ନବୀନଙ୍କ ନୂଆ ଓଡ଼ିଶା ଗଠନକୁ ବାସ୍ତବ ରୂପ ଦେଇଥିଲେ ଭି.କେ. ପାଣ୍ଡିଆନ

1 min read

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବାରେ ଭି.କେ. ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ । ସ୍କୁଲ ରୂପାନ୍ତରଣଠୁ ଐତିହ୍ୟ, ସଂସ୍କୃତିର ନବକଳେବର, କୃଷି, କ୍ରୀଡ଼ାର ଉନ୍ନତି ଏବଂ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢିତୋଳିବାରେ ସେ ତୁଲାଇ ଥିଲେ ଗୁରୁଦାୟିତ୍ବ ।

ଜାପାନରୁ ଓଡ଼ିଶାକୁ ନିପ୍ପନକୁ ଆଣିବା ହେଉ କି ଦେଶ ବିଦେଶରୁ ନିବେଶ ଆଣିବାରେ ତାଙ୍କ ଯୋଗଦାନ ଉଲ୍ଲେଖନୀୟ । ନିଜେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଶ ବିଦେଶ ଯାଇ ନିବେଶକଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ ଦେଇଥିଲେ ପାଣ୍ଡିଆନ । ନବୀନଙ୍କ ଭିଜନକୁ ବାସ୍ତବତାର ରୂପ ଦେବାକୁ ଅଙ୍ଗୀକାରବଦ୍ଧ ହୋଇଛନ୍ତି ଭି.କେ. ପାଣ୍ଡିଆନ ।

ଓଡ଼ିଶାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଓ ରାଜ୍ୟକୁ ଜାତୀୟ ସ୍ତରରେ ପରିଚିତ କରାଇ ଗୌରବ ଆଣିବାରେ ତାଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ଐତିହ୍ୟ ପ୍ରକଳ୍ପ, ତାରାତାରିଣୀ ପ୍ରକଳ୍ପ ସହ ରାଜ୍ୟର ପ୍ରମୁଖ ଧାର୍ମିକ ପୀଠ ଓ ଐତିହ୍ୟ ସ୍ଥଳର ନବକଳେବ ଜରିଆରେ ସେ ଆଣିଥିଲେ ଅଭୂତପୂର୍ବ ପରିବର୍ତ୍ତନ ।

ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଏହାସହ ପ୍ରଶାସନିକ ସ୍ତରରେ ବି ବିପ୍ଳବ ଆଣିଥିଲେ । 5T ଜରିଆରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ସାରା ଦେଶରେ ଓଡିଶାକୁ ବିକାଶର ପ୍ରୟୋଗଶାଳ ଭାବେ ପରିଚିତ କରାଇଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ସେ । କଟକ ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ବିଶ୍ବସ୍ତରୀୟ କରିବା କ୍ଷେତ୍ରରେ ବି ଅବିସ୍ମରଣୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା କ୍ଷେତ୍ରରେ ବି ତାଙ୍କର ରହିଛି ଅବଦାନ । ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ମେଡିକାଲ କଲେଜ ସ୍ଥାପନ ଓ ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ ଭାବେ ଗଢି ତୋଳିବାରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତିକୁ ପ୍ରଚଳନ କରିବାରେ ସେ ତୁଲାଇଛନ୍ତି ଗୁରୁଦାୟିତ୍ବ ।