ଭୁବନେଶ୍ୱର : ନୂଆ ରୂପରେ ଲାଲ୍ଚାନ୍ଦ ଜୁଏଲାରୀ। ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଲାଲ୍ଚାନ୍ଦ ଜୁଏଲାରୀର ହୋଇଛି ନବକଳେବର ।ଲୋକପ୍ରିୟ ସୋରୁମ୍ ଲାଲ୍ଚାନ୍ଦ ନିଜର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସୋରୁମକୁ ନୂଆ ରୂପରେ ସୁସଜ୍ଜିତ କରିଛି। ସୋରୁମର ପଛପାର୍ଶ୍ଵରେ ପର୍ଯ୍ୟାପ୍ତ ପାର୍କି ସୁବିଧା ସହ ନୂତନ ପ୍ରବେଶ ଦ୍ବାର କରାଯାଇଛି । ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ହଂସ ଓ ତାଙ୍କ ଭାଇ ଶ୍ୟାମସୁନ୍ଦର ହଂସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଓଡ଼ିଆ ସିନେ ତାରକା କୁନା ତ୍ରିପାଠୀ, ଆକାଶ ଦାସ ନାୟକ,ଅଭିନେତ୍ରୀ ଭୂମିକା ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ କଳାକାରମାନେ ଯୋଗ ଦେଇଥିଲେ ।ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି ସଞ୍ଜୟ ହଂସ। ଯାହା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ସମସ୍ତ ଏଚ୍ ଆଇଡି ହଲ୍ମାର୍କ ଯୁକ୍ତ ସୁନା ଗହଣା ଗଢ଼ା ମୂଲ୍ୟ ଗ୍ରାମ ପିଛା ପ୍ଲାଟ୍ ୪୯୯ ଟଙ୍କା ରହିଛି । ଆଗକୁ ଦଶହାର ପୂଜା ଆସୁଥିବାରୁ ସଂପୂର୍ଣ୍ଣ ନୂଆ ଲୁକରେ ଲାଲଚାନ୍ଦ ଜୁଏଲାରୀ ନଜରକୁ ଆସିବ ।
ଋଣ ଟଙ୍କା ବସ୍ତାରେ ଭର୍ତ୍ତି କରି ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍
ରାଉରକେଲା: ଦିନ ଯେତିକି ଗଡ଼ୁଛି ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବୁଛି । ସମ୍ବାଦର ଲୋନ ସ୍କାମକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣାମାନ ସାମ୍ନାକୁ ଆସୁଛି । ଏହି ମେଗା ସ୍କାମର ଗୁମର ସମ୍ପର୍କରେ ପୂର୍ବତନ କର୍ମଚାରୀମାନେ ଖୋଲିବାରେ ଲାଗିଛନ୍ତି । ପୂର୍ବରୁ ଭୟରେ ରହିଥିବାବେଳେ ଏବେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ରାଉରକେଲାର ରଶ୍ମି ମୁଦୁଲି ଯିଏକି ସମ୍ବାଦରେ ଦୀର୍ଘଦିନ ଧରି କାମ କରୁଥିଲେ । ସେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି କି, ଆମ ନାଁରେ ଋଣ ହୁଏ ସତ । କିନ୍ତୁ ଆମେ ଟଙ୍କା ଗଣିବାକୁ ସୁଯୋଗ ପାଇ ନଥାଉ । ସମ୍ବାଦର ଏଚ.ଆର ମୁଖ୍ୟ ବୈଜୟନ୍ତୀ କର ମ୍ୟାଡାମ ଏବଂ ଅନ୍ୟ କିଛି କର୍ମଚାରୀ ତାଙ୍କ ସାଙ୍ଗରେ ଆସିଥାନ୍ତି । ଲୋନ ହୋଇଯିବାପରେ ସେହି ବ୍ୟାଙ୍କରେ ହିଁ ଆମେ ଟଙ୍କା ତାଙ୍କ ହାତକୁ ଦେଇଥାଉ । କେତେ ଟଙ୍କା ରହିଛି କେବଳ ଆମେ ଶୁଣିଥାଉ । ଗଣିବାର ସୁଯୋଗ ମିଳିନଥାଏ । ବସ୍ତା ନେଇ ଆସିଥିବା ମ୍ୟାଡାମ ସବୁ ଟଙ୍କା ସେଥିରେ ନିଅନ୍ତି । ଏହାସାଙ୍ଗେ ବହୁ କର୍ମଚାରୀଙ୍କ ଲୋନ ହେଉଥିବାବେଳେ ସେ ଏକ ବଡ଼ ବସ୍ତା ଆଣନ୍ତି ଆଉ ସବୁ ଟଙ୍କା ସେଥିରେ ଭର୍ତ୍ତି କରି ନେଇ ଯାଆନ୍ତି ।
