ସୋପିଆନରେ ଆତଙ୍କବାଦୀଙ୍କ ହମଲା, ଗୁଳିମାଡ଼ କଲେ ୨ ଆତଙ୍କବାଦୀ

1 min read

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ସୋପିଆନରେ ଆତଙ୍କବାଦୀଙ୍କ ହମଲା । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ନାକାବନ୍ଦୀ ହୋଇଛି ।

୩ ଶ୍ରମିକ ହେଲେ ଅନମୋଲ କୁମାର, ହରିଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର । ସୁରକ୍ଷା ଦୃଷ୍ଟିରୁ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ରାତି ପ୍ରାୟ ୮ଟା ୪୫ରେ ଫୁଟିଥିଲା ଗୁଳି । ଶ୍ରମିକ ରହୁଥିବା ଭଡ଼ା ଘରେ ପଶି ବିହାରର ୩ ଶ୍ରମିକଙ୍କୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଶିବିରରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଫାୟାରିଂ । ସମ୍ପୃକ୍ତ ଭଡ଼ା ଘରେ ପ୍ରାୟ ୨୦ଜଣ ବାହାର ରାଜ୍ୟର ଶ୍ରମିକ ରହୁଥିଲେ ।