spot_img
Home Blog Page 2820

ଶିକ୍ଷିତ ଯୁବକଙ୍କ ହାତରେ ଢ଼ୋଲ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ ଏକାମ୍ର ରାଜା ରଣେଶ ପୂଜା କମିଟିର ଭସାଣୀ ଉତ୍ସବରେ ଯୋଗଦେଇ ଚର୍ଚ୍ଚାରେ ମହାରାଷ୍ଟ୍ର ନାଗପୁରର ଶିବରାଜ ଢୋଲ ତାସା, ପାଠକ ଢୋଲ ଗ୍ରୁପ । ଏମାନଙ୍କ ପଛରେ ରହିଛି ଅନେକ କାହାଣୀ । ସଭିଁଏ ଉଚ୍ଚଶିକ୍ଷିତ । ବଡ ବଡ କମ୍ପାନୀରେ ଚାକିରି କରିବା ସହିତ ଅନେକ ସଦସ୍ୟ ପାଠ ପଢୁଛନ୍ତି । ହେଲେ ଏମାନଙ୍କ ମନରେ ନାହିଁ ଢୋଲ ବଜାଇବା ପାଇଁ ଗର୍ବ ଅଂହକାର । ଟଙ୍କା ପାଇଁ ନୁହେଁ ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରି ନିଜର ସଂସ୍କୃତି ଆଗକୁ ନେବା ପାଇଁ ଆଗେଇ ଆସିଛନ୍ତି ଯୁବପିଢୀ ।

କିଏ ସପ୍ଟଓ୍ବେୟାର ଇଞ୍ଜିନିୟର, କିଏ ଆଡଭୋକେଟ । ଆଉ କିଏ ଯବାନ ତ ଆଉ କିଏ ପୋଲିସ୍ । କିଏ ପାଠ ପଢୁଛି ତ ଆଉ କିଏ ବ୍ୟବସାୟ କରୁଛି । ପେସା ନୁହେଁ ପ୍ୟାସନ୍ । ସଭିଁଏ ଉଚ୍ଚ ଶିକ୍ଷିତ । ହେଲେ ନିଶା ଧାର୍ମିକ ଉତ୍ସବରେ ଢୋଲ ବଜାଇବା । ଶୁଭମ । ମହିନ୍ଦ୍ରା କମ୍ପାନୀରେ ଇନ୍ୟୁରାନ୍ସ ଏକ୍ଜିକ୍ୟୁଟିଭି ପୋଷ୍ଟରେ । ପ୍ରଗତି । ଭଲ କମ୍ପାନୀରେ ସପ୍ଟୱେୟାର ଇଞ୍ଜିନିୟର । ହେଲେ ଏମାନଙ୍କ ନିଶା ପାଲଟିଛି ଢୋଲ ବଜାଇବା । ତୋଶିତ, ଜଣେ ବ୍ୟବସାୟୀ । ହସ ହସ ମୁହଁ, ହାତରେ ଷ୍ଟିକ ଅଣ୍ଟାରେ ଢୋଲ ବାନ୍ଧିବା ପରେ ଆସିଯାଏ ସାତ ସିଂହର ବଳ । ନା ଅଛି ଥକାପଣ, ନା ଅଛି ଭୋକ ଶୋଷ । ଘଣ୍ଟା ଘଣ୍ଟା ଧରି ଛତ୍ରପତି ଶିବାଜୀଙ୍କୁ ସ୍ମରଣ କରି ବିନ୍ଦାସ ଢୋଲ ବଜାନ୍ତି । ପେଟ ପୋଷିବା ପାଇଁ ନୁହେଁ ଏ ସବୁ କରିବା ନିଜର କଳା ଓ ସଂସ୍କୃତିକୁ ଆଗକୁ ନେବା ମୂଳ ଲକ୍ଷ ବୋଲି କହିଛନ୍ତି ।