ଏହାସହ ସେ କହିଛନ୍ତି କି, ମୋତେ ଆକ୍ରୋଶ ମୂଳକଭାବେ ହଇରାଣ କରାଯାଇଛି । କରୋନା ସମୟରେ ମୋତେ ଭୁବନେଶ୍ବର ଅଫିସକୁ ବଦଳି କରାଯାଇଥିଲା । ଯେଉଁ ସମୟରେ କି ଘର ମିଳିବା କଷ୍ଟସାଧ୍ୟ । ମୋତେ ଖାଇବାକୁ ମଧ୍ୟ ମିଳିନାହିଁ । ମୁଁ ଉପାସରେ ରହି କାମ କରିଛି । ବେଳେ ମାତ୍ର ଗୋଟିଏ ଥର ଖାଇ କାମ କରିଛି । ତଥାପି ସେମାନେ ମୋତେ ଠକିଛନ୍ତି ।
ରଶ୍ମି କହିଛନ୍ତି କି, ମୁଁ ୨୧ ବର୍ଷ କାମ କରିବା ଭିତରେ ୫ଟି ଲୋନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ଆମ ନାଁରେ ଲୋନ ହୋଇଛି । କେତେ ଟଙ୍କାର ଲୋନ ହୋଇଛି ତାହା ଆମକୁ ଜଣାନାହିଁ । ମୋ ଭଳି ଏଭଳି ଅନେକ କର୍ମଚାରୀ ଶୋଷଣର ଶିକାର ହୋଇଛନ୍ତି । କିନ୍ତୁ ଚାକିରୀ ଚାଲିଯିବା ଭୟରେ କେହି ମୁହଁ ଖୋଲୁ ନଥିଲେ ।
ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ପାଇଁ ଲାଗି ପଡିଛି ସମ୍ବାଦ ଓ କନକ ନ୍ୟୁଜ୍
ଭୁବନେଶ୍ୱର : ସମ୍ବାଦ ବ୍ୟାଙ୍କ ସ୍କାମର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏହି ସବୁ ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ବାଦ ଓ କନକ ନ୍ୟୁଜ୍ ଦିନ ରାତି ଲାଗି ପଡିଛନ୍ତି । ସମ୍ବାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି । ସମ୍ବାଦର ଏହି ବ୍ୟାଙ୍କ ସ୍କାମ୍ ଲୋକଲୋଚନକୁ ଆଣିବାରୁ ନନ୍ଦିଘୋଷ ଟିଭି ଓ ସକାଳ ବିରୋଧରେ ସମ୍ବାଦ ଓ କନକ ନ୍ୟୁଜ୍ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି । କିନ୍ତୁ ଯେତେ ଯାହା ଫନ୍ଦି ଫିକର କଲେ, ସତ ସବୁ ବେଳେ ସତ । ତଦନ୍ତ ପରେ ସ୍ପଷ୍ଟ ହୋଇଯିବ କିଭଳି ଜାଲିଆତି ଓ ସ୍କାମ କରି କର୍ମଚାରୀଙ୍କୁ ଶୋଷଣ କରୁଥିଲେ ଇଷ୍ଟର୍ଣ୍ଣ ମିଡିଆ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ । ନନ୍ଦିଘୋଷ ଟିଭି ମିଛ ଖବର ଦେଖାଇଛି ବୋଲି କନକ ନ୍ୟୁଜ୍ ଦେଖାଇଛି । କାରଣ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗ ମୁଖ୍ୟ EOW ତଦନ୍ତକୁ ଡରି ଫେରାର ହୋଇଥିବା ନନ୍ଦିଘୋଷ ଟିଭି ପ୍ରସାରଣ କରିଥିଲା । ଏହି ଖବର ମିଛ ନଥିଲା । ଦୁଇ ଦିନ ଧରି EOW ସହ ବୈଜୟନ୍ତୀ ଲୁଚକାଳି ଖେଳୁଥିଲେ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଅଗତ୍ୟା EOW ଅଧିକାରୀଙ୍କ ସାମ୍ନାକୁ ଆସିଥିଲେ । ବୈଜୟନ୍ତୀ EOW ସାମ୍ନାକୁ ଆସିବା ପରେ ନନ୍ଦିଘୋଷ ଟିଭି ଖବର ପ୍ରସାରଣ କରିଥିଲା ଯେ, ବୈଜୟନ୍ତୀଙ୍କୁ ଜେରା କରୁଛି EOW । ଏଥିରେ ମିଛ ଆସିଲା କୁଆଡୁ ? ହେଲେ ଆଜି କନକ ନ୍ୟୁଜ୍ କିନ୍ତୁ ସାଂଘାତିକ ମିଛ ଖବର ପରିବେଷଣ କରିବାରେ ଲାଗିଛି ।
