spot_img
Home Blog Page 2868

୪ ମାସ ପରେ ଲଦାଖ ସୀମାରେ ହେବ ଆଲୋଚନା, ସେନା ପ୍ରତ୍ୟାହାର ପାଇଁ ଭାରତ ଦେବ ପ୍ରସ୍ତାବ

ନୂଆଦିଲ୍ଲୀ: ତୁଟିବ କି ସୀମା ବିବାଦ । LACକୁ ଫେରିବ କି ସ୍ବାଭାବିକ ସ୍ଥିତି । ଆଜି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ।

ତାଙ୍କ ସହ ବୈଦେଶିକ ମନ୍ତ୍ରାଳୟ ଓ ଆଇଟିବିପିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ୪ ମାସ ପରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଏଥିରେ ପୂର୍ବ ଲଦାଖର ଡେପସାଙ୍ଗ ଓ ଡେମଚୋପ ଅଞ୍ଚଳରୁ ସେନା ପ୍ରତ୍ୟାହାର ପାଇଁ ଚୀନକୁ ଭାରତ ପ୍ରସ୍ତାବ ଦେବ । ତେବେ ପୂର୍ବର ଏକାଧିକ ବୈଠକରେ ଭାରତର ଏହି ଦାବିକୁ ଚୀନ ଖଣ୍ଡନ କରିଆସୁଛି ।

ତେବେ ଆଜିର ବୈଠକ ପରେ କଣ ନିଷ୍କର୍ସ ବାହାରିବ, ତା’ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ପ୍ରୟାସ କରାଯିବ । ସୀମା ସ୍ଥିତି ନେଇ ବି ଆଲୋଚନା ହେବ । ୪ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ୨୦୨୦ ଜୁନରେ ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଅନେକ ଚୀନ ସୈନ୍ୟ ନିହତ ହୋଇଥିଲେ । ଏହା ପରଠୁ ଉଭୟ ଦେଶ ଭିତରେ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଲଦାଖରେ ଏବେ ବି ଉଭୟ ଦେଶ ୫୦ ହଜାରରୁ ଅଧିକ ସୈନ୍ୟ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମୁତୟନ କରିଛନ୍ତି ।

ବଢୁଛି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ, ଆଜି ଇଡିରେ ହାଜର ହେବେ

ରାଞ୍ଚି: ଅର୍ଥ ହେରଫେର ମାମଲାକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ । ପୂର୍ବରୁ ମିଳିଥିବା ନୋଟିସ ନେଇ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ସେ ହାଜର ହୋଇପାରନ୍ତି । ତେବେ ସେ ସ୍ବାଧିନତା ଦିବସ ଓ ଉପନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ଇଡିକୁ ଅଧିକ ସମୟ ମାଗିଥିବା ଜଣାପଡ଼ିଛି । ଇଡି ଅଭିଯୋଗ କରିଛି କି ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ତାଙ୍କର ପରିବାର ଲୋକଙ୍କର ହାତ ରହିଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି । ସମାନ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଗତ ନଭେମ୍ବରରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ପୁଣି ସମାନ ମାମଲାରେ ଇଡି ତାଙ୍କୁ ନୋଟିସ କରିବା ପରେ ଅଡୁଆରେ ପଡିଛନ୍ତି ହେମନ୍ତ ସୋରେନ । ଏହି ମାମଲାରେ ଇଡି ଦାବି କରିଛି ୧ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ହୋଇଥିବା ଅଭିଯୋଗ ହୋଇଛି ।

ଏହାସହ ମାମଲାରେ ଇଡି ସାରା ଦେଶରେ ୪୭ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଇଡିକୁ ନଗଦ ୫.୩୪ କୋଟି ଟଙ୍କା ଜବତ କରିବା ସହ ବିଭିନ୍ନ ଆକାଉଣ୍ଟ ସିଜ୍ ମଧ୍ୟ କରିଛି ।

ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ୱେଷ୍ଟଇଣ୍ଡିଜକୁ ୧୬୬ ରନର ଟାର୍ଗେଟ ଦେଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ୫ମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ୱେଷ୍ଟିଣ୍ଡିଜ ସମ୍ମୁଖରେ ୧୬୬ ରନର ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ । ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ ସଂଗ୍ରହ କରିଛି ।  ସୂର୍ଯ୍ୟକୁମାର ଯାଦବ ୬୧ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ଟି-୨୦ କ୍ୟାରିଅରର ୧୫ତମ ଅର୍ଦ୍ଧଶତକ ମାରିଛନ୍ତି । ସୂର୍ଯ୍ୟଙ୍କ ବ୍ୟତୀତ ତିଲକ ବର୍ମା ୧୮ଟି ବଲରେ ୨୭ରନର ଇନିଂସ ଖେଳିଥିଲେ । ବର୍ମା ଏହି ଇନିଂସରେ ତିନୋଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋମାରିୟୋ ଶେଫର୍ଡ ଚାରୋଟି ୱିକେଟ୍ ଅକ୍ତିଆର କରିଥିଲେ । ଅକିଲ ହୁସେନ ଏବଂ ଜେସନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଏହି ମୁକାବିଲା ଲଡରହିଲ ସ୍ଥିତ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜରେ ୨-୨ରେ ବରାବର ସ୍ଥିତିରେ ଅଛନ୍ତି ଉଭୟ ଦେଶ । ଆଜିର ମ୍ୟାଚ୍ ଯିଏ ଜିତିବ ସେ ସିରିଜ ବିଜୀୟ ହେବ ।

ଏଲଏସିରେ ୬୮ ହଜାର ଯବାନ ମୁତୟନ କଲା ଭାରତ, ୯୦ ଟ୍ୟାଙ୍କ କରାଗଲା ଏୟାରଲିଫ୍ଟ

ନୂଆଦିଲ୍ଲୀ: ଗଲୱାନ ଭଳି ସଂଘର୍ଷରୁ ବର୍ତ୍ତିବା ପାଇଁ ଏଲଏସିରେ ଭାରତ ଜୋରଦାର ପ୍ରସ୍ତୁତି କରିଛି । ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ୬୮ ହଜାର ଯବାନଙ୍କୁ ମୁତୟନ କରିଛି ଭାରତ । ଏହା ବ୍ୟତୀତ ବାୟୁସେନାର ସହାୟତାରେ ପ୍ରାୟ ୯୦ ଟ୍ୟାଙ୍କ ଏବଂ ୱିପନ ସିଷ୍ଟମକୁ ମଧ୍ୟ ଲଦ୍ଦାଖ ପହଞ୍ଚାଯାଇଛି । ସୁଖୋଇ Su-30 MKI ଏବଂ ଜାଗୁଆର ଭଳି ବିମାନ ସହାୟତାରେ ଶତ୍ରୁଙ୍କ ଏକତ୍ରିତ ଉପରେ ୨୪ ଘଣ୍ଟା ନଜର ମଧ୍ୟ ରଖାଯାଉଛି । ଯଦି କେଉଁଠି ଚାଇନା ସୈନିକ ଏକତ୍ରିତ ହୋଇ କୌଣସି କାର୍ଯ୍ୟକଲାପ କରନ୍ତି ତେବେ ତୁରନ୍ତ ଭାରତୀୟ ସେନା ପକ୍ଷରୁ ଜବାବ ଦେବା ପାଇଁ ପ୍ରସ୍ତୁତି ହୋଇଛି ।

ଉଲ୍ଲେଖଯୋଗ୍ୟ, ଲଦ୍ଦାଖର ଗଲୱାନ ଘାଟିରେ ୧୫ ଜୁନ ୨୦୨୦ରେ ଚାଇନିଜ୍ ସୈନିକଙ୍କ ସହ ଭାରତୀୟ ଯବାନଙ୍କ ସଂଘର୍ଷ ହୋଇଥିଲା । ଏଥିରେ ପ୍ରାୟ ୨୦ ଜଣ ଯବାନ ଶହୀଦ ହୋଇଯାଇଥିଲେ । ପ୍ରତିରକ୍ଷା ବିଭାଗର ଜଣେ ସୂତ୍ରଙ୍କ କହିବା ମୁତାବକ, ଭାରତୀୟ ଏୟାରଫୋର୍ସର ପରିବହନ ଯାହଜଗୁଡ଼ିକ ଏକ ସ୍ୱତନ୍ତ୍ର ଅଭିଯାନ ଆଧାରରେ ଏଲଏସି ସହ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ତୁରନ୍ତ ନିୟୋଜନ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ରକୁ ବହୁତ କମ୍ ସମୟ ମଧ୍ୟରେ ପହଞ୍ଚାଯାଇଥିଲା । ପରିବହନ କାର୍ଯ୍ୟରେ ସି-୧୩୦ଜେ ସୁପର ହରକ୍ୟୁଲେସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସାମିଲ ଥିଲେ ।