୬୫ ଜଣ ଯୁବକ ଓ ଯୁବତୀଙ୍କୁ ନେଇ ତିଆରି ହୋଇଛି ଶିବରାଜ ଢୋଲ ତାସା ପାଠକ ଢୋଲ ଗ୍ରୁପ । କେବଳ ଗଣପତି ଓ ନବରାତ୍ର ସମୟରେ ଏହି ଉଚ୍ଚଶିକ୍ଷିତ ଯୁବକ ମାନେ ଢୋଲ ବଜାନ୍ତି । ଦିନରେ ନିଜ ପ୍ରଫେସନରେ ବ୍ୟସ୍ତ ରହୁଥିବା ଏହି ଯୁବକ ମାନେ ରାତି ହେଲେ ଗୋଟିଏ ଜାଗାରେ ଏକାଠି ହୋଇ ଅଭ୍ୟାସ କରନ୍ତି । କିଏ ଅଫିସରୁ ଛୁଟି ନେଇ ତ ଆଉ କିଏ ଭଗବାନଙ୍କ ପାଇଁ ବାହାନା କରି ଛୁଟି ନେଇ ଢୋଲ ବଜାଇବା ପାଇଁ ପଳେଇ ଆସନ୍ତି । ଗଣେଶ ପୂଜାର ଦୁଇ ମାସ ପୂର୍ବରୁ ପ୍ରତିଦିନ ଦୁଇରୁ ତିନି ଘଣ୍ଟା ଅଭ୍ୟାସ କରିନ୍ତି । ବଜାଉ ଥିବା ଢୋଲର ଓଜନ ପ୍ରାୟ ୨୦ କେଜି ରହିଛି । ଗୋଟିଏ କାର୍ଯ୍ୟକ୍ରମ ପିଛା ସାଢେ ୩ ଲକ୍ଷ ଟଙ୍କା ନିଅନ୍ତି ।

ଏସିଆନ ଗେମ୍ସରେ ପୁଣି ଚମକିଲା ଭାରତ, ୧୦ମ ଦିନରେ ହାତେଇଲା ସ୍ବର୍ଣ୍ଣ ପଦକ

ହାଙ୍ଗଝାଓ: ଏସିଆନ ଗେମ୍ସରେ ପୁଣି ଚମକିଲା ଭାରତ। ଆଜି ଦଶମ ଦିନରେ ଭାରତକୁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି। ୫ ହଜାର ମିଟର ଦୌଡରେ ଧାବିକା ପାରୁଲ ଚୌଧୁରୀ ଗୋଲ୍ଡ ଜିତିଛନ୍ତି। ଜାଭେଲିନ ଥ୍ରୋରେ ଅନୁରାଣୀ ସ୍ବର୍ଣ୍ଣ ଜିତିଛନ୍ତି।

୮ଶହ ମିଟର ଡିକାଥଲନର ପୁରୁଷ ବର୍ଗରେ ରୌପ୍ୟ ଜିତିଛନ୍ତି ଅଫଜଲ ଶଙ୍କର। ୧ ହଜାର ମିଟର କାନୋଇଂ ଡବଲ ପୁରୁଷ ବର୍ଗରେ ମିଳିତ ଭାବେ ବ୍ରୋଞ୍ଜ ଜିତିଛନ୍ତି ଅର୍ଜୁନ ସିଂ ଏବଂ ସୁନୀଲ ସିଂ ସଲାମ। ବକ୍ସିଂର ୫୪ କେଜି ମହିଳା ବର୍ଗରେ ବକ୍ସର ପ୍ରୀତି ପାୱାର ବ୍ରୋଞ୍ଜ ମେଡାଲ ହାତେଇଛନ୍ତି। ସେପଟେ କ୍ରିକେଟରେ ନେପାଳକୁ ହରାଇ ସେମିକୁ ପ୍ରବେଶ କରିଛି ଭାରତ।

ଆଜିର ପଦକକୁ ମିଶାଇ ଏବେ ସୁଦ୍ଧା ୬୮ଟି ପଦକ ଭାରତ ଖାତାକୁ ଆସିଲାଣି। ଯେଉଁଥିରେ ୧୫ ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୨୭ ବ୍ରୋଞ୍ଜ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ପୋଜିସନରେ ଅଛି ଭାରତ।

କୁମ୍ଭାରଶାଳ ପୁନରୁଦ୍ଧାର ଦାବି

କାମାକ୍ଷାନଗର: କୁମ୍ଭାରଶାଳ ପୁନରୁଦ୍ଧାର ଦାବି। ଅଚଳ କୁମ୍ଭାରଶାଳ ଜୀବନ ଜୀବିକାକୁ  ପ୍ରଭାବିତ କରୁଛି । ଢେଙ୍କାନାଳ କାମାକ୍ଷାନଗରର ପୁରାତନ କୁମ୍ଭାରଶାଳା ଅଧା ଭାଙ୍ଗିଗଲାଣି । କୁମ୍ଭାର ପରିବାର ପିଲା ଏଥିପାଇଁ ମାଟି କାମ କରିବାକୁ ଅରୁଚି ପ୍ରକାଶ କରୁଛନ୍ତି । ତୁରନ୍ତି ଏହାର ମରାମତି ଦାବି କରିଛନ୍ତି ସ୍ଥାନୀୟବାସିନ୍ଦା ।

