ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିଛନ୍ତି । ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ପ୍ରଦାନ କରିବେ । ଅଧିକରୁ ଅଧିକ ଛାତ୍ର ସାମିଲ ହୋଇ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପିଲା ଓ ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକର୍ତ୍ତାଙ୍କୁ ଚାରା ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଛନ୍ତି  ।