ମୋଟ ୯ହଜାର ଟନର ଓଜନ ପରିବହନ କରାଯାଇଥିଲା । ବାୟୁସେନା ଯୁଦ୍ଧ ବିମାନର ଅନେକ ସ୍କ୍ୱାଡ୍ରନକୁ ପ୍ରସ୍ତୁତ ରଖିଛି । ତେବେ ଗଲୱାନ ସଂଘର୍ଷ ପରେ ଆକାଶମାର୍ଗରେ ପେଟ୍ରୋଲିଂ ପାଇଁ ରାଫେଲ ଏବଂ ମିଗ୍-୨୯ ବିମାନ ସହିତ ବଡ଼ ସଂଖ୍ୟାରେ ଯୁଦ୍ଧ ବିମାନଗୁଡ଼ିକୁ ମୁତୟନ କରାଯାଇଥିଲା । ଚୀନର ସେନା ଅନେକ ଏପରି ଅଞ୍ଚଳରେ ନିଜ ସୈନିକଙ୍କୁ ମୁତୟନ କରିଛି ଯାହାକି ଭାରତର ଅଟେ । ଏହାହିଁ ଗଲୱାନ ଭଲି ବିବାଦର ମୂଳ କାରଣ ଅଟେ । ଭାରତ ମଧ୍ୟ ଏହି ଅଞ୍ଚଳଗୁଡ଼ିକରେ ପେଟ୍ରୋଲିଂ କରିଥାଏ ।

ଦୁଇ ଦେଶର ସେନା ମୁତୟନ ରହିବା ସହ ପ୍ରସ୍ତୁତ ମଧ୍ୟ ରହିଥାନ୍ତି । ଉଲ୍ଲେଯୋଗ୍ୟ, ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତାକାଲି ଭାରତ ଓ ଚୀନ ମଧ୍ୟରେ ହେବ କମାଣ୍ଡରସ୍ତରୀୟ ଆଲୋଚନା । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର କମାଣ୍ଡରସ୍ତରୀୟ ବୈଠକ ବସିବାକୁ ଯାଉଛି । ଲଦାଖର ଚୁସୁଲ-ମୋଲ୍ଡ ବଡର୍ରରେ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ହେବ । ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ ।

ବାହାନଗା ଟ୍ରେନ ଟ୍ରାଜେଡିରେ ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ଦେବଦୂତ ସାଜିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମାଜରେ ସେବା ଓ ବଳିଦାନକୁ ହୃଦବୋଧ କରିବାର ଦିନ । ସେବା ଓ ପରୋପକାର ସବୁଠୁ ବେଶୀ ଆତ୍ମସନ୍ତୋଷ ଦେଇଥାଏ ।