କନକ ନ୍ୟୁଜର ସଦ୍ୟତମ ମିଛ ଖବରଟି ହେଲା ୧୪ ବର୍ଷ ତଳେ ଅସୀମ ମହାପାତ୍ରଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍ କରିଥିଲା । ଏହା ସତ୍ୟ ନୁହେଁ । ଏହା ଅର୍ଦ୍ଧ ସତ୍ୟ ମାତ୍ର । ସତ କଥାଟି ହେଲା, ୨୦୧୫ ମସିହାରେ ଅସୀମଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ବା ସମ୍ବାଦ ଲୋନ୍ କରାଇଥିଲା । ୨୦୨୦ ପର୍ଯ୍ୟନ୍ତ ଅସୀମ ସମ୍ବାଦରେ କାର୍ଯ୍ୟରତ ଥିଲେ । ଅର୍ଥାତ ୮ ବର୍ଷ ତଳେ ଲୋନ୍ କରାଯାଇଥିଲା । ଏହି ଲୋନକୁ ନେଇ ବିବାଦ ହେବାରୁ ଦୁଇ ବର୍ଷ ତଳେ ସମ୍ବାଦ ଛାଡ଼ିଥିଲେ ଅସୀମ । ଅବଶ୍ୟ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣ କରିବା ଛଳରେ କନକ ନ୍ୟୁଜ୍ ସ୍ବୀକାର କରିଛି ଯେ, ଅସୀମଙ୍କ ନାଁରେ ସମ୍ବାଦ ଜାଲିଆତି କରି ଋଣ କରିଥିଲା । କେବଳ ଋଣ କଥା ନୁହେଁ, ଗୋଟିଏ ପରେ ଗୋଟିଏ ସମ୍ବାଦର ଜଘନ୍ୟ କେଳେଙ୍କାରୀ ଏବେ ସାମ୍ନାକୁ ଆସିବାରେ ଲାଗିଛି । ସମ୍ବାଦ ଏବଂ କନକ ନ୍ୟୁଜରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ବହୁ କର୍ମଚାରୀ ଇପିଏଫ୍ କି ଇଏସଆଇ ପରିସରଭୁକ୍ତ ହୋଇନାହାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଇପିଏଫ୍ ଏବଂ ଇଏସଆଇ ପରିସରଭୁକ୍ତ ହୋଇନଥିବା ଏହି କର୍ମଚାରୀଙ୍କ ନାଁରେ ମଧ୍ୟ ସମ୍ବାଦ ଋଣ କରି ଋଣ ଟଙ୍କା ହଡ଼ପ କରିଛି । ଗତକାଲି EOW ଦେଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କୁହାଯାଇଛି ଯେ, ସମ୍ବାଦ କେତେବଡ଼ ବ୍ୟାଙ୍କ ସ୍କାମ କରିଆସୁଥିଲା । ଆଉ ଏକ ସୂଚନା ଦେବା ଏଠାରେ ଯଥାର୍ଥ ହେବ ଯେ, EOWରେ ଯେଉଁ ମାମଲା ହୋଇଛି ତାହା ସକାଳର କର୍ମଚାରୀ କରିଛନ୍ତି । କିନ୍ତୁ କନକ ନ୍ୟୁଜ୍, ସମ୍ବାଦ କାହିଁକି ସ୍ବୀକାର କରିବାକୁ ଭୟ କରୁଛନ୍ତି ଯେ, ସକାଳର କର୍ମଚାରୀ ହେବା ପୂର୍ବରୁ ସେ ସମ୍ବାଦର କର୍ମଚାରୀ ଥିଲେ ।
ଏହା ସତ୍ୟ ଯେ, ସମ୍ବାଦର ଦୁଇ ଚାରି ଜଣ ପୂର୍ବତନ କର୍ମଚାରୀ ସକାଳରେ ଏବେ କାମ କରୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅଧେ EOWରେ ମାମଲା ରୁଜୁ କରିଛନ୍ତି । କିନ୍ତୁ ଅନ୍ୟ ୫ରୁ ୭ ଜଣ ଯେ ସକାଳର କର୍ମଚାରୀ ନୁହଁନ୍ତି । ସେ ଖବର ପ୍ରସାରଣ କରିବାକୁ କନକ ନ୍ୟୁଜ୍ ଓ ସମ୍ବାଦ ଏତେ କୁଣ୍ଠିତ କାହିଁକି ? ଉଦାହରଣ ପାଇଁ ପୂର୍ଣ୍ଣଚନ୍ଦ୍ର ଦେଓ, ଭୈରବ ବ୍ରହ୍ମା ସକାଳର କର୍ମଚାରୀ କି ? କଥାରେ ଅଛି କହି ଦେଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ । କନକ ଏବଂ ସମ୍ବାଦର ଅବସ୍ଥା ଏବେ ଠିକ୍ ସେୟା ।
ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି ଦେଲେ ନବୀନ
ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ୪ମୁଖ୍ୟ ସଂଯୋଜକ ଭାବେ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସଡକ ପରିବହନ କର୍ମଚାରୀ ମହାସଂଘ ୪ମୁଖ୍ୟ ସଂଯୋଜକ ଭାବେ ସୁଜିତ କୁମାର, ପ୍ରଣବ ବଳବନ୍ତରାୟ, ମିହିର ରାଉତ, ନବକିଶୋର ମହାନ୍ତି ନିଯୁକ୍ତ କରାଯାଇଛି।
ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ୫ମୁଖ୍ୟ ସଂଯୋଜକ ଭାବେ ପ୍ରୀତିରଂଜନ ଘଡାଇ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା GPLF ମହାସଂଘ ୩ ମୁଖ୍ୟ ସଂଯୋଜକ ହୋଇଛନ୍ତି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ, ସୁଭଦ୍ରା ଦାସ। ସେହିପରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ୩ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ନିଯୁକ୍ତ ହୋଇଛନ୍ତି। ଉଠା ଦୋକାନୀ ସଂଘର ୩ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଏନେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।
ମହିଳାଙ୍କୁ ପାର୍ଲାମେଣ୍ଟ ଓ ବିଧାନସଭାରେ ୩୩ % ସଂରକ୍ଷଣ ସ୍ୱର ଓଡିଶା ମାଟିରୁ ଆରମ୍ଭ
ନୂଆଦିଲ୍ଲୀ : ମହିଳାଙ୍କୁ ପାର୍ଲାମେଣ୍ଟ ଓ ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପ୍ରକ୍ରିୟା ଓଡିଶା ମାଟିରୁ ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଛନ୍ତି । ପ୍ରଥମତଃ ଏକ ବିଲ ଆଗତ କରି ପୌର ଓ ପଞ୍ଚାୟତରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୨୧ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଂକଳ୍ପ ଆଗତ କରିଥିଲେ । ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ନିମନ୍ତେ ଆଗତ ଏହି ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ଏହି ସଂକଳ୍ପ ଆଧାରରେ ବିଜେଡିର ଏକ ପ୍ରତିନିଧି ଦଳ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟକୁ ଗସ୍ତକରି ସଂପୃକ୍ତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ସାକ୍ଷାତକରି ଏହି ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ । କେବଳ କଥାରେ କଥାରେ ଏହାକୁ ନରଖି ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜେଡି ସୁପ୍ରିମୋ ପ୍ରଥମେ ଏହାକୁ ନିଜ ଦଳ କ୍ଷେତ୍ରରେ ଲାଗୁ କରିବାକୁ ଘୋଷଣା କରିଥିଲେ ।
୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ, ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୩୩ ପ୍ରତିଶତ ଆସନରେ ଅର୍ଥାତ ୭ଟି ଆସନରେ ବିଜୁ ଜନତା ଦଳ ମହିଳା ପ୍ରାର୍ଥୀ ଦେବ । ଦଳୀୟ ଟିକେଟ ପ୍ରଦାନ ବେଳେ ସେୟା ହିଁ ହେଲା । ବିଜୁ ଜନତା ଦଳ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା । ମହିଳାଙ୍କ ବିକାଶ ଏବଂ ମହିଳାଙ୍କ ସଶକ୍ତିକରଣ ଦିଗରେ ଅହରହ କାର୍ଯ୍ୟ କିଆସୁଥିବା ମୁଖ୍ୟମନ୍ତ୍ରୀasembly ନବୀନ ପଟ୍ଟନାୟକ ବରାବର ଏହି ସଂରକ୍ଷଣ ବାବଦରେ ସ୍ବର ଉଠାଇ ଆସୁଛନ୍ତି । ସଂସଦର ଅଧିବେଶନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବିଜୁ ଜନତାଦଳର ସାଂସଦମାନେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବିଲ ଆଗତ କରିବା ଲାଗି ଦାବି ଦୋହରାଇଥିଲେ ।
ଭାରତରେ ରହୁଥିବା କାନାଡା ନାଗରିକଙ୍କ ପାଇଁ ଆଡଭାଇଜ ଜାରି
ନନ୍ଦିଘୋଷ ବ୍ୟୁରୋ : ଭାରତରେ ରହୁଥିବା ନିଜ ଦେଶର ନାଗରିକମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି କାନାଡା ସରକାର । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସନ୍ଦିଗ୍ଧ ସମ୍ପୃକ୍ତିକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହେଉଥିବାରୁ ଏହି ଆଡଭାଇଜରୀ ଜାରି କରାଯାଇଛି । ଦେଶବ୍ଯାପୀ ଆତଙ୍କୀ ହମଲା ହେବା ଆଶଙ୍କା ଥିବାରୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ଲାଗି ପରାମର୍ଶ ଦିଆଯାଇଛି । ବିନା କାରଣରେ ଯାତ୍ରା ନ କରିବାକୁ କୁହାଯାଇଛି । ଏହା ସହ ଆତଙ୍କବାଦ ଘଟଣାବହୁଳ ଜାମ୍ମୁ ଓ କାଶ୍ମୀର ଓ ଲଦାଖକୁ ନ ଯିବା ଲାଗି ବି ଆଡଭାଇଜରୀରେ ଦର୍ଶାଯାଇଛି । ଗତ 19 ତାରିଖରେ କାନାଡା ସରକାର ସେଠାରେ ଅବସ୍ଥାପିତ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିଟିକାଲ ଓ୍ବିଙ୍ଗର ମୁଖ୍ଯ ପବନ କୁମାର ରାଏଙ୍କୁ ବହିଷ୍କାର କରିଥିଲେ । ଜବାବରେ ଭାରତରେ ଅବସ୍ଥାପିତ କାନାଡାର ବରିଷ୍ଠ କୂଟନୀତିଜ୍ଞ ଓଲିଭର ସିଲଭେଷ୍ଟରଙ୍କୁ ବହିଷ୍କାର କରିଥିଲେ । ସେପଟେ ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତ ସରକାର ଗୁରୁତ୍ବର ସହ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଟ୍ରୁଡୁ ।
ଗତ ସେପ୍ଟେମ୍ବର 19ରେ ଟ୍ରୁଡୁ କାନାଡା ପାର୍ଲାମେଣ୍ଟରେ ବୟାନ ଦେଇଥିଲେ ଯେ ହରଦୀପ ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି । ହରଦୀପ ସିଂ ହେଉଛି ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ଯ ଓ କାନାଡା ନାଗରିକ । 2007 ଲୁଧିଆନା ବିସ୍ଫୋରଣ ଘଟଣାରେ ସେ ମୁଖ୍ଯ ଅଭିଯୁକ୍ତ ଥିଲା । ଏହି ଘଟଣାରେ ପ୍ରାଣ ହରାଇଥିଲେ 6 ଜଣ, ଆହତ ହୋଇଥିଲେ 42 ଜଣ । ତାକୁ ଭାରତ ହାତରେ ପ୍ରତ୍ଯର୍ପଣ କରିବା ଲାଗି କାନାଡା ନିକଟରେ ଭାରତ ବାରମ୍ବାର ଦାବି କରିଆସିଥିଲା । 2020ରେ ହରଦୀପକୁ ଜଣେ ଆତଙ୍କବାଦୀ ବୋଲି ବିଧିବଦ୍ଧ ଘୋଷଣା କରିଥିଲା ଭାରତ । ଗତ 2023 ଜୁନ 18ରେ କାନାଡାର ବ୍ରିଟିଶ କଲମ୍ବିଆର ସୁରେ ସହର ଅନ୍ତର୍ଗତ ଏକ ଗୁରୁଦ୍ବାରାରେ ଅଜଣା ଦୁର୍ବୃତ୍ତ ହରଦୀପକୁ ଗୁଳି କରି ହତ୍ଯା କରିଥିଲେ ।
ସୌମ୍ଯଙ୍କ ପ୍ରତିଶୃତି, ହକର ମାନଙ୍କ ପାଇଁ ପାଲଟି ଯାଇଛି ଅଭିଶାପ
ବାଲେଶ୍ୱର : ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ବାଲେଶ୍ବର ହକର ସଂଘ । ସୌମ୍ଯଙ୍କ ପ୍ରତିଶୃତି, ହକର ମାନଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ସେମାନଙ୍କ ଦାନାରେ ବାଧାଦେଇ ନୂଆ ହକର ସୃଷ୍ଟି କରୁଛନ୍ତି ସୌମ୍ୟ । ତେବେ ଏହି ନୂଆ ହକରଙ୍କ ନାଁରେ ସୌମ୍ୟରଞ୍ଜନ ବ୍ୟାଙ୍କରୁ ଋଣ ଉଠାଇ ସେମାନଙ୍କ ଭବିଷ୍ୟତ ସହିତ ଖେଳୁନାହାନ୍ତି ତ ? ଏମିତି ପ୍ରଶ୍ନ ଉଠାଇଛି ବାଲେଶ୍ବର ହକର ସଂଘ । ଅନ୍ୟପଟେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃତି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି ।
ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି । ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠଯାଇଛି ।
ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ହେବ ବିତର୍କ
ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ହେବ ବିତର୍କ । ଗତକାଲି ବିଲ୍ ଗୃହରେ ଆଗତ ହୋଇଥିବା ବେଳେ ଆଜି ବିଭିନ୍ନ ଦଳ ଏହି ପ୍ରସଙ୍ଗରେ ଯୁକ୍ତି ଉପସ୍ଥାପନ କରିବେ । କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ନିଜ ଦଳର ଅଭିବ୍ୟକ୍ତି ଉପସ୍ଥାପନ କରିବେ । ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ଆଇନରେ ପରିଣତ ହେଲେ ୨୦୨୯ରେ ମିଳିବ ଫାଇଦା । ଏହି ବିଲ୍କୁ ନାରୀଶକ୍ତି ବନ୍ଦନ ଅଧିନିୟମ ଭାବେ ନାମିତ କରାଯାଇଛି । ଆଇନ୍ କାର୍ଯ୍ୟକାରୀ ହେଲେ ଲୋକସଭାରେ ୧୮୧ ଜଣ ରହିବେ ମହିଳା ସାଂସଦ । ବିଲରେ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ । ଏହି ସଂରକ୍ଷଣ ୧୫ ବର୍ଷ ପାଇଁ ମହିଳାଙ୍କ ପାଇଁ ରହିବ । ପୁଣି ସଂରକ୍ଷଣ ପାଇଁ ଆଉ ଥରେ ନୂଆ କରି ବିଲ୍ ଆଣିବାକୁ ପଡ଼ିବ । ତେବେ ରାଜ୍ୟ ସଭା ଓ ଯେଉଁ ରାଜ୍ୟରେ ବିଧାନପରିଷଦ ରହିଛି, ସେଠାରେ ଏହି ସଂରକ୍ଷଣ ଲାଗୁ ହେବ ନାହିଁ ।
ନୂଆ ବିଧେୟକରେ ଗୋଟିଏ ବଡ଼ କଣ୍ଟା ରହିଛି । ଲୋକସଭାରେ ପରିସିମନ ପରେ ହିଁ ଏହି ବ୍ୟବସ୍ଥା ଲାଗୁ ହୋଇପାରିବ । ତେବେ ଜନଗଣନା ନହେଲା ପର୍ଯ୍ୟନ୍ତ ଲୋକସଭାରେ ପରିସିମନ ହୋଇପାରିବ ନାହିଁ । ଅର୍ଥାତ ଜନଗଣନା ପରେ ସଂସଦୀୟ କ୍ଷେତ୍ର ପୁନଃନିର୍ଧାରିତ ହେବ । ତାପରେ ହିଁ ଏହି ଆଇନ୍ କାର୍ଯ୍ୟକାରୀ ହେବ । ୨୦୨୧ରେ ଜନଗଣନା ହେବାର ଥିଲେ ମଧ୍ୟ ହୋଇପାରିନଥିଲା । ତେଣୁ ୨୦୨୬ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ । ୨୦୨୯ ଲୋକସଭା ନିର୍ବାଚନ ବେଳକୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବ ବୋଲି ଆଶା କରାଯାଉଛି ।
ଅନନ୍ତନାଗରେ ସରିଲା ଗୁଳି ବିନିମୟ, ଜାରିରହିଛି ସର୍ଚ୍ଚ ଅପରେସନ
ଜମ୍ମୁ-କଶ୍ମୀରର : ଅନନ୍ତନାଗରେ ୭ ଦିନ ହେଲା ଜାରି ରହିଥିବା ଗୁଳି ବିନିମୟ ଶେଷ ହୋଇଛି । ଗୁଳି ବିନିମୟ ଶେଷ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଆରମ୍ଭ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷାକର୍ମୀଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଲୁଚି ରହି ହମଲା କରୁଥିବା ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର କମାଣ୍ଡର ଉଜୈର ଖାନ ରହିଛି । ସୁରକ୍ଷାକର୍ମୀମାନେ ଉଜୈର ଖାନ ସମେତ ଆଉ ଜଣେ ଆତଙ୍କବାଦୀର ମୃତଦେହକୁ ଜବତ କରିଛନ୍ତି । ତୃତୀୟ ଆତଙ୍କବାଦୀର ମୃତଦେକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି ।
କଶ୍ମୀର ପୁଲିସ୍ର ଏଡିଜିପି ବିଜୟ କୁମାର କହିଛନ୍ତି ଯେ ଉଜୈର ଖାନ ଓ ତାର ୩ ସହଯୋଗୀ ମିଳିତ ଭାବେ ଲୁଚି ରହି ୭ ଦିନ ହେଲା ହମଲା କରୁଥିଲେ । ସେମାନଙ୍କର ମୃତ୍ୟୁ ସହ ୭ ଦିନ ହେଲା ଚାଲିଥିବା ଏନକାଉଣ୍ଟର ଶେଷ ହୋଇଛି । ଉଜୈର ଖାନ ଓ ତା’ ସହଯୋଗୀର ମୃତଦେହ ନିକଟରୁ ଅସ୍ତ୍ରଶସ୍ତ୍ର ମିଳିଛି । ଆଉ ଜଣେ ଆତଙ୍କବାଦୀର ମୃତଦେହ ମିଳିନି । ଏହି କାରଣରୁ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି । ଜଙ୍ଗଲର ଅନେକ ଅଞ୍ଚଳ ସର୍ଚ୍ଚ କରିବାର ଅଛି । ତେଣୁ ଅନେକ ପ୍ରକାରର ବିସ୍ଫୋରକ କିମ୍ବା ଅନ୍ୟାନ୍ୟ ଜିନିଷ ମିଳିପାରେ ।
ସମ୍ବାଦ ଋଣ ଠକେଇ ମାମଲାରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ
ଭୁବନେଶ୍ୱର : ସମ୍ବାଦ ଋଣ ଠକେଇ ମାମଲାରେ ବଢୁଛି ଅଭିଯୋଗର ଫର୍ଦ୍ଦ । ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ଆହୁରି ଅଭିଯୋଗ ବଢିବାର ସମ୍ଭାବନା ରହିଛି । ଆଜି ଆହୁରି ଅଧିକ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ । ଏବେ ତଦନ୍ତ ଚାଲିଛି ବହୁତ୍ କମ୍ ବ୍ୟାଙ୍କ୍ ଯାଞ୍ଚ କରାଯାଇଛି । ଆହୁରି ଅଧିକ ବ୍ୟାଙ୍କ୍ ଯାଞ୍ଚ କରିବା ପ୍ରକ୍ରିୟା ବାକି ରହିଛି ବୋଲି ଇଓ଼ଡବ୍ଲୁ ପକ୍ଷରୁ କୁହାଯାଇଛି । ସମ୍ବାଦ ବ୍ୟାଙ୍କ ସ୍କାମର ଦ୍ବିତୀୟ ଦିନ ଜେରାରେ ମହା ଖୁଲାସା କରିଛି ଇଓଡବ୍ଲୁ । ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ବର୍ଷ ବର୍ଷ ଧରି ଏହି ସ୍କାମ ଚାଲିଛି । ଜେରା ସମୟରେ ସମ୍ବାଦ ଭବନରୁ ମିଳିଛି ଅନେକ ସନ୍ଦେହଜନକ ଦସ୍ତାବେଜ । ଯୋଜନାବଦ୍ଧ ଭାବେ ଏହି ସ୍କାମ କରିଛନ୍ତି ସମ୍ବାଦ କର୍ତ୍ତୃପକ୍ଷ । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ଅପରାଧିକ ମନୋବୃଦ୍ଧି ନେଇ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଠକାଯାଇଛି । ସମ୍ବାଦ ସମ୍ପାଦକ ଓ ଏଚଆର ମୁଖ୍ୟଙ୍କ ବିରୋଧରେ ବହୁ ସାକ୍ଷୀଙ୍କୁ ଜେରା କରାଯାଇଛି । ସେମାନେ ନିଜ ଅଭିଯୋଗ ସମ୍ପର୍କିତ ସମସ୍ତ ପ୍ରମାଣ ଦାଖଲ କରିବା ସହ କିଭଳି କର୍ମଚାରୀଙ୍କୁ ଚାକିରି ଧମକ ଦେଇ ବେଆଇନ ଭାବେ ସେମାନଙ୍କ ନାଁରେ ଋଣ କରାଯାଇଥିଲା ସେ ସମ୍ପର୍କରେ ସବୁ ତଥ୍ୟ ରଖିଛନ୍ତି ।
ସମ୍ବାଦ ଭବନରୁ ଇଓଡବ୍ଲୁ ଏହି ବ୍ୟାଙ୍କ ସ୍କାମ ସମ୍ପର୍କିତ ଅନେକ ପ୍ରାମାଣଯୋଗ୍ୟ ଦସ୍ତାବେଜ ଜବତ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ୩୫୦ରୁ ଅଧିକ ସମ୍ବାଦ ଓ ଇଷ୍ଟର୍ଣ୍ଣ ମିଡିଆ କର୍ମଚାରୀଙ୍କ ନାଁରେ ଋଣ ଉଠଯାଇଛି । ଓଡିଶା ଗ୍ରାମ୍ୟ ବ୍ୟାଙ୍କର ନୟାପଲ୍ଲୀ ଶାଖାରୁ ଏହି ଋଣ ଉଠାଯାଇଛି । ସବୁ କର୍ମଚାରୀଙ୍କ ନାଁରେ ୫ଲକ୍ଷ ଟଙ୍କାର ଋଣ କରାଯାଇଛି । ଘର ତିଆରି କିମ୍ବା ଘର ମରାମତି ନାଁରେ ଏହି ଋଣ ଉଠାଯାଇଛି । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ବ୍ୟାଙ୍କରେ କର୍ମଚାରୀଙ୍କ ଜାଲ ସାଲାରୀ ସ୍ଲିପ ଦାଖଲ କରିଛନ୍ତି । ପ୍ରକୃତ ଦରମା ଠାରୁ ଦୁଇଗୁଣା କିମ୍ବା ତାଠାରୁ ଅଧିକ ଦର୍ଶାଇ ସାଲାରୀ ସ୍ଲିପ ଦାଖଲ ହୋଇଛି । କିଛି କର୍ମଚାରୀଙ୍କୁ ଦୁଇରୁ ତିନି ଥର ଋଣ କରିବାକୁ ବାଧ୍ୟ କରାଯାଇଥିଲା । କୌଣସି କର୍ମଚାରୀଙ୍କୁ ମାସିକ ସାଲାରୀ ସ୍ଲିପ ଦିଆଯାଉନଥିଲା । କର୍ମଚାରୀଙ୍କ ପାଇଁ ଇଷ୍ଟର୍ଣ୍ଣ ମିଡିଆ ଋଣ ବାବଦ ଇଏମଆଇ ଦାଖଲ କରୁଥିଲା । ପ୍ରତ୍ୟେକଟି ଋଣ ୬୦ଟି ଇନଷ୍ଟାଲମେଣ୍ଟରେ ଶୁଝାଯାଉଥିଲା । ସମ୍ବାଦ ଛାଡିବା ପରେ ମଧ୍ୟ କର୍ମଚାରୀଙ୍କ ନାଁରେ ଉଠାଯାଇଥିବା ଋଣ ଉପରେ ସମ୍ବାଦ ଇଏମଆଇ ଦାଖଲ କରିଛି । ସମ୍ବାଦରେ ଏଭଳି ବ୍ୟାଙ୍କ ସ୍କାମ ବର୍ଷ ବର୍ଷ ଧରି ଚାଲୁଛି । ଏହା ଏକ ସୁଚିନ୍ତିତ ଓ ସଂଗଠିତ ବ୍ୟାଙ୍କ ସ୍କାମ ବୋଲି କହିଛି ଇଓଡବ୍ଲୁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