ଲୋପ ପାଇବାକୁ ବସିଲାଣି ବହୁ ପୁରାତନ କୁମ୍ଭାରଶାଳ। ଢେଙ୍କାନାଳ କାମାକ୍ଷାନଗରରେ ୩୦ରୁ ଅଧିକ ପରିବାର ମାଟି ପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । କର୍ମଶାଳୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ସେଥିରେ କାମ କରିବାକୁ ଅମଙ୍କ ହେଉଛନ୍ତି ଆଗାମୀ ପିଢି । ରୋଜଗାର ଚିନ୍ତାରେ କୁମ୍ଭାର। ପାରମ୍ପରିକ କାର୍ଯ୍ୟରେ ମାଟି ପାତ୍ରର ଚାହିଦା ରହିଛି । ରାଜ୍ୟ ସରକାରଙ୍କ ସହଯୋଗରେ ୧୯୫୮ ମସିହାରେ ଆରମ୍ଭ ହୋଇଥିଲା ଏହି କୁମ୍ଭାରଶାଳ। ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନର ସହଯୋଗରେ କୁମ୍ଭାରଶାଳଟିର ମରାମତି କରାଯାଇଥିଲେ ମଧ୍ୟ ଏହେ ଏହା ଅଧାଭଙ୍ଗା ହୋଇପଡିଛି ।

ଆଜିକାଲି କୁମ୍ଭାର ପରିବାରର ଉଚ୍ଚ ଶିକ୍ଷିତ ପିଲାମାନେ ପରିବାର ପ୍ରତିପୋଷଣ ପାଇଁ ବିଭିନ୍ନ ସଂସ୍ଥାରେ କାମ କରିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ଯଦି ସରକାରଙ୍କ ପକ୍ଷରୁ ନୂତନ କୁମ୍ଭାରଶାଳ ତିଆରି କରାଯାଏ ତେବେ ଉଚ୍ଚ ଶିକ୍ଷିତ ଯୁବକ ମାନେ ନିଜ ବାପା ଅଜା କାଳର ଏହି କୌଳିକ ବୃତ୍ତିକୁ ଆପଣେଇ ନେବେ ବୋଲି ପ୍ରକାଶ କରିଛନ୍ତି । କୁମ୍ଭାରଶାଳକୁ ଭିଜିଟ୍ କରି ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠି ପ୍ରତିଶ୍ରୁତି ଦେଇଛନ୍ତି l

ଟଏଲେଟ୍ କାହିଁକି ସଫା କଲେ ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାର ଡିନ୍?

ମୁମ୍ବାଇ: ଗତ ୪୮ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ନନ୍ଦେଡର ଏକ ସରକାରୀ ଡାକ୍ତରଖାନାରେ ୧୬ ନବଜାତ ଶିଶୁଙ୍କ ସମେତ ମୋଟ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ଏନସିପି ସାଂସଦ ସୁପ୍ରିୟା ସୁଲେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ହତ୍ୟାକାରୀ ସରକାର ବୋଲି କହିବାକୁ ମଧ୍ୟ ପଛାଇନାହାଁନ୍ତି।

ରିପୋର୍ଟ ଅନୁଯାୟୀ, ଶିବସେନା ସାଂସଦ ହେମନ୍ତ ପାଟିଲ ହସ୍ପିଟାଲର ସ୍ଥିତି ପରଖିବାକୁ ଆସି ଚିହିଁକି ଉଠିଥିଲେ। ସେ ଡାକ୍ତରଖାନାରେ ବୁଲୁଥିବା ସମୟରେ ହସ୍ପିଟାଲର ଏକ ଟଏଲେଟ୍ ଅପରିଷ୍କାର ଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେ ଚିହିଁକି ଉଠିଥିଲେ ଏବଂ ତୁରନ୍ତ ଡିନଙ୍କୁ ଡକାଇଥିଲେ । ସ୍ଥିତି ଏଭଳି ହୋଇଥିଲା ଯେ, ସେ ଡାକ୍ତରଖାନାର ଡିନ୍ ଶ୍ୟାମରାଓ ୱାକୋଡେଙ୍କୁ ଟଏଲେଟ୍ ସଫା କରିବା ପାଇଁ କହିଥିଲେ। ଡିନ୍ ଟଏଲେଟ ସଫା କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଉକ୍ତ ଭିଡ଼ିଓରେ ହସ୍ପିଟାଲ୍ ଡିନ୍ ଟଏଲେଟ୍ ସଫା କରୁଥିବାର ନଜର ଆସିଛନ୍ତି । ଏପରିକି ସେ ଟଏଲେଟ୍ ସଫା କରୁଥିବା ବେଳେ ସାଂସଦ ପାଖରେ ଛିଡା ହୋଇ ପାଇପ ଯୋଗେ ପାଣି ମାରୁଛନ୍ତି ।

ଶ୍ରଦ୍ଧାଙ୍କୁ ନେଇ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିବୃତି ରଖି ଶ୍ରଦ୍ଧାଙ୍କ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ । ତାଙ୍କୁ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ମୋ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଠାଇଥିଲେ । ଶ୍ରଦ୍ଧାଙ୍କୁ କୌଣସି ସରକାରୀ କ୍ବାଟର୍ସ ଦିଆଯାଇନାହିଁ ।

ଏହାସହ ନବୀନ କହିଛନ୍ତି, ଲୋକଙ୍କ ସ୍ବାର୍ଥ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଉ । ଅଯଥା ପ୍ରସଙ୍ଗରେ ସମୟ ନଷ୍ଟ କରାନଯାଉ। ବିରୋଧୀମାନେ ଅଯଥା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି । ଯେଉଁ କାରଣରୁ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ଶ୍ରଦ୍ଧାଙ୍କୁ ନେଇ ବିଭ୍ରାନ୍ତ କରୁଥିଲେ ବିରୋଧୀ । ଏନେଇ ବିବୃତି ରଖି ନବୀନ ଶ୍ରଦ୍ଧାଙ୍କ ବାବଦରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।

ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍

ଭୁବନେଶ୍ବର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବିରୋଧୀଙ୍କ ଅସହଯୋଗ ଯୋଗୁଁ ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ସିକୃତି ଲାଭ କରିଛି ।  ଅଧିବେଶନ କାଳରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ୧୨ଟି ବିଲ୍‌ ଆଲୋଚନା ହୋଇ ପାରିତ ହୋଇଛି । କିନ୍ତୁ ବିରୋଧୀଙ୍କ ଅସହଯୋଗ ଓ ହଟ୍ଟଗୋଳ ଯୋଗୁଁ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନି । ଅନେକ ଜନସ୍ବାର୍ଥ୍ୟ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଥିବାରୁ ବାଚସ୍ପତି, ଉପବାଚସ୍ପତି ଓ ଅନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ବିଲ୍‌, ନିଷ୍ଟ ଓ ସିଲିକନ ଏକକ ବିଶ୍ବବିଦ୍ୟାଳୟ ବିଲ୍‌, ଏସସି ଏସଟି ସଂଶୋଧନ ବିଲ୍‌, ଓଡ଼ିଶା ଜିଏସଟି ସଂଶୋଧନ ବିଲ୍‌, ଭୂଅର୍ଜନ ପୁର୍ନବାସ ଓ ଥଇଥାନ ସଂଶୋଧନ ବିଲ୍‌, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍‌ ଭଳି ୧୨ଟି ବିଲ୍‌ ପାରିତ ହୋଇଛି ।

ବିଶ୍ବକପରେ କେଉଁ ଦଳ ଅଧିକ ଶକ୍ତିଶାଳୀ?

ନନ୍ଦିଘୋଷ ବ୍ୟୁରୋ: ବିଶ୍ବକପ କାଉଣ୍ଟଡାଉନ୍ । ଆରମ୍ଭ ହୋଇଗଲାଣି କ୍ରିକେଟ ମହାକୁମ୍ଭର ଓଲଟା ଗଣତି। ଦାବିଦାର ବିଶ୍ବର ୧୦ ଶକ୍ତିଶାଳୀ ଟିମ୍ । ଆଜି ଶେଷ ୱାର୍ମଅପ୍ ମ୍ୟାଚ । ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇଯିବ ମହାଲଢ଼େଇ । ଏଥର ଭାରତରେ ଖେଳାଯାଉଛି କ୍ରିକେ୍ଟ ମହାକୁମ୍ଭର ସମସ୍ତ ମ୍ୟାଚ୍ । ଗୁଜରାଟର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ୍ । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। କିଏ ଡାର୍କ ହର୍ସ, କିଏ ମାରିବ ବାଜି । ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ନା କ୍ରିକେଟକୁ ଏଥର ମିଳିବ ନୂଆ ବିଜେତା । କ୍ରିକେଟ ବିଶ୍ବକପ ପାଇଁ ଆଇସିସି ଓ ବିସିସିଆଇ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।

୧୦ ଶକ୍ତିଶାଳୀ ଟିମ୍  । ୧୦ ସହର । ଦେଢମାସରୁ ଅଧିକ ସମୟର ରୋମାଂଚ । ଆଉ ଟାର୍ଗେଟ୍ ବିଶ୍ବକପ୍  । ଜୋରଦାର ହେବ ୨୩ କ୍ରିକେଟ ବିଶ୍ବକପ୍ ସଂଘର୍ଷ  । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡସ । ଅଂଶଗ୍ରହଣ କରୁଥିବା ୧୦ ଦେଶ ମଧ୍ୟରୁ ୫ ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ବିଶ୍ବକପରେ ଖେଳିବାକୁ ଅଧିକାଂଶ ଦଳ ଭାରତରେ  ପହଞ୍ଚି ସାରିଛନ୍ତି । ପ୍ରାୟ ସବୁ ଦଳ ଫାଇନାଲ ୧୫ ଜଣିଆ ସ୍ବ୍କାଡ୍ ଘୋଷଣା କରି ଖେଳୁଛନ୍ତି ୱାର୍ମ ଅପ ମ୍ୟାଚ  ।

ଭାରତର ୧୦ ସହରରେ ଖେଳାଯିବ କ୍ରିକେଟର ଏହି ମହାକୁମ୍ଭ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଓପନିଂ ମ୍ୟାଚ  । ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ  । ୧ ଲକ୍ଷରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଦେଖିପାରିବେ। ବିଶ୍ବକପ ଖେଳାଯିବାକୁ ଥିବା ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ରହିଛି ୧ ଲକ୍ଷ ୩୨ ହଜାର  । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ହେଇଛି ଆଉ ଏକ ଭେନ୍ୟୁ । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ,ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ବିଶ୍ବକପର ଅନ୍ୟ ସମସ୍ତ ମ୍ୟାଚ । ଭାରତର ତାର ପ୍ରଥମ ମ୍ୟାଚ ଖେଳିବ ଅକ୍ଟୋବର ୮ ତାରିଖରେ  ।

ବିଶ୍ବକପର ଅନ୍ୟ ପ୍ରମୁଖ ଦାବିଦାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।  ୧୪ ଅକ୍ଟୋବର ଶନିବାର ଦିନ ଖେଳାଯିବ ସବୁଠାରୁ ରୋମାଂଚକର ମ୍ୟାଚ୍ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ସହ ଲଢ଼ିବ ଭାରତୀୟ କ୍ରିକେଟ ଟିମ  । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ ହେବ କୋଲକାତାର ଇଡେନ ଗାର୍ଡନ ଷ୍ଟାଡିୟମରେ  । ୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ ସେମି ଖେଳାଯିବ । ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା ।

ବିଶ୍ବକପର ପ୍ରମୁଖ ଦାବିଦାର ମଧ୍ୟରେ ସବୁଠାରୁ ଆଗରେ ରହିଛି ଭାରତ । ଚଳିତ ବିଶ୍ବକପରେ ଶୁଭମନ ଗିଲ ଗେମ ଚେଂଜର ହେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଭାବେ ସ୍ଥାନ ପାଇବାକୁ ଗିଲଙ୍କ ପାଖରେ ସମସ୍ତ ସାମର୍ଥ୍ୟ ଅଛି ବୋଲି କହିଛନ୍ତି ଯୁବରାଜ । ବିଶ୍ବକପ ଲାଗି ଭାରତ ପୂର୍ବରୁ ସ୍କ୍ବାଡ୍ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନଙ୍କ ନାଁ ଘୋଷଣା କରିଛି ।

ଆଘାତ ଜନିତ କାରଣରୁ ସୁସ୍ଥ ନହୋଇପାରିବାରୁ ଅକ୍ଷର ଟିମରୁ ବାଦ ପଡିଛନ୍ତି  । ସେହିପରି ଶେଷ ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ମଧ୍ୟ ତାର ସ୍କ୍ବାଡରେ ପରିବର୍ତ୍ତନ କରିଛି । ସ୍ପିନର ଆଷ୍ଟନ ଆଗରଙ୍କ ସ୍ଥାନରେ ମାର୍ନସ ଲାବୁସାଙ୍ଗେ ଦଳରେ ସ୍ଥାନ ପାଇଛନ୍ତି  । ଭାରତ ମାଟିରେ କେବଳ ଜଣେ  ସ୍ପିନର ଆଡାମ ଜାମ୍ପାକୁ ନେଇ ଖେଳିବ ଅଷ୍ଟ୍ରେଲିଆ । ନ୍ୟୁଜିଲାଣ୍ଡର ଚଳିତ ବିଶ୍ବକପର ଡାର୍କ ହର୍ସ ବୋଲି କୁହାଯାଉଛି । ୨୦୧୫  ଓ ୨୦୧୯ର ସେମି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ନ୍ୟୁଜିଲାଣ୍ଡ  ।

ଗାଁ ଦାଣ୍ଡରୁ ହଜି ଯାଉଛି କେନ୍ଦେରା ସ୍ବର

ବାସୁଦେବପୁର: ଗାଁ ଦାଣ୍ଡରୁ ଧିରେ ଧିରେ ହଜି ଯାଉଛି କେନ୍ଦରା ସ୍ବର।  ଆଧୁନିକତାର ଚାକଚକ୍ୟ ମଧ୍ଯରେ ଲିଭିବାକୁ ବସିଲାଣି ଲୋକ କଳା । ନୂତନତା ଆଗରେ ସତ୍ତା ହରାଉଛି ପୁରାତନ ପରମ୍ପରା । ଆଉ ଗାଁ ଦାଣ୍ଡରେ ଶୁଣିବାକୁ ମିଳୁନି କେନ୍ଦରା ସ୍ବର। କୌଳିକ ବୃତ୍ତିକୁ ଜାବୁଡି ଧରିଥିବା କିଛି କାଁ ଭାଁ ବୟସ୍କ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା।

ହାତରେ  ଧରିଛି କେନ୍ଦରା। ପାଟିରେ ସୁଲଳିତ ମଧୁର ସଙ୍ଗୀତ। ଏ ଦାଣ୍ଡରୁ ସେ ଦାଣ୍ଡକୁ ବୁଲି ବୁଲି ଶୁଣାଉଛନ୍ତି ପିଲା ଦିନର ଗୀତ। ଏ ଦୃଶ୍ୟ ଭଦ୍ରକ ବାସୁଦେବପୁରର ।  ଗାଁ ଗାଁ ବୁଲି  କେନ୍ଦରା ବଜାଉଛନ୍ତି ଯୋଗୀ । ଧିରେ ଧିରେ  କେନ୍ଦରା ସ୍ବର ହଯିବାକୁ ବସିଥିବା ବେଳେ କାଁ ଭାଁ ବୟସ୍କ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳୁଛି କେନ୍ଦରା। ଯୋଗୀ ସଙ୍ଗୀତରେ ମଜ୍ଜି ଯାଆନ୍ତି ଗ୍ରାମବାସୀ। ପ୍ରତିଦବଳରେ କିଏ ଚାଉଳ ତ କିଏ ବଢେଇଦିଏ ଖାଦ୍ୟ ସାମଗ୍ରୀ ।

କେନ୍ଦରାରୁ ମିଳୁଛି ଓଡ଼ିଶାର ଲୋକ କଳାର ଝଲକ । ଆଜିବି ଏହାକୁ ବଞ୍ଚାଇ ରଖିବାକୁ  ଉଦ୍ୟମ କରୁଛନ୍ତି ଲୋକେ । ଗାଁ ଗାଁରେ ଏହି କେନ୍ଦେରା ଶୁଣିବାକୁ ଲୋକଙ୍କ ଆଗ୍ରହ ମଧ୍ୟ ରହିଛି। ବୃତ୍ତିକୁ ନେଇ ଚଳିବା କଷ୍ଟକର ହେଉଥିବାରୁ ସରକାର କଳାକାର ଭତ୍ତା ମାଧ୍ୟମରେ ସାମିଲ କଲେ ଲୋକକଳା ଉଜ୍ଜୀବିତ ହୋଇରହିବ ବୋଲି ମତ ପ୍ରକାଶ ପାଇଛି ।

କ୍ରାସ ଡାଏଟ୍ କ’ଣ, ଯେଉଁଥିପାଇଁ ଯାଇଥିଲା ଶ୍ରୀଦେବୀଙ୍କ ଜୀବନ…

ମୁମ୍ବାଇ: ଆଜିକା ସମୟରେ ମେଦବହୁଳତା ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏମିତିକି ସ୍ଲିମ୍ ଟ୍ରିମ୍ ତଥା ନିଜକୁ ଫିଟ୍ ରଖିବା ପାଇଁ ଭିନ୍ନଭିନ୍ନ ଡାଏଟିଂ ପ୍ଲାନ ଆପଣାଉଛନ୍ତି। ଏଥିପାଇଁ ତ ଶୀଘ୍ର ଓଜନ କମାଇବା କ୍ଷେତ୍ରରେ କ୍ରାସ ଡାଏଟ୍ ର କ୍ରେଜ୍ ଅଧିକ ରହିଛି।

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାଇଁ ପ୍ରାଣଘାତକ ସାଜିଥିଲା ଏହି କ୍ରାସ୍ ଡାଏଟ୍। ଶ୍ରୀଦେବୀଙ୍କ ମୃତ୍ୟୁର ୫ ବର୍ଷ ପରେ ତାଙ୍କ ସ୍ୱାମୀ ବୋନି କପୁର ପତ୍ନୀଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ କ୍ରାସ୍ ଡାଏଟ୍ ଜରିଆରେ ନିଜର ଓଜନକୁ ନିୟନ୍ତ୍ରଣ କରୁଥିଲେ ଏବଂ କ୍ରାସ୍ ଡାଏଟରେ କିଛି କମ୍ପ୍ଲିକେସନ୍ ତାଙ୍କ ଜୀବନ ପାଇଁ ବିପଦ ସାଜିଲା ।

ବୋନି କପୁର କହିଛନ୍ତି ଯେ ବିବାହ ପରେ ଓଜନ ହ୍ରାସ କରିବାକୁ ଶ୍ରୀଦେବୀ କ୍ରାସ୍ ଡାଏଟ୍ ଭଳି କଷ୍ଟକର ଡାଏଟ୍ ଆପଣାଉଥିଲେ। ଏହି କାରଣରୁ ସେ ଅନେକ ଥର ଚେତାଶୂନ୍ୟ ମଧ୍ୟ ହୋଇପଡୁଥିଲେ। ତେବେ ଆସନ୍ତୁ ଜାଣିବା କ୍ରାସ୍ ଡାଏଟ୍ କ’ଣ ଏବଂ ଏହାଦ୍ୱାରା କ’ଣ ସବୁ ଅସୁବିଧା ହୋଇପାରେ।

କ୍ରାସ୍ ଡାଏଟ୍ କ’ଣ? 

ଏକ୍ସପର୍ଟଙ୍କ ମତରେ ଦ୍ରୁତଗତିରେ ଓଜନ ହ୍ରାସ ପାଇଁ ଆଜିକାଲି କ୍ରାସ୍ ଡାଏଟ୍କୁ ଅନେକ ଫଲୋ କରୁଛନ୍ତି । ଏହା ଡାଏଟିଂର ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି ଖୁବ୍ କମ୍ କ୍ୟାଲୋରୀ ଖାଇ ଓଜନ ହ୍ରାସ କରିଥାଏ|

ଉଦାହରଣ ସ୍ୱରୂପ, ଜଣେ ସୁସ୍ଥ ବ୍ୟକ୍ତିକୁ ଦୈନିକ ପ୍ରାୟ ୨୫୦୦ କ୍ୟାଲୋରୀ ଆବଶ୍ୟକ ହୋଇଥାଏ। କିନ୍ତୁ କ୍ରାସ୍ ଡାଏଟ୍ କରୁଥିବା ବ୍ୟକ୍ତି ଦିନରେ ମାତ୍ର ୭୦୦ରୁ ୯୦୦ କ୍ୟାଲୋରୀ ଖାଇଥାନ୍ତି। ଆହୁରି ମଧ୍ୟ କ୍ରାସ ଡାଏଟ୍ ଜରିଆରେ ଜଣେ ବ୍ୟକ୍ତି ଏକ ସପ୍ତାହ ମଧ୍ୟରେ ପାଖାପାଖି ୩ କିଲେ ଓଜନ ହ୍ରାସ କରିପାରିବେ ।

ଖାଲି ଏତିକି ନୁହେଁ ଏହି ଡାଏଟ୍ ନେଉଥିବା ଅନେକ ବ୍ୟକ୍ତି ଲୁଣ ଜମାରୁ ଖାଆନ୍ତି ନାହିଁ । ଏପରିକି ଦୈନିକ କ୍ୟାଲୋରୀ ଇନଟେକରେ ବହୁତ କମ୍ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଗ୍ରହଣ କରିଥାନ୍ତି, ଯେଉଁ କାରଣରୁ ଗୋଟିଏ ସପ୍ତାହରେ ବହୁତ ଓଜନ କମିଯାଇଥାଏ ।

କ୍ରାସ୍ ଡାଏଟ୍ ର କ’ଣ ସବୁ ବିପଦ ରହିଛି?

କ୍ରାସ୍ ଡାଏଟ୍ କୁ ପ୍ରାୟତଃ ଲାଇମଲାଇଟ୍ ରେ ରହୁଥିବା ବ୍ୟକ୍ତି ତଥା ସେଲିବ୍ରିଟି ମାନେ ଫଲୋ କରିଥାନ୍ତି ।ଯେହେତୁ କ୍ରାସ୍ ଡାଏଟ୍ ରେ ଶରୀରକୁ ବହୁତ କମ୍ ପୋଷଣ ମିଳେ, ସେଥିପାଇଁ ଏହା ଶରୀର ପାଇଁ ଅନେକ ବିପଦ ମଧ୍ୟ ସୃଷ୍ଟି କରିଥାଏ । ତେବେ ଯଦି ପୂର୍ବରୁ ଆପଣଙ୍କ ଶରୀରରେ ଅନ୍ୟ କିଛି ରୋଗ ଥାଏ ତେବେ ଏହା ପ୍ରାଣଘାତୀ ମଧ୍ୟ ସାବ୍ୟସ୍ତ ହୋଇପାରେ ।

ତେବେ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତିମାନଙ୍କ ପାଇଁ କ୍ରାସ୍ ଡାଏଟ୍ ଅତ୍ୟନ୍ତ ବିପଦଜନକ ହୋଇଥାଏ । କେହି ଯଦି ଦୀର୍ଘ ସମୟ ଧରି କ୍ରାସ୍ ଡାଏଟ୍ କରୁଛନ୍ତି ତେବେ ସେ ଅବସାଦ, ଚିନ୍ତା, ମାଂସପେଶୀ ହ୍ରାସ, ଦୁର୍ବଳ ହାଡ, କେଶ ଝଡିବା, ମଧୁମେହ, ନିଦ୍ରାହୀନତା, ଦୁର୍ବଳତା, ଡିହାଇଡ୍ରେସନ୍ ଏବଂ ରକ୍ତହୀନତାର ସମସ୍ୟା ଆଦିରେ ପୀଡିତ ହୋଇପାରନ୍ତି।

 

କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ୍ 

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡା ରସାବଳିକୁ ମିଳିଲା GI ଟ୍ୟାଗ । ୨୦୨୧ରେ GI ଟ୍ୟାଗିଂ ପାଇଁ ଆବେଦନ ହୋଇଥିବାବେଳେ ଏହାକୁ ମାନ୍ୟତା ମିଳିଛି । ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ପ୍ରିୟ ପ୍ରସାଦ ରସାବଳି । ଛେନା ଓ ପତାଳା କ୍ଷୀରରେ ରସାବଳୀ ପ୍ରସ୍ତୁତ ହୁଏ । ଏହାକୁ GI ଟ୍ୟାଗ ପାଇଁ ରସାବଳି ମିଷ୍ଟାନ ନିର୍ମାତା ସଂଘ ତରଫରୁ ଆବେଦନ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଅନ୍ୟତମ ହେଉଛି ରସାବଳି । ରସାବଳି ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଗବେଷକ ମତ ଦିଅନ୍ତି  ।

ଗବେଷକଙ୍କ ମତ ଅନୁଯାୟୀ ରସାବଳି ଆଜି କିମ୍ବା କାଲିର ନୁହେଁ ଏହା ଦୀର୍ଘ ୭ଶହ ବର୍ଷର ଇତିହାସ ସହିତ ଜଡ଼ିତ । ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡା ସହରର ମଧ୍ୟସ୍ଥଳୀରେ ପ୍ରଭୁ ବଳଦେବଜୀଉ ବିଜେ କରିଥିଲେ । ସେହି ସମୟରୁ ତାଙ୍କ ନିକଟରେ ରସାବଳି ଭୋଗ ହେଉଛି । ବିଶ୍ବାସ ରହିଛି ଯେ ତୁଳସୀକ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ଜଗନ୍ନାଥ ପୂଜା ପାଇବା ଦିନଠାରୁ ହିଁ ତିନି ଦିଅଁଙ୍କ ପାଖରେ ରସାବଳି ଲାଗି କରାଯାଉଛି । ଏଥିରୁ ସ୍ପଷ୍ଟ ଯେ ରସାବଳିର ଇତିହାସ ଶହଶହ ବର୍ଷ ପୁରୁଣା । ରସାବଳିକୁ ଜିଆଇ ଟ୍ୟାଗ ମିଳିବା ପରେ ସାରା କେନ୍ଦ୍ରାପଡ଼ାରେ ଖୁସି ଖେଳିଯାଇଛି ।