ବାହାନଗା ଟ୍ରେନ ଟ୍ରାଜେଡି ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ସମୟରେ ବାହାନଗାବାସୀ ଓ ଉଦ୍ଧାରକାରୀ ଦଳ ଯେଉଁଭଳି ସେବା କରିଥିଲେ ତାହା ପ୍ରଶଂସନୀୟ । ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଦୁର୍ଘଟଣା ସମୟରେ ସ୍ମୃତିଚାରଣ କରିଥିଲେ ବାଲେଶ୍ବର ଜିଲ୍ଲାପାଳ । ସ୍ଥାନୀୟ ଲୋକଙ୍କର ନିସ୍ବାର୍ଥପର ସେବା ଓ ପ୍ରଶାସନକୁ ସେ ପ୍ରଶଂସା କରିଥିଲେ । ସ୍ୱେଚ୍ଛାସେବୀମାନେ ମଧ୍ୟ ଦୁର୍ଘଟଣାର ସ୍ମୃତିଚାରଣ କରିଥିଲେ । ସେହିପରି ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ସୂରଜ ସମ୍ମାନ ପ୍ରଦାନ କରାଯାଇଥିଲା । ଅଙ୍ଗଦାନକାରୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲୋଚିସ୍ତାନରେ ଚାଇନିଜ୍ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ବିଏଲଏର ଘାତକ ଆକ୍ରମଣ, ୧୩ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନରେ ଚାଇନିଜ୍ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । କୁହାଯାଉଛି ଯେ ମୃତକଙ୍କ ମଧ୍ୟରେ ୪ ଚାଇନିଜ୍ ନାଗରିକ ଥିବାବେଳେ ୯ଜଣ ପାକିସ୍ତାନୀ ସୈନିକ ଅଛନ୍ତି ।  ତେବେ ଏହି ଆକ୍ରମଣରେ ନିଜକୁ ଦାୟୀ କରିଛି ବଲୁଚ ଲିବ୍ରେଶନ ଆର୍ମି (ବିଏଲଏ) । ଏହି ଘଟଣା ବାଲୋଚିସ୍ତାନର ଗ୍ୱାଦରର ଫକିର ବ୍ରୀଜ ଉପରେ ଘଟିଛି । ୭ ଟି ଗାଡ଼ିର କନଭଏ ଚାଇନିଜ୍ ଇଞ୍ଜିନିୟରଙ୍କୁ ନେଇ ଏକ କନଷ୍ଟ୍ରକ୍ସନ ସାଇଟକୁ ଯାଉଥିଲା । ଏହି ସମୟରେ କନଭଏକୁ ଚାରିପଟୁ ଘେରିଯାଇ ଆକ୍ରମଣକାରୀ ଆତର୍କିତ ଗୁଳିମାଡ଼ କରିଥିଲେ ଏବଂ ବୋମା ମଧ୍ୟ ଫୋପାଡ଼ିଥିଲେ ।

ଏହି ଘଟଣା ପରେ ଗ୍ୱାଦରକୁ ସମ୍ପୂର୍ଣ୍ଣ ଭାବେ ଆଲର୍ଟରେ ରଖାଯାଇଛି । ଏଥିସହିତ ସହରକୁ ଯିବା ଆସିବା ଉପରେ କଟକଣା ଲଗାଇ ଦିଆଯାଇଛି । ପାକିସ୍ତାନୀ ମିଡିଆ ରିପୋର୍ଟସ ମୁତାବକ ଘଟଣା ପରେ ସୁରକ୍ଷାକର୍ମୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ଏହି ଗୁଳିବିନିମୟରେ ଦୁଇ ବିଚ୍ଛିନ୍ନତାବାଦୀଙ୍କର ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟମାନେ ପଳାୟନ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ଆର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ଦେଇଛି ଏବଂ ଅପରେସନ ଜାରି ରହିଛି । ସେହିପରି ପାକିସ୍ତାନରେ ସ୍ଥିତ ଚାଇନିଜ୍ ଦୂତାବାସ ବଲୁଚିସ୍ତାନ ଏବଂ ସିନ୍ଧରେ ରହୁଥିବା ନିଜ ନାଗରିକଙ୍କୁ ଏକ ଆଡଭାଇଜରୀ ଜାରି କରିଛି । ଆଗାମୀ ଆଦେଶ ସୁଦ୍ଧା ନିଜ ନିଜ ଘରେ ରହିବାକୁ ଚାଇନିଜ୍ ନାଗରିକଙ୍କୁ ଆଦେଶ ଦେଇଛି ଚୀନ୍ ଦୂତାବାସ ।

ବିଲରେ କାମ କରୁଥିବା ବେଳେ ବୃଦ୍ଧଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ଉପଦ୍ରବ । ବିଲରେ କାମ କରୁଥିବାବେଳେ ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ବାରକୋଟିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶ୍ରୀରାମପୁର ଗାଁର ଘନ ମୁଣ୍ଡା । ବିଲରେ କାମ କରୁଥିବାବେଳେ ହାତୀ ଆକ୍ରଣରେ ତାଙ୍କର ମୃତ୍ୟୁ ହୋଇଛି । ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ଏବେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ଲୋକେ ।

ଭାରତଠାରୁ ଗୋଟେ ଦିନ ପୂର୍ବେ କାହିଁକି ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ….

ନନ୍ଦିଘୋଷ ବ୍ୟୁରୋ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ପାଇଥିଲା । ହେଲେ ଭାରତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ପାଳନ କରୁଛି । ଚଳିତଥର ଉଭୟ ଦେଶ ବ୍ରିଟିଶ ଶାସନରୁ ସ୍ୱାଧୀନ ହେବା ୭୭ ବର୍ଷ ପୂରଣ କରୁଛନ୍ତି । ଅନେକ ତଥ୍ୟ ରହିଛି ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନ ହିଁ ସ୍ୱାଧୀନତା ମିଳିଥିଲା । କିନ୍ତୁ ଏମିତି କଣ ହେଲା ଯେ ପାକିସ୍ତାନ ଗୋଟେ ଦିନ ପୂର୍ବେ ଅର୍ଥାତ ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରିଥାଏ । ଏହା ପଛରେ ଅନେକ ଥିଓରୀ ରହିଛି, କେହି କୁହନ୍ତି ଯେ ଏହା ପଛରେ ମହମ୍ମଦ ଅଲୀ ଜିନ୍ନା ଥିବାବେଳେ ତ ଆଉ କେହି କୁହନ୍ତି ଯେ ଏହା ପଛରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀଙ୍କ ବ୍ରେନ ଅଛି ବୋଲି ।

ଯେବେ ବ୍ରିଟିଶ ସରକାର ଭାରତ ଏବଂ ପାକିସ୍ତାନ ଦୁଇ ଦେଶର ବିଭାଜନ ଏବଂ ସ୍ୱାଧୀନତାର ଘୋଷଣା କରିଥିଲେ ସେତେବେଳେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲୀ ଜିନ୍ନା ନିଜ ଐତିହାସିକ ରେଡିଓ ସମ୍ବୋଧନରେ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ପାକିସ୍ତାନର ସ୍ୱତନ୍ତ୍ର ଏବଂ ସାର୍ବଭୌମତ୍ୱ ରାଷ୍ଟ୍ରର ଜନ୍ମଦିନ ଅଟେ । ଏହା ମୁସଲିମ ରାଷ୍ଟ୍ରର ଭାଗ୍ୟ ପୂରଣର ପ୍ରତୀକ ଅଟେ ଯାହା ଗତ କିଛି ବର୍ଷରେ ନିଜ ମାତୃଭୂମି ପାଇବା ପାଇଁ ମହାନ ବଳିଦାନ ଦେଇଛି । ଏଥିପାଇଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନରେ ସ୍ୱାଧୀନତା ମିଳିଥିଲା । ତେବେ ପାକିସ୍ତାନ କଣ ପାଇଁ ନିଜ ସ୍ୱାଧୀନତା ଦିବସ ଗୋଟେ ଦିନ ପୂର୍ବେ ୧୪ ଅଗଷ୍ଟରେ ହିଁ ପାଳନ କରୁଛି? ଜାଣନ୍ତୁ ଏହା ପଛର କାରଣ…

ପାକିସ୍ତାନ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିବା ପଛରେ ଏକ କାରଣ ବ୍ରିଟିଶ ଭାରତର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନଙ୍କୁ କୁହାଯାଇଥାଏ । ଏପରି କୁହାଯାଇଥାଏ ଯେ କ୍ଷମତା ହସ୍ତାନ୍ତରଣର ଯୋଜନା ପ୍ରଥମେ ଜୁନ ୧୯୪୮ ପୂର୍ବରୁ କରାଯାଇଥିଲା । ଏହାପରେ ମାଉଣ୍ଟବେଟନ ଉଭୟ ଦେଶଙ୍କୁ ଔପଚାରିକ ଭାବେ ସ୍ୱାଧୀନତା ଦେବା ପାଇଁ ୧୫ ଅଗଷ୍ଟ ୧୯୪୭ ଦିନ ନିର୍ଦ୍ଧାରିତ କରିଥିଲେ କିନ୍ତୁ କାର୍ଯ୍ୟସୂଚୀ ହେତୁ ସେ ୧୪ ଅଗଷ୍ଟ ୧୯୪୭ରେ ହିଁ ପାକିସ୍ତାନର ସ୍ୱାଧୀନତାର ଘୋଷଣା ପାଇଁ ମହମ୍ମଦ ଅଲୀ ଜିନ୍ନାଙ୍କୁ କ୍ଷମତା ହସ୍ତାନ୍ତରଣ ପାଇଁ କରାଚୀ ଯାଇଥିଲେ ।

ଦ୍ୱିତୀୟ ଥିଓରୀ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀ ଖାନ କ୍ୟାବିନେଟର ପ୍ରଥମ ନିଷ୍ପତ୍ତିକୁ ବିଚାର କରାଯାଇଥାଏ । ଜୁନ ୧୯୪୮ରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଖାନଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା ଯେ ଦେଶ ନିଜର ସ୍ୱାଧୀନତା ଦିବସ ଭାରତ ପୂର୍ବରୁ ପାଳନ କରାଯିବ । ପ୍ରସ୍ତାବକୁ ଜିନ୍ନା ମଞ୍ଜୁରୀ ଦେଇଥିଲେ ଏବଂ ତାରିଖ ୧୪ ଅଗଷ୍ଟ କରିଦିଆଯାଇଥିଲା । ଆଉ ଏକ କାରଣ ରମଜାନର ଧାର୍ମିକ ମାସକୁ ମଧ୍ୟ କୁହାଯାଏ । ୧୪ ଏବଂ ୧୫ ଅଗଷ୍ଟ ୧୯୪୭ର ମଧ୍ୟରାତ୍ରୀ, ରମଜାନର ୨୭ତମ ଦିନ ସହ ମେଳ ଖାଇଥାଏ । ଯାହାକୁ ପବିତ୍ର ମାସର ଶୁଭ ଦିନ ବୋଲି ବିବେଚନା କରାଯାଏ । ଏଥିପାଇଁ ୧୪ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବେ ଗ୍ରହଣ କରାଯାଇଥିଲା ।

 ଆଉ ଏକ କାରଣ ଉଭୟ ଦେଶରେ ସମୟର ପାର୍ଥକ୍ୟକୁ ବି କୁହାଯାଇଥାଏ ।  ପାକିସ୍ତାନ ଷ୍ଟାଣ୍ଡାର୍ଡ ଟାଇମ (ପିଏସଟି)ର ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ (ଆଇଏସଟି)ଠାରୁ ୩୦ ମିନିଟ ଆଗୁଆ ରହିବା ମଧ୍ୟ ଏକ କାରଣ କୁହାଯାଏ । ଯେହେତୁ ଭାରତ ୧୫ ଅଗଷ୍ଟ ରାତି ୧୨ଟାରେ ଏକ ସ୍ୱତନ୍ତ୍ର ଦେଶ ହୋଇଯାଇଥିଲା । ଏହି ସମୟରେ ପାକିସ୍ତାନରେ ସ୍ଥାନୀୟ ସମୟ ୧୪ ଅଗଷ୍ଟରେ ରାତି ୧୧ଟା ୩୦ ରହିଥିଲା । ଏଥିପାଇଁ ପାକିସ୍ତାନରେ ସ୍ୱାଧୀନତା ଗୋଟେଦିନ ପୂର୍ବେ ପାଳନ କରାଯାଏ ।

ବିଶ୍ୱକପ୍ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭବିଷ୍ୟବାଣୀ, ସେମିଫାଇନାଲ ଖେଳିବେ ଏହି ଚାରି ଦଳ

ନୂଆଦିଲ୍ଲୀ: ବିଶ୍ୱକପ୍ ସେମିଫାଇନାଲକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍ କେଉଁ ଦଳ ଖେଳିବେ ସେନେଇ ଭବିଷ୍ୟବାଣୀ କରିଛନ୍ତି ସେହୱାଗ । ଆସନ୍ତା ଅକ୍ଟୋବରରୁ ବିଶ୍ୱକପ୍ ୨୦୨୩ର ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ବିଶ୍ୱକପର ଆୟୋଜନ ଭାରତରେ ହେଉଛି ଏହି କାରଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଉପରେ ରହିବ । ଭାରତର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ  ସହ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେହୱାଗ ସେମିଫାଇନାଲକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।

ସେ ୪ଟି ଦଳର ନାଁ କହିଛନ୍ତି ଯିଏକି ଫାଇନାଲ ଖେଳିବାର ସବୁଠୁ ଅଧିକ ଦାବିଦାର । ବିଶ୍ୱକପ୍ କୁ ନେଇ ସେହୱାଗ କହିଛନ୍ତି ତାଙ୍କ ମୁତାବକ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ସେମିଫାଇନାଲରେ ପହଞ୍ଚି ପାରନ୍ତି । କ୍ରିକେଟ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ସେହୱାଗ କହିଛନ୍ତି, ଯଦି ମୁଁ ସେମିଫାଇନାଲର ଚାରୋଟି ଦଳର ନାଁ ନିଏ ତେବେ ସେଥିରେ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ରହିବେ । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ନିଶ୍ଚିତ ଭାବେ ସେମିଫାଇନାଲକୁ ଯିବେ । ଏହି ଦୁଇ ଦଳର ଖେଳିବାର ପ୍ରକ୍ରିୟା ପ୍ରଭାବଶାଳୀ ରହିଛି । ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ବହୁତ ଉତ୍ତମଧରଣର ଖେଳ ଖେଳୁଛନ୍ତି ।

ଏହି କାରଣରୁ ଏହି ଦୁଇ ଦଳ ସେମିଫାଇନାଲ୍ ଖେଳିବା ନିଶ୍ଚିତ ଏହା ଏହି ଦୁଇ ଦଳ ବ୍ୟତୀତ ଭାରତ ଓ ପାକିସ୍ତାନ ମଧ୍ୟ ସେମିଫାଇନାଲ୍ ଖେଳିବାର ଅଧିକ ଆଶଙ୍କା ରହିଛି । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମୁକାବିଲାରେ ଇଂଲଣ୍ଡକୁ କଡ଼ା ଟକ୍କର ମିଳିପାରେ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ବିଜୟ ସହଜ ହେବନାହିଁ । ବିଶ୍ୱକପ୍ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ସେହିପରି ଦ୍ୱିତୀୟ ସେମିଫାଇନାଲ୍ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ହେବ । ଏହାପରେ ଫାଇନାଲ୍ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବ । ତେବେ ଯେହେତୁ ଚଳିତ ବର୍ଷ ବିଶ୍ୱକପ୍ ଭାରତରେ ଆୟୋଜିତ ହେଉଛି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ନେଇ ଭାରତୀୟମାନେ ଆଶାପୋଷଣ କରିଛନ୍ତି । ଭାରତ ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେଥର ମଧ୍ୟ ବିଶ୍ୱକପ୍ ଭାରତରେ ଆୟୋଜିତ ହୋଇଥିଲା । ଦଳର ନେତୃତ୍ୱ ନେଇଥିଲେ ମହେନ୍ଦ୍ର ସିଂହ ଧୋନି ।

ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ମାମଲା, ଆଉ ୨ ଛାତ୍ର ଗିରଫ

କୋଲକାତା: ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ମାମଲା । ଆଉ ୨ ଜଣ ଛାତ୍ରଙ୍କୁ ଗିରଫ କଲା କୋଲକାତା ପୋଲିସ । ପ୍ରଥମ ବର୍ଷ ଛାତ୍ର ସ୍ବପ୍ନଦୀପ କୁଣ୍ଡଙ୍କୁ ରାଗିଂ ଘଟଣାରେ ଏହି ୨ ଛାତ୍ର ଉପସ୍ଥିତ ଥିଲେ ବୋଲି ପୋଲିସ କହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୌରଭ ଚୌଧୁରୀଙ୍କ ନିର୍ଦ୍ଦେଶରେ ଦୁଇ ଅଭିଯୁକ୍ତ ସ୍ବପ୍ନଦୀପଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦୀପଶେଖର ଦତ୍ତ ଓ ମନୋତଶ ଘୋଷ । ସ୍ବପ୍ନଦୀପ ମେନ୍ ହଷ୍ଟେଲରେ ଏକ ରୁମ୍ ନପାଇବାରୁ ମନତୋଷ ନିକଟରେ ରହିଥିଲେ । ତେବେ ସେଠାରେ ସ୍ବପ୍ନଦୀପଙ୍କୁ ରାଗିଂ କରାଯାଇଥିଲା । ପରେ ହଷ୍ଟେଲର ଦ୍ବିତୀୟ ମହଲାରୁ ସ୍ବପ୍ନଦୀପ ଖସି ପ୍ରାଣହରାଇଥିଲେ । ତଳେ ପଡିଥିବା ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ ଏବଂ ମୃତ୍ୟୁ ପୂର୍ବରୁ ସେ ଜଣେ ସମଲିଙ୍ଗି ନୁହନ୍ତି ବୋଲି ବାରମ୍ବାର କହିଥିଲେ ବୋଲି ସୂଚନା ମିଳିଛି । ଗତ ଶୁକ୍ରବାର ପୋଲିସ ସୌରଭକୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ୧୨ ଛାତ୍ରଙ୍କୁ ସମନ ଜାରି କରିଛି ।