସ୍ତ କରିଛନ୍ତି  ।  ଆସନ୍ତା ୨୩ କିମ୍ବା ୨୪ ତାରିଖ ସୁଦ୍ଧା ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  